Posted inRasifala

ରାଶିଫଳ: ଶୁକ୍ରବାର, ଫେବୃଆରୀ ୨୧ ତାରିଖ – Daily Horoscope

ମେଷ
ଆଜି ଗଜକେଶରୀ ଯୋଗ ଫଳସ୍ବରୂପ ବନ୍ଧୁମିଳନ, ଧାର୍ମିକ କାର୍ଯ୍ୟ ଓ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ। ବାଧକାଧିପତି ଶନି ରାଶିକୁ ଅବଲୋକନ କରୁଥିବାରୁ ଶାରୀରିକ ସ୍ତରରେ ଶିଥିଳତା ଅନୁଭବ କରିବେ। ଶିଳ୍ପ, ନିର୍ମାଣ, ବାଣିଜ୍ୟ ଓ ପରିବହନ ବାଧାପ୍ରାପ୍ତ ହେବ। କେତେକ କ୍ଷେତ୍ରରେ ପ୍ରତିଯୋଗିତା ମନୋଭାବ ଉପୁଜି ପାରେ।
ବୃଷ
ବୃଷ
ରାଶିରେ ଦେବଗୁରୁ ଅବସ୍ଥାନ କରିଥିବାରୁ ଆଜି ସାମଗ୍ରିକ ସୁଖ, ସୁବିଧା ପ୍ରଦାନ କରିବାରେ ସମର୍ଥ ହେବେ। ଆର୍ଥିକ ଅଭିବୃଦ୍ଧି, ସାମାଜିକ ସମ୍ମାନ ଓ ଫଳପ୍ରଦ ଆଲୋଚନା ପ୍ରୀତିଦାୟକ ରହିବ। ଘରୋଇ ଝମେଲା କାରଣରୁ ମନ ଭଲ ରହି ନ ପାରେ। ପରିବହନ, ଲେଖାପଢ଼ା ଓ ପ୍ରଶାସନ କ୍ଷେତ୍ରରେ ଶୁଭଫଳ ପାଇବେ।
ମିଥୁନ
ମିଥୁନ
ବକ୍ରୀ ମଙ୍ଗଳ ରାଶିରେ ରହିଥିବାରୁ ପାରିବାରିକ ଓ କର୍ମକ୍ଷେତ୍ରରେ ସମସ୍ୟା ଲାଗିରହିପାରେ। ଅଟକି ରହିଥିବା କାମ ସୁବିଧାରେ ହୋଇଯିବ। ଶନି କ୍ଷେତ୍ରସ୍ଥ ବୁଧଙ୍କ ପ୍ରଭାବରେ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିବାର ଆଶଙ୍କା ରହିଛି। ଦ୍ୱନ୍ଦ୍ୱରେ ପଡି ବନ୍ଧୁମାନଙ୍କ କଥାକୁ ଓଲଟା ବୁଝି ମନକୁ ଭାରାକ୍ରାନ୍ତ କରିପାରନ୍ତି ।
କର୍କଟ
କର୍କଟ
ନୀଚରାଶିରେ ଚନ୍ଦ୍ର ଥିବାରୁ ଅତୀତ କଥାକୁ ଚିନ୍ତା କରି ମନସ୍ତାପ କରିପାରନ୍ତି। କର୍ମକ୍ଷେତ୍ରରେ ପରିସ୍ଥିତିକୁ ଯେତେଟା ଜଟିଳ ମନେକରୁଛନ୍ତି ସେମିତି କିଛି ହେବନି। ବ୍ୟବସାୟ, ବାଣିଜ୍ୟ ଓ ପରିବହନ ତଥା ନିର୍ମାଣରେ ପ୍ରତିବନ୍ଧକ ସୃଷ୍ଟିଜନିତ କାମ ସ୍ଥଗିତ ରହିଯାଇପାରେ। ଆକସ୍ମିକ ଭାବେ ଅନ୍ୟଉପରେ ରାଗି ଅନର୍ଥ ଓ ଶତ୍ରୁତା ସୃଷ୍ଟି କରିପାରନ୍ତି।
ସି˚ହ
ସି˚ହ
ତିନୋଟିଗ୍ରହ ରାଶିକୁ ଦେଖୁଥିବାରୁ ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି କାମ ହାସଲ କରିପାରିବେ। ପାରିବାରିକ ପରିସ୍ଥିତି ବିଶେଷ ଭଲ ନ ହେଲେ ମଧ୍ୟ ମନ୍ଦ ହେବନି। କ୍ରୀଡ଼ା, ସାହିତ୍ୟଚର୍ଚ୍ଚା, ଚଳଚ୍ଚିତ୍ର, ସଙ୍ଗୀତ ପ୍ରଭୃତିରେ ସଫଳତା ଯୋଗୁ ମନ ଖୁସି ରହିବ। ପାରିବାରିକ ସ୍ଥିତି ପୂର୍ବଭଳି ରହିବା ଯୋଗୁ ମନ ଖୁସି ରହିପାରେ।
କନ୍ୟା
ଶୁକ୍ର ଓ ବୁଧଙ୍କ ଯୋଗୁ ଦୈହିକ, ମାନସିକ ଓ ଶାରୀରିକ ସୁସ୍ଥତା ଅକ୍ଷୁଣ୍ଣ ରହିବ। ବନ୍ଧୁଙ୍କ ଅନୁରୋଧରେ କୌଣସି ସ୍ଥଗିତ କାମ ଆରମ୍ଭ କରିବା ସକାଶେ ମନ ବଳାଇବେ। ଖଳ ଲୋକମାନଙ୍କ କଥାରେ ପଡ଼ି ଭୁଲ୍‌ ମାର୍ଗ ଅନୁସରଣ କରି ହଇରାଣ ହେବାକୁ ପଡ଼ିପାରେ।
ତୁଳା
ତୁଳା
ସାଧାରଣ କେତେକ ବ୍ୟତିକ୍ରମକୁ ବାଦ୍‌ ଦେଲେ ଦିନଟି ଭଲରେ କଟିବ। ଶନିଙ୍କ ସୁପ୍ରଭାବରୁ ରାଜନୈତିକ ସ୍ଥିତିର ସମୀକ୍ଷା, ବ୍ୟବସାୟିକ ସ୍ଥିତିର ଅଗ୍ରଗତିରେ ସନ୍ତୋଷ ପାଇବେ। ସନ୍ଦେହ ଓ ବୁଝାମଣା ଅଭାବରୁ ବନ୍ଧୁଙ୍କ ଉପରେ ରାଗିବାରୁ ବିବାଦ ବଢ଼ିପାରେ। ଶିଳ୍ପ, ବାଣିଜ୍ୟ, ସାହିତ୍ୟ, ସାମ୍ବାଦିକତା ଓ ପ୍ରଶାସନିକ ସ୍ତରରେ ଉନ୍ନତି ପରିଲକ୍ଷିତ ହେବ।
ବିଛା
ବିଛା
ଅଷ୍ଟମସ୍ଥ ରାଶ୍ୟାଧିପ କାରଣରୁ ବନ୍ଧୁଙ୍କ ସହ ମନୋମାଳିନ୍ୟ ଯୋଗୁ ଉଦାସ ରହିବେ। ଅସଂଯତ କାର୍ଯ୍ୟକଳାପ ପାଇଁ ଉଚ୍ଚବର୍ଗଙ୍କଠାରୁ ସମାଲୋଚିତ ହେବେ। ରାଜନୀତି, ପ୍ରଶାସନ, କଳା, ସାହିତ୍ୟ, ସାମ୍ବାଦିକତାରେ ସମସ୍ୟା ସମାଧାନ ହୋଇଯିବ। ବିଶିଷ୍ଟବ୍ୟକ୍ତିମାନଙ୍କ ଦ୍ୱାରା ସଭାସମିତିରେ ପ୍ରଶଂସିତ ହୋଇପାରନ୍ତି।
ଧନୁ
ଧନୁ
ବୁଧ ଭାଗ୍ୟସ୍ଥାନକୁ ଦେଖୁଥିବାରୁ କର୍ମକ୍ଷେତ୍ରରେ ଅସଂଗତି ରହିଲେ ମଧ୍ୟ ଅସୁବିଧା ହେବ ନାହିଁ। ଶନିକ୍ଷେତ୍ରସ୍ଥ ବୁଧଙ୍କ ପ୍ରଭାବରୁ ବନ୍ଧୁଙ୍କ ଭୁଲ୍‌ବୁଝାମଣାକୁ ସୁଧାରି ନେବେ। ପଡ଼ୋଶୀ ସହଯୋଗର ହାତ ବଢ଼ାଇ କାର୍ଯ୍ୟହାସଲରେ ସହାୟକ ହେବେ। ଆଜି ଦିନଟିରେ ଯାନବାହନରେ ସତର୍କତା ରକ୍ଷା କରିବା ଭଲ ହେବ।
ମକର
ମକର
ଆଜିର ଗ୍ରହସ୍ଥିତିର ବୈଷମ୍ୟତା ପାରିବାରିକ କ୍ଷେତ୍ରରେ ଅଶାନ୍ତିଜନିତ ମନରେ ସରସତା ରହିବ ନାହିଁ। ପ୍ରକୃତ ଘଟଣା ନ ବୁଝି ଉପରିସ୍ଥ କର୍ମଚାରୀ କ୍ରୋଧ ପ୍ରକାଶ କରିପାରନ୍ତି। ପୁତ୍ରକନ୍ୟାଙ୍କ ହେତୁକ ସମସ୍ୟା ସମାଧାନ ହେତୁ ଆଶ୍ୱସ୍ତି ଅନୁଭବ କରିବେ। ରପତ୍ାନି କାରବାର, ନିର୍ମାଣ, ପରିବହନ ଏଜେନ୍ସି, ସାହିତ୍ୟ, ସାମ୍ବାଦିକତାରେ ପ୍ରଶଂସିତ ହେବେ।
କୁମ୍ଭ
କୁମ୍ଭ
ସ୍ବରାଶି ପ୍ରତି ଶନିଙ୍କ ସ୍ଥିତି ଶାରୀରିକ, ସାମାଜିକ, ଗଣତାନ୍ତ୍ରିକ, ଆଇନ ପ୍ରଭୃତି କ୍ଷେତ୍ରରେ ସୁଫଳ ପ୍ରଦାନ କରିବ। ଜଣେ ବନ୍ଧୁ ପାରିବାରିକ କ୍ଷେତ୍ରର ସମସ୍ୟା ସମାଧାନ କରିବା ସକାଶେ ଚେଷ୍ଟା କରିବେ। ଜମିଜମା କିମ୍ବା କଚେରି ମାମଲା କ୍ଷେତ୍ରରେ ଆଶାଜନକ ଫଳ ପାଇବେ। ନୂତନ ଚୁକ୍ତିପତ୍ର ବନ୍ଧୁଙ୍କ ଜରିଆରେ ସ୍ବାକ୍ଷରିତ ହୋଇପାରେ।
ମୀନମୀନ

ସମସ୍ୟା ଓ ପ୍ରତିବନ୍ଧକକୁ ପଛକୁ ପକାଇ ବାସ୍ତବତାରେ ଉତ୍‌ଫୁଲ୍ଲିତ ରହିବେ। ଅଟକି ରହିଥିବା କାମ ସୁବିଧାରେ ସମ୍ପନ୍ନ ହେବା କଷ୍ଟକର ହୋଇପାରେ। ଆନୁଷ୍ଠାନିକ କାମରେ ଅର୍ଥ ଓ ସମ୍ମାନ ପାଇବାରେ କୌଣସି ଅସୁବିଧା ହେବନାହିଁ। ଶୁକ୍ରଙ୍କ ପ୍ରଭାବରେ ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ଆଶାତୀତ ସଫଳତା ହାସଲ କରିବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମାର୍ଚ୍ଚ ୭ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟାଧିପତି ବୃହସ୍ପତିଙ୍କ ଦୃଷ୍ଟିରେ ଥିବାରୁ ନୂତନ ଯୋଜନାରମ୍ଭ କରିବାକୁ ମନ ବଳାଇପାରନ୍ତି। ଆତ୍ମୀୟଙ୍କ ସହଯୋଗରେ ଧାର୍ମିକ କାର୍ଯ୍ୟ ସକାଶେ ପୂର୍ବ ପ୍ରସ୍ତୁତି ଶେଷ…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୬ ତାରିଖ – Daily Horoscope

ମେଷ ରାଶ୍ୟାଧିପତିଙ୍କ ସୁପ୍ରଭାବରୁ ସ୍ବାସ୍ଥ୍ୟରେ ଉନ୍ନତି ହେବ ଏବଂ ଅଭିଳାଷ ମଧ୍ୟ ପୂର୍ଣ୍ଣ ହୋଇଯିବ। ପାରିବାରିକ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହି ନ ପାରେ। ଅର୍ଥ…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୫ ତାରିଖ – Daily Horoscope

ମେଷ ଆଜି ଶୁଭଚନ୍ଦ୍ର ପ୍ରଭାବରୁ ଆର୍ଥିକ ଅଭିବୃଦ୍ଧି ସହିତ ନୂତନ ସମ୍ପର୍କ ସୃଷ୍ଟି ହୋଇପାରିବ। ଶନିଙ୍କ ଦୃଷ୍ଟି ପଥାରୁଢ ହେତୁ ଉପରିସ୍ଥଙ୍କ ଦାୟିତ୍ୱପୂର୍ଣ୍ଣ କାମଟି ପୂର୍ଣ୍ଣାଙ୍ଗ ନହୋଇପାରେ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୪ ତାରିଖ – Daily Horoscope

ମେଷ ଆଜି ଅନୁକୂଳ ଗ୍ରହସ୍ଥିତିରୁ ଆପଣଙ୍କ ଏକାଧାରରେ କାର୍ଯ୍ୟସିଦ୍ଧି ସଙ୍ଗକୁ ବନ୍ଧୁ ମିଳନରୁ ଖୁସୀ ରହିବେ। ଦୀର୍ଘ ସମୟ ଧରି ଅପେକ୍ଷା କରିଥିବା କାମରେ ଶୁଭ ସୂଚନା…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩ ତାରିଖ – Daily Horoscope

ମେଷ ପାପଗ୍ରହଯୁକ୍ତ ଚନ୍ଦ୍ର କୋଣଭାବରେ ରହିଥିବାରୁ ପାରିବାରିକ ସ୍ତରରେ ସାଧାରଣ ବ୍ୟତିକ୍ରମ ବେଶି କ୍ଷଣ ତିଷ୍ଠିରହିବ ନାହିଁ। କଥା ପ୍ରସଙ୍ଗରେ ବନ୍ଧୁଙ୍କ ଦୁଃଖଦ ପରିସ୍ଥିତି ଶ୍ରବଣ କରି…

ରାଶିଫଳ: ସୋମବାର, ମାର୍ଚ୍ଚ ୨ ତାରିଖ – Daily Horoscope

ମେଷ ଦ୍ୱାଦଶଭାବସ୍ଥ କର୍ମାଧିପ ଶନି ଆପଣଙ୍କ କର୍ମ ସମୂହକୁ ସମ୍ପନ୍ନ କରିବାରେ ବହୁତ ସମୟ ନେଇପାରେ। ବୁଧଙ୍କ ଦୁର୍ବଳତା କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ଅନ୍ୟମାନଙ୍କୁ ସରଳ ଭାବରେ…

ରାଶିଫଳ: ରବିବାର, ମାର୍ଚ୍ଚ ୧ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଚତୁର୍ଥ କେନ୍ଦ୍ରସ୍ଥ ହେତୁ ପରିବାର ଓ କର୍ମକ୍ଷେତ୍ରର ସ୍ଥିତି ଆନନ୍ଦଦାୟକ ରହିବ। ବିବାଦୀୟ ପରିସ୍ଥିତିରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ…

ରାଶିଫଳ: ଶନିବାର, ଫେବୃଆରୀ ୨୮ ତାରିଖ – Daily Horoscope

ମେଷ ଶାରୀରିକ ସୁସ୍ଥତା ସାଙ୍ଗକୁ ଆର୍ଥିକ ଅଭିବୃଦ୍ଧିଜନିତ ମାନସିକ ସ୍ଥିତି ଭଲ ରହିବ। ସହକର୍ମୀଙ୍କ ପରୋକ୍ଷ ଶତ୍ରୁତାଜନିତ କାର୍ଯ୍ୟହାନି ଘଟିପାରେ । କୃତ୍ତିକା ନକ୍ଷତ୍ର ସକାଶେ ପ୍ରତ୍ୟେକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri