Posted inRasifala

ରାଶିଫଳ: ସୋମବାର, ମେ ୨୨ ତାରିଖ – Daily Horoscope

ମେଷ
ଆଜି ପ୍ରତ୍ୟେକ କ୍ଷେତ୍ରରେ ଅଭିଳଷିତ କାର୍ଯ୍ୟକୁ ନିର୍ବିଘ୍ନରେ ସମାପନ କରିବାରେ କୌଣସି ଅସୁବିଧା ରହିବ ନାହିଁ। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ ସତର୍କତାର ସହ କାମ କରିବା ଭଲ ହେବ। ହଠାତ୍‌ ଆନୁଷ୍ଠାନିକ କାମରେ ଦୂରଯାତ୍ରା କରିବାକୁ ପଡ଼ିପାରେ।
ବୃଷ
ବୃଷ
ଶ୍ରୁତିରୋଚକ କଥା କହି ବନ୍ଧୁମାନଙ୍କ ପ୍ରିୟଭାଜନ ହେବେ। କର୍ମକ୍ଷେତ୍ରସ୍ଥ ବିଭିନ୍ନ ବିଷୟରେ ଚିନ୍ତା କରିବା କାରଣରୁ ଟେନ୍ସନ ଲାଗି ରହିବ। ପରିବାରର ଆକସ୍ମିକ ଆବଶ୍ୟକତା ଖର୍ଚ୍ଚ ପରିମାଣକୁ ବୃଦ୍ଧି କରିବ। ସାମାଜିକ ସ୍ତରରେ ବନ୍ଧୁମାନଙ୍କଠାରୁ ଉସତ୍ାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ।
ମିଥୁନ
ମିଥୁନ
ସାମୟିକ ଶାରୀରିକ ଅସୁସ୍ଥତା ପୂର୍ବାହ୍ନ ସମୟଟିକୁ ନିରୁସତ୍ାହିତ କରିବ। ବିବାଦୀୟ ପରିସ୍ଥିତିରେ କିମ୍ବା କର୍ମକ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ। ଅନ୍ୟମନସ୍କ ନ ହୋଇ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ। ସାମୂହିକ କାର୍ଯ୍ୟରେ ନିଜକୁ ସାମିଲ୍‌ କରି ପରିବାର ପାଇଁ ସମୟ ଦେଇପାରିବେ ନାହିଁ।
କର୍କଟ
କର୍କଟ
ଆଜି ମାଙ୍ଗଳିକ କାମ ସକାଶେ କର୍ମ ମୁଖର ରହିବେ। ଆର୍ଥିକ କ୍ଷେତ୍ରରେ ଯଦି ସମସ୍ୟା ରହିଥାଏ ତାହାର ପୂର୍ଣ୍ଣଚ୍ଛେଦ ଅପରାହ୍ନରେ ପଡ଼ିଯିବ। ସାଧାରଣ କଥାକୁ ବଡ଼ କରି ସହକର୍ମୀମାନେ କଳହର ମାତ୍ରାକୁ ବଢ଼ାଇ ଦେଇପାରନ୍ତି। ପରିବାରରେ ପରସ୍ପର ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ କରିବାରେ ସମର୍ଥ ହେବେ।
ସି˚ହ
ସି˚ହ
ପଛ କଥା ଭୁଲି ସମୟର ସଦୁପଯୋଗ କରିପାରିଲେ ଫାଇଦା ଉଠାଇବାରେ ଅସୁବିଧା ନାହିଁ। ମନରେ ସାହସ ବାନ୍ଧି କାମ କଲେ ସଫଳତା ପାଇବେ। ଯେତେ ସୁଯୋଗ ସୃଷ୍ଟି କଲେ ମଧ୍ୟ ସେମାନଙ୍କୁ ସନ୍ତୁଷ୍ଟ କରିବା କଷ୍ଟ ହେବ। ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ଏକ ସଙ୍ଗେ ଅନେକ କାମ ହାତକୁ ନେଇ ବ୍ୟସ୍ତ ହେବେ।
କନ୍ୟା
ପାରିବାରିକ କ୍ଷେତ୍ରରେ ନିଜ ଲୋକଙ୍କୁ ସନ୍ଦେହ କରି ଅପ୍ରିୟତା ଅର୍ଜନ କରିବେ। ସାଧାରଣ କଥାରେ ବିତର୍କ ସୃଷ୍ଟି ହେବାର ଆଶଙ୍କା ପରିଲକ୍ଷିତ ହେବ। ବହୁତ ଦିନର ଅପୂରଣୀୟ ଆଶା ଓ ଅବଦମିତ ଇଚ୍ଛା ମନରେ ଭୟ ସୃଷ୍ଟି କରିପାରେ। ଶିଳ୍ପ, ବ୍ୟବସାୟ, ବାଣିଜ୍ୟ, ଗାଡ଼ି ମରାମତି, ପୁରୁଣା ଘରକୁ ସଜାଡ଼ିବାରେ ମନୋନିବେଶ କରିପାରନ୍ତି।
ତୁଳା
ତୁଳା
କର୍ମକ୍ଷେତ୍ରରେ କାର୍ଯ୍ୟବ୍ୟସ୍ତତା ବୃଦ୍ଧି ପାଇବା ହେତୁ ମନ ଅସ୍ଥିର ରହିବ। ପରିବାର ଭିତରେ ସାଧାରଣ କଥାକୁ କେନ୍ଦ୍ରକରି ଝଡ଼ ଉଠିପାରେ। ମାନସିକ ଅଶାନ୍ତି ଲାଗି ରହିବା କାରଣରୁ କୌଣସି କାମ ଉସତ୍ାହପ୍ରଦ ହୋଇ ନ ପାରେ। ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା
ବିଛା
ଆଜି ସକାଳୁ ବନ୍ଧୁମିଳନ ଓ ଧାର୍ମିକ କାର୍ଯ୍ୟରେ ମନ ଉଲ୍ଲସିତ ରହିବ। କୌଣସି କ୍ଷେତ୍ରରେ ବାଚାଳତା ପରିହାର କରି ଅନଧିକାର ଚର୍ଚ୍ଚା କରିବା ଠିକ୍‌ ହେବ ନାହିଁ। ଅନ୍ୟମାନଙ୍କ କଥାରେ ଭାସି ନ ଯାଇ ସ୍ଥାନ, କାଳ, ପାତ୍ରକୁ ଗୁରୁତ୍ୱ ଦେବା ଭଲ। କ୍ରୀଡ଼ା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେଇପାରେ।
ଧନୁ
ଧନୁ
ପୂର୍ବ ସମସ୍ୟା ସମାଧାନ ହୋଇଯାଇଥିବା କାରଣରୁ ମନ ଏକପ୍ରକାର ଭଲ ରହିବ। ନିଜ ଲୋକଙ୍କ ଗହଣରେ ଦକ୍ଷତାର ସହ କାମ କରି ପ୍ରଶଂସିତ ହେବେ। କଳା, ସାହିତ୍ୟ, ସଙ୍ଗୀତ, ସାମ୍ବାଦିକତା, ଗବେଷଣା, ଲେଖାପଢ଼ା କ୍ଷେତ୍ରରେ ସୁଫଳ ପାଇବେ। ରାଜନୀତିରେ ଓ ସାଂଗଠନିକ କ୍ଷେତ୍ରରେ ବହୁତ ଜନ କଲ୍ୟାଣ କାମ ହାତକୁ ନେଇପାରନ୍ତି।
ମକର
ମକର
ଯାହା କରିବା ସକାଶେ ମନସ୍ଥ କରିଛନ୍ତି ବିନା ପ୍ରତିବନ୍ଧକରେ ତାହା ସମ୍ପନ୍ନ କରିବେ। ଏତଦ୍‌ ବ୍ୟତୀତ କର୍ମକ୍ଷେତ୍ରରେ ଓ ପାରିବାରିକ ସମସ୍ୟାରୁ ମଧ୍ୟ ମୁକୁଳି ଯାଇ ପାରନ୍ତି। ସାୟାହ୍ନରେ କୌଣସି ସୁଖଦ ଶୁଭଖବର ପାଇ ମନ ବହୁତ ଖୁସି ହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ନିର୍ମାଣ ଓ ପରିବହନରୁ ଲାଭବାନ ହେବେ।
କୁମ୍ଭ
କୁମ୍ଭ
ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ପ୍ରତ୍ୟେକ କାମ ସୁବିଧାରେ ସମ୍ପନ୍ନ ହେବ। ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ। ବ୍ୟବସାୟକ୍ଷେତ୍ରରେ ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। ଜମିଜମା ସମସ୍ୟା, ମାଲିମକଦ୍ଦମା, ଆନୁଷ୍ଠାନିକ କାମରେ ବ୍ୟସ୍ତତା ବୃଦ୍ଧି ପାଇବ।
ମୀନମୀନ
ସମସ୍ୟା ରହିଥିଲେ ମଧ୍ୟ ସମାଧାନ ଦିଗରେ ଉଦ୍ୟମର ଅଭାବ ପରିଲକ୍ଷିତ ହେବ। ପ୍ରତ୍ୟେକ ପରିସ୍ଥିତିକୁ ସାମ୍ନା କରିବାକୁ ଚେଷ୍ଟା କରିବା ଭଲ। ଯାତ୍ରା, ବାଣିଜ୍ୟ, ମାଲି ମକଦ୍ଦମା, ସାଙ୍ଗଠନିକ କ୍ଷେତ୍ରରୁ ସୁଫଳ ପ୍ରାପ୍ତି ହେବ। ପ୍ଲଟିଂ କାରବାର, ପ୍ରଯୁକ୍ତି ବିଦ୍ୟା, ପ୍ରଶାସନ, ଲୋକ ସମ୍ପର୍କ, ଆଲୋଚନା, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଅଗ୍ରଗତି ଘଟିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri