Posted inRasifala

ରାଶିଫଳ: ମଙ୍ଗଳବାର, ଅକ୍ଟୋବର ୨୫ ତାରିଖ – Daily Horoscope

ମେଷ
ଆଜି କେତୁ ସହ ଚନ୍ଦ୍ରଙ୍କ ସଂଯୋଗ ହେତୁ ଅସ୍ଥିରତା ଜନିତ ମାନସିକ ସ୍ଥିତି ଠିକ୍‌ ରହିନପାରେ। ଆର୍ଥିକ ସମସ୍ୟା ସୁଧୁରିଯିବ ଓ ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ। ସଭାସମିତି, ରାଜନୀତି, ସଂଗଠନ ତଥା ସାଂସ୍କୃତିକ କ୍ଷେତ୍ରରୁ ପ୍ରଶଂସା ମିଳିବ। ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି ।
ବୃଷ
ବୃଷ
ଅଷ୍ଟମସ୍ଥ ଶନିଙ୍କୁ ମଙ୍ଗଳ ଅବଲୋକନ କରୁଥିବାରୁ କୌଣସି ବିବାଦୀୟ ସ୍ଥିତି ସକାଶେ ଅର୍ଥବ୍ୟୟ କରିବାକୁ ବାଧ୍ୟ ହେବେ। କର୍ମକ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ଅପରାହ୍ନରେ ଦୂର ହେବ। କଚେରୀ ମାମଲାର ଶୁଣାଣି ବିଳମ୍ବରେ ଘଟିବାରୁ ମନସ୍ତାପ କରିପାରନ୍ତି। କଳା, ସାହିତ୍ୟ, ସଙ୍ଗୀତ ଓ ସାମ୍ବାଦିକତା କ୍ଷେତ୍ରରୁ ସୁଫଳ ମିଳିବ।
ମିଥୁନ
ମିଥୁନ
ମଙ୍ଗଳ ହେତୁ ସୁବିଧା ରହିଥିଲେ ମଧ୍ୟ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢିପାରେ। ଆଲୋଚନା ପରିପ୍ରେକ୍ଷୀରେ ମନକଥା ଖୋଲି କହିବାକୁ ବାଧ୍ୟ ହୋଇପାରନ୍ତି। ପ୍ରଶାସନିକ ଗୁରୁତ୍ୱପୂର୍ଣ୍ଣକ୍ଷେତ୍ରରେ ଦୃଢ ନିଷ୍ପତ୍ତି ନେବାକୁ ପଡିପାରେ। ବନ୍ଧୁମାନଙ୍କ ସହାନୁଭୂତି ପରିସ୍ଥିତିକୁ କେତେକାଂଶରେ ଲାଘବ କରିବାରେ ସହାୟକ ହେବ।
କର୍କଟ
କର୍କଟ
ରାଶ୍ୟାଧିପ ପାପପ୍ରଭାବଯୁକ୍ତ ହେତୁ ମାନସିକ ଓ ଶାରୀରିକ ଅସୁସ୍ଥତା ଦେଖାଦେବ। ଅଭାବ ଅସୁବିଧା ନଥିଲେ ମଧ୍ୟ ଅଯଥା ବାକ୍ୟାଳାପ ସମସ୍ୟାର କାରଣ ହୋଇପାରେ। ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ହାତକୁ ନେଇଥିବା କାମଗୁଡିକ ସୁରୁଖୁରୁରେ ସମ୍ପନ୍ନ ହେବାର ଆଶା କାରଯାଇପାରେ। ପରକଥାରେ ପଡି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ।
ସି˚ହ
ସି˚ହ
ମୁଖଭାବସ୍ଥ ବୁଧ ଯୋଗୁ କୌଣସି ବିସ୍ମୟକର ଖବର ସକାଳୁ ସକାଳୁ ମନକୁ ଖୁସୀ କରିଦେବ। ତଥାପି ଆମତ୍ୀୟ ମାନଙ୍କ ଶତ୍ରୁତା ହେତୁ ବିଚଳିତବୋଧ କରିପାରନ୍ତି। ପରିସ୍ଥିତିର ଗୁରୁତ୍ୱ ଉପଲବ୍‌ଧି ହୃଦୟଙ୍ଗମ କରି କେତେକ କ୍ଷେତ୍ରରେ ନୀରବ ରହିବାକୁ ବାଧ୍ୟ ହେବେ। ସ୍ବାସ୍ଥ୍ୟ ପ୍ରତି ଧ୍ୟାନ ନଦେଲେ ଅସୁବିଧାର ସମ୍ମୁଖୀନ ହେବେ।
କନ୍ୟା
ବହୁତ ଦିନରୁ ରହି ଆସିଥିବା ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ଉତରାଫାଲଗୁନୀ ନକ୍ଷତ୍ର ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ଅର୍ଥସଂକଟ ଲାଗିରହିିବା ହେତୁ କାମଗୁଡିକ ସମ୍ପନ୍ନ ଦିଗରେ ସମସ୍ୟା ସୃଷ୍ଟି ହେବ।
ତୁଳା
ତୁଳା
କର୍ମକ୍ଷେତ୍ରରେ ଉପସ୍ଥିତି ବୁଦ୍ଧି ପ୍ରୟୋଗ କରି କାମ ହାସଲ କରିବେ। ସ୍ବାତୀ ନକ୍ଷତ୍ରର ବାଣିଜ୍ୟ, ବ୍ୟବସାୟ ଓ ପରିବହନ ଓ ସାମ୍ବାଦିତାରେ ପ୍ରତିଦ୍ୱନ୍ଦିତା ବଢିପାରେ। ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। କଳା, ସାହିତ୍ୟ, କ୍ରୀଡା, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ପ୍ରତିଦ୍ୱନ୍ଦିତାର ସମ୍ମୁଖୀନ ହେବାକୁ ପଡିପାରେ।
ବିଛା
ବିଛା
କର୍ମତ୍ରେରେ ଆପୋଷ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ। ଆମତ୍ୀୟ ସ୍ବଜନଙ୍କ ସହାୟତାରେ ମୂଲ୍ୟବାନ ଦ୍ରବ୍ୟ ପାଇପାରନ୍ତି। କଳା ସାହିତ୍ୟରେ ସମସ୍ୟା ସମାଧାନ ହେବାର କ୍ଷୀଣ ଆଶା ରହିଛି। ସାଙ୍ଗରେ ଯାଇଥିବା ବନ୍ଧୁଟି ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ।
ଧନୁ
ଧନୁ
ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦରେ ପଡିବେ କିନ୍ତୁ ସାମୟିକ ସମୟାନ୍ତରରେ ତାହାର ସରଳ ସମାଧାନ ହୋଇପାରିବ। ବନ୍ଧୁଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିପାରନ୍ତି । ପରିବାରରେ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖା ଦେଇପାରେ। ଉତରାଷାଢା ନକ୍ଷତ୍ର ପାଇଁ ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ।
ମକର
ମକର
ଭୁଲ୍‌ବୁଝାମଣା କାରଣରୁ ବନ୍ଧୁଙ୍କ ବ୍ୟବହାରରେ ପରିବର୍ତ୍ତନ ପରିିଲକ୍ଷିତ ହେବାରୁ ବିଚଳିତ ହେବେ। ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବା ଆଶାରେ ବିଭିନ୍ନ ବିନୟପୂର୍ଣ୍ଣ କଥା କହିବାକୁ ପଡିପାରେ। ଉତରାଷାଢା ନକ୍ଷତ୍ରର ଜଣେ ବନ୍ଧୁ ହଠାତ୍‌ କାୈଣସି ଖବର ପାଇ ଖୁସି ହେବେ। କର୍ମକ୍ଷେତ୍ରରେ ଶେଷ ସମୟରେ ବିଚାର ବଦଳି ଯାଇପାରେ।
କୁମ୍ଭ
କୁମ୍ଭ
ପୂର୍ବଭାଦ୍ରବ ନକ୍ଷତ୍ର କାମ ହାସଲ ସକାଶେ ଟିକେ ନରମି କଥାବାର୍ତ୍ତା କରିବାକୁ ମନସ୍ଥ କରିବେ। ରାଜନିତୀ କିମ୍ବା ସାଂଗଠନିକ କ୍ଷେତ୍ରରେ ବନ୍ଧୁ ଅସୁବିଧାରେ ପକାଇପାରନ୍ତି। ଅସୁବିଧା ସମ୍ପର୍କରେ ଉପରିସ୍ଥଙ୍କ ମୁହଁ ସାମ୍ନାରେ ପ୍ରକାଶ କରିବାକୁ ପଛେଇଯିବେ । ନିକଟ ସଂପର୍କୀୟଙ୍କ ପକ୍ଷପାତିତାକୁ ନାପସନ୍ଦ କରିବେ।
ମୀନମୀନ
କର୍ମକ୍ଷେତ୍ର୍ରର ସମସ୍ୟା ସୁଖ, ସନ୍ତୋଷ ଦେଇ ପାରିବ ନାହିଁ। ଶୁଣାକଥାକୁ ବିଶ୍ୱାସ କରି କୈାଣସି କାମ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବିବାଦୀୟ ପରିସ୍ଥିତିରେ ଗୁରୁଜନଙ୍କ ସାନ୍ତ୍ବନା ବାଣି ମନରେ ଆଶ୍ୱସ୍ତି ଭରିପାରେ। ବନ୍ଧୁ ଗହଣରେ ଅପ୍ରିୟ ସତକଥା କହି ବିରୋଧି ହୋଇପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri