Posted inRasifala

ରାଶିଫଳ: ମଙ୍ଗଳବାର, ଅଗଷ୍ଟ ୨୪ ତାରିଖ – Daily Horoscope

ମେଷ
ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ଅର୍ଥ ଓ ସମ୍ମାନ ପାଇବେ। ସତର୍କତା ଅଭାବରୁ ଧନହାନି ସୂଚନା ରହିଛି। ବିଜାତୀୟ ବ୍ୟକ୍ତିର ଶତ୍ରୁତା ହେତୁ କର୍ମକ୍ଷେତ୍ରରେ କୌଣସି କାମ ଶୃଙ୍ଖଳିତ ହୋଇପାରିବ ନାହିଁ। ଅବଶ୍ୟ ଆଜିର ବ୍ୟବସାୟ କ୍ଷେତ୍ର, କଳା, ସାହିତ୍ୟ, ପ୍ରଶାସନିକ କ୍ଷେତ୍ର, ଗବେଷଣା ଓ ଅନୁସନ୍ଧାନାଦି କାର୍ଯ୍ୟରେ ପ୍ରତିଷ୍ଠାର୍ଜନ କରିବେ।
ବୃଷ
ବୃଷ
ବୁଧାଦିତ୍ୟ ଯୋଗର ଫଳ ପ୍ରଭାବରେ ପରିବାର, କର୍ମକ୍ଷେତ୍ର ଏବଂ ସମାଜରେ କୃତି ଓ କୃତିତ୍ୱ କାରଣରୁ ପ୍ରଶଂସିତ ହେବେ। ଆରଦ୍ରା ନକ୍ଷତ୍ର ପାଇଁ ସବୁକିଛି ଠିକ୍‌ ଠାକ୍‌ ଚାଲିଥିଲେ ମଧ୍ୟ ଫଳ ମିଳିବ ଓଲଟା, ଯାହାକୁ ନିଜର ଭାବି ଗୋପନୀୟ କଥା କହିବେ, ସେ ହିଁ ଶେଷରେ ଦାଉ ସାଧିବ। ଆର୍ଥିକ ସମସ୍ୟା, ପାରିବାରିକ ଦ୍ୱନ୍ଦ୍ୱ ଦୂରୀଭୂତ ହେବ।
ମିଥୁନ
ମିଥୁନ
ତୃତୀୟସ୍ଥ ବୁଧ ହେତୁ ପାରିବାରିକ ସମସ୍ୟା ହିଁ ଆଜିର ମୁଖ୍ୟ ଦୁଶ୍ଚିନ୍ତାର କାରଣ ହେବ। ଏହା ସଙ୍ଗକୁ ଦେହ ଭଲ ନ ଲାଗିବା କାରଣରୁ ମଧ୍ୟ ନିରୁତ୍ସାହିତ ରହିପାରନ୍ତି। ନିଜ ନିଜର ସ୍ବାର୍ଥସାଧନ ସକାଶେ ବନ୍ଧୁମାନେ ଆପଣଙ୍କ ଉପରୁ ନଜର ହଟାଇବେ। ସରକାରୀ କ୍ଷେତ୍ରରୁ ଆଦେଶ ପାଇ ଦୂରଯାତ୍ରା କରିବାକୁ ପଡ଼ିପାରେ।
କର୍କଟ
କର୍କଟ
କର୍ମାଧିପ ନୀଚସ୍ଥ ହେତୁ ଯାହା କରୁଛନ୍ତି ଭାବିଚିନ୍ତି କରିବା ଭଲ ହେବ ନତୁବା ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିପାରେ। ପ୍ରତ୍ୟେକ କ୍ଷେତ୍ରରେ ଅଜଣା ଅଶୁଣା ବ୍ୟକ୍ତିଙ୍କଠାରୁ ଦୂରେଇ ରହିବା ଭଲ। ଅଶ୍ଳେଷା ନକ୍ଷତ୍ରର ଆର୍ଥିକ ଅବସ୍ଥା ଭଲ ନ ହେଲେ ମଧ୍ୟ ମନ୍ଦ ହେବ ନାହିଁ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ।
ସି˚ହ
ସି˚ହ
ରାଶ୍ୟାଧିପଙ୍କ ସୁପ୍ରଭାବରୁ ଯେମିତି ଚିନ୍ତା କରୁଛନ୍ତି, ସେମିତି କରି ଚାଲନ୍ତୁ, କିଛି ଅସୁବିଧା ହେବ ନାହିଁ। ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବାରୁ ମନୋବଳ ବୃଦ୍ଧିପାଇବ। ଭାଙ୍ଗି ପଡିଥିବା ବନ୍ଧୁ ସମ୍ପର୍କ ଆଜି ଯୋଡି ହୋଇଯିବା ସମ୍ଭାବନା ରହିଛି। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦ ସୃଷ୍ଟି କରିପାରନ୍ତି।
କନ୍ୟା
ରାଶିରେ ଦୁର୍ବଳ ଶୁକ୍ର ଅବସ୍ଥାନ କରୁଥିବାରୁ ଭଲ ଚିନ୍ତା କଲେ ମଧ୍ୟ ପରିବେଶ ଓ ପରିସ୍ଥିତି ଭଲ ରହିବ ନାହିଁ। ଲୋଭନୀୟ ପ୍ରତିଶ୍ରୁତି ମାଧ୍ୟମରେ ଯାହାକୁ ନିଜ ସପକ୍ଷରେ ଆଣିବାକୁ ଚାହୁଁଛନ୍ତି, ତାହା ଭଲ ହୋଇ ନ ପାରେ। ସାଂସ୍କୃତିକ, ରାଜନୈତିକ ଓ ଆନୁଷ୍ଠାନିକ କ୍ଷେତ୍ରରେ ଲକ୍ଷ୍ୟ ହାସଲରେ ସମର୍ଥ ହେବେ। ଧନ ହାନି ଘଟିପାରେ।
ତୁଳା
ତୁଳା
ଏକାଦଶସ୍ଥ କର୍ମାଧିପତି ଆପଣଙ୍କ ଆଶା ନିଶ୍ଚିତ ସଫଳତା ଲାଭ କରିବ। କିନ୍ତୁ ବନ୍ଧୁ କିମ୍ବା ସହକର୍ମୀଙ୍କର ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁନାହିଁ। ମଙ୍ଗଳଙ୍କ ଦୁର୍ବଳତା ଦାମ୍ପତ୍ୟ ଜୀବନକୁ ବିଶୃଙ୍ଖଳିତ କରିବାର ସୂଚନା ରହିଛି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ କ୍ଷେତ୍ରରେ ମଧ୍ୟ ନୈରାଶ୍ୟଜନକ ସ୍ଥିତି ଉପୁଜିପାରେ।
ବିଛା
ବିଛା
ବନ୍ଧୁ କିମ୍ବା ଆତ୍ମୀୟ ସ୍ବଜନମାନଙ୍କ ଅନାଦର ଭାବ ଓ ବେଖାତିର କଥାରେ ମନ ଭାରାକ୍ରାନ୍ତ ରହିବ। ଅନୁରାଧା ନକ୍ଷତ୍ର ଅସଜଡା ପରିବାରକୁ ସଜାଡିବା ସକାଶେ ଯଥାସାଧ୍ୟ ଚେଷ୍ଟା କରିପାରନ୍ତି। ଦୀର୍ଘଦିନରୁ ଅଟକି ରହିଥିବା କାମଟିକୁ ହଠାତ୍‌ ଆରମ୍ଭକରିବାକୁ ମନସ୍ଥ କରିବେ। ବ୍ୟବସାୟ, ବାଣିଜ୍ୟ, ଏକ ପ୍ରକାରର ଚଳନୀୟ ରହିବ।
ଧନୁ
ଧନୁ
ଆଜି ଦିନ ଭରି କଠୋର ପରିଶ୍ରମଜନିତ ଶାନ୍ତିରେ ସୁନିଦ୍ରା ମଧ୍ୟ ନ ହୋଇପାରେ। କର୍ମାଧିପ ଭାଗ୍ୟସ୍ଥ ଯୋଗୁଁ କୌଣସି ନୂତନ କର୍ମାରମ୍ଭର ପରିକଳ୍ପନା କରିପାରନ୍ତି। ବୃହସ୍ପତିଙ୍କ ଦୁର୍ବଳତା କାରଣରୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବ। ହାତକୁ ନେଇଥିବା ଯୋଜନା ପାଇଁ ପରିବାରରୁ ପୂର୍ଣ୍ଣ ସହଯୋଗ ପାଇବେ।
ମକର
ମକର
ଆଜିର ଯାତ୍ରା, ବାଣିଜ୍ୟ, ଚେଷ୍ଟା କରୁଥିବା କାର୍ଯ୍ୟ ପ୍ରଭୃତିରୁ ସନ୍ତୋଷଜନକ ଫଳ ପାଇବେ। ତଥାପି ମଙ୍ଗଳଙ୍କ କୁପ୍ରଭାବରୁ ଯାନ୍ତ୍ରିକ ତ୍ରୁଟିଜନିତ ସମସ୍ୟା ଦ୍ୱିଗୁଣିତ ହୋଇପାରେ। ଦୀର୍ଘ ଦିନର ବକେୟା ଅର୍ଥ ବନ୍ଧୁଙ୍କ ସହାୟତାରେ ଆଜି ପ୍ରାପ୍ତ ହେବ। କଳା, ସାହିତ୍ୟ, କ୍ରୀଡ଼ା, ସଙ୍ଗୀତ, ଚଳଚ୍ଚିତ୍ରାଦି କ୍ଷେତ୍ରରେ ସମସ୍ୟା ହଟିଯିବ।
କୁମ୍ଭ
କୁମ୍ଭ
କେତୁଙ୍କ କୁପ୍ରଭାବରେ ଆଜିର କାମଗୁଡିକ ବହୁତ ବିଳମ୍ବିତ ସମୟରେ ସମ୍ପନ୍ନ ହେବ। ଅନ୍ୟ ମାନଙ୍କ ନିକଟରୁ ସାହାଯ୍ୟ ଆଶା ନିରର୍ଥକ ହୋଇପାରେ। ଶିଳ୍ପ, ବାଣିଜ୍ୟ, ବୟବସାୟ ଓ ପରିବହନ କ୍ଷେତ୍ରରେ ସମସ୍ୟା ଦୂରୀଭୂତ ହୋଇଯିବ। ସ୍ବାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବା କାରଣରୁ ସାମୟିକ ଆଶ୍ୱସ୍ତି ଲାଭ କରିବେ।
ମୀନମୀନ
ଆଜିର ଗ୍ରହସ୍ଥିତି ଆପଣଙ୍କୁ ପ୍ରତ୍ୟେକ କ୍ଷେତ୍ରରେ ତ୍ୱରିତ ନିଷ୍ପତ୍ତି ନେବାରେ ସହାୟକ ହେବ। ଶତ୍ରୁମାନେ ମିତ୍ରଭଳି ଆଚରଣ କରିବା ସଙ୍ଗକୁ ଆତ୍ମୀୟମାନେ ପାଖେଇ ଆସିବେ। କୌଣସି ଆନୁଷ୍ଠାନିକ ଉତ୍ସବାରମ୍ଭ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri