Posted inRasifala

ରାଶିଫଳ: ଗୁରୁବାର, ମେ ୨୩ ତାରିଖ – Daily Horoscope

ମେଷ
ଆପଣଙ୍କ କଥା ଓ କାମ ସହ ସୁଚିନ୍ତିତ ନିଷ୍ପତ୍ତି ବିଭିନ୍ନ ସ୍ତରରେ ପ୍ରଶଂସିତ ହେବ। ଶୁକ୍ରଙ୍କ ପ୍ରଭାବରୁ ପରିବାର, ପରିବହନ ଏବଂ ବାଣିଜ୍ୟ କ୍ଷେତ୍ରରେ ଉନ୍ନତ ସୁଫଳ ପାଇବେ। ବିଗତ ଦିନର ସମସ୍ୟା ସମାଧାନ ସକାଶେ ବିଭିନ୍ନ ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ଆନୁଷ୍ଠାନିକ କାମରେ ବନ୍ଧୁଙ୍କ ଦ୍ୱାରା ସହଯୋଗ, ସୁଖ ସମ୍ମାନ ପାଇପାରନ୍ତି।
ବୃଷ
ବୃଷ
ରାଶିରେ ରବି ଓ ଶୁକ୍ରଙ୍କ ସ୍ଥିତିରୁ ଯେଉଁ କାମରେ ହାତଦେଲେ ସଫଳତା ନିଶ୍ଚିତ। ଜନ ସମର୍ଥନ ମିଳିବ, ପଦାଧିକାରୀଙ୍କ ଅନୁକମ୍ପା ସହ ସ୍ଥଗିତ କାମର ପୁନରୁଦ୍ଧାର ମନକୁ ଖୁସି ରଖିବ। କାମକୁ ସମ୍ପୂର୍ଣ୍ଣ କରିବାରେ କଠୋର ଶ୍ରମ କରିବାକୁ ପଡ଼ିପାରେ। ମାନସିକ ସ୍ତରରେ କିଛିଟା ବ୍ୟତିକ୍ରମକୁ ଚାପି ରଖିବାକୁ ପଡ଼ିପାରେ।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଉତ୍ତେଜନାପୂର୍ଣ୍ଣ ପରିସ୍ଥିତିକୁ ସାମ୍ନା କରିବାକୁ ପଡ଼ିପାରେ। ଆଜିର ଯାତ୍ରା ସମୟରେ ଅପରିଚିତଙ୍କ କଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ପରିବାରରେ କଳିତକରାଳ ବିଷୟରେ ପର୍ଯ୍ୟାଲୋଚନା କରି ଅନ୍ୟମନସ୍କ ରହିବେ। ପୁନର୍ବସୁର ଦୀର୍ଘଦିନର ଆଶା ଫଳବତୀ ହେବାରେ କୌଣସି ଅସୁବିଧା ରହିବ ନାହିଁ।
କର୍କଟ
କର୍କଟ
ନୀଚସ୍ଥ ଚନ୍ଦ୍ର ମିତ୍ରକ୍ଷେତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ନିୟନ୍ତ୍ରଣ ମଧ୍ୟରେ ରହିବ ଏବଂ ବିଳାସବ୍ୟସନ ପ୍ରତି ଆକର୍ଷିତ ହୋଇପାରନ୍ତି। କାର୍ଯ୍ୟ ସାଧନରେ ନିଜ ଲୋକ ପୂର୍ଣ୍ଣ ସହଯୋଗ କରିବେ। କର୍ମକ୍ଷେତ୍ରର ପରିସ୍ଥିତି ବଦଳି ଯିବାରୁ ଏକପ୍ରକାର ଖୁସି ଅନୁଭବ କରିବେ। ଲେଖାପଢ଼ା, ଚୁକ୍ତିପତ୍ର, ସଭାସମିତି, ସଂଗଠନ କ୍ଷେତ୍ରରେ ସୁଫଳ ପାଇବେ।
ସି˚ହ
ସି˚ହ
ଭଲ ସମ୍ପର୍କ ରଖିଥିବା କୌଣସି ବନ୍ଧୁଙ୍କ ବିବାଦୀୟ ମନ୍ତବ୍ୟ ଓ କାର୍ଯ୍ୟ ଚିନ୍ତାଜନକ ସ୍ଥିତି ଆଣିପାରେ। ଅଟକି ରହିଥିବା କାମ ଆଜି ହିଁ ଶେଷ କରିବାକୁ ମନସ୍ଥ କରି ସଫଳତା ପାଇବେ। ଶିଳ୍ପ, ବ୍ୟବସାୟ ଓ ପରିବହନରେ ଋଣମୁକ୍ତ ହେବାର ସୂଚନା ରହିଛି। କୌଣସି ଗୃହ, ଜମିଜମା ବିଷୟରେ ଯୋଗାଯୋଗ କଲେ ଅବଶ୍ୟ ଉପକୃତ ହେବେ।
କନ୍ୟା
ସହକର୍ମୀଙ୍କ ସାହାଯ୍ୟ, ସହଯୋଗ ଓ ସହାନୁଭୂତି ଲାଭକରି କାର୍ଯ୍ୟକୁ ସମ୍ପନ୍ନ କରିପାରିବେ। କର୍ମ କ୍ଷେତ୍ରରେ ଏକ ସାଧାରଣ ଘଟଣାରେ ଉଚ୍ଚବାଚ ଓ ବିତର୍କ ଘଟିପାରେ। ପରିବାରର ଖର୍ଚ୍ଚଭାର ଚିନ୍ତା ବଢ଼ାଇବ। ଲାଭାଧିପତିଙ୍କ ପ୍ରଭାବରେ ଆନୁଷ୍ଠାନିକ କାମରେ ସହଯୋଗ ପ୍ରଦାନ କରି ପ୍ରଶଂସିତ ହୋଇପାରନ୍ତି।
ତୁଳା
ତୁଳା
ଧନସ୍ଥ ଚନ୍ଦ୍ର ହେତୁ କୌଣସି ପ୍ରକାରର ଅଭାବ ଓ ଅସୁବିଧା ଅନୁଭବ ନ କରି ଦିନଟି ଅତିବାହିତ ହେବ। ପରିବାରର ସ୍ବାସ୍ଥ୍ୟ ସମସ୍ୟା ଓ ବାରମ୍ବାର ସ୍ଥାନ ପରିବର୍ତ୍ତନ ଟେନ୍‌ସନ୍‌ର କାରଣ ହୋଇପାରେ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ କିନ୍ତୁ ଏଥିପାଇଁ ଆପଣଙ୍କୁ ସାମାନ୍ୟ କଷ୍ଟ ସ୍ବୀକାର କରିବାକୁ ପଡ଼ିବ।
ବିଛା
ବିଛା
କାମ ଯଥା ସମୟରେ ସମ୍ପନ୍ନ ହେବାର ଲକ୍ଷ୍ୟକରି ମାନସିକ ସ୍ତରରେ ଆନନ୍ଦ ଅନୁଭବ କରିବେ। ମାତ୍ର ଅନୁରାଧା ନକ୍ଷତ୍ରର ଟେନ୍‌ସନ ଲାଗି ରହିବାରୁ ମାନସିକ ସ୍ଥିତି ଠିକ୍‌ ରହି ନ ପାରେ। ଆର୍ଥିକ ସ୍ବଚ୍ଛଳତା ଫେରି ଆସିବା କାରଣରୁ ଆତ୍ମତୃପ୍ତି ଲାଭ କରିବେ। ବନ୍ଧୁଙ୍କ ପ୍ରେରଣାରେ ଆଧ୍ୟାତ୍ମିକ ଭାବଧାରାରେ ଉଦ୍‌ବୁଦ୍ଧ ହେବେ।
ଧନୁ
ଧନୁ
ରାଶ୍ୟାଧିପତିଙ୍କ ରାଶିକୁ ଦୃଷ୍ଟିଜନିତ ସମସ୍ୟାମୁକ୍ତ ପାରିବାରିକ ଜୀବନ କେତେକାଂଶରେ ପ୍ରୀତିପ୍ରଦ ରହିବ। ଆବଶ୍ୟକତାନୁଯାୟୀ ମୂଲ୍ୟବାନ୍‌ ଜିନିଷ କିଣି ଆତ୍ମତୃପ୍ତି ଲଭିବେ। କଚେରି ମାମଲାର ଟେନ୍‌ସନ ଓ କର୍ମକ୍ଷେତ୍ରରେ ଅସ୍ଥିରତା ଅଶାନ୍ତିର କାରଣ ହେବ। ପ୍ରକାଶନ,ଏଜେନ୍ସିପ କ୍ଷେତ୍ରରେ ଶୁଭଫଳ ପାଇପାରନ୍ତି।
ମକର
ମକର
କର୍ମକ୍ଷେତ୍ରରେ ଆପଣଙ୍କ କଥାକୁ ସମସ୍ତେ ନିର୍ଦ୍ୱନ୍ଦ୍ୱରେ ମାନିନେବା କାରଣରୁ ଆଶଙ୍କା ଦୂରୀଭୂତ ହୋଇଯିବ। ମାତ୍ର ଧନିଷ୍ଠାର ଅସୁସ୍ଥତା ଓ ଅଭାବବୋଧ ପ୍ରଭୃତି ଦୁଶ୍ଚିନ୍ତାରେ ମନ ଭାରାକ୍ରାନ୍ତ ରହିବ। ଲୋକସମ୍ପର୍କ ବୃଦ୍ଧି ସକାଶେ ନୂତନ ଉପାୟ ବାହାର କରିବେ। ପାରିବାରିକ ସମସ୍ୟା ଏବଂ ଛୋଟଜାତିର ବ୍ୟକ୍ତିଙ୍କ ସହ କଳହଜନିତ ବ୍ୟସ୍ତତା ବଢ଼ିବ।
କୁମ୍ଭ
କୁମ୍ଭ
ଅର୍ଥନୈତିକ ପ୍ରଗତି ଏବଂ ସାହାଯ୍ୟକାରୀ ମନୋବୃତ୍ତିକୁ ବନ୍ଧୁମାନେ ଭୂରି ଭୂରି ପ୍ରଶଂସା କରିବେ। କଳା, କ୍ରୀଡ଼ା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର କ୍ଷେତ୍ରରେ ସମ୍ମାନ ଓ ପ୍ରଶଂସା ଲାଭ କରିପାରନ୍ତି। ଅନୁକୂଳ ବାତାବରଣ ମଧ୍ୟରେ ସ୍ଥଗିତ କାମକୁ ପୂରା ଦମରେ କରିବାକୁ ନିଷ୍ପତ୍ତି ନେବେ। ଆର୍ଥିକ ସ୍ଥିତି ଭଲ ନ ଥିଲେ ମଧ୍ୟ କୌଣସି କାମ ଅଟକିବ ନାହିଁ।
ମୀନମୀନ

ପ୍ରତ୍ୟେକ ଦିଗ ଶୃଙ୍ଖଳିତ ରହିବା ସହ ରୁଚିବର୍ଦ୍ଧକ ହେବା କାରଣରୁ ମନ ପ୍ରଫୁଲ୍ଲିତ ରହିବ। ପରିବାର କଥା ନେଇ ବନ୍ଧୁଙ୍କ ସହ ଆଲୋଚନା କରି ସମାଧାନରେ ଉପନୀତ ହୋଇପାରନ୍ତି। ଧନଭାବସ୍ଥ ଗୁରୁ ହେତୁ ପରିବହନ, ବ୍ୟବସାୟ ଏବଂ ବାଣିଜ୍ୟ, ନିର୍ମାଣ, ମାଲିମକଦ୍ଦମା ପ୍ରଭୃତି କ୍ଷେତ୍ରରେ ସମସ୍ୟା ମଧ୍ୟ ଦୂର ହୋଇଯିବ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶୁକ୍ରବାର, ଏପ୍ରିଲ ୧୦ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦ୍ୱିଜା ନକ୍ଷତ୍ରର ମନ ହର୍ଷିତ ରହିବ। ସ୍ଥଗତି କାମକୁ ସମ୍ପନ୍ନ କରିବା ସକାଶେ ଉତ୍ସହ, ଉଦ୍ଦୀପନା ବୃଦ୍ଧି ପାଇପାରେ। ପରିସ୍ଥିତିବଶତଃ…

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri