Posted inRasifala

ରାଶିଫଳ: ରବିବାର, ଅଗଷ୍ଟ ୨୫ ତାରିଖ – Daily Horoscope

ମେଷ
ଆଜି ଶ୍ରୀଚନ୍ଦ୍ର କାରଣରୁ ବୈଷୟିକ ଅଭିବୃଦ୍ଧି ଘଟିବ। ପାରିବାରିକ ଜୀବନର ଦୁଃଖ, ସୁଖକୁ ମନ ଭିତରେ ଲୁଚାଇ ଅନ୍ୟମାନଙ୍କୁ ସୁହାଇଲା ଭଳି କଥା କହିବେ। କର୍ମକ୍ଷେତ୍ର ଓ ପରିବାରର କିଛି ବ୍ୟତିକ୍ରମକୁ ନେଇ ଚିନ୍ତା ପ୍ରକଟ କରିପାରନ୍ତି। ଦୀର୍ଘଦିନ ହେଲା ଅପ୍ରିୟଥିବା ସହକର୍ମୀଙ୍କ ମନଗଢ଼ା କଥା ମନକୁ ବେଶୀ ଆନ୍ଦୋଳିତ କରିପାରେ।
ବୃଷ
ବୃଷ
ବନ୍ଧୁଙ୍କ ଆଦର, ପ୍ରିୟଜନଙ୍କ ସାନ୍ନିଧ୍ୟ, ଫେରି ପାଇଥିବା ଜିନିଷକୁ ନେଇ ମନ ଖୁସି ରହିବ। ସ୍ଥାନାନ୍ତର, ବ୍ୟୟବହୁଳ କାର୍ଯ୍ୟ, ଦୂରଯାତ୍ରା କରିପାରନ୍ତି। ସରକାରୀ ସ୍ତରରୁ ପ୍ରତୀକ୍ଷିତ ଖବରଟି ଆଜି ପାଇପାରିବେ। ସଭାସମିତି, ଆଲୋଚନା, ପ୍ରକାଶନ, କଚେରି ମାମଲା ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ।
ମିଥୁନ
ମିଥୁନ
ପାରିବାରିକ ଜୀବନକୁ ସୁଧାରିବାରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। କର୍ମକ୍ଷେତ୍ରରେ ଅସୁବିଧାବଶତଃ କାମଗୁଡ଼ିକ ଅଟକି ରହିଥିବାରୁ ଚିନ୍ତା ବଢ଼ିଯିବ। ସମ୍ପର୍କୀୟଙ୍କ ସହ ଅଧିକାଂଶ ସମୟ ଆଳାପରେ ସମୟ କଟାଇବେ। ଯାନବାହନ, ଜମିଜମା, ଗୃହସୀମା, ମାଲିମକଦ୍ଦମା ଓ ଆନୁଷ୍ଠାନିକ କର୍ମରେ ସମସ୍ୟା ଲାଗି ରହିବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସୁବିଧାରେ କାର୍ଯ୍ୟ ହାସଲ ଦିଗରେ ଅନୁକୂଳ ପରିବେଶ ସୃଷ୍ଟି ହେବ। ନିଜ ପରିସରରେ ରହୁଥିବା କିମ୍ବା ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିଙ୍କ ସହଯୋଗ ପାଇପାରିବେ। ଗୃହ, ଯାନବାହନ ତଥା ଯାନ୍ତ୍ରିକ ଜିନିଷର ମରାମତି ପାଇଁ ବ୍ୟଗ୍ର ହେବେ। କଳା, ସାହିତ୍ୟରେ ଉନ୍ନତି କରିବେ ଓ ଏହା ସହ ବ୍ୟବସାୟରେ ଲାଭବାନ ହେବେ।
ସି˚ହ
ସି˚ହ
ଅନ୍ୟମାନଙ୍କୁ ସୁହାଇଲା ଭଳି କଥା କହି ନିଜର କାମ ହାସଲ କରିବାରେ ସମର୍ଥ ହେବେ। ପରିବାର ଭିତରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହେବାକୁ ପଡ଼ିବ। ସାହିତ୍ୟ, କଳା ଓ ରଚନାମତ୍କ କାମରୁ ପ୍ରଶଂସିତ ହେବେ। ଆଲୋଚନା ପରିସରରେ ହସଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ।
କନ୍ୟା
ଆପଣଙ୍କ ଶ୍ରୁତିମଧୁର କଥା ଓ କାମ କରିବାର ଦକ୍ଷତା ହେତୁ ବହୁଜନ ପ୍ରଶଂସିତ ହେବେ। ଆର୍ଥିକ ଦିଗଟି ଭଲ ରହିବା ସହ ପ୍ରତ୍ୟେକ କାମ ସମ୍ପାଦିତ ହୋଇପାରିବ। ବ୍ୟବସାୟ, ବାଣିଜ୍ୟ, ପ୍ଲଟିଂ କାରବାରରେ ମାନମନାନ୍ତର ଦେଖାଦେଇପାରେ। ବନ୍ଧୁମାନେ ଆବଶ୍ୟକ ସହଯୋଗ କରିବେ ଏବଂ ମଧ୍ୟାହ୍ନରେ ଟେନସନ୍‌ ଦୂର ହେବ।
ତୁଳା
ତୁଳା
ଆଜି ନୂତନ ଉଦ୍ଦୀପନାର ସହ ପ୍ରତ୍ୟେକ କାମ କରିପାରିବେ। ସନ୍ତାନଙ୍କ ଶିକ୍ଷା, ସ୍ବାସ୍ଥ୍ୟ ଓ ସ୍ବଭାବ ଯୋଗୁ ବିଚଳିତ ରହିବେ। ପ୍ରଶାସନିକ ସ୍ତରରେ କିମ୍ବା ଅଫିସରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବାଣିଜ୍ୟ, ବ୍ୟବସାୟ, ପରିବହନ, ପ୍ଲଟିଂ କାରବାର, ଆଲୋଚନା ଓ କଚେରି ମାମଲା କ୍ଷେତ୍ରରେ ଶୁଭ ଫଳ ପାଇବେ।
ବିଛା
ବିଛା
ବନ୍ଧୁଙ୍କ ସହ ଆଳାପର ସୁଯୋଗ ପରିପ୍ରେକ୍ଷୀରେ ଦୂରଯାତ୍ରା ସମ୍ପର୍କରେ ଯୋଜନା ପ୍ରସ୍ତୁତ କରିପାରନ୍ତି। କର୍ମକ୍ଷେତ୍ରରୁ ଆଜି ଘରକୁ ଫେରିବା ସମୟରେ କିଛି ମୂଲ୍ୟବାନ ଜିନିଷ ଆଣିପାରନ୍ତି। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ରହିବା କାରଣରୁ ସାମୟିକ ଖୁସି ହେବେ। ସୁସମ୍ପର୍କ ନଥିବା ବନ୍ଧୁଙ୍କଠାରୁ ମିଥ୍ୟା ଗୁଜବ ଶୁଣି ଆତଙ୍କିତ ହୁଅନ୍ତୁ ନାହିଁ।
ଧନୁ
ଧନୁ
ଆଜିର କାର୍ଯ୍ୟାରମ୍ଭରେ ସାମାନ୍ୟ ଯୁକ୍ତିତର୍କ ମନକୁ ନିରୁତ୍ସାହିତ କରିପାରେ। ବାଣିଜ୍ୟ କ୍ଷେତ୍ରରେ ସାଧାରଣ ସମସ୍ୟାଟି ପାଇଁ ବିଶେଷ ଅସୁବିଧା ହେବ ନାହିଁ। କୌଣସି ବ୍ୟକ୍ତିଙ୍କଠାରୁ କିଛି କଥା ଶୁଣି ନିଜ ଲୋକଙ୍କୁ ଭୁଲ୍‌ ବୁଝିବେ। ନୂତନ କର୍ମସଂସ୍ଥାନ ପାଇଁ କିମ୍ବା ସ୍ଥାନାନ୍ତର ସକାଶେ ମନ ବଳିବ ଏବଂ ଆନୁଷଙ୍ଗିକ ଅନୁକୂଳ ସୂଚନା ପାଇପାରିବେ।
ମକର
ମକର
ବନ୍ଧୁଙ୍କ ସାହାଯ୍ୟ ସହଯୋଗ ଓ ସହମତି ମାଧ୍ୟମରେ ପ୍ରତ୍ୟେକ କାମ ସମ୍ପନ୍ନ ହେବ। ପରିବାରରେ ମଧ୍ୟ ଆଦରଣୀୟ ରହିବେ ଓ ବାଣିଜ୍ୟ, ବ୍ୟବସାୟରେ ଲାଭବାନ୍‌ ହେବେ। ବକେୟା ଅର୍ଥ ସାମାନ୍ୟ ଯୁକ୍ତିତର୍କ ପରେ ପାଇବେ, କିନ୍ତୁ ସାଧାରଣ କଥା କଟାକଟି ପରେ। ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା କ୍ଷେତ୍ରରେ ଉନ୍ନତ ଫଳ ପାଇବେ।
କୁମ୍ଭ
କୁମ୍ଭ
ଅଟକି ରହିଥିବା କାମ, ପରୋକ୍ଷ ଶତ୍ରୁତା, ବନ୍ଧୁଙ୍କ ବେଖାତିର ମନୋଭାବ ତିକ୍ତ ଅନୁଭୂତି ସୃଷ୍ଟି କରିବ। ବାଣିଜ୍ୟ ଓ ପରିବହନ ପାଇଁ ଦିନଟି ଭଲ। ସାହିତ୍ୟ, ସଙ୍ଗୀତ ଓ କ୍ରୀଡ଼ା କ୍ଷେତ୍ରରେ ପିଲାଙ୍କ ସଫଳତାରେ ଆନନ୍ଦ ଅନୁଭବ କରିବେ। ସାମାଜିକ ସ୍ତରରେ, ସଭାସମିତିରେ, ପ୍ରଶାସନିକ କ୍ଷେତ୍ରରେ ସଫଳତାର ସହ କାର୍ଯ୍ୟ କରିବେ।
ମୀନମୀନ

ଆଜିର କର୍ମାରମ୍ଭ ଓ ସଭାସମିତିରେ ଆଲୋଚନା ତଥା ଆନୁଷ୍ଠାନିକ କାମରେ ବ୍ୟସ୍ତ ରହିବେ। ପାରିପାର୍ଶ୍ୱିକ କ୍ଷେତ୍ରରେ ନୀଚ ବର୍ଗର ବ୍ୟକ୍ତିଙ୍କ ଦ୍ୱାରା ସମସ୍ୟା ସୃଷ୍ଟି ହୋଇପାରେ। ଜମିଜମା, ସଭାସମିତି, ଆଲୋଚନା କ୍ଷେତ୍ର ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ। ବନ୍ଧୁମାନଙ୍କ ସହ ଭ୍ରମଣ, ଧାର୍ମିକ କାର୍ଯ୍ୟ, ପାରିବାରିକ ସ୍ନେହ, ସୌହାର୍ଦ୍ଦ୍ୟ ମଧ୍ୟରେ ଦିନଟି ଅତିବାହିତ ହେବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମେ ୨୩ ତାରିଖ – Daily Horoscope

ମେଷ ଚନ୍ଦ୍ରଙ୍କ ଏକାଦଶରେ ଶୁକ୍ର ପ୍ରଭାବରେ ବନ୍ଧୁମିଳନରୁ ଖୁସିରେ ସମୟ କାଟିବେ। ଦ୍ୱିଜା ନକ୍ଷତ୍ର କର୍ମକ୍ଷେତ୍ର ଓ ପାରିବାରିକ ତଥା ସାମାଜିକ ସ୍ତରରେ ଚର୍ଚ୍ଚିତ ହୋଇପାରନ୍ତି। ନିଜ…

ରାଶିଫଳ: ଶୁକ୍ରବାର , ମେ ୨୨ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଦୃଢ ମାନସିକତା ଯୋଗୁ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବେ। ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ…

ରାଶିଫଳ: ଗୁରୁବାର, ମେ ୨୧ ତାରିଖ – Daily Horoscope

ମେଷ ଆଜି କର୍ମାଧିପତିଙ୍କ ନକ୍ଷତ୍ରରେ ଚନ୍ଦ୍ର ରହିଥିବାରୁ ଆପଣ ଉନ୍ନତ ଚିନ୍ତା ଓ ନୂତନ ଯୋଜନାର ଶୁଭାରମ୍ଭ କରିବେ। ଉଚ୍ଚପଦାଧିକାରୀଙ୍କ ସହଯୋଗ ମନକୁ ପ୍ରଫୁଲ୍ଲିତ କରାଇବ। ପରିବାରରେ…

ରାଶିଫଳ: ମଙ୍ଗଳବାର, ମେ ୧୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଆପଣଙ୍କ ଉଦ୍ୟମକୁ ଚରିତାର୍ଥ କରାଇବାରେ ସହାୟକ ହେବ ା ଉଚ୍ଚମନ, ଉକତ୍ୃଷ୍ଟ ବିଚାରଧାରା, ପାରିବାରିକ ସହଯୋଗରେ କାମ ହାସଲ କରିବାରେ ମଧ୍ୟ କିଛି…

ରାଶିଫଳ: ସୋମବାର, ମେ ୧୮ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ର ଏବଂ ପାରିବାରିକ ସ୍ଥିତି ପ୍ରୀତିପ୍ରଦ ରହିବ। ବ୍ୟବହାରରେ ସଂଯମତା ଅଭାବରୁ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। ବିଭିନ୍ନ ପ୍ରକାର କାର୍ଯ୍ୟ ବ୍ୟସ୍ତତା କାରଣରୁ…

ରାଶିଫଳ: ରବିବାର, ମେ ୧୭ ତାରିଖ – Daily Horoscope

ମେଷ ଆଜି କୃତ୍ତିକା ନକ୍ଷତ୍ରସ୍ଥ ଚନ୍ଦ୍ର ଆର୍ଥିକ, ସାମାଜିକ ଏବଂ ପାରିବାରିକ ଜୀବନକୁ ଋଦ୍ଧିମନ୍ତ କରିବ। ଦ୍ୱାଦଶସ୍ଥ ମଙ୍ଗଳ ଭ୍ରାତୃ ସମ୍ପର୍କରେ ତିକ୍ତତା ସୃଷ୍ଟି ହେବ। କର୍ମକ୍ଷେତ୍ରରେ…

ରାଶିଫଳ: ଶନିବାର, ମେ ୧୬ ତାରିଖ – Daily Horoscope

ମେଷ ଆଜି କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ଘାତଚନ୍ଦ୍ର ଯୋଗୁ ବାଣିଜ୍ୟ ବାଧାପ୍ରାପ୍ତ ହୋଇପାରେ। ପାରିବାରିକ ଜୀବନରେ ବୁଝାମଣା କ୍ଷେତ୍ରରେ ମତାନ୍ତରର…

ରାଶିଫଳ: ଶୁକ୍ରବାର, ମେ ୧୫ ତାରିଖ – Daily Horoscope

ମେଷ ବିଶିଷ୍ଟବ୍ୟକ୍ତିଙ୍କ ସହାୟତାରେ କାମଗୁଡ଼ିକୁ ସମ୍ପନ୍ନ କରିବାରେ କିଛି ଅସୁବିଧା ହେବନାହିଁ। ରହି ଯାଇଥିବା ଫାଇଲ କାମଟିକୁ ଆଜି ହିଁ ଆରମ୍ଭ କରିବାକୁ ମନ ବଳାଇବେ ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri