Posted inRasifala

ରାଶିଫଳ: ରବିବାର, ମେ ୧ ତାରିଖ – Daily Horoscope

ମେଷ
ଆଜି ଦ୍ୱିଜା ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ମନ ଯେମିତି, ଉଚ୍ଚ କାମଗୁଡ଼ିକ ମଧ୍ୟ ସେହିପରି ସରସ ରହିବ। ବୁଧଙ୍କ ପ୍ରଭାବରୁ ଏମିତି ମରମ କଥା କହିଦେବେ ଯେ, ବନ୍ଧୁ କହି ପାରୁନଥିବେ କି ସହି ପାରୁନଥିବେ। ପରିଜନଙ୍କ ଅନୁରୋଧରେ ନୂଆ ସ୍ଥାନ ବୁଲିଯିବାର ସୁଯୋଗ ରହିଛି। ରାହୁଙ୍କ ସ୍ଥିତିଜନିତ ଆର୍ଥିକ ସ୍ଥିତି ସେତେଟା ଭଲ ରହିବ ନାହିଁ।
ବୃଷ
ବୃଷ
ବିଳମ୍ବରେ ହାତକୁ ନେଇଥିବା କାମଗୁଡ଼ିକ ସମ୍ପନ୍ନ ହେବାରେ ଅସୁବିଧା ହେବ ନାହିଁ। ବନ୍ଧୁଙ୍କୁ ଅପେକ୍ଷା କରି ବିରକ୍ତ ହେବେ, କିନ୍ତୁ ପ୍ରକାଶ୍ୟରେ କିଛି କହି ପାରିବେ ନାହିଁ। ବ୍ୟବସାୟ, ପରିବହନ ଓ ବାଣିଜ୍ୟ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ। ଯେତେ ପାଇଲେ ମଧ୍ୟ ହାତ ସବୁବେଳେ ଖାଲି ରହିବାରୁ ଚିନ୍ତା ପ୍ରକାଶ କରିପାରନ୍ତି।
ମିଥୁନ
ମିଥୁନ
ମନ ଧରି କାମ କଲେ ମଧ୍ୟ ନିଜ ସଂସ୍ପର୍ଶରେ ଆସୁଥିବା ବ୍ୟକ୍ତିମାନେ ବଦଳିବେ ନାହିଁ। କର୍ମକ୍ଷେତ୍ରରେ ସାମାନ୍ୟ ଭୁଲରୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇପାରେ। ଜମା ପଡ଼ୁନଥିବା ବ୍ୟକ୍ତିବିଶେଷଙ୍କ ଦ୍ୱାରା ପାରିବାରିକ କ୍ଷେତ୍ରରେ କିଛି ପ୍ରତିବନ୍ଧକର ସାମ୍ନା କରିବାକୁ ପଡ଼ିବ। ମାଙ୍ଗଳିକ କାର୍ଯ୍ୟରେ ଅନ୍ୟମାନଙ୍କ ଉପରେ ନିର୍ଭରଶୀଳ ହୋଇପାରନ୍ତି।
କର୍କଟ
କର୍କଟ
ଆକସ୍ମିକ କୌଣସି ନିଷ୍ପତ୍ତି ନେଇ ପରେ ଅନୁତାପ କରିବେ। ଅନ୍ୟମନସ୍କ କିମ୍ବା ଅସାବଧାନବଶତଃ ଦ୍ରବ୍ୟ ନଷ୍ଟ କିମ୍ବା ଧନହାନୀର ଆଶଙ୍କା ରହିଛି। ପରକଥାକୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ଅବଶ୍ୟ ମନର ବଳ ଟାଣ ରହିବ ଏବଂ ପୁଷ୍ୟା କେତେକାଂଶରେ ସଫଳତା ପାଇବେ। ଦୂରରେ ଥିବା ସନ୍ତାନମାନଙ୍କଠାରୁ ସୁଖବର ପାଇବେ।
ସି˚ହ
ସି˚ହ
ଆଜିର ସବୁ କାମ ସୁବିଧାରେ ସମ୍ପନ୍ନ ହୋଇପାରିବ। ବନ୍ଧୁମିଳନ ସାଙ୍ଗକୁ ସାମାଜିକ ସ୍ତରରେ ଗଠନମୂଳକ କାର୍ଯ୍ୟରେ ନେତୃତ୍ୱ ଗ୍ରହଣ କରି ଉଚ୍ଚ ପ୍ରଶଂସିତ ହେବେ। ପରିବାରରେ କାହାର ସ୍ବାସ୍ଥ୍ୟ ସମସ୍ୟା ଯୋଗୁ ସାମୟିକ ମାନସିକ ସୁସ୍ଥତା ବ୍ୟାହତ ହୋଇପାରେ। ପାରସ୍ପରିକ ଅସହଯୋଗ କାରଣରୁ ଅଫିସ୍‌ରେ ପରିଚାଳନାଗତ ସମସ୍ୟା ବୃଦ୍ଧି ପାଇବ।
କନ୍ୟା
ଉଚ୍ଚସ୍ଥ ରବି ବିପରୀତ ରାଜଯୋଗ ସୃଷ୍ଟି କରୁଥିବାରୁ ଯେଉଁ କାମରେ ହାତ ଦେବେ ସଫଳତା ପାଇବେ। ଅଭାବନୀୟ ପରିସ୍ଥିତିକୁ ହୃଦୟଙ୍ଗମ କରି ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେଇପାରନ୍ତି। ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହେବ। ସ୍ତ୍ରୀଙ୍କ ସହ ମତପାର୍ଥକ୍ୟ ସମାଲୋଚନାର କାରଣ ହେବ।
ତୁଳା
ତୁଳା
କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ। ଅଫିସ୍‌ କାମରେ ବ୍ୟସ୍ତ ରହି କୌଣସି ଗୁରୁତ୍ୱପୂର୍ଣ୍ଣ କଥାଟି ଭୁଲିଯିବେ। ସତ୍ୟତା ନଥାଇ ଶୁଣାକଥାକୁ ବିଶ୍ୱାସ କଲେ ମାନସିକ ଅଶାନ୍ତି ସାଙ୍ଗକୁ ଅସୁବିଧାର ସମ୍ମୁଖୀନ ହୋଇପାରନ୍ତି। ମାଙ୍ଗଳିକ କାମରେ ଆସିଥିବା ଜଣେ ବନ୍ଧୁଙ୍କ ଦର୍ଶନ ପାଇଁ ମନ ଛଟପଟ ହୋଇପାରେ।
ବିଛା
ବିଛା
ସମସ୍ୟା ରହିଥିଲେ ମଧ୍ୟ କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ବହୁତ ଭଲ ରହିବ। ଅଯଥା ରାଗି ଅନ୍ୟମାନଙ୍କ ସହ ଥିବା ସମ୍ପର୍କକୁ ଖରାପ କଲା ଭଳି କିଛି କାମ କରିବା ଠିକ୍‌ ହେବ ନାହିଁ। ଗୃହ, ଭୂମି, ଗାଡିମୋଟର ସମ୍ପର୍କୀୟ ଦୁଶ୍ଚିନ୍ତା ଆସିପାରେ। ସାମାଜିକ ପ୍ରତିଷ୍ଠା ବୃଦ୍ଧି ପାଇବା ସାଙ୍ଗକୁ ଆର୍ଥିକ ସ୍ଥିତି ବହୁତ ଭଲ ରହିବ ।
ଧନୁ
ଧନୁ
ପାରିବାରିକ ପରିସ୍ଥିତି ଆପଣଙ୍କୁ ଘଟଣାଗୁଡ଼ିକୁ ଅସ୍ବାଭାବିକ ଭାବେ ଚିନ୍ତା କରିବାକୁ ବାଧ୍ୟ କରିବ। ଶତ୍ରୁଙ୍କ ପ୍ରାଦୁର୍ଭାବ ଓ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ବାଣିଜ୍ୟ, ବ୍ୟବସାୟ, ପରିବହନ ଏବଂ ରିୟଲ୍‌ଇଷ୍ଟେଟ କ୍ଷେତ୍ରରେ ସମସ୍ୟା ସମାଧାନ ହେବ। ରାଜନୈତିକ ସ୍ତରରେ ଗଠନମୂଳକ ପ୍ରସ୍ତାବ ଦେଇ ପ୍ରଶଂସିତ ହେବେ।
ମକର
ମକର
କର୍ମଜଞ୍ଜାଳ ବୃଦ୍ଧି ହେତୁ ଆଜି ଘର କାମ ଛାଡ଼ି ବାହାର କାମରେ ବେଶି ସମୟ କଟାଇବେ। ଆନୁଷ୍ଠାନିକ କାମ ସାଙ୍ଗକୁ ପରିବହନ, ନିର୍ମାଣ, ପ୍ରକାଶନ ଓ ପ୍ରଶାସନିକ କ୍ଷେତ୍ରରେ ସଫଳତା ହାସଲ କରିବେ। ସଙ୍ଗଠନ, ସଭାସମିତି, ଆନୁଷ୍ଠାନିକ କାମ ତଥା ଧର୍ମାନୁଷ୍ଠାନ ଦିଗରୁ ପ୍ରେରଣା ମିଳିବ। ଆକସ୍ମିକ ଭାବରେ ଦୂର ଯାତ୍ରା କରିବାକୁ ପଡ଼ିପାରେ।
କୁମ୍ଭ
କୁମ୍ଭ
ପାରିପାର୍ଶ୍ୱିକ ପରିସ୍ଥିତି ଓ ପରିବେଶ ଆଜି ପାଇଁ ବହୁତ ଭଲ ରହିବ। ନୂତନ ଯୋଜନା ଏବଂ କଲ୍ୟାଣମୂଳକ କାର୍ଯ୍ୟ ଦିଗରେ ଜଣେ ଦୂରାଗତ ବନ୍ଧୁ ସାହାଯ୍ୟ କରିବେ। ସାଧାରଣ ଭୁଲ୍‌ ବୁଝାମଣାକୁ ଦୂରେଇ ନେଲେ ଉପକୃତ ହେବେ। ପରିବାରରେ ସୁଖ ଶାନ୍ତି ଊଣା ହେବ ନାହିଁ, କିନ୍ତୁ ପୁରାତନ ରୋଗର ପ୍ରାଦୁର୍ଭାବ ବୃଦ୍ଧି ପାଇବ।
ମୀନମୀନ
ମନରେ ଅସ୍ଥିରତା ସୃଷ୍ଟି ହେଲେ ମଧ୍ୟ ପ୍ରତିଶ୍ରୁତି ଅନୁଯାୟୀ କାମ କରିବାକୁ ପ୍ରସ୍ତୁତ ହେବେ। ଶତ୍ରୁତା କରୁଥିବା ଲୋକଙ୍କ ଦ୍ୱାରା ବାଦବିବାଦ କ୍ରମେ ଜଟିଳ ହୋଇପାରେ। ସମୟ ସ୍ରୋତରେ ଭୁଲ୍‌ ବୁଝାମଣା କ୍ରମେ ଭାଙ୍ଗି ପଡ଼ିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ଆଜିର ଆଲୋଚନା ସାରଗର୍ଭକ ହେତୁ ବନ୍ଧୁଗହଣରୁ ପ୍ରଶଂସାର ସୁଅ ଛୁଟି ଆସିବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri