Posted inRasifala

ରାଶିଫଳ: ଶନିବାର, ଜୁଲାଇ ୨୨ ତାରିଖ – Daily Horoscope

ମେଷ
ଆଜି ରବି ପୁଷ୍ୟା ନକ୍ଷତ୍ରରେ ଥିବାରୁ ବିବାଦୀୟ ପରିସ୍ଥିତି ସୃଷ୍ଟି କରି ମନକୁ ବିଭ୍ରାନ୍ତ କରିପାରନ୍ତି। ଅବଶ୍ୟ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇଲେ ମଧ୍ୟ ଯାତ୍ରା, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ବହୁତ ଭଲ। ପ୍ରତିଯୋଗିତାରେ ସଫଳତା ଯୋଗୁ ମନ ଖୁସି ରହିବ। ହାତକୁ ନେଇଥିବା କାର୍ଯ୍ୟରେ ଅଗ୍ରଗତି ଘଟିବାର ଆଶା କରାଯାଇପାରେ।
ବୃଷ
ବୃଷ
ଚନ୍ଦ୍ର ପୂର୍ବାଫାଲଗୁନୀ ନକ୍ଷତ୍ରସ୍ଥ ଯୋଗୁ ପୂର୍ବ ପ୍ରତିଶ୍ରୁତି ଅନୁଯାୟୀ ବନ୍ଧୁଙ୍କ ନିକଟରୁ ଅର୍ଥ ଲାଭକରି ଖୁସି ହେବେ। ଗୁରୁବର୍ଗ କିମ୍ବା ଉପରିସ୍ଥ କର୍ମଚାରୀଙ୍କ ନିକଟରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିପାରନ୍ତି। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ସାମାଜିକ କିମ୍ବା ରାଜନୈତିକ କ୍ଷେତ୍ରରେ ଗଠନମୂଳକ କାଯର୍‌ୟ ମନ୍ଥର ହେବ।
ମିଥୁନ
ମିଥୁନ
ଦ୍ୱିତୀୟସ୍ଥ ମଙ୍ଗଳ ହେତୁ ଟିକିଏ ଟିକିଏ କଥାରେ ଉତ୍ତେଜିତ ହୋଇପଡ଼ିବାରୁ ସମସ୍ୟା ବଢ଼ିବ। ବ୍ୟୟ ବୃଦ୍ଧି ଯୋଗୁ କିମ୍ବା ପରିବହନରେ ସମସ୍ୟା ହେତୁ ବ୍ୟସ୍ତ ରହିପାରନ୍ତି। ଘର କାମରେ କିମ୍ବା କର୍ମାରମ୍ଭରେ ଉତ୍ସାହିତ ହେବେ ଓ ସଫଳତା ହାସଲ କରିବେ। ବାଣିଜ୍ୟ, ବ୍ୟବସାୟରେ ସଫଳତା ହାସଲ କରିବା କଷ୍ଟକର ହୋଇପାରେ।
କର୍କଟ
କର୍କଟ
ବୁଧ ଦ୍ୱାଦଶସ୍ଥ ଯୋଗୁ କର୍ମକ୍ଷେତ୍ରରେ ଅସ୍ଥିରତା ସାଙ୍ଗକୁ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ତଥାପି ଅପରାହ୍ନରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ଗୁପ୍ତ ଶତ୍ରୁମାନଙ୍କର ସକ୍ରିୟତା ବୃଦ୍ଧି ପାଇବା ହେତୁ ସାମୟିକ ବ୍ୟସ୍ତ ରହିପାରନ୍ତି। ସାମାଜିକ ସ୍ତରରେ ମନ ବୁଝତ୍ଲା ଭଳି କଥା କହି ଅନ୍ୟକୁ ଆପଣାର କରିପାରନ୍ତି।
ସି˚ହ
ସି˚ହ
ପାପଗ୍ରସ୍ତ ବୃହସ୍ପତି ଜନିତ ନିକଟ ସମ୍ପର୍କୀୟମାନଙ୍କ ସକାଶେ ବ୍ୟୟ କରିବାକୁ ବାଧ୍ୟ ହେବେ। ବକେୟା ଅର୍ଥ ଆଦାୟ କରିବାରେ ବିଭିନ୍ନ ପ୍ରକାର କୌଶଳ ଅବଲମ୍ବନ କରିବାକୁ ପଡ଼ିବ। ପାରିବାରିକ ସମସ୍ୟା ସୁଧାରିବାକୁ ଯାଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ଅଫିସରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ।
କନ୍ୟା
କେତୁଙ୍କ କୁପ୍ରଭାବରୁ ବାକ୍‌ ଅସଂଯମତା ଯୋଗୁ ବନ୍ଧୁଙ୍କ ସହ ସୁସମ୍ପର୍କ ବ୍ୟାହତ ହୋଇପାରେ। ପାରିବାରିକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବାକୁ ବାଧ୍ୟ ହେବେ। ପରୋକ୍ଷ ଶତ୍ରୁତା ହେତୁ କର୍ମ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବାର ସମ୍ଭାବନା ରହିଛି। ଯେସାକୁ ତେସା ନୀତିରେ କାମ କରି ସମାଲୋଚିତ ହୋଇପାରନ୍ତି।
ତୁଳା
ତୁଳା
ପାରିବାରିକ ଜୀବନରେ କେତେକ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ କିଛି ଅସୁବିଧା ହେବ ନାହିଁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟରେ ଅଭୂତପୂର୍ବ ସଫଳତା ହାସଲ କରିବେ। ସମାଗମସ୍ଥ ଚନ୍ଦ୍ରଜନିତ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇପାରେ।
ବିଛା
ବିଛା
ଯାତ୍ରାରେ ସଫଳତା ମିଳିବ କିନ୍ତୁ ଅତ୍ୟଧିକ ଖର୍ଚ୍ଚାନ୍ତ ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ। କର୍ମଭାବସ୍ଥ ଶୁକ୍ର ହେତୁ ଶିଳ୍ପ, ବାଣିଜ୍ୟ, ପରିବହନ ତଥା ପ୍ରଶାସନିକ ସ୍ତରରେ ବ୍ୟସ୍ଥତା ଦୂର ହୋଇଯିବ। ପାଖ ଲୋକମାନେ ଈର୍ଷାପରାୟଣ ହୋଇ ଅପପ୍ରଚାର କରିପାରନ୍ତି। କଳା, ସାହିତ୍ୟ, ସାମ୍ବାଦିକତା ତଥା କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ।
ଧନୁ
ଧନୁ
ରାହୁଗୁରୁ ସଂଯୋଗରୁ ଠିକ୍‌ ନିଷ୍ପତ୍ତି ନେବାରେ ସମସ୍ୟା ଦେଖାଦେଇପାରେ। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ କିନ୍ତୁ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ମାଲିମକଦ୍ଦମାରେ ଆପୋସ ସମାଧାନ ଘଟିବାର ଆଶା ରହିଛି। ଛୋଟ କଥାକୁ କେନ୍ଦ୍ରକରି ପରିବାରରେ ଝଡ଼ ସୃଷ୍ଟିର ଆଶଙ୍କା ରହିଛି।
ମକର
ମକର
କର୍ମକ୍ଷେତ୍ରରେ କବନ୍ଧଗ୍ରହ ଯୋଗୁ ପୂର୍ବସ୍ଥିରୀକୃତ ଯୋଜନା ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ଅନ୍ୟମାନଙ୍କ କଥା ରକ୍ଷା କରିବାକୁ ଯାଇ ବନ୍ଧୁଦ୍ୱାରକୁ ଗମନ କରିବାକୁ ପଡ଼ିପାରେ। ସାମାଜିକ କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
ଧନାଧିପ ତୃତୀୟସ୍ଥ ହେତୁ ବନ୍ଧୁଙ୍କ ସହଯୋଗରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହୋଇପାରେ। କେତେକ କ୍ଷେତ୍ରରେ ସବୁ ଜାଣି ଶୁଣି ନୀରବଦ୍ରଷ୍ଟା ଭଳି କାମ କରିବେ। ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି।
ମୀନମୀନ

ନିଜ ବୁଦ୍ଧିମତ୍ତାର ପରିଚୟ ଦେଇ ଅନ୍ୟମାନଙ୍କୁ ଆପଣାର କରିବା ସକାଶେ କୌଶଳ ପ୍ରୟୋଗ କରିପାରନ୍ତି। ଶୁକ୍ର ଯୁକ୍ତ ଚନ୍ଦ୍ର ଓ ମଙ୍ଗଳ ହେତୁ କଳା, ସାହିତ୍ୟ ଓ ସଙ୍ଗୀତ କ୍ଷେତ୍ରରେ ସଫଳତା ଅର୍ଜନ କରିବେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ମିଳିବ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri