Posted inRasifala

ରାଶିଫଳ: ରବିବାର, ଅଗଷ୍ଟ ୨୫ ତାରିଖ – Daily Horoscope

ମେଷ
ଆଜି ଶ୍ରୀଚନ୍ଦ୍ର କାରଣରୁ ବୈଷୟିକ ଅଭିବୃଦ୍ଧି ଘଟିବ। ପାରିବାରିକ ଜୀବନର ଦୁଃଖ, ସୁଖକୁ ମନ ଭିତରେ ଲୁଚାଇ ଅନ୍ୟମାନଙ୍କୁ ସୁହାଇଲା ଭଳି କଥା କହିବେ। କର୍ମକ୍ଷେତ୍ର ଓ ପରିବାରର କିଛି ବ୍ୟତିକ୍ରମକୁ ନେଇ ଚିନ୍ତା ପ୍ରକଟ କରିପାରନ୍ତି। ଦୀର୍ଘଦିନ ହେଲା ଅପ୍ରିୟଥିବା ସହକର୍ମୀଙ୍କ ମନଗଢ଼ା କଥା ମନକୁ ବେଶୀ ଆନ୍ଦୋଳିତ କରିପାରେ।
ବୃଷ
ବୃଷ
ବନ୍ଧୁଙ୍କ ଆଦର, ପ୍ରିୟଜନଙ୍କ ସାନ୍ନିଧ୍ୟ, ଫେରି ପାଇଥିବା ଜିନିଷକୁ ନେଇ ମନ ଖୁସି ରହିବ। ସ୍ଥାନାନ୍ତର, ବ୍ୟୟବହୁଳ କାର୍ଯ୍ୟ, ଦୂରଯାତ୍ରା କରିପାରନ୍ତି। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରିବେ। ସଭାସମିତି, ଆଲୋଚନା, ପ୍ରକାଶନ, କଚେରି ମାମଲା ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।
ମିଥୁନ
ମିଥୁନ
ପାରିବାରିକ ଜୀବନକୁ ସୁଧାରିବାରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। କର୍ମକ୍ଷେତ୍ରରେ ଅସୁବିଧାବଶତଃ କାମଗୁଡ଼ିକ ଅଟକି ରହିଥିବାରୁ ଚିନ୍ତା ବଢ଼ିଯିବ। ସମ୍ପର୍କୀୟଙ୍କ ସହ ଅଧିକାଂଶ ସମୟ ଆଳାପରେ ସମୟ କଟାଇବେ। ଯାନବାହନ, ଜମିଜମା, ଗୃହସୀମା, ମାଲିମକଦ୍ଦମା ଓ ଆନୁଷ୍ଠାନିକ କର୍ମରେ ସମସ୍ୟା ଲାଗି ରହିବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସୁବିଧାରେ କାର୍ଯ୍ୟ ହାସଲ ଦିଗରେ ଅନୁକୂଳ ପରିବେଶ ସୃଷ୍ଟି ହେବ। ନିଜ ପରିସରରେ ରହୁଥିବା କିମ୍ବା ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କ ସହଯୋଗ ପାଇପାରିବେ। ଗୃହ, ଯାନବାହନ ତଥା ଯାନ୍ତ୍ରିକ ଜିନିଷର ମରାମତି ପାଇଁ ବ୍ୟଗ୍ର ହେବେ। କଳା, ସାହିତ୍ୟରେ ଉନ୍ନତି କରିବେ ଓ ଏହା ସହ ବ୍ୟବସାୟରେ ଲାଭବାନ ହେବେ।
ସି˚ହ
ସି˚ହ
ଅନ୍ୟମାନଙ୍କୁ ସୁହାଇଲା ଭଳି କଥା କହି ନିଜର କାମ ହାସଲ କରିବାରେ ସମର୍ଥ ହେବେ। ପରିବାର ଭିତରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡ଼ିବ। ସାହିତ୍ୟ, କଳା ଓ ରଚନାମତ୍କ କାମରୁ ପ୍ରଶଂସିତ ହେବେ। ଆଲୋଚନା ପରିସରରେ ହସଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ।
କନ୍ୟା
ଆପଣଙ୍କ ଶ୍ରୁତିମଧୁର କଥା ଓ କାମ କରିବାର ଦକ୍ଷତା ହେତୁ ବହୁଜନ ପ୍ରଶଂସିତ ହେବେ। ଆର୍ଥିକ ଦିଗଟି ଭଲ ରହିବା ସହ ପ୍ରତ୍ୟେକ କାମ ସମ୍ପାଦିତ ହୋଇପାରିବ। ବ୍ୟବସାୟ, ବାଣିଜ୍ୟ, ପ୍ଲଟିଂ କାରବାରରେ ମାନମନାନ୍ତର ଦେଖାଦେଇପାରେ। ବନ୍ଧୁମାନେ ଆବଶ୍ୟକ ସହଯୋଗ କରିବେ ଏବଂ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ।
ତୁଳା
ତୁଳା
ଆଜି ନୂତନ ଉଦ୍ଦୀପନାର ସହ ପ୍ରତ୍ୟେକ କାମ କରିପାରିବେ। ସନ୍ତାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ରହିବେ। ପ୍ରଶାସନିକ ସ୍ତରରେ କିମ୍ବା ଅଫିସରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ପ୍ଲଟିଂ କାରବାର, ଆଲୋଚନା ଓ କଚେରି ମାମଲା କ୍ଷେତ୍ରରେ ଶୁଭ ଫଳ ପାଇବେ।
ବିଛା
ବିଛା
ବନ୍ଧୁଙ୍କ ସହ ଆଳାପର ସୁଯୋଗ ପରିପ୍ରେକ୍ଷୀରେ ଦୂରଯାତ୍ରା ସମ୍ପର୍କରେ ଯୋଜନା ପ୍ରସ୍ତୁତ କରିପାରନ୍ତି। କର୍ମକ୍ଷେତ୍ରରୁ ଆଜି ଘରକୁ ଫେରିବା ସମୟରେ କିଛି ମୂଲ୍ୟବାନ ଜିନିଷ ଆଣିପାରନ୍ତି। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ରହିବା କାରଣରୁ ସାମୟିକ ଖୁସି ହେବେ। ସୁସମ୍ପର୍କ ନଥିବା ବନ୍ଧୁଙ୍କଠାରୁ ମିଥ୍ୟା ଗୁଜବ ଶୁଣି ଆତଙ୍କିତ ହୁଅନ୍ତୁ ନାହିଁ।
ଧନୁ
ଧନୁ
ଆଜିର କାର୍ଯ୍ୟାରମ୍ଭରେ ସାମାନ୍ୟ ଯୁକ୍ତିତର୍କ ମନକୁ ନିରୁତ୍ସାହିତ କରିପାରେ। ବାଣିଜ୍ୟ କ୍ଷେତ୍ରରେ ସାଧାରଣ ସମସ୍ୟାଟି ପାଇଁ ବିଶେଷ ଅସୁବିଧା ହେବ ନାହିଁ। କୌଣସି ବ୍ୟକ୍ତିଙ୍କଠାରୁ କିଛି କଥା ଶୁଣି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ। ନୂତନ କର୍ମସଂସ୍ଥାନ ପାଇଁ କିମ୍ବା ସ୍ଥାନାନ୍ତର ସକାଶେ ମନ ବଳିବ ଏବଂ ଆନୁଷଙ୍ଗିକ ଅନୁକୂଳ ସୂଚନା ପାଇପାରିବେ।
ମକର
ମକର
ବନ୍ଧୁଙ୍କ ସାହାଯ୍ୟ ସହଯୋଗ ଓ ସହମତି ମାଧ୍ୟମରେ ପ୍ରତ୍ୟେକ କାମ ସମ୍ପନ୍ନ ହେବ। ପରିବାରରେ ମଧ୍ୟ ଆଦରଣୀୟ ରହିବେ ଓ ବାଣିଜ୍ୟ, ବ୍ୟବସାୟରେ ଲାଭବାନ୍‌ ହେବେ। ବକେୟା ଅର୍ଥ ସାମାନ୍ୟ ଯୁକ୍ତିତର୍କ ପରେ ପାଇବେ, କିନ୍ତୁ ସାଧାରଣ କଥା କଟାକଟି ପରେ। ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା କ୍ଷେତ୍ରରେ ଉନ୍ନତ ଫଳ ପାଇବେ।
କୁମ୍ଭ
କୁମ୍ଭ
ଅଟକି ରହିଥିବା କାମ, ପରୋକ୍ଷ ଶତ୍ରୁତା, ବନ୍ଧୁଙ୍କ ବେଖାତିର ମନୋଭାବ ତିକ୍ତ ଅନୁଭୂତି ସୃଷ୍ଟି କରିବ। ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ଭଲ। ସାହିତ୍ୟ, ସଙ୍ଗୀତ ଓ କ୍ରୀଡ଼ା କ୍ଷେତ୍ରରେ ପିଲାଙ୍କ ସଫଳତାରେ ଆନନ୍ଦ ଅନୁଭବ କରିବେ। ସାମାଜିକ ସ୍ତରରେ, ସଭାସମିତିରେ, ପ୍ରଶାସନିକ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟ କରିବେ।
ମୀନମୀନ

ଆଜିର କର୍ମାରମ୍ଭ ଓ ସଭାସମିତିରେ ଆଲୋଚନା ତଥା ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ। ପାରିପାର୍ଶ୍ୱିକ କ୍ଷେତ୍ରରେ ନୀଚ ବର୍ଗର ବ୍ୟକ୍ତିଙ୍କ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ଜମିଜମା, ସଭାସମିତି, ଆଲୋଚନା କ୍ଷେତ୍ର ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ବନ୍ଧୁମାନଙ୍କ ସହ ଭ୍ରମଣ, ଧାର୍ମିକ କାର୍ଯ୍ୟ, ପାରିବାରିକ ସ୍ନେହ, ସୌହାର୍ଦ୍ଦ୍ୟ ମଧ୍ୟରେ ଦିନଟି ଅତିବାହିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ନଭେମ୍ବର ୧ ତାରିଖ – Daily Horoscope

ମେଷ ଆଜିର ଦୁର୍ଲଭ ଚନ୍ଦ୍ରମଙ୍ଗଳ ଯୋଗରୁ ମନ ଯେମିତି, ଉଚ୍ଚ କାମ ମଧ୍ୟ ସେମିତି ସରସ, ସୁନ୍ଦର ରହିବ। ବନ୍ଧୁଙ୍କ ଅନୁରୋଧରେ ନୂଆ ସ୍ଥାନକୁ ବୁଲିଯିବାର ସୁଯୋଗ…

ରାଶିଫଳ: ଶନିବାର, ଅକ୍ଟୋବେର ୩୧ ତାରିଖ – Daily Horoscope

ମେଷ ସମସ୍ତ ସୁବିଧା ଥିଲେ ମଧ୍ୟ କାମ ହାସଲରେ ବାଧା କାରଣରୁ ମାନସିକ ଅବସ୍ଥା ଭଲ ରହିବ ନାହିଁ। ବହୁତ ଦିନରୁ ଟଙ୍କା ନେଇଥିବା ଲୋକ ବିଷୟରେ…

ରାଶିଫଳ: ଶୁକ୍ରବାର, ଅକ୍ଟୋବର ୩୦ ତାରିଖ – Daily Horoscope

ମେଷ ଆଶ୍ୱିନ ନକ୍ଷତ୍ର ବିଭିନ୍ନ ସମସ୍ୟା ବିଜଡ଼ିତ ରହି କାର୍ଯ୍ୟହାନି, ମନସ୍ତାପ ଓ ବିବାଦରେ ଲିପ୍ତ ରହିପାରନ୍ତି। ପାରିବେଶିକ କୁପ୍ରଭାବରେ ସ୍ବାସ୍ଥ୍ୟ ଓ ପୂର୍ବ ଶତ୍ରୁତା ସମ୍ପର୍କୀୟ…

ରାଶିଫଳ: ଗୁରୁବାର, ଅକ୍ଟୋବର ୨୯ ତାରିଖ – Daily Horoscope

ମେଷ କର୍ମାଧିପ ଦ୍ୱାଦଶ ଭାବରେ ରହିଥିବାରୁ କାର୍ଯ୍ୟହାନି, କଳହ, ଧନକ୍ଷୟାଦି ଘଟିପାରେ। ଏହା ସାଙ୍ଗକୁ ଦୀର୍ଘ ଦିନରୁ ଅଟକି ରହିଥିବା କାମଗୁଡ଼ିକ ଯୋଗୁ ମାନସିକ ଶାନ୍ତି ବ୍ୟାହତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?