Posted inRasifala

ରାଶିଫଳ: ସୋମବାର, ନଭେମ୍ବର ୨୧ ତାରିଖ – Daily Horoscope

ମେଷ
ଆଜି ଗଜକେଶରୀ ଯୋଗ ପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ କାର୍ଯ୍ୟ ସିଦ୍ଧି ସହ ଉଚ୍ଚ ପ୍ରଶଂସିତ ହେବେ। ପାରିବାରିକ କ୍ଷେତ୍ର, ପରିବହନ ପାଇଁ ଅନୁକୂଳ ନ ହେଲେ ମଧ୍ୟ ବାଣିଜ୍ୟ ଓ ବ୍ୟବସାୟ ପାଇଁ ଶୁଭପ୍ରଦ। ନୂତନ ଯୋଜନା କ୍ଷେତ୍ରରେ ଉଚ୍ଚ ଆଶା ଧରି ଆଗେଇବେ। କୃତ୍ତିକା ନକ୍ଷତ୍ର ଆନୁଷ୍ଠାନିକ କାମରେ ଶିଥିଳତା ଦେଖାଦେବ।
ବୃଷ
ବୃଷ
ମଙ୍ଗଳଙ୍କ କୁପ୍ରଭାବଜନିତ ଉତ୍ତେଜନାପ୍ରବଣ ହୋଇ କୌଣସି କ୍ଷେତ୍ରରେ ଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ। ଯାହା କରିବା ପାଇଁ ଭାବୁଥିବେ ନିର୍ଦ୍ଦିଷ୍ଟ ସମୟର କିଛି ପୂର୍ବରୁ ପରିସ୍ଥିତି ବଦଳି ଯାଇପାରେ। କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବାକୁ ପଡ଼ିପାରେ। ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ।
ମିଥୁନ
ମିଥୁନ
ପାପଗ୍ରହ ଦୃଷ୍ଟ ଗୁରୁ ହେତୁ କର୍ମକ୍ଷେତ୍ରରେ ତରବରିଆ ପଦକ୍ଷେପ ନେଲେ ଅସୁବିଧାରେ ପଡ଼ିବେ । କିନ୍ତୁ ନିର୍ମାଣ ଓ ଯାନବାହନ କ୍ରୟ ବିକ୍ରୟଜନିିତ ଦୀର୍ଘଦିନର ଆଶା ଫଳବତୀ ହେବ। ଆଲୋଚନା କ୍ଷେତ୍ରରେ କିମ୍ବା ସଭାସମିତିରେ ସଫଳତା ପାଇବା ମଧ୍ୟ କଷ୍ଟକର ହୋଇପାରେ। ବନ୍ଧୁମାନଙ୍କ ସହ ଭ୍ରମଣ ସୁଯୋଗ ଲାଭ କରିବେ।
କର୍କଟ
କର୍କଟ
ରାଶିପ୍ରତି ଅନୁକୂଳ ଗ୍ରହସ୍ଥିତି କାରଣରୁ ଆଜି ତାହା ବାସ୍ତବରେ ପରିଣତ ହେବ। ନିଜ ବନ୍ଧୁ କିମ୍ବା ଆମତ୍ୀୟଙ୍କଠାରୁ ଆବଶ୍ୟକ ସାହାଯ୍ୟ ସହଯୋଗ ପାଇବେ। ପ୍ରକାଶନ, ସାମ୍ବାଦିକତା ତଥା ପ୍ରଶାସନିକ ସ୍ଥିତି ଭଲ ରହିବ। ବାଣିଜ୍ୟ ଓ ବ୍ୟବସାୟ ଅଧିକ ନ ହେଲେ ମଧ୍ୟ ବିଶେଷ କିଛି ଖରାପ ହେବନାହିଁ।
ସି˚ହ
ସି˚ହ
ଦ୍ୱିତୀୟଭାବସ୍ଥ ଚନ୍ଦ୍ର ଆପଣଙ୍କ ନରମ କଥା ଓ ସୁନ୍ଦର ବ୍ୟବହାର ଦ୍ୱାରା ଯାହା ଇଚ୍ଛା କରୁଥିଲେ ତାହା ପାଇଯିବେ। ଅହିତକର ନ ହେଲେ ମଧ୍ୟ କର୍ମକ୍ଷେତ୍ରରେ ସାମାନ୍ୟ ପରିବର୍ତ୍ତନର ସମ୍ଭାବନା ରହିଛି । ନୂତନ ବନ୍ଧୁଙ୍କ ସହ ସମ୍ପର୍କ ବୃଦ୍ଧି ପାଇବା କାରଣରୁ ସାମାନ୍ୟ ଆଶ୍ୱସ୍ତି ଅନୁଭବ କରିବେ। କ୍ରୀଡ଼ା, ସଙ୍ଗୀତ ଓ ଚଳଚ୍ଚିତ୍ର ପାଇଁ ଦିନଟି ବହୁତ ଭଲ।
କନ୍ୟା
ଅସମ୍ପୂର୍ଣ୍ଣ କାମକୁ ଆଜି ପୂର୍ଣ୍ଣାଙ୍ଗ କରିବେ କିନ୍ତୁ ମନ ଅସ୍ଥିର ରହିବ । ଫେରିବା ବାଟରେ ବନ୍ଧୁତ୍ୱ ସୃଷ୍ଟି ହୋଇଯିବ। ଚିତ୍ରା ନକ୍ଷତ୍ରର ସାମାଜିକ କ୍ଷେତ୍ରରେ ଉଚ୍ଚବାଚ ଘଟିପାରେ। ଖର୍ଚ୍ଚଭାର ଯୋଗୁ ଚିନ୍ତାପ୍ରକଟ କରିବେ। ଯାନବାହନ, ଘର ମରାମତିରେ ବ୍ୟସ୍ତ ରହିପାରନ୍ତି। ବାଣିଜ୍ୟ ଓ ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ।
ତୁଳା
ତୁଳା
ବ୍ୟୟାଧିପ ରାଶିସ୍ଥ ଯୋଗୁ ଆମନ୍ତ୍ରିତ ଅତିଥି ଭାବରେ ସୁଯୋଗ ପାଇ ଉଚ୍ଚସ୍ତରରୁ କିମ୍ବା ସଭାସମିତିରୁ ସମ୍ମାନିତ ହେବେ। ଅନ୍ୟଦ୍ୱାରା ପ୍ରଭାବିତ ହୋଇ ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି । ପାଖ ପଡ଼ୋଶୀମାନେ ହତାଦର ମନୋଭାବ ପୋଷଣ କରିବେ। ସ୍ବାତୀ ନକ୍ଷତ୍ର ସକାଶେ ଆଜିର ସମୟଟି କେତେକ ଦୃଷ୍ଟିକୋଣରୁ ଖୁସିରେ କଟିବ।
ବିଛା
ବିଛା
ପାପଗ୍ରହ କବଳିତ ରାଶି ହେତୁ ଅସୁବିଧା ନ ଥିଲେ ମଧ୍ୟ ମନ ଅନୁଯାୟୀ କୌଣସି କାମ ହୋଇପାରିବନାହିଁ। ତଥାପି ସମସ୍ୟାର ସରଳ ସମାଧାନର ଉପାୟ ବାହାର କରିବାରେ ସଫଳ ହେବେ। ବ୍ୟବସାୟିକ କାରବାର ବୃଦ୍ଧି ପାଇବା ସାଙ୍ଗକୁ ଆର୍ଥିକ ସ୍ବଚ୍ଛଳତା ଫେରିଆସିବ । ଗୁରୁବର୍ଗଙ୍କ ପ୍ରେରଣାରେ ଆଧ୍ୟାମତ୍ିକ ଭାବଧାରାରେ ଉଦ୍‌ବୁଦ୍ଧ ହୋଇପାରନ୍ତି।
ଧନୁ
ଧନୁ
ମଙ୍ଗଳ ଷଷ୍ଠ ସ୍ଥାନରେ ଥିବାରୁ ସନ୍ତାନଙ୍କ ସ୍ବାସ୍ଥ୍ୟ ପ୍ରତି ଅବହେଳା କଲେ ଅନୁତାପ କରିବାକୁ ପଡ଼ିପାରେ। ସାହିତ୍ୟ, ସାମ୍ବାଦିକତା, ପ୍ରଶାସନ ଓ ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ। ପରିବାର ଭିତରେ ହସଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ। ବନ୍ଧୁଙ୍କ ନିମନ୍ତ୍ରଣ ପାଇ ହଠାତ୍‌ ଯାତ୍ରା କରିବାକୁ ପଡ଼ିପାରେ।
ମକର
ମକର
ତୃତୀୟସ୍ଥ ବୃହସ୍ପତି ପ୍ରଭାବରୁ ଗ୍ୟାଷ୍ଟ୍ରିକ୍‌ କିମ୍ବା ଅଜୀର୍ଣ୍ଣଜନିତ ପେଟଗୋଳମାଳ ପୀଡ଼ା ଅନୁଭବ କରିବେ। ପ୍ରିୟ ବନ୍ଧୁ ସହ ସମ୍ପର୍କ ଛିନ୍ନ ହୋଇପାରେ। ଲୋକସମ୍ପର୍କ ବୃଦ୍ଧି ପାଇବ, କିନ୍ତୁ କେତେକ ଈର୍ଷାପରାୟଣ ବ୍ୟକ୍ତିମାନଙ୍କ ସକାଶେ ଟେନସନ ବଢ଼ିଯିବ । ମାଙ୍ଗଳିକ କାମର ପ୍ରସ୍ତୁତି ସାଙ୍ଗକୁ ଅନ୍ୟାନ୍ୟ କାର୍ଯ୍ୟରେ ମଧ୍ୟ ଶୁଭଫଳ ପାଇବେ।
କୁମ୍ଭ
କୁମ୍ଭ
ଏକାଦଶଭାବର ଶୁଭତ୍ୱ କାରଣରୁ ସାମଗ୍ରିକ କ୍ଷେତ୍ରରେ ଅଭିଳାଷ ପୂରଣ ହେବ। କର୍ମକ୍ଷେତ୍ରରେ ସ୍ଥଗିତ କାମ ପୂରା ଦମରେ କରିବା ପାଇଁ ନିଷ୍ପତ୍ତି ନେବେ। ସଭାସମିତିର ଆଲୋଚନା କ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିପାରନ୍ତି। କାରିଗରି, ସାମ୍ବାଦିକତା, ସାହିତ୍ୟ, କଳା ଓ ରଚନାମତ୍କ କାମରେ ପ୍ରଶଂସା ପାଇବେ।
ମୀନମୀନ
ଆଜି ଭଲ ଓ ମନ୍ଦର ମିଶ୍ରିତ ଫଳ ଅନୁଭବରେ ଆସିପାରେ। ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା, ଅନୁରାଗ ଫେରାଇ ଆଣିବ। ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ତଥା ବିଭିନ୍ନ ଦିଗରୁ ଲାଭବାନ ହେବେ। ମାଲିମକଦ୍ଦମା କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri