Posted inRasifala

ରାଶିଫଳ: ସୋମବାର, ଅଗଷ୍ଟ ୨୧ ତାରିଖ – Daily Horoscope

ମେଷ
ଆଜି ପ୍ରତ୍ୟେକ କ୍ଷେତ୍ରରେ କଡ଼ା କଥା କହି ଅପ୍ରିୟତା କିମ୍ବା କଳହଜନିତ ଅଶାନ୍ତିର ସମ୍ଭାବନା ରହିଛି। ଦ୍ୱିଜା ନକ୍ଷତ୍ର ମନ ବୁଝିଲା ଭଳି କଥା କହି ପରିବାରର ଅବୁଝା ବ୍ୟକ୍ତିଙ୍କୁ ଆପଣେଇ ନେବେ। କର୍ମକ୍ଷେତ୍ରରେ ବହୁ ଲୋକଙ୍କ ମେଳରେ ଅଧିକାଂଶ ସମୟ କଟିବ। ଦୀର୍ଘ ସମୟ କାର୍ଯ୍ୟବ୍ୟସ୍ତ ରହି ଏକପ୍ରକାର କ୍ଳାନ୍ତି ଅନୁଭବ କରିପାରନ୍ତି।
ବୃଷ
ବୃଷ
କୌଣସି କ୍ଷେତ୍ରରେ ମଧ୍ୟସ୍ଥତା କଲେ ଅପମାନିତ ହୋଇପାରନ୍ତି। ଆର୍ଥିକ ଅନଟନ ମନସ୍ତାପର କାରଣ ହୋଇପାରେ। ଆମତ୍ୀୟସ୍ବଜନମାନେ ସ୍ବାର୍ଥସାଧନ ମାନସରେ ମନଗଢ଼ା କଥା କହି ପ୍ରଲୋଭିତ କରିପାରନ୍ତି। ରୋହିଣୀ ନକ୍ଷତ୍ରର ବନ୍ଧୁଙ୍କ ପରାମର୍ଶରେ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ ା
ମିଥୁନ
ମିଥୁନ
ଆଜି ଯୁଆଡ଼େ ଯାଆନ୍ତୁନା କାହିଁକି ଖାଲି ମନମତାଣିଆ କଥା, ହସଖୁସିର ପରିବେଶ ଭିତରେ ନିଜକୁ ହଜାଇ ଦେବେ। ମାତ୍ର ମୃଗଶିରା ନକ୍ଷତ୍ର ଆମତ୍ବଡ଼ିମା ପ୍ରକାଶ କରି ଉପହସିତ ହେବାକୁ ପଡ଼ିପାରେ। ଦୀର୍ଘ ଦିନ ହେଲା ଯାହା ଖୋଜୁଥିବେ ତାହା ନ ପାଇ ଅଶାନ୍ତ ରହିବେ। କଳା, ସାହିତ୍ୟ ଓ ସଙ୍ଗୀତ ତଥା ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ।
କର୍କଟ
କର୍କଟ
ମାନସିକ ସ୍ଥିତି ଭଲ ନ ଥିବା କାରଣରୁ କୌଣସି କଥା ଭଲ ଲାଗିବ ନାହିଁ। କର୍ମକ୍ଷେତ୍ରରେ ଉପର ଅଧିକାରୀ ଆପଣଙ୍କ ଉପରେ ଖପ୍ପା ହୋଇପାରନ୍ତି। ସାମାଜିକ ସ୍ତରରେ ସୁଯୋଗର ସଦ୍‌ବ୍ୟବହାର କରିପାରିବା କଷ୍ଟକର ହୋଇପଡିବ। ପୁଷ୍ୟା ନକ୍ଷତ୍ର ଘରକୁ ଫେରିବା ବେଳକୁ କିଛି ମନୋରଞ୍ଜନ ଜିନିଷ କ୍ରୟ କରି ଆଣିପାରନ୍ତି।
ସି˚ହ
ସି˚ହ
ପରିବାରରେ ଅସ୍ବାଭାବିକ ପରିସ୍ଥିତିକୁ ସାମ୍‌ନା କରି ଚିନ୍ତା ସାଗରରେ ଭାସି ବୁଲିବେ। ଏଣେ ପିଲାଙ୍କ ଜଞ୍ଜାଳ, ତେଣେ ନିଜର ସଉକ ପରସ୍ପର ବିପରୀତ କଥାରେ ମନ ଦୋଳାୟମାନ ହୋଇପାରେ। ନୂତନ ପଦକ୍ଷେପ ନେବା ପୂର୍ବରୁ ଭଲଭାବରେ ଚିନ୍ତା କରନ୍ତୁ। ପୂର୍ବା ଫାଲଗୁନୀ ନକ୍ଷତ୍ର ଉପରିସ୍ଥଙ୍କୁ କୈଫିୟତ୍‌ ଦେବାକୁ ପଡ଼ିପାରେ।
କନ୍ୟା
କର୍ମକ୍ଷେତ୍ରରେ ସମସ୍ୟା ସମାଧାନର ରାସ୍ତା ଖୋଜିବାରେ ସମର୍ଥ ହେବେ। ହସ୍ତା ନକ୍ଷତ୍ର କୌଣସି ଘଟଣାର ତର୍ଜମା କରି ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇପାରେ। ଆକସ୍ମିକ ଆବଶ୍ୟକତା ହେତୁ ଧାର କରଜ କରି କାମ ଚଳାଇ ନେବେ। ମନପସନ୍ଦର ଜିନିଷ କିଣିବା ସକାଶେ ମନକଥା ଘରେ ପ୍ରକାଶ କରି କିଛି ଆଶ୍ୱାସନା ପାଇବେ।
ତୁଳା
ତୁଳା
ସାଧାରଣ କଥାକୁ କେନ୍ଦ୍ରକରି ଘରେ ସଦାବେଳେ ଅଶାନ୍ତି ଲାଗି ରହୁଥିବାରୁ ମନ ଭଲ ରହିବ ନାହିଁ। କିନ୍ତୁ କୌଣସି କାମ ଅଟକିବାର ନାହିଁ, ଯେତେ କଷ୍ଟ ହେଲେ ମଧ୍ୟ କରିବା ପାଇଁ ବାଧ୍ୟ ହେବେ। ସାମୂହିକ କାର୍ଯ୍ୟରେ ନିଜକୁ ଆଗରେ ରଖିପାରିବେ ନାହିଁ। କିନ୍ତୁ ସ୍ବାତୀ ନକ୍ଷତ୍ର ଆଗାମୀ ଆନୁଷ୍ଠାନିକ ଉସତ୍ବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି।
ବିଛା
ବିଛା
ଆଜିର କାମଗୁଡ଼ିକ ସମ୍ପନ୍ନରେ ବହୁତ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ଯେଉଁଠାରେ ରହୁଛନ୍ତି ସେଠାରେ ସ୍ଥାନୀୟ ବ୍ୟକ୍ତିଙ୍କ ଦ୍ୱାରା ଉପକୃତ ହେବେ। ଅନୁରାଧା ନକ୍ଷତ୍ରର ପାରିବାରିକ ସ୍ଥିତି କେତେକାଂଶରେ ଭଲ ଦିଗକୁ ଗତି କରିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସମସ୍ୟା ଯୋଗୁ ବ୍ୟସ୍ତ ହୋଇପାରନ୍ତି।
ଧନୁ
ଧନୁ
ଛୋଟ ଛୋଟ ଘଟଣାକୁ କେନ୍ଦ୍ରକରି ମନ ଭାରାକ୍ରାନ୍ତ ରହିବ। ବ୍ୟକ୍ତିକୈନ୍ଦ୍ରିକ ଚିନ୍ତାଧାରା ପାରିବାରିକ ଜୀବନରେ ଅଶାନ୍ତିର କାରଣ ହୋଇପାରେ। ସନ୍ତାନ, ଶିକ୍ଷା ଓ ମାଲିମକଦ୍ଦମା କ୍ଷେତ୍ରରେ ସଫଳତା ପାଇବେ। ଅଫିସ କାମରେ ଅପେକ୍ଷାକୃତ ସଫଳତା ପାଇପାରନ୍ତି। ମୂଳା ନକ୍ଷତ୍ର ସକାଶେ ଆଜି ସ୍ବାସ୍ଥ୍ୟ ପାଇଁ ପ୍ରତିକୂଳ ପ୍ରଭାବ ପଡ଼ିବ ନାହିଁ।
ମକର
ମକର
ସକାଳୁ ସକାଳୁ କୌଣସି ବିରକ୍ତିକର ଖବର ମନକୁ ନିରସ କରିଦେଇପାରେ। ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବାର ଆଶଙ୍କା ରହିଛି। ଅତି ଭଲ ସମ୍ପର୍କ ଥିବା ଲୋକ ପାଖରେ ଭୁଲ କାମ କରି ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ଧନିଷ୍ଠା ନକ୍ଷତ୍ରର କଚେରି ମାମଲା ଦୁଶ୍ଚିନ୍ତାର କାରଣ ହୋଇପାରେ।
କୁମ୍ଭ
କୁମ୍ଭ
ଆଜି ଯେଉଁ କାମରେ ହାତ ଦେବେ ସେଥିରେ ଅବଶ୍ୟ ସଫଳତା ବିଳମ୍ବରେ ପ୍ରାପ୍ତ ହେବ। ଅପରାହ୍ନରେ ନିଜର ଆମତ୍ୀୟା ଜଣେ ସାହାଯ୍ୟକାରିଣୀ ସାଜିପାରନ୍ତି। ଶତଭିଷା ନକ୍ଷତ୍ରର ପାରିବାରିିକ କ୍ଷେତ୍ର ବୁଝାମଣାରେ ଶୃଙ୍ଖଳିତ ହେବ। ନିଜର ସମସ୍ୟାକୁ ସମାଧାନ ନ କରି ପରକଥାରେ ମୁଣ୍ଡ ପୂରାନ୍ତୁ ନାହଁି।
ମୀନମୀନ

କର୍ମକ୍ଷେତ୍ରରେ ଅବହେଳିତ କାର୍ଯ୍ୟ ସକାଶେ ଅନୁତାପ କରିବାକୁ ପଡିପାରେ। ପରିଜନଙ୍କ ସହିତ ଆଲୋଚନାରେ ଅଧିକ ସମୟ କଟାଇବେ। ରେବତୀ ନକ୍ଷତ୍ର ଶୃଙ୍ଖଳା ରକ୍ଷା କରିବା ଦିଗରେ ପ୍ରଶାସନିକ ସ୍ତରରେ ଉଦ୍ୟମ କରିପାରନ୍ତି। ବନ୍ଧୁଙ୍କ ପ୍ରେରଣାରେ ନୂତନ କାର୍ଯ୍ୟରେ ହାତ ଦେଇ କାର୍ଯ୍ୟ ହାସଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri