Posted inRasifala

ରାଶିଫଳ: ସୋମବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ
ଭାଗ୍ୟସ୍ଥାନକୁ ମଙ୍ଗଳଙ୍କ ଦୃଷ୍ଟିଜନିତ ପାରିବାରିକ ଜୀବନରେ ସୌହାର୍ଦ୍ଦ୍ୟତା ଲାଭ ସାଙ୍ଗକୁ କାର୍ଯ୍ୟକ୍ଷେତ୍ର ପ୍ରତି ଉତ୍ସହିତ ରହିବେ। ସକାଳ ଯାତ୍ରା, ବ୍ୟବସାୟ ଓ ବନ୍ଧୁମିଳନ ପାଇଁ ଦିନଟି ଭଲ। କିନ୍ତୁ ଜମିଜମାକୁ କେନ୍ଦ୍ରକରି କଳହ ସୃଷ୍ଟି ସମ୍ଭାବନା ରହିଛି। ଶନି ଦୃଷ୍ଟ ବୃହସ୍ପତି ହେତୁ ଗ୍ୟାଷ୍ଟ୍ରିକ୍‌ ରୋଗୀଙ୍କ ସକାଶେ ସମୟ ଅନୁକୂଳ ନୁହେଁ।
ବୃଷ
ବୃଷ
କେତୁ ଯୁକ୍ତ ଚନ୍ଦ୍ରଙ୍କ ଯୋଗୁ ମନ ଅନୁଯାୟୀ କାମ ସୁବିଧାରେ ସମ୍ପନ୍ନ କରିପାରିବେ ନାହିଁ। ଉଚ୍ଚାରୋହୀ ରବିଙ୍କ ସ୍ଥିତିରୁ ଅଫିସରେ ଉଚ୍ଚକର୍ତ୍ତୃପକ୍ଷ ସହଯୋଗ କରିବାର ପ୍ରତିଶ୍ରୁତି ଦେବେ। ନୂତନ ଯୋଜନାରେ ଶିଥିଳତା ଦେଖାଦେବାରୁ ମାନସିକ ସ୍ଥିତି ଭଲ ରହି ନ ପାରେ। ପରିବାରରେ ଅଶାନ୍ତି ଦୂର କରିବାରେ ବନ୍ଧୁଙ୍କ ସାହାଯ୍ୟ ନେବେ।
ମିଥୁନ
ମିଥୁନ
ଏକାଦଶସ୍ଥ ବୃହସ୍ପତିଙ୍କ ଯୋଗୁ ଆଜି ଠିକ୍‌ ନିଷ୍ପତ୍ତି ନେଇ କର୍ମକ୍ଷେତ୍ରରେ ଉଚ୍ଚପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବାକୁ ପଡିପାରେ। ପାରିବାରିକ କ୍ଷେତ୍ରରେ ବ୍ୟତିକ୍ରମ ରହିଥିଲେ ମଧ୍ୟ ବିଶେଷ ଅସୁବିଧା ହେବନାହିଁ । କଳା, ସାହିତ୍ୟ, ଶିଳ୍ପ, ବାଣିଜ୍ୟ ଓ ବ୍ୟବସାୟ ପାଇଁ ଦିନଟି ମନ୍ଦ ନୁହେଁ।
କର୍କଟ
କର୍କଟ
ଆଜିର ଗ୍ରହଯୋଗ ଅନୁସାରେ କୌଣସି କାମ ଅଟକିବ ନାହିଁ । ଆଜି ଅଶ୍ଳେଷା ନକ୍ଷତ୍ର ଯାହା କରିବା ପାଇଁ ଭାବୁଥିବେ ନିର୍ଦ୍ଦିଷ୍ଟ ସମୟର କିଛି ପୂର୍ବରୁ ଅଟକିଯାଇପାରନ୍ତି। ପରିବାର ଭିତରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ। ମାଲିମକଦ୍ଦମା କ୍ଷେତ୍ରରେ ସମସ୍ୟାର ସରଳ ସମାଧାନର ଆଶା କ୍ଷୀଣ ହୋଇପାରେ।
ସି˚ହ
ସି˚ହ
ଅଷ୍ଟମସ୍ଥ ଏକାଧିକ ଗ୍ରହଙ୍କ ସ୍ଥିତି ଆପଣଙ୍କ ପ୍ରତ୍ୟେକ କାମ ପାଇଁ ପ୍ରତିବନ୍ଧକ ସୃଷ୍ଟି କରିବ। ଫଳରେ ନିଜ ଲୋକମାନଙ୍କଠାରୁ ସହଯୋଗ ପାଇବେନି ଏବଂ ଅର୍ଥସଙ୍କଟ ଦେଖାଦେଇପାରେ। ଯାତ୍ରା ସମୟରେ ସତର୍କରେ ଗାଡି ଚଳାନ୍ତୁ , ଅନ୍ୟମନସ୍କ ରହନ୍ତୁ ନାହିଁ। ଶିକ୍ଷା, ପରୀକ୍ଷାଦିରେ ଅଧିକ ନ ହେଲେ ମଧ୍ୟ କିଛି ଖରାପ ହେବନାହିଁ।
କନ୍ୟା
ତୃତୀୟ ଅଷ୍ଟମାଧିପ ମଙ୍ଗଳ କର୍ମକ୍ଷେତ୍ରରେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିପାରନ୍ତି। ସାଂସ୍କୃତିକ କାର୍ଯ୍ୟକ୍ରମରେ ବିଶିଷ୍ଟ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ ସମ୍ଭାବନା ରହିଛି। ସାହିତ୍ୟ, ସଙ୍ଗୀତ, କ୍ରୀଡ଼ାରେ ସମସ୍ୟା ସମାଧାନ ଆଶା ରହିଛି। ପାରିବାରିକ କ୍ଷେତ୍ରରେ ଲାଗି ରହିଥିବା ସମସ୍ୟା ବନ୍ଧୁଙ୍କ ହସ୍ତକ୍ଷେପ ଫଳରେ ସମାଧାନ ହୋଇଯିବ।
ତୁଳା
ତୁଳା
କର୍ମାଧିପ ବ୍ୟୟଭାବସ୍ଥ ଯୋଗୁ ଅଟକି ରହିଥିବା ଅସମ୍ପୂର୍ଣ୍ଣ କାମକୁ ଆଜି ପୂର୍ଣ୍ଣାଙ୍ଗ କରିପାରିବେ ନାହିଁ। ଆନୁଷ୍ଠାନିକ କ୍ଷେତ୍ରରେ ବନ୍ଧୁଙ୍କ ସହ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। ପରିସ୍ଥିତିରେ ପଡି ଘର ସାଜସଜ୍ଜାରେ କିମ୍ବା ମରାମତିରେ ବ୍ୟସ୍ତ ରହିପାରନ୍ତି। ବ୍ୟବସାୟିକ ସ୍ଥିତି ସୁଦୃଢ଼ ରହିବ ।
ବିଛା
ବିଛା
ଗୁରୁଙ୍କ ଶୁଭଦୃଷ୍ଟିରୁ କେତେକ ଅପୂରଣୀୟ ଅଭିଳାଷ ପୂରଣ ହୋଇଯିବାର ଆଶା ରହିଛି। ଜ୍ୟେଷ୍ଠା ନକ୍ଷତ୍ରର ମନ ଉଦ୍‌ବେଗଯୁକ୍ତ ରହିଲେ ମଧ୍ୟ ଅନ୍ୟାନ୍ୟ ଦୃଷ୍ଟିକୋଣରୁ ମନ୍ଦ ହେବନି। କର୍ମକ୍ଷେତ୍ରରେ ବାଧ୍ୟବାଧକତାରେ କେତେକ କାମ କରିବାକୁ ପଡ଼ିପାରେ। ଆଶା କରୁଥିବା ଦିଗରୁ ଅର୍ଥ ପାଇବେ ଏବଂ ଉଚ୍ଚସ୍ତରରୁ କିମ୍ବା ସଭାସମିତିରୁ ସମ୍ମାନିତ ହେବେ।
ଧନୁ
ଧନୁ
ଏକାଧିକ ଗ୍ରହ କର୍ମଭାବକୁ ଦେଖୁଥିବାରୁ ଛୋଟ ଛୋଟ କଥାକୁ ନେଇ ବ୍ୟସ୍ତ ରହିଥିଲେ ମଧ୍ୟ କୌଣସି ଅସୁବିଧା ହେବନାହିଁ। କର୍ମକ୍ଷେତ୍ରରେ ସମସ୍ୟା ଆସିଲେ ମଧ୍ୟ ତାହାର ସରଳ ସମାଧାନର ଉପାୟ ବାହାର କରିବାରେ ସଫଳ ହେବେ। ବ୍ୟବସାୟିକ କାରବାର ବୃଦ୍ଧି ପାଇବା କାରଣରୁ ଆର୍ଥିକ ସ୍ବଚ୍ଛଳତା ଫେରି ପାଇପାରନ୍ତି।
ମକର
ମକର
ତୃତୀୟସ୍ଥ ଗ୍ରହପ୍ରଭାବରେ ଆକସ୍ମିକ ବନ୍ଧୁଙ୍କ ନିମନ୍ତ୍ରଣ ପାଇ ଦୂରଯାତ୍ରା କରିବାକୁ ପଡିପାରେ। ସ୍ବାସ୍ଥ୍ୟପ୍ରତି ଅବହେଳା କଲେ ଅନୁତାପ କରିବାକୁ ପଡିପାରେ। ନିଜ ଲୋକମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିବାର ଆଶଙ୍କାକୁ ଏଡ଼ାଇ ହେବନାହିଁ । ବନ୍ଧୁ ସମ୍ପର୍କ, ସାହିତ୍ୟଚର୍ଚ୍ଚା, କଳା, କାରିଗରି ଦିଗରୁ ମନଲାଖି ସୁଫଳ ପାଇବେ।
କୁମ୍ଭ
କୁମ୍ଭ
ସାମାଜିକ ସ୍ତରରେ ଦକ୍ଷତାଭିତ୍ତିକ ଲୋକସମ୍ପର୍କ ବୃଦ୍ଧି ପାଇବାରୁ ଖୁସିହୋଇପାରନ୍ତି । ଆଜି ଆର୍ଥିକ ଦିଗଟି ବହୁତ ଭଲ ରହିବ, କାରଣ ବିଭିନ୍ନ ସୂତ୍ରରୁ ରୋଜଗାର କରିପାରିବେ। କୁଟନୀତି ପ୍ରୟୋଗ କରି ରାଜନୀତି କିମ୍ବା ପ୍ରଶାସନିକ ସ୍ତରରେ ନିଜର ପ୍ରାଧାନ୍ୟ ବିସ୍ତାର କରି ପାରନ୍ତି। ଶିଳ୍ପ, ରପ୍ତାନିବାଣିଜ୍ୟ ଓ ପରିବହନ ବେଶ୍‌ ଭଲରେ ଚାଲିବ।
ମୀନମୀନ

ଆଜି ରାଜଯୋଗ କାରଣରୁ କର୍ମକ୍ଷେତ୍ର ସହ ପାରିବାରିକ ଜୀବନ ସରସ ସୁନ୍ଦର ରହିବ। ବନ୍ଧୁଙ୍କ ସାଧାରଣ କଥାକୁ କେନ୍ଦ୍ରକରି ଗୃହରେ କଳହ ସୃଷ୍ଟି ହୋଇପାରେ। ରୋଗ,ଋଣ ଓ ଶତ୍ରୁତା ଆଜିର ଦୁଶ୍ଚିନ୍ତାର ମୁଖ୍ୟ କାରଣ ହେବାର ସୂଚନା ରହିଛି। କିଛି ଜିନିଷ ଅନ୍ୟମନସ୍କତାବଶତଃ କୌଣସି ସ୍ଥାନରେ ହଜାଇ ବ୍ୟସ୍ତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri