Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୧୭ ତାରିଖ – Daily Horoscope

ମେଷ
ଆଜି ଅଷ୍ଟମଚନ୍ଦ୍ରଜନିତ ମାନସିକ ଅସ୍ଥିରତା ମଧ୍ୟରେ କାମ କରିବାକୁ ପଡ଼ିପାରେ। ଚତୁର୍ଥସ୍ଥ ଶୁକ୍ରଙ୍କ ପ୍ରଭାବରେ ଭୋଗବିଳାସ ଓ ମନୋରଞ୍ଜନ ସକାଶେ ଅନୁକୂଳ ପରିବେଶ ପାଇବେ। ଆନୁଷ୍ଠାନିକ କାମରେ ସଫଳତା ପାଇବା କ୍ଷେତ୍ରରେ ଜଣେ ପୁରାତନ ବନ୍ଧୁଙ୍କ ସାହାଯ୍ୟ ମିଳିବ। ପାରିବାରିକ ଜୀବନରେ ବୁଝାମଣା ନେଇ ତିକ୍ତତା ସୃଷ୍ଟି ହୋଇପାରେ।
ବୃଷ
ବୃଷ
ତୃତୀୟ ସ୍ଥାନରେ ତିନୋଟି ଗ୍ରହ ଯୋଗୁ ଅନ୍ୟମାନଙ୍କୁ ମନେଇ କାମ ହାସଲ କରିପାରିବେ। ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ ହେବ। ଶିଳ୍ପ, କାରିଗରୀ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରୁ ଭଲ ଲାଭ ପାଇବେ। ବିବାଦୀୟ ଘଟଣାରେ ମନସ୍ତାପ କରିବାକୁ ପଡ଼ିପାରେ।
ମିଥୁନ
ମିଥୁନ
ଶନିଙ୍କ ପ୍ରଭାବରୁ ନ୍ୟାୟ ଓ ସଚ୍ଚୋଟତା ଦ୍ୱାରା ପ୍ରତ୍ୟେକ ସ୍ତରରେ କାମ ହାସଲ ସହ ପ୍ରଶଂସିତ ହେବେ। ଦୀର୍ଘଦିନ ହେଲା ଆର୍ଥିକ ଅନଟନ ଲାଗି ରହିବା ହେତୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ସାଙ୍ଗଙ୍କ ନିକଟରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ଛୋଟ କଥା ଲାଗି ଯୁକ୍ତତର୍କ କରିବା ଠିକ୍‌ ହେବ ନାହିଁ।
କର୍କଟ
କର୍କଟ
ଏକାଦଶସ୍ଥ ଗୁରୁମଙ୍ଗଳ ଯୋଗରୁ ସାମାନ୍ୟ ବ୍ୟତିକ୍ର୍ରମ ମଧ୍ୟରେ କାର୍ଯ୍ୟ ସମ୍ପନ୍ନରେ ଅସୁବିଧା ରହିବ ନାହିଁ। ପରିବାର ଭିତରେ ବିନା କାରଣରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ, ଯାହା କି ଅନର୍ଥର କାରଣ ହୋଇପାରେ। ଆନୁଷଙ୍ଗିକ ସାହାଯ୍ୟ ଲାଭ କରି ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି।
ସି˚ହ
ସି˚ହ
କର୍ମସ୍ଥ ଗ୍ରହଜନିତ ବ୍ୟସ୍ତ ବହୁଳ କର୍ମକ୍ଷେତ୍ର ମାନସିକ ଅସ୍ଥିରତାର କାରଣ ହେବ। ପାରିବାରିକ କ୍ଷେତ୍ରରେ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କୁ ନେହୁରା ହେବାକୁ ପଡ଼ିପାରେ। ଆନୁଷ୍ଠାନିକ କାମରେ ନୀଚ ମନୋଭାବର ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇ ପାରନ୍ତି। ବ୍ୟବସାୟିକ ଦୃଷ୍ଟିକୋଣରୁ ନୂତନ ଚୁକ୍ତିପତ୍ର ସ୍ବାକ୍ଷରିତ ହୋଇପାରେ।
କନ୍ୟା
ଭାଗ୍ୟସ୍ଥ ବୃହସ୍ପତି ଯୋଗୁ ନିଜର ବୁଦ୍ଧିମତ୍ତାର ପରିଚୟ ଦେଇ ପ୍ରତ୍ୟେକ ସ୍ତରରେ ସୁନାମ ଅର୍ଜନ କରିବେ। କଥା ଓ କାମରେ ଫରକ କାରଣରୁ କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ ବଢ଼ିପାରେ। ପାରିବାରିକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା କାରଣରୁ ସାହାଯ୍ୟ, ସହାନୁଭୂତି ପାଇପାରନ୍ତି।
ତୁଳା
ତୁଳା
ରାଶିପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷ ଦୃଷ୍ଟି ଏକାଧାରରେ ଆର୍ଥିକ ଅଭିବୃଦ୍ଧି ସଙ୍ଗକୁ ବାଣିଜ୍ୟ, ବ୍ୟବସାୟ ପାଇଁ ଶୁଭପ୍ରଦ ହେବ। ଶାରୀରିକ ଓ ମାନସିକ ସ୍ଥିତି ପାଇଁ ଦିନଟି ମନ୍ଦନୁହେଁ। ବର୍ତ୍ତମାନ ସକାଶେ ଶତ୍ରୁ ଉପଦବ୍ର ସମ୍ପୂର୍ଣ୍ଣ ଭାବେ କମିଯାଇପାରେ। ସାହିତ୍ୟଚର୍ଚ୍ଚା, ସାମ୍ବାଦିକତା, ପ୍ରଶାସନ, ପ୍ରକାଶନ, କଳା ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ବିଛା
ବିଛା
ଗ୍ରହମାନଙ୍କ ଅନୁକୂଳ ସ୍ଥିତି କାରଣରୁ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ଆମତ୍ୀୟଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ପ୍ରତିବେଶୀଙ୍କ ସହ ସମ୍ପର୍କ ମଧୁର ରଖିବା ସକାଶେ ଚୁପ୍‌ ରହିବାକୁ ଶ୍ରେୟ ମନେକରିବେ।
ଧନୁ
ଧନୁ
ସାମାଜିକ ସ୍ତରରେ ପ୍ରତ୍ୟେକ କଥାରେ ଅତି ସରଳତା ସମସ୍ୟାର କାରଣ ହୋଇପାରେ। ସାଧାରଣ କଥାକୁ ଅତିରଞ୍ଜିତ କରି କହିବା ନିଜ ପାଇଁ ସମସ୍ୟାକୁ ନିମନ୍ତ୍ରଣ ହୋଇପାରେ। ରବିଙ୍କ ଦୃଷ୍ଟି ପ୍ରଭାବରେ ବିଶିଷ୍ଟବ୍ୟକ୍ତିଙ୍କ ସାନ୍ନିଧ୍ୟରେ ଆସିପାରନ୍ତି। ରାଜନୀତିରେ କିମ୍ବା ଆନୁଷ୍ଠାନିକ କାମରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ।
ମକର
ମକର
ଏକାଧିକ ଗ୍ରହ ସପ୍ତମସ୍ଥ ହେତୁ କୌଣସି ବିବାଦରେ ପଶିବା ଠିକ୍‌ ହେବ ନାହିଁ। କର୍ମକ୍ଷେତ୍ରରେ ସବୁ ସମୟରେ ନିଜ ପାଖରେ ରହୁଥବା କର୍ମଚାରୀଟିର ମନୋଭାବ ବଦଳିଯିବାର ସୂଚନା ପାଇପାରନ୍ତି। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। କଳା, ସାହିତ୍ୟରେ ସମସ୍ୟା ସମାଧାନ ହୋଇଯିବ।
କୁମ୍ଭ
କୁମ୍ଭ
ଆଜି ରାହୁଙ୍କ ପ୍ରଭାବରୁ ବିଭିନ୍ନ ସମସ୍ୟାମୂଳକ କାମରେ ପ୍ରବେଶ କରି ବ୍ୟସ୍ତତା ଅନୁଭବ କରିପାରନ୍ତି। ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। ନୂତନ କାର୍ଯ୍ୟରେ ହାତ ଦେଇ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସ୍ବାସ୍ଥ୍ୟ ସମସ୍ୟା ପୂର୍ବବତ୍‌ ରହିବ। ଯାତ୍ରାରେ ସତର୍କତା ଅବଲମ୍ବନ ନ କଲେ ହଇରାଣରେ ପଡ଼ିପାରନ୍ତି।
ମୀନମୀନ

ଷଷ୍ଠସ୍ଥ ଚନ୍ଦ୍ର ହେତୁ ସନ୍ତାନଙ୍କ ସ୍ବାସ୍ଥ୍ୟହାନୀ ସକାଶେ ବ୍ୟସ୍ତତା ଅନୁଭବ କରିପାରନ୍ତି। ସମ୍ପର୍କୀୟଙ୍କ ନିକଟରୁ ସାହାଯ୍ୟ ପାଇଲେ ମଧ୍ୟ କାମ ହାସଲ କଷ୍ଟକର ହୋଇପାରେ। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ପ୍ରଭୃତି କ୍ଷେତ୍ରରେ ସମସ୍ୟା ସମାଧାନ ହୋଇପାରିବ। ସଭାସମିତିରେ ଭାବପ୍ରବଣ ବଶତଃ ଭିନ୍ନ ପ୍ରକାରର କଥାବାର୍ତ୍ତା କରି ଅପଦସ୍ଥ ହୋଇପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର , ସେପ୍ଟେମ୍ବର ୨୬ ତାରିଖ – Daily Horoscope

ମେଷ ଅଭାବ ଦୂରୀକରଣ ପାଇଁ ବନ୍ଧୁଙ୍କୁ ସାହାଯ୍ୟ କରିବା ସକାଶେ ଅନୁରୋଧ କରିପାରନ୍ତି। ରାହୁଙ୍କ ଦୃଷ୍ଟିରେ ଶୁକ୍ର ଅବସ୍ଥାନ କରିଥିବାରୁ ବିଶେଷ ଭ୍ରମଣଜନିତ ଶାରୀରିକ କ୍ଳାନ୍ତି ଓ…

ରାଶିଫଳ: ଶୁକ୍ରବାର, ସେପ୍ଟେମ୍ବର ୨୫ ତାରିଖ – Daily Horoscope

ମେଷ ଲାଭଭାବସ୍ଥ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଶୁଭକାର୍ଯ୍ୟର ଅନୁଭୂତିକୁ ନେଇ ଦିନଟିକୁ ବିତାଇବେ। ବନ୍ଧୁବାନ୍ଧବ, ସହକର୍ମୀ, କରଜ ଟଙ୍କାକୁ କେନ୍ଦ୍ରକରି କଳହର ସମ୍ଭାବନା ମଧ୍ୟ ଦେଖାଦେଇପାରେ।…

ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୨୪ ତାରିଖ – Daily Horoscope

ମେଷ ଆଜି ସକାଳୁ ସକାଳୁ କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହ ସହମତିରେ କାର୍ଯ୍ୟକଲେ ସଫଳତା ପାଇବେ। ସନ୍ତାନଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?