Posted inRasifala

ରାଶିଫଳ: ଗୁରୁବାର, ଜୁନ୍‌ ୨୪ ତାରିଖ – Daily Horoscope

ମେଷ
ଆଜି ଚନ୍ଦ୍ରଙ୍କ ସହ କେତୁଙ୍କ ସଂଯୋଗ ହେତୁ ମାନସିକ ଅସ୍ଥିରତା ଓ ପରିବାରର କିଛି ବ୍ୟତିକ୍ରମକୁ ନେଇ ଚିନ୍ତା ପ୍ରକଟ କରିବେ। ପୁଅ ବୋହୂଙ୍କ କଥା ମନକୁ ବେଶି ଆନ୍ଦୋଳିତ କରିବ। ବନ୍ଧୁଙ୍କୁ ଦେଇଥିବା ଅର୍ଥକୁ କେନ୍ଦ୍ରକରି କିଛି ସମସ୍ୟା ଦେଖାଦେଇପାରେ। କର୍ମକ୍ଷେତ୍ରରେ ବହୁ କଷ୍ଟ ସ୍ବୀକାର କରି ମଧ୍ୟ କାମଟିକୁ ପୂର୍ଣ୍ଣାଙ୍ଗ କରିବାକୁ ଚେଷ୍ଟା କରିବେ।
ବୃଷ
ବୃଷ
ବୃହସ୍ପତି ଦୁଷ୍ଟ ରବିଙ୍କ ଯୋଗୁ ପ୍ରତ୍ୟେକ କାମକୁ ସଫଳତାର ସହ ପୂର୍ଣ୍ଣାଙ୍ଗ କରିପାରିବେ। ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ପାଇ ଖୁସି ହେବେ। ନିର୍ମାଣ, ପ୍ରକାଶନ, କଚେରି ମାମଲା ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ୍ୱ ଦୂର ହେବ। ସହକର୍ମୀ କିମ୍ବା ପଡ଼ୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ।
ମିଥୁନ
ମିଥୁନ
ଆଜି ସମ୍ପର୍କୀୟଙ୍କ ସହ ସାଧାରଣ କଥାରେ ସୁସମ୍ପର୍କ ରହି ନ ପାରେ। ଅତ୍ୟାବଶ୍ୟକ କାମଗୁଡ଼ିକ ଅଟକି ରହିଥିବା କାରଣରୁ ସେହିକଥା ଭାବି ଭାବି ଅନ୍ୟମନସ୍କ ରହିପାରନ୍ତି। ଯାନବାହନ, ଜମିଜମା,ଗୃହସୀମା, ମାଲିମକଦ୍ଦମା ଓ ଆନୁଷ୍ଠାନିକ କର୍ମରେ ସମସ୍ୟା ଲାଗି ରହିବ। ପାରିବାରିକ ସ୍ଥିତିରେ ଉନ୍ନତି ଘଟିପାରେ।
କର୍କଟ
କର୍କଟ
ରାଶିରେ ମଙ୍ଗଳ ଅବସ୍ଥାନ କରିଥିବାରୁ କର୍ମକ୍ଷେତ୍ରରେ ମାନସିକ ଚାପ ବୃଦ୍ଧି କାରଣରୁ ଅପେକ୍ଷାକୃତ ଅସୁବିଧା ଭୋଗିବେ। ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ଲାଭ କରି କୃତକାର୍ଯ୍ୟ ହେବେ। ଗୃହ, ଯାନବାହନ ତଥା ଯାନ୍ତ୍ରିକ ଜିନିଷର ମରାମତି ପାଇଁ ବ୍ୟଗ୍ରତା ପ୍ରକାଶ କରିପାରନ୍ତି। ଆଜିର ଆନୁଷ୍ଠାନିକ କାମଗୁଡ଼ିକ ସମ୍ପୂର୍ଣ୍ଣ ହେବା କଷ୍ଟକର ହୋଇପଡ଼ିବ।
ସି˚ହ
ସି˚ହ
ଲାଭ ସ୍ଥାନରେ ରବି ରହିଥିବାରୁ ଆଜି ଦିନଟିରେ ଯେଉଁ କାମରେ ହାତ ଦେବେ ଅବଶ୍ୟ ସଫଳତା ପାଇବେ। ପରିବାର ଭିତରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି। ସାହିତ୍ୟ, କଳା ଓ ରଚନାତ୍ମକ କାମରେ ଉଚ୍ଚ ପ୍ରଶଂସା ମିଳିବ। ପରୋକ୍ଷ ଶତ୍ରୁତା କିମ୍ବା କ୍ରନିକ୍‌ ରୋଗଜନିତ ପୀଡ଼ା ଅନୁଭବ କରିବେ।
କନ୍ୟା
ପାପଯୁକ୍ତ ଚନ୍ଦ୍ର ଓ ବୁଧଙ୍କ ହେତୁ ସ୍ବାସ୍ଥ୍ୟ କିମ୍ବା ମାନସିକ ସ୍ଥିତି ବିଶେଷ ଭଲ ରହିବ ନାହିଁ। ଅତି ଭଲ ସମ୍ପର୍କ ଥିବା ମିତ୍ରମାନେ ପରୋକ୍ଷ ଭାବେ ଶତ୍ରୁତା ଆଚରଣ କରିବେ। ପୂର୍ବ ଯୋଜନାନୁଯାୟୀ ଆତ୍ମୀୟଙ୍କ ସହ ସୁଖଭ୍ରମଣ ଯୋଗ ରହିଛି। ଗୃହ, ଜମିଜମା, ମାଲିମକଦ୍ଦମା ସମ୍ପର୍କୀୟ ଆଲୋଚନା ବିଗିଡି ଯାଇପାରେ।
ତୁଳା
ତୁଳା
ଚନ୍ଦ୍ର ପାପପ୍ରଭାବସ୍ଥ ଯୋଗୁ କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ସାଙ୍ଗକୁ ପ୍ରତିବନ୍ଧକର ମଧ୍ୟ ସମ୍ମୁଖୀନ ହେବାକୁ ପଡ଼ିପାରେ। କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା, କ୍ରୀଡ଼ା ଓ ଚଳଚ୍ଚିତ୍ର କ୍ଷେତ୍ରରୁ ସୁଫଳ ମିଳିବ। କିଣାବିକାରେ ସତର୍କ ନ ହେଲେ ଠକାମିରେ ପଡ଼ିପାରନ୍ତି। ସନ୍ତାନଙ୍କ ସ୍ବଭାବ ଯୋଗୁ ବିଚଳିତ ହେବାକୁ ପଡ଼ିପାରେ।
ବିଛା
ବିଛା
ରାଶିରେ ଦୁର୍ବଳଚନ୍ଦ୍ରଙ୍କ କୁପ୍ରଭାବରେ ଆଜି ଅସୁବିଧା ନଥିଲେ ମଧ୍ୟ କେତେକ ଘରୋଇ କାରଣକୁ ନେଇ ମନ ବିଚଳିତ ରହିବ। ବାରମ୍ବାର ସ୍ବାସ୍ଥ୍ୟ ଖରାପ ରହୁଥିବାରୁ ତାହାର ସ୍ଥାୟୀ ସମାଧାନ କରିବା ଭଲ ହେବ। ପାରିବାରିକ ସମସ୍ୟା ନେଇ ମାନସିକ ଅସ୍ଥିରତା ସୃଷ୍ଟି ହେବ। ବନ୍ଧୁଙ୍କଠାରୁ ମିଥ୍ୟା ଗୁଜବ ଶୁଣି ଆତଙ୍କିତ ହୁଅନ୍ତୁ ନାହିଁ।
ଧନୁ
ଧନୁ
ଭାଗ୍ୟସ୍ଥାନକୁ ବୃହସ୍ପତିଙ୍କ ଦୃଷ୍ଟି ଯୋଗୁ ଛୋଟ ଛୋଟ କଥାକୁ ବୃହଦାକାରରେ ଚିନ୍ତାକରି ସମସ୍ୟାକୁ ବଢ଼ାଇ ଦେଇ ପାରନ୍ତି। ଅଟକି ରହିଥିବା କାମ ହାସଲ ପାଇଁ ଚେଷ୍ଟା କରି ସଫଳ ହୋଇପାରନ୍ତି। ବ୍ୟବସାୟରେ ସାଧାରଣ ସମସ୍ୟାଟି ପାଇଁ ବିଶେଷ ଅସୁବିଧା ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ।
ମକର
ମକର
ରାହୁ ଯୁକ୍ତ ବୁଧଙ୍କ କୋଣଭାବରେ ସ୍ଥିତି ଯୋଗୁ ସମ୍ପର୍କୀୟଙ୍କ ଦ୍ୱାରା ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ପ୍ରତ୍ୟୁଷ ଯାତ୍ରାରେ ସଫଳତା ପାଇବେ ଓ ଲକ୍ଷ୍ୟ ହାସଲ କରିବେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଅନ୍ୟମାନଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ପରସ୍ପର ମତପାର୍ଥକ୍ୟ କାରଣରୁ ପାରିବାରିକ ଶାନ୍ତି ପାଇବେ ନାହିଁ।
କୁମ୍ଭ
କୁମ୍ଭ
ଯେଉଁ କାମ ହାତକୁ ନେଇଛନ୍ତି ତାହା ସହଜରେ ସମ୍ପନ୍ନ କରିବାରେ କୌଣସି ଅସୁବିଧା ହେବନାହିଁ। ରବିଙ୍କ ଶୁଭସଂସ୍ଥିତି ପ୍ରଭାବରେ ବ୍ୟବସାୟରେ ସମସ୍ୟାକୁ ସୁଧାରି ନେବେ। ଅନ୍ୟମାନଙ୍କ ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ। ପିଲାମାନଙ୍କ ସଫଳତାରେ ଆନନ୍ଦ ଅନୁଭବ କରିପାରନ୍ତି।
ମୀନମୀନ
ପାପଗ୍ରହ ମଧ୍ୟସ୍ଥ ଗୁରୁଙ୍କ ଯୋଗୁ ପାରିବାରିକ ସ୍ଥିତିରେ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ବହୁତ ଖଟଣି ହେତୁ ଶାରୀରିକ ଅସୁସ୍ଥତା ଅନୁଭବ କରିପାରନ୍ତି। ଅବଶ୍ୟ ପ୍ରତିରୋଧ ଦୂରେଇଯିବ ଓ ପ୍ରତିଦ୍ୱନ୍ଦ୍ୱିତାରେ ସଫଳତା ଅର୍ଜନ କରିବେ। ଜମିଜମା କାରବାର, ସଭାସମିତି, ଆଲୋଚନା କ୍ଷେତ୍ର ପାଇଁ ଅନୁକୂଳ ପରିବେଶ ସୃଷ୍ଟି ହେବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ଡିସେମ୍ବର ୨୭ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ସକାଶେ ସାମଗ୍ରିକ ସୁଖସୁବିଧା ସାଙ୍ଗକୁ ସମ୍ମାନ ଓ ପ୍ରଶଂସା ପାଇବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ସକାଶେ ମାର୍ଗଦର୍ଶନ...

ମିଥୁନ ରାଶି ସମେତ ଏହି ରାଶି ଉପରେ ରହିବ ଗଣେଷଙ୍କ କୃପା, ଖୋଲିବ ଭାଗ୍ୟ

କୁମ୍ଭ ରାଶିରେ ଚନ୍ଦ୍ର ନୂତନ ଚିନ୍ତାଧାରା, ଅଭିନବ ନିଷ୍ପତ୍ତି ଏବଂ ସାମୂହିକ ମଙ୍ଗଳ ଉପରେ ଧ୍ୟାନ ଦେବାକୁ ଇଙ୍ଗିତ କରେ। ଧନୁ ରାଶିରେ ସୂର୍ଯ୍ୟ, ମଙ୍ଗଳ...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୨୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ପାପଗ୍ରହ ରାହୁଯୁକ୍ତ କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ତଥାପି ସାମ୍ବାଦିକତା, ଏଜେନ୍‌ଶିପ୍‌, ପରିବହନ, ବାଣିଜ୍ୟରେ ସଫଳତା ପାଇବେ। ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୨୫ ତାରିଖ – Daily Horoscope

ମେଷ ଆଶା କରିଥିବା କାର୍ଯ୍ୟଟିରେ ସଫଳତା ପାଇବା ସକାଶେ ବହୁତ ଶ୍ରମ ସ୍ୱୀକାର କରିବାକୁ ପଡ଼ିପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ।...

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri