Posted inRasifala

ରାଶିଫଳ: ରବିବାର, ଏପ୍ରିଲ୍‌ ୨୫ ତାରିଖ – Daily Horoscope

ମେଷ
ଆଜି କର୍ମଭାବକୁ ମଙ୍ଗଳଙ୍କ ଦୃଷ୍ଟି ଶନିଙ୍କ ଉପରେ ନିପତିତ ହେଉଥିବାରୁ ଯେକୌଣସି ପରିସ୍ଥିତିରେ କାର୍ଯ୍ୟ ହାସଲ କରିବେ। ପ୍ରତ୍ୟୁଷ ଯାତ୍ରା, ନୂତନ କର୍ମାରମ୍ଭ ଓ ଆନୁଷ୍ଠାନିକ କ୍ଷେତ୍ର ପାଇଁ କୌଣସି ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ। ସ୍ବାସ୍ଥ୍ୟରେ ଊନ୍ନତି ଘଟିବାର ସମ୍ଭାବନା ରହିଛି। ସାମାଜିକ ସ୍ତରରେ ପଡ଼ୋଶୀମାନେ ଆପଣଙ୍କ ପରାମର୍ଶ ଲୋଡ଼ିପାରନ୍ତି।
ବୃଷ
ବୃଷ
ଚନ୍ଦ୍ର ଓ ବୃହସ୍ପତି ଷଡ଼ାଷ୍ଟକ ସ୍ଥିତିରେ ରହିଥିବାରୁ ପାଇବାକୁ ଥିବା ଟଙ୍କା କିମ୍ବା ଜିନିଷ ପାଇ ନ ପାରନ୍ତି। ଚେଷ୍ଟା କରୁଥିବା କାମରେ ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ପ୍ରକଳ୍ପ କାମ, ନିର୍ମାଣ ତଥା ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟରେ ଆଂଶିକ ସଫଳତା ପାଇବେ। କୌଣସି ମୂଲ୍ୟବାନ୍‌ ଜିନିଷ କିଣିବା ସକାଶେ ମନ ବଳାଇ ପାରନ୍ତି।
ମିଥୁନ
ମିଥୁନ
ଭୂସୁତଙ୍କ ପ୍ରଭାବରେ ମାନସିକ ସ୍ତରରେ ବ୍ୟଗ୍ରତା ଓ ଅସ୍ଥିରତା ବୃଦ୍ଧି ପାଇବ। କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ରପତ୍ାନି କାରବାରରେ କଳହ କିମ୍ବା ବନ୍ଧୁଙ୍କ ସହ ମତାନ୍ତର ଏହାର କାରଣ ହୋଇପାରେ। ଅସୁବିଧାରେ ପଡ଼ିଥିବା ଲୋକଟିକୁ ସାହାଯ୍ୟ କରି ପ୍ରଶଂସାର ପାତ୍ର ହେବେ। ବ୍ୟବସାୟୀମାନେ ଲକ୍ଷ୍ୟ ହାସଲ କରିବେ।
କର୍କଟ
କର୍କଟ
ଭାଗ୍ୟସ୍ଥାନକୁ ଚନ୍ଦ୍ରଙ୍କ ଦୃଷ୍ଟି ଅଭିଳଷିତ ଫଳ ପାଇବାରେ ସାହାଯ୍ୟ କରିବ। କିନ୍ତୁ ଅଶ୍ଳେଷା ନକ୍ଷତ୍ର ଘରୋଇ କ୍ଷେତ୍ରରେ ସମାଲୋଚନା, ବନ୍ଧୁମାନଙ୍କ ନିନ୍ଦାଗାନ ଶୁଣି ନୀରବ ରହିବ। ରକ୍ତଚାପ ବୃଦ୍ଧି ପାଇବା କାରଣରୁ ଚିଡ଼ିଚିଡ଼ା ହୋଇପାରନ୍ତି। ପ୍ରଶାସନିକ ସ୍ତରରେ ଚେଷ୍ଟା କରୁଥିବା କାମରେ ସଫଳତା ହାସଲ କରି ପ୍ରଶଂସିତ ହେବେ।
ସି˚ହ
ସି˚ହ
ଆଜି ସକାଳୁ କାର୍ଯ୍ୟକ୍ଷେତ୍ରକୁ ଶୀଘ୍ର ଯିବାକୁ ଆହ୍ବାନ ଆସିପାରେ। କେତୁଙ୍କ ପ୍ରଭାବରେ ଜଞ୍ଜାଳ ଏତେ ମାତ୍ରାରେ ବଢ଼ିଯିବ ଯେ- ସାମାନ୍ୟ ଫୁରୁସତ୍‌ ମଧ୍ୟ ପାଇବେ ନାହିଁ। ବିଭିନ୍ନ ପାରିବାରିକ ସମସ୍ୟା ନେଇ ମାନସିକ ସ୍ଥିତି ଠିକ୍‌ ରହି ନ ପାରେ। ଶିଳ୍ପ, ବାଣିଜ୍ୟ, ପରିବହନ, ହୋଟେଲ, ଯାନ୍ତ୍ରିକ ଶିଳ୍ପ ଓ ପରିବହନରେ ସଫଳତା ମିଳିବ।
କନ୍ୟା
ଶନିକ୍ଷେତ୍ରସ୍ଥ ବୃହସ୍ପତିଙ୍କ ଦୁର୍ବଳତା ପରିବାରରେ ଅଶାନ୍ତ ପରିସ୍ଥିତି, ବନ୍ଧୁଙ୍କ ଅନୁଚିତ କାର୍ଯ୍ୟକଳାପ ଦୁଶ୍ଚିନ୍ତାର କାରଣ ହୋଇପାରେ। ଆଲୋଚନା ପରିସରରେ ସଂଯମତା ରକ୍ଷା ନ କଲେ ବିବାଦଗ୍ରସ୍ତ ହୋଇପଡ଼ିବେ। ବ୍ୟବସାୟ, ନିର୍ମାଣ, କଚେରି ମାମଲା ଦିଗରୁ ଆଶ୍ୱସ୍ତି ଲାଭର ସୂଚନା ପାଇବେ। ଅନ୍ୟମନସ୍କତା କେତେକ ବ୍ୟତିକ୍ରମର କାରଣ ପାଲଟି ଯାଇପାରେ।
ତୁଳା
ତୁଳା
ତିନୋଟି ଗ୍ରହ ରାଶିକୁ ଦେଖୁଥିବାରୁ ଯାହା ଚାହୁଁଛନ୍ତି ତାହା କରିପାରିବେ, ପ୍ରତିବନ୍ଧକ ବିନା ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। ଦେବଗୁରୁ ବୁଝାମଣା କ୍ଷେତ୍ରରେ ବ୍ୟତିକ୍ରମ ସୃଷ୍ଟି କରି ଅଶାନ୍ତ ପରିସ୍ଥିତି ସୃଷ୍ଟି କରିପାରନ୍ତି। ଜମିଜମା କିମ୍ବା ନିର୍ମାଣ ଓ ସାଙ୍ଗଠନିକ କ୍ଷେତ୍ରରେ ବିତର୍କର ସମ୍ଭାବନା ରହିଛି। ଯାନବାହନ ଚାଳନାରେ ସତର୍କ ରହନ୍ତୁ।
ବିଛା
ବିଛା
କର୍ମାଧିପ ଅଷ୍ଟମସ୍ଥ ହେତୁ ଅନୁପସ୍ଥିତି ପାଇଁ କୈଫିୟତ ଦେବାକୁ ପଡ଼ିପାରେ। ଆପଣଙ୍କ ଆସିବା ବାଟକୁ ଚାହିଁ ବସିଥିବା ବନ୍ଧୁଟି ମନେମନେ ବିରକ୍ତି ପ୍ରକାଶ କରିବ। ପୂର୍ବର ଅସୁବିଧାଜନକ ସମୟ କ୍ରମଶଃ ବଦଳିଯିବ ଓ ବନ୍ଧୁମାନେ ସହଯୋଗର ହାତ ବଢ଼ାଇବେ। ଯାତ୍ରା, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ।
ଧନୁ
ଧନୁ
ପରିବାର ମଧ୍ୟରେ ବୁଝାମଣାର ଅଭାବରୁ ଅଧିକାଂଶ ସମୟ ଅନ୍ୟମନସ୍କ ରହିବେ। ସ୍ବଗୃହୀ ବଳବାନ୍‌ ଧନାଧିପଙ୍କ ଯୋଗୁଁ ଆର୍ଥିକ ସ୍ଥିତି ବହୁତ ଭଲ ରହିବ ଏବଂ କୌଣସି ମୂଲ୍ୟବାନ୍‌ ଜିନିଷ ଖରିଦ କରିପାରନ୍ତି। ଆମତ୍ୀୟମାନେ ଆପଣଙ୍କ କାର୍ଯ୍ୟକୁ ପସନ୍ଦ ନ କଲେ ମଧ୍ୟ ମୁହଁ ଆଗରେ କିଛି କହିପାରିବେ ନାହିଁ।
ମକର
ମକର
ଅତୀତରେ ଘଟି ଯାଇଥିବା ଯେଉଁ ବ୍ୟତିକ୍ରମ ପାଇଁ ଝାମେଲାର ଆଶଙ୍କା କରୁଛନ୍ତି, ସେମିତି କିଛି ହେବ ନାହିଁ। ଚତୁର୍ଥସ୍ଥ ଗ୍ରହ ପ୍ରଭାବରେ ପାରିବାରିକ କ୍ଷେତ୍ରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ। ଆନୁଷ୍ଠାନିକ କ୍ଷେତ୍ରରେ କିମ୍ବା ସଭାସମିତିରେ ପ୍ରଶଂସିତ ହେବେ। ବନ୍ଧୁଙ୍କ ସକାଶେ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ।
କୁମ୍ଭ
କୁମ୍ଭ
ରାଶିସ୍ଥ ବୃହସ୍ପତିଙ୍କ ଯୋଗୁଁ ପ୍ରତ୍ୟେକ କ୍ଷେତ୍ରରେ ବୁଝାମଣା ଠିକ୍‌ ରହିବା ହେତୁ ବିବାଦ ଅପସରି ଯିବ। ମଙ୍ଗଳ ହେତୁ ପିଲାଙ୍କ ସକାଶେ କୌଣସି ବ୍ୟକ୍ତିଙ୍କ ସହ ତର୍କର ସମ୍ମୁଖୀନ ହୋଇପାରନ୍ତି। ବ୍ୟବସାୟ, ବାଣିଜ୍ୟ ଓ କଳା ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ। ପାରିବାରିକ କ୍ଷେତ୍ରରେ ବନ୍ଧୁଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ।
ମୀନମୀନ
ବିଭିନ୍ନ ସମସ୍ୟା ବିଜଡ଼ିତ ରହିଲେ ମଧ୍ୟ ପାରିବାରିକ ସଦ୍ଭାବ ମନକୁ ବୁଝାଇବାରେ ସାହାଯ୍ୟ କରିବ। ବନ୍ଧୁ ଗହଣରେ ପ୍ରତିକ୍ରିୟାଶୀଳ ହେଲେ ମନାନ୍ତର ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇବା ଠିକ୍‌ ନୁହେଁ। ସାମାଜିକ ସ୍ତରରେ କାମ ହାସଲ କରି ମାନସିକ ପରିତୃପ୍ତି ଲାଭ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri