Posted inRasifala

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୧୯ ତାରିଖ – Daily Horoscope

ମେଷ
ଆଜି ଉଚ୍ଚ ସ୍ତରରେ ସମ୍ପର୍କ ସ୍ଥାପିତ ହେବ ଏବଂ ବିଶିଷ୍ଟ ବ୍ୟକ୍ତିଙ୍କ ଶୁଭେଚ୍ଛା ଲାଭ କରିବେ। ବନ୍ଧୁଙ୍କ ସଦ୍‌ଭାବନାର ଅନ୍ତର୍ନିହିତ ସ୍ବର ମୁହଁରେ ଫୁଟି ଉଠିବ। ଅର୍ଥନୈତିକ ସ୍ଥିତିର ଅଭିବୃଦ୍ଧି, କଳା, ସାହିତ୍ୟ, ସଙ୍ଗୀତରେ ଉନ୍ନତି, ଯାନ୍ତ୍ରିକ ଦ୍ରବ୍ୟଲାଭରୁ ମନ ଖୁସି ରହିବ। ମାଙ୍ଗଳିକ କାମ ପରିପ୍ରେକ୍ଷୀରେ ବନ୍ଧୁମିଳନ ସାଙ୍ଗକୁ ହସ ଖୁସିରେ ମସ୍‌ଗୁଲ୍‌ ରହିପାରନ୍ତି।
ବୃଷ
ବୃଷ
ଆଜି ହଠାତ୍‌ ବନ୍ଧୁଙ୍କ ନିମନ୍ତ୍ରଣ ରକ୍ଷାକରି ଯାତ୍ରା କରିବାକୁ ପଡ଼ିପାରେ । ନୂତନ ସ୍ଥାନ ପରିଦର୍ଶନ ସାଙ୍ଗକୁ ମିତ୍ରତାର ସମ୍ପର୍କ ଯୋଡ଼ିହୋଇଯିବ। କର୍ମକ୍ଷେତ୍ରରେ ସମସ୍ୟା ରହିଥିଲେ ମଧ୍ୟ ଉପସ୍ଥିତ ବୁଦ୍ଧି ଖଟାଇ କାମ ହାସଲ କରିବାରେ ସମର୍ଥ ହେବେ। ବାଣିଜ୍ୟରେ ଉନ୍ନତି କରିବେ, କିନ୍ତୁ ପ୍ରତିଦ୍ୱନ୍ଦ୍ୱିତା କିମ୍ବା ପରିବହନରେ କିଛି ଝଟକା ଲାଗିପାରେ।
ମିଥୁନ
ମିଥୁନ
ଗତକାଲିର ପରିଶ୍ରମଜନିତ କାରଣରୁ ଆଜି ସକାଳୁ ଦେହଟା ଟିକିଏ ଭଲ ଲାଗି ନ ପାରେ। ବ୍ୟବସାୟ କ୍ଷେତ୍ରରେ କୌଶଳ ଖଟାଇ କାର୍ଯ୍ୟ ହାସଲ ପାଇଁ ଚେଷ୍ଟିତ ହେବେ। କଚେରି ମାମଲାର ଶୁଣାଣି ବିଳମ୍ବରେ ଘଟିବା ଯୋଗୁ ବ୍ୟସ୍ତତା ଅନୁଭବ କରିପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭକରି କାମ ହାସଲ କରିପାରନ୍ତି।
କର୍କଟ
କର୍କଟ
ପାରିବାରିକ ସଦ୍‌ଭାବ ସାଙ୍ଗକୁ କର୍ମକ୍ଷେତ୍ରର ସାବଲୀଳତା ମନକୁ ହର୍ଷୋତ୍‌ଫୁଲ୍ଲ କରିବ। ସମ୍ପର୍କୀୟଙ୍କ ସହଯୋଗୀ କାମକୁ ଆଗକୁ ବଢ଼ାଇବାରେ ସାହାଯ୍ୟ କରିବ। ଅତି ବିଶ୍ୱସ୍ତ ଲୋକଠାରୁ ଭୁଲ୍‌ ଖବର ପାଇ ବିବ୍ରତ ହେବେ। ଅଟକି ରହିଥିବା ନିର୍ମାଣାଧୀନ କାମ ହଠାତ୍‌ ଆରମ୍ଭ କରିବାକୁ ବନ୍ଧୁମାନଙ୍କ ସହ ଆଲୋଚନା କରିପାରନ୍ତି ।
ସି˚ହ
ସି˚ହ
ପାରିବାରିକ ସମସ୍ୟା ବିଜଡ଼ିତ ହେତୁ ମନ କଥା ମନରେ ମାରି ରହିବାକୁ ବାଧ୍ୟ ହେବେ। ବ୍ୟବସାୟ,ନିର୍ମାଣ,ଗୃହ ଜମି,ପରିବହନ ପ୍ରଭୃତିରେ ସମସ୍ୟା ରହିବ ନାହିଁ । ଗଠନମୂଳକ ପ୍ରସ୍ତାବ ଦେଇ କର୍ମକ୍ଷେତ୍ରରେ କିମ୍ବା ବନ୍ଧୁ ଗହଣରେ ପ୍ରଶଂସିତ ହେବେ। ଜିଦ୍‌ଖୋର କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ହଇରାଣ ହୋଇପାରନ୍ତି।
କନ୍ୟା
ସମସ୍ୟା ଆସିବ ଏବଂ ଯିବ, କିନ୍ତୁ ଆରମ୍ଭ ଓ ଶେଷର ମଧ୍ୟବର୍ତ୍ତୀ ସମୟ ଆପଣଙ୍କ ପାଇଁ ଟେନ୍‌ସନର କାରଣ ପାଲଟିଯିବ। ଆର୍ଥିକ ସ୍ଥିତି ଓ ବୈଷୟିକ ସମୃଦ୍ଧିର ଅଭାବ ନ ଥିଲେ ମଧ୍ୟ ମାନସିକ ସ୍ଥିରତା ରହି ନ ପାରେ। ପ୍ରକାଶନ, ପ୍ରଶାସନ, ମାଲି ମକଦ୍ଦମା ଓ ସଭାସମିତିରେ ଶୁଭଫଳ ପାଇବେ। ଗୃହ, ଭୂମି, ଗାଡ଼ିମୋଟର ସମ୍ପର୍କିତ ଚିନ୍ତା ଦୂରହେବ ।
ତୁଳା
ତୁଳା
ବାଧିଲା ଭଳି କଥା କହିବା ଦ୍ୱାରା ଘରେ ହେଉ କିମ୍ବା କର୍ମକ୍ଷେତ୍ରରେ ଅଶାନ୍ତ ପରିସ୍ଥିତି ସୃଷ୍ଟି ହୋଇପାରେ। ସାଂସ୍କୃତିକ କାର୍ଯ୍ୟକ୍ରମରେ ସାମିଲହୋଇ ବନ୍ଧୁଗହଣରେ ସମୟ କାଟିପାରନ୍ତି। ଭୁଲ୍‌ ଖବର ପାଇ କିମ୍ବା ଉପରିସ୍ଥଙ୍କ କାମ ଚାପରେ ବିବ୍ରତ ହୋଇପାରନ୍ତି। ରୁଗ୍‌ଣ ସ୍ବାସ୍ଥ୍ୟ ସାଙ୍ଗକୁ ଦୈହିକ ଦୁର୍ବଳତା କର୍ମକ୍ଷେତ୍ରକୁ ମନ୍ଥର କରିପାରେ ।
ବିଛା
ବିଛା
ଯାହା କରିବାକୁ ମନସ୍ଥ କରିଛନ୍ତି, ସେ ସମ୍ପର୍କରେ ହିତୈଷୀଙ୍କ ପରାମର୍ଶ ନେଇ କାମକରିବା ଭଲ। ବିଭିନ୍ନ ସମସ୍ୟାରେ ଛନ୍ଦିହେବା କାରଣରୁ କର୍ମପ୍ରବାହର ଗତି ମନ୍ଥର ହୋଇପାରେ। ସାଧାରଣ କଥାକୁ ଅସାଧାରଣ କଳ୍ପନା କରି ଆଶଙ୍କାଗ୍ରସ୍ତ ହୋଇପାରନ୍ତି। ବାଣିଜ୍ୟ,ମାଙ୍ଗଳିକ କାମକୁ ଶାନ୍ତ ମନରେ କରିବାରେ ଧୈର୍ଯ୍ୟ ଧାରଣ କରିବେ।
ଧନୁ
ଧନୁ
ଏକାକୀ ରହିବା ହେତୁ ଏକାଧିକ ବିଷୟରେ ଚିନ୍ତା ମନକୁ ବିବ୍ରତ କରାଇବା ଆଶଙ୍କା ରହିଛି। କେତେକ କ୍ଷେତ୍ରରେ ନିଜ ଲୋକମାନେ ପରୋକ୍ଷ ଶତ୍ରୁତା କରି ସମସ୍ୟାକୁ ବଢ଼ାଇଦେବେ। ରାଜନୈତିକ, ପ୍ରଶାସନିକ, ରଚନାମତ୍କ ତଥା ସାମାଜିକ କ୍ଷେତ୍ରରେ ସୁଫଳ ମିଳିବ। ଆଜି ଦିନଟିରେ ତରବରିଆ ଭାବେ କୌଣସି କାମ କରନ୍ତୁ ନାହିଁ।
ମକର
ମକର
ନିଜ କାମ ଛାଡ଼ି ପରକାର୍ଯ୍ୟରେ ତପତ୍ରତା ପ୍ରକାଶକରି ପରିବାରର ଚକ୍ଷୁଶୂଳ ହେବେ । ଅଟକି ରହିଥିବା କାମ ସକାଶେ ଅନୁତାପ କରିବାକୁ ପଡ଼ିପାରେ। ପାରିବାରିକ କ୍ଷେତ୍ରରେ କୌଣସି ଆଳ ଦେଖାଇ ଆମତ୍ୀୟସ୍ବଜନ ଦୂରେଇଯାଇପାରନ୍ତି। କାହା କଥାରେ ପୂର୍ଣ୍ଣ ବିଶ୍ୱାସ ଓ ଭରସା ନ କରି ବିଚାରପୂର୍ବକ କାମ ନ କଲେ ହଇରାଣ ହେବେ ।
କୁମ୍ଭ
କୁମ୍ଭ
ସହକର୍ମୀମାନଙ୍କ ଅସହଯୋଗ ହେତୁ କର୍ମକ୍ଷେତ୍ରରେ ଧିମେଇ ଧିମେଇ ଗତି କରିବାକୁ ପଡ଼ିପାରେ। ପାରିବାରିକ ସ୍ଥିତି ବିଶେଷ ପ୍ରୀତିଦାୟକ ରହିବ ଏବଂ ବନ୍ଧୁମିଳନ ଜନିତ ଆନନ୍ଦ ଅନୁଭବ କରିପାରନ୍ତି। ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ।
ମୀନମୀନ
ଦିନଟି ସାମଗ୍ରିକ ଦୃଷ୍ଟିକୋଣରୁ ବିଶେଷ ଅନୁକୂଳ ରହିବ। କିନ୍ତୁ ପରକଥାରେ ପଡ଼ି ଘରଲୋକଙ୍କୁ ଅବିଶ୍ୱାସ କଲେ ଓଲଟାଫଳ ପାଇବେ। ନିଜର ସଂଯମିତ କଥାବାର୍ତ୍ତା ସମସ୍ୟା ସମାଧାନକରି ସମ୍ମାନ ପ୍ରଦାନରେ ସାହାଯ୍ୟ କରିବ। ବିପରୀତ ଆଚରଣ ପ୍ରତିକୂଳ ବାତାବରଣକୁ ଡାକି ଆଣିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri