Posted inRasifala

ରାଶିଫଳ: ବୁଧବାର, ନଭେମ୍ବର ୨୪ ତାରିଖ – Daily Horoscope

ମେଷ
ଆଜି ସତ୍‌କାର୍ଯ୍ୟରେ ବ୍ୟୟ କରିବା ସଙ୍ଗକୁ କର୍ମାରମ୍ଭ ପ୍ରୀତିପ୍ରଦ ରହିବ। ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବା ସକାଶେ ନିଷ୍ପତ୍ତି ନେବେ। କର୍ମକ୍ଷେତ୍ରରେ ମିଠା ପ୍ରତିଶ୍ରୁତି ପାଇବେ ସତ, ମାତ୍ର ଆଶା କରିଥିବା ଦିଗରୁ ମୂଲ୍ୟବାନ୍‌ ଜିନିଷଟି ପ୍ରାପ୍ତି ହେବ ନାହିଁ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ ବ୍ୟସ୍ତ ବିବ୍ରତ ରହିପାରନ୍ତି।
ବୃଷ
ବୃଷ
ନିଜର ସ୍ବାର୍ଥ ସାଧନ ପରିପ୍ରେକ୍ଷୀରେ ଅନ୍ୟମାନଙ୍କ ସହ ମିତ୍ରତା କରିବା ସକାଶେ ମନ ବଳାଇବେ। ପରିସ୍ଥିତି ବଶତଃ ବହୁ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ଅପରାହ୍ନରେ ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶ୍ରୁତି ପାଇ ଟେନସନ୍‌ ଦୂର ହେବ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା କାରଣରୁ ସାମୟିକ ବ୍ୟସ୍ତତା ବଢ଼ିଯିବ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ହେଁ ସେଥିରୁ ଓହରି ଆସି ପାରିବେ ନାହିଁ। ଅତୀତ ଘଟଣାକୁ କେନ୍ଦ୍ରକରି ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହୋଇପାରେ। କର୍ମକ୍ଷେତ୍ରରେ ଉପର ଅଧିକାରୀମାନେ ଆପଣଙ୍କ ସହଯୋଗ ଲୋଡ଼ିପାରନ୍ତି। ରାଜନୀତି ଓ ସାଙ୍ଗଠନିକ କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ।
କର୍କଟ
କର୍କଟ
ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବାରୁ ଆଶ୍ୱସ୍ତି ଲାଭ କରିବେ। ଗୁରୁତ୍ୱପୂର୍ଣ୍ଣ ଆଲୋଚନାର ଶେଷ ପର୍ଯ୍ୟାୟରେ ବନ୍ଧୁ ବିଶ୍ୱାସ ଘାତକତା କରି ପାରନ୍ତି। ଅର୍ଥ ସମ୍ପର୍କୀୟ ଆଲୋଚନା ସୁରୁଖୁରୁରେ ସମ୍ପନ୍ନ ହେବ, ଅବଶ୍ୟ ଏଥିପାଇଁ କିଛିଟା ହଇରାଣ ହେବାକୁ ପଡ଼ିପାରେ। ଆବଶ୍ୟକୀୟ ବିଳାସ ଉପକରଣ କିମ୍ବା ଯାନ୍ତ୍ରିକ ଜିନିଷ କିଣିପାରନ୍ତି।
ସି˚ହ
ସି˚ହ
ପ୍ରତ୍ୟେକ କାମ ସମସ୍ୟା ବହୁଳ ହେଉଥିବା କାରଣରୁ ମନରେ ସରସତା ରହିବ ନାହିଁ। ଈର୍ଷାପର ମନୋଭାବ ନେଇ ଆକସ୍ମିକ ଭାବରେ ଶତ୍ରୁମାନେ ମିତ୍ର ଭଳି ଆଚରଣ କରିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟ କ୍ଷେତ୍ରରେ କୌଣସି ସୁଯୋଗ ହାତଛଡ଼ା ହୋଇପାରେ। ପିଲାମାନଙ୍କ ଶିକ୍ଷା ଓ ପରୀକ୍ଷା ସମ୍ପର୍କୀୟ ସମସ୍ୟା ବଢ଼ିଯାଇପାରେ।
କନ୍ୟା
ବିଭିନ୍ନ ପ୍ରକାରର ସମସ୍ୟାକୁ ସାମନା କରି ମାନସିକ ଦୁର୍ବଳତା ଦେଖାଦେଇପାରେ। ଶତ୍ରୁ ଆପଣଙ୍କ ପଛରେ ଛାଇଭଳି ଲାଗି ରହିପାରନ୍ତି, ଏଣୁ ସାବଧାନ ରହିବା ଭଲ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରିପାରନ୍ତି। ଭାଇଙ୍କ ଅସୁବିଧା ପରିସ୍ଥିତି ବିଷୟ ଚିନ୍ତା କରି ଅଶାନ୍ତ ରହିବେ।
ତୁଳା
ତୁଳା
ଶାରୀରିକ ସ୍ବାସ୍ଥ୍ୟ ପ୍ରତି ସାବଧାନତା ଅବଲମ୍ବନ ନ କଲେ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ବାଣିଜ୍ୟ, ବ୍ୟବସାୟରେ ବିଭିନ୍ନ ପ୍ରକାରର ସମସ୍ୟା ଦେଖା ଦେଇପାରେ। ସାମୂହିକ କାମରେ ସମ୍ମାନନୀୟ ବ୍ୟକ୍ତିବିଶେଷ ସହାୟତା କରିପାରନ୍ତି। ମନୋରଞ୍ଜନ କାର୍ଯ୍ୟକ୍ରମ,ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ବେଶ୍‌ ଆଦୃତ ହେବେ।
ବିଛା
ବିଛା
ସ୍ବାସ୍ଥ୍ୟ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ସାହାଯ୍ୟ ଲାଭ ଆଶାରେ କର୍ମକ୍ଷେତ୍ରରେ ହଠାତ୍‌ ଜଣେ ବନ୍ଧୁ ପ୍ରଗାଢ଼ ଅନୁରକ୍ତି ପ୍ରକାଶ କରିବେ। ଯେଉଁ କାମ ଅନ୍ୟ ମାନଙ୍କ ସକାଶେ ସହଜ ହେଉଛି, ଆପଣଙ୍କ କ୍ଷେତ୍ରରେ କିନ୍ତୁ ତାହାର ଠିକ୍‌ ଓଲଟା ହେବାରୁ ମନ ଭଲ ରହିବ ନାହିଁ। କ୍ରୟବିକ୍ରୟ କ୍ଷେତ୍ରରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି।
ଧନୁ
ଧନୁ
ଆଜିର କର୍ମକ୍ଷେତ୍ରରେ ସାଧାରଣ ଟିକିଏ କଥାରେ ବନ୍ଧୁ ମୁହଁ ଫେରାଇ ନେଇପାରନ୍ତି। ପରିବାରରେ ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବେ। ବନ୍ଧୁଙ୍କ ପରୋକ୍ଷ ଶତ୍ରୁତା ଯୋଗୁ ସାମୟିକ ବିଚଳିତବୋଧ କରିବେ। ଆର୍ଥିକ ଅନଟନ କେତେକ କାମକୁ ସ୍ଥଗିତ ରଖି ଦେଇପାରେ।
ମକର
ମକର
ଆଜି ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି, ସହଯୋଗର ଅଭାବ ରହିବ ନାହିଁ। କର୍ମ କ୍ଷେତ୍ରରେ ଖୁବ୍‌ ଆଶାବାଦୀ ହେବେ ମାତ୍ର ସମ୍ପର୍କ ହାନି ଯୋଗୁଁ ଚିନ୍ତିତ ହେବେ। ବକେୟା ଆଦାୟରେ ସକ୍ଷମ ନ ହେବା କାରଣରୁ ମନ ଭାରାକ୍ରାନ୍ତ ରହିପାରେ। ଆଜି ହିଁ ଶେଷ କରିବାକୁ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟ ହୋଇଯିବ।
କୁମ୍ଭ
କୁମ୍ଭ
ଦୀର୍ଘ ଦିନର ଅପୂରଣୀୟ ଆଶା ମନରେ ଭାବାନ୍ତର ସୃଷ୍ଟି କରିବ। ଆତ୍ମୀୟସ୍ବଜନମାନେ ସ୍ବାର୍ଥ ସାଧନ ଆଶା କ୍ଷୀଣ ଦେଖି ଦୂରେଇ ଯାଇପାରନ୍ତି। ବ୍ୟବସାୟରେ ଉନ୍ନତି, ନିର୍ମାଣରେ ଅଗ୍ରଗତି, ଜମିଜମା କାରବାରରେ ଚୁକ୍ତି ଆଦି କାମ ସମ୍ପନ୍ନ କରିପାରିବେ। ସାଧାରଣ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ଉଠିପାରେ।
ମୀନମୀନ
ପରିବାରର ଖର୍ଚ୍ଚ ବଢ଼ିଯିବା କାରଣରୁ ମନରେ ସରସତା ରହିବ ନାହିଁ। ସାହିତ୍ୟ ଚର୍ଚ୍ଚା, ସାମ୍ବାଦିକତା, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ । ଆଲୋଚନା, ରାଜନୀତି, ସଂଗଠନ, କଳା, ସାହତ୍ୟରେ ଚେଷ୍ଟା ସଫଳ ରୂପ ନେବ । ଆତ୍ମୀୟଙ୍କ ଦ୍ୱାରା ଆମନ୍ତ୍ରିତ ହୋଇ ଭ୍ରମଣ ସୁଯୋଗ ଲାଭ କରିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri