Posted inRasifala

ରାଶିଫଳ: ଗୁରୁବାର, ଏପ୍ରିଲ୍‌ ୨୨ ତାରିଖ – Daily Horoscope

ମେଷ
ରବି ଉଚ୍ଚଭାବରେ ରହି ରାଶ୍ୟାଧିପତି ସହ ଥିବାରୁ ଦୃଢ଼ ପଦକ୍ଷେପ ନେଇ କାମ ହାସଲର ପ୍ରେରଣା ଲାଭ କରିବେ। କେତେକ କ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ପରିବାରରେ ପାଖରେ ନ ଥିବା ଜିନିଷଟି ପାଇଁ ତର୍କ ଓ ବିବାଦ ବଢ଼ିପାରେ। ଅର୍ଥନୈତିକ, ସାମାଜିକ, ପ୍ରଶାସନିକ କ୍ଷେତ୍ର ବହୁତ ଭଲ ରହିବ।
ବୃଷ
ବୃଷ
ଆଜି ଦିନଟିରେ ଶୁକ୍ରଙ୍କ ପ୍ରଭାବରେ ମନୋରଞ୍ଜନକୁ ପ୍ରାଧାନ୍ୟ ଦେଇ କାମକୁ ଅବହେଳା କରିବେ। ଅବଶ୍ୟ କଳା, ସାହିତ୍ୟ ଓ କ୍ରୀଡ଼ା ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିପାରନ୍ତି। ବ୍ୟବସାୟିକ ଦିଗରୁ ଦିନଟି ମନ୍ଦ ନୁହେଁ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ମତକୁ ସମ୍ମାନ ଦେଇ କାମ କଲେ ସୁନାମ ମିଳିବ।
ମିଥୁନ
ମିଥୁନ
ପୁନର୍ବସୁ ନକ୍ଷତ୍ର କର୍ମକ୍ଷେତ୍ରରେ କେତେକ କାମ କରିବାକୁ ବାଧ୍ୟ ହେବେ। ପଡ଼ୋଶୀମାନେ ଈର୍ଷାନ୍ବିତ ହୋଇ ବିରୁଦ୍ଧାତ୍ମକ କଥାବାର୍ତ୍ତା କରିପାରନ୍ତି। ବ୍ୟବସାୟ ଓ ବାଣିଜ୍ୟରେ ସ୍ଥିତି ମାନ୍ଦା ହେବନାହିଁ ତଥାପି ସମସ୍ୟା ଲାଗି ରହିବ। ଅର୍ଥବଳ ଥିଲେ ମଧ୍ୟ ସହଯୋଗ ଅଭାବରୁ ହାତକୁ ନେଇଥିବା କାମଗୁଡ଼ିକ ଠିକ୍‌ ଭାବରେ ହୋଇ ନ ପାରେ।
କର୍କଟ
କର୍କଟ
ଆଜି ପାରିବାରିକ ସମସ୍ୟାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ଅଳ୍ପସମୟ ପରେ ଦୂରୀଭୂତ ହୋଇଯିବ। ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ତପତ୍ରତା ପ୍ରକାଶ କରିପାରନ୍ତି। କର୍ମକ୍ଷେତ୍ରରେ ଦୀର୍ଘଦିନରୁ ଆଶାୟୀଥିବା କୌଣସି ସକାରାତ୍ମକ ଖବର ମନକୁ ଆହ୍ଲାଦିତ କରିବ। ଜମିଜମା ସକାଶେ କୌଣସି ବ୍ୟକ୍ତିଙ୍କ ସହ ଆଲୋଚନାରୁ ସଫଳତା ମିଳିବ।
ସି˚ହ
ସି˚ହ
ଆଜି ଆପଣ ଯାହା ଚାହୁଁଛନ୍ତି ତାହା ସାମାନ୍ୟ କଷ୍ଟରେ ପାଇଯିବେ। ସରକାରୀ ସ୍ତରରେ ଆକସ୍ମିକ ଭାବରେ ଗସ୍ତ କାଯର୍‌ୟକ୍ରମ ବାତିଲ ହୋଇଯିବାର ଆଶଙ୍କା ବଳବତ୍ତର ରହିବ। ମଘା ନକ୍ଷତ୍ର କର୍ମକ୍ଷେତ୍ରରେ ଅଯଥା ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ। ପ୍ରତିଯୋଗିତା କ୍ଷେତ୍ରରେ କିମ୍ବା ମାଲିମକଦ୍ଦମାରେ ସାମୟିକ ଆଶ୍ୱସ୍ତି ଲାଭ କରିପାରନ୍ତି।
କନ୍ୟା
ବନ୍ଧୁଙ୍କ କାର୍ଯ୍ୟକଳାପରେ ଅସନ୍ତୁଷ୍ଟ ହୋଇ ସେମାନଙ୍କ ପ୍ରତି ରହିଥିବା ଭଲ ଧାରଣା ହ୍ରାସ ପାଇପାରେ। ହସ୍ତା ନକ୍ଷତ୍ର ପଦାଧିକାରୀଙ୍କ ଚାପରେ କର୍ମକ୍ଷେତ୍ରରେ ଗୁରୁ ଦାୟିତ୍ୱ ବହନ କରିବେ। ପାରିବାରିକ ସ୍ତରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ସ୍ବାସ୍ଥ୍ୟ ସମସ୍ୟାକୁ ସୁଧାରିବାର ପ୍ରଯତ୍ନ ନ କରି ଅବହେଳା କଲେ ଅନୁତାପ କରିବାକୁ ପଡ଼ିବ।
ତୁଳା
ତୁଳା
ନିକଟସ୍ଥ କୌଣସି ବ୍ୟକ୍ତି ସମସ୍ୟାର କାରଣ ସାଜି ପାରନ୍ତି। ଅନ୍ୟମାନେ ଶତ୍ରୁତା କଲେ ମଧ୍ୟ କର୍ମକ୍ଷେତ୍ରରେ ଅପମାନଜନକ ସ୍ଥିତିରୁ ସହସା ରକ୍ଷା ପାଇବେ। ସ୍ବାତୀ ନକ୍ଷତ୍ର ଆକସ୍ମିକ ଆବଶ୍ୟକ ଅର୍ଥାଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ଆଲୋଚନା ପରିସରରେ କିମ୍ବା ସଭାସମିତିରେ ଯୁକ୍ତିଯୁକ୍ତ କଥା କହି ପ୍ରଶଂସିତ ହେବେ।
ବିଛା
ବିଛା
ଆଜି ଆକସ୍ମିକ ଭାବରେ ମୂଲ୍ୟବାନ ଦ୍ରବ୍ୟ ଲାଭ ସାଙ୍ଗକୁ ଅର୍ଥ ଓ ସମ୍ମାନ ପାଇବେ। ରାଜନୈତିକ ସ୍ତରରେ ଉପକୃତ ହୋଇପାରନ୍ତି। ପାରିବାରିିକ କ୍ଷେତ୍ରରେ ମତାନ୍ତର ଜନିତ କାରଣରୁ ଅଶାନ୍ତି ଆସିବ। ସ୍ବାସ୍ଥ୍ୟହାନି ହେତୁ ନିରାକରଣ ପରିପ୍ରେକ୍ଷୀରେ ବାରମ୍ବାର ଧାଁ ଧଉଡ କରିବାକୁ ପଡ଼ିପାରେ।
ଧନୁ
ଧନୁ
ଆଜିର ଯାତ୍ରା ଓ ନୂତନ କର୍ମାରମ୍ଭ ପାଇଁ କୌଣସି ଅସୁବିଧା ରହିବ ନାହିଁ। କିନ୍ତୁ ଷଷ୍ଠଚନ୍ଦ୍ର ହେତୁ ଚେଷ୍ଟା କରୁଥିବା କାମରେ ଖର୍ଚ୍ଚାନ୍ତ ସାଙ୍ଗକୁ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ଉତ୍ତରାଷାଢ଼ା ନକ୍ଷତ୍ର ଅଧିକାଂଶ କ୍ଷେତ୍ରରେ ପର ଉପରେ ନିର୍ଭର କରି ଚିନ୍ତାକୁଳ ହେବେ। କୌଣସି ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଭୁଲ୍‌ ନିଷ୍ପତ୍ତି ନେଇପାରନ୍ତି।
ମକର
ମକର
ସାମାନ୍ୟ ଅସମ୍ମାନଜନକ କଥା ଓ ବ୍ୟବହାରରେ ଚିହିଁକି ଉଠି ଅନର୍ଥ ଘଟାଇ ପାରନ୍ତି। ବନ୍ଧୁଙ୍କ ସାହାଯ୍ୟ ନେଇ ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟାର ସରଳ ସମାଧାନ କରିବେ। କର୍ମାରମ୍ଭ, ଯାନ୍ତ୍ରିକ ଜିନିଷ କ୍ରୟ, ଜମିଜମା, କଳା, ସାହିତ୍ୟ, ସାମ୍ବାଦିକତା ଏବଂ ସାମୂହିକ ଆଲୋଚନା ପାଇଁ ଦିନଟି ବହୁତ ଭଲ।
କୁମ୍ଭ
କୁମ୍ଭ
ପାରିବାରିକ ସମସ୍ୟା ମାନସିକ ସ୍ଥିତିକୁ କଳୁଷିତ କରିପାରେ। ଅନ୍ୟର ଯେତେ ଉପକାର କରି ଥାଆନ୍ତୁନା କାହିଁକି, ତାକୁ ଭୁଲି ନିଜର ଲୋକମାନେ ସେମାନଙ୍କର ସ୍ବାର୍ଥସାଧନକୁ ଗୁରୁତ୍ୱ ଦେବେ। ଆଜିର ଯାତ୍ରା, ବାଣିଜ୍ୟ, ରାଜନୀତି, ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ। ଶତଭିଷା ନକ୍ଷତ୍ର ପିଲାଙ୍କୁ ନେଇ ଗର୍ବ ଅନୁଭବ କରିବେ।
ମୀନମୀନ
ବିଭିନ୍ନ ସମସ୍ୟାଜନିତ ମନକଥାକୁ ମନରେ ମାରି କାର୍ଯ୍ୟଦକ୍ଷତାର ଅସଲ ପରିଚୟ ପ୍ରଦାନ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ବିରୁଦ୍ଧାଚରଣ ସମସ୍ୟା ସୃଷ୍ଟି କରିପାରେ। ପୂର୍ବଭାଦ୍ରବ ନକ୍ଷତ୍ର ସାମାଜିକସ୍ତରରେ ଆନୁଷ୍ଠାନିକ କିମ୍ବା ଧର୍ମାନୁଷ୍ଠାନ କାର୍ଯ୍ୟର ନେତୃତ୍ୱ ନେଇପାରନ୍ତି। ପାରିବାରିକ ପରିସ୍ଥିତି ପୂର୍ବପରି ରହିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର , ସେପ୍ଟେମ୍ବର ୨୯ ତାରିଖ – Daily Horoscope

ମେଷ ଅସୁସ୍ଥ ପାରିବେଶିକ କୁପ୍ରଭାବ, ମାନସିକ ଓ ଶାରୀରିକ ଦିଗ ପାଇଁ ଅନୁକୂଳ ହେବ ନାହିଁ। ତଥାପି ଆର୍ଥିକ ଅଭିବୃଦ୍ଧି, ଧର୍ମୀୟ ଭାବନା, ବନ୍ଧୁମିଳନରୁ ଖୁସି ରହିବେ।…

ରାଶିଫଳ: ସୋମବାର, ସେପ୍ଟେମ୍ବର ୨୮ ତାରିଖ – Daily Horoscope

ମେଷ ଅଟକି ରହିଯାଇଥିବା ସବୁ କାମ ସୁବିଧାରେ ହେବା ଦୁରୂହ ହୋଇପଡିବ। ପରିସ୍ଥିତି ପ୍ରତି ଦୃଷ୍ଟି ରଖି କାମ କରନ୍ତୁ ଅନ୍ୟଥା ପରୋକ୍ଷ ଶତ୍ରୁତା ସାମୟିକ ବାଧା…

ରାଶିଫଳ: ରବିବାର, ସେପ୍ଟେମ୍ବର 2୭ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ପରିବାରରେ ଅବସ୍ଥା ଦେଖି ବ୍ୟବସ୍ଥା ନ କଲେ ପରେ ଅନୁତାପ କରିବାକୁ…

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?