Posted inRasifala

ରାଶିଫଳ: ଗୁରୁବାର, ଅଗଷ୍ଟ ୧୭ ତାରିଖ – Daily Horoscope

ମେଷ
ଆଜି ଅର୍ଥଲାଭର ଯୋଗ ରହିଛି। କିନ୍ତୁ ପାଇବେ ଯେତିକି ତା’ଠାରୁ ଅଧିକ ବ୍ୟୟକରି ଅନୁତପ୍ତ ହୋଇପାରନ୍ତି। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ଚେଷ୍ଟା କରୁଥିବା କାମ ଓ ପରିବହନରେ ସଫଳତା ପାଇବେ। ଘର ଲୋକଙ୍କ ଉପରେ ଅଯଥା ବିରକ୍ତି ପ୍ରକାଶ କରନ୍ତୁ ନାହିଁ।
ବୃଷ
ବୃଷ
ପରିବାରର ପରାମର୍ଶକ୍ରମେ କୌଣସି କାର୍ଯ୍ୟାରମ୍ଭକୁ ପ୍ରାଥମିକତା ପ୍ରଦାନ କରିପାରନ୍ତି। ଧାର୍ମିକ ଅନୁଷ୍ଠାନରେ ନିଜକୁ ସାମିଲ କରିବାର ସୁଯୋଗ ବନ୍ଧୁଙ୍କ ମାଧ୍ୟମରେ ଆସିପାରେ। ସାମାଜିକ ସ୍ତରରେ ହାତରୁ ଖାଇ ପର ପାଇଁ ଖଟି ମନସ୍ତାପ କରିବାକୁ ପଡ଼ିପାରେ। ପଡ଼ୋଶୀଙ୍କ ପରାମର୍ଶକୁ ଗ୍ରହଣକଲେ ମନ୍ଦ ହେବନି।
ମିଥୁନ
ମିଥୁନ
ଆଜି ସକାଳୁ ସକାଳୁ ବନ୍ଧୁଙ୍କଠାରୁ କୌଣସି ଖବର ଶୁଣି ମନଟା ଖୁସି ହୋଇଯିବ। ଆନୁଷ୍ଠାନିକ କାର୍ଯ୍ୟ ଲାଗି ଆଲୋଚନା କରିପାରନ୍ତି। ଦୀର୍ଘଦିନରୁ ଅଟକି ରହିଥିବା କାମ ହଠାତ୍‌ ଆରମ୍ଭ କରିବାକୁ ମନ ବଳାଇବେ। ଅଚାନକ ଭାବେ ବନ୍ଧୁଙ୍କ ଆମନ୍ତ୍ରଣ ପାଇ ଯାତ୍ରା କରିପାରନ୍ତି।
କର୍କଟ
କର୍କଟ
ସାଧାରଣ କଥାକୁ କେନ୍ଦ୍ରକରି ପିଲାମାନଙ୍କ ଉପରେ ବେଶି ରାଗିପାରନ୍ତି। ନିଜ ସ୍ବାର୍ଥ ସାଧନ ଦିଗରେ ଅନ୍ୟକୁ ନିୟୋଜିତ କରିବା ସକାଶେ ଯୋଜନା କରିବେ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଦ୍ୱନ୍ଦ୍ୱ ଓ ପ୍ରତିଦ୍ୱନ୍ଦ୍ୱିତାର ଅବସାନ ଘଟିବ। ଅନ୍ୟ ଦ୍ୱାରା ପ୍ରେରିତ ହୋଇ ଦୂରସ୍ଥାନ ଯାତ୍ରା କରିବାକୁ ପଡ଼ିପାରେ।
ସି˚ହ
ସି˚ହ
ଅଧସ୍ତନ କର୍ମଚାରୀଙ୍କ ସହମତିରେ କାମ କଲେ ଉପକୃତ ହେବେ। ସଭାସମିତି ଓ ରାଜନୀତି କ୍ଷେତ୍ରରେ ଲୋକସମ୍ପର୍କ ବଢ଼ିବ। ଅନିୟମିତ ଆହାର ଗ୍ରହଣ ଫଳରେ ଶାରୀରିକ ଅସୁସ୍ଥତା ଅନୁଭବ କରିବେ। ଯେକୌଣସି ପ୍ରତିଯୋଗିତାରେ ଅଂଶଗ୍ରହଣ କଲେ ସଫଳତା ପାଇପାରନ୍ତି।
କନ୍ୟା
ଆଜି କର୍ମକ୍ଷେତ୍ରରେ ଛୋଟ ଛୋଟ କାମ ହାତକୁ ନେଇ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ପରିବହନ ଓ ନୂତନ ବ୍ୟବସାୟରେ ଆଶାଜନକ ଫଳ ପାଇବେ। ପରକଥାରେ ମନଦେଇ ନିଜ ଘର କାମକୁ ଅବହେଳା କରିବେ। ଅଟକି ରହିଥିବା କାମଟିକୁ ସମ୍ପୂର୍ଣ୍ଣ କରିବା ଦିଗରେ ଅନ୍ୟମାନଙ୍କ ସହଯୋଗ ଲୋଡ଼ିବେ।
ତୁଳା
ତୁଳା
ଆଜି ଏପରି ଏକ ଶୁଭଖବର ପାଇବେ, ଯାହା ମନକୁ ପ୍ରଫୁଲ୍ଲିତ କରିଦେବ। ପିଲାଙ୍କ ଦୁର୍ବଳ ସ୍ବାସ୍ଥ୍ୟ କିମ୍ବା ବୟସ୍କ ପିଲାଙ୍କ ବିଶୃଙ୍ଖଳିତ ଆଚରଣ ମନକୁ ବିଭ୍ରାନ୍ତ କରିପାରେ। ଆଶା ଓ ବିଶ୍ୱାସ ନେଇ ଆଗକୁ ମାଡ଼ି ଚାଲନ୍ତୁ, ଦେଖିବେ ସବୁକିଛି ଠିକ୍‌ ହୋଇଯିବ। ହଠାତ୍‌ ବିରୋଧୀ ପକ୍ଷ ସକ୍ରିୟ ହୋଇ ସମସ୍ୟା ସୃଷ୍ଟି କରିପାରନ୍ତି।
ବିଛା
ବିଛା
ସାମଗ୍ରିକ ଦୃଷ୍ଟିକୋଣରୁ ଦିନଟି ସରଳରେ ଅତିବାହିତ ହେବ। କାମଗୁଡ଼ିକ ସାମାନ୍ୟ ଚେଷ୍ଟା ଓ ବିଳମ୍ବିତ ସମୟରେ ସାଧିତ ହୋଇପାରେ। ଅନାବଶ୍ୟକ ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ। କଳା, ସାହିତ୍ୟ, ଚଳଚ୍ଚିତ୍ର ଓ ରାଜନୀତିରେ ଚେଷ୍ଟା ସଫଳ ହେବ।
ଧନୁ
ଧନୁ
କିଛି ସୁବିଧା ଅସୁବିଧା ସମ୍ପର୍କରେ ପରିବାର ଭିତରେ ଆଲୋଚନା କରିପାରନ୍ତି। ଅଫିସ୍‌ରେ ଧୀରପାଣି ପଥର କାଟେ ନୀତିରେ କାମ ହାସଲ ପାଇଁ ଚେଷ୍ଟିତ ହେବେ। ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହେବା ସାଙ୍ଗକୁ ଟେନ୍‌ସନ୍‌ କିଛିମାତ୍ରାରେ କମିଯିବ। ବ୍ୟବସାୟ କ୍ଷେତ୍ରରେ ଭାବୁଥିବା କାମଟି ପୂର୍ଣ୍ଣାଙ୍ଗ କରିବା କଷ୍ଟକର ହେବ।
ମକର
ମକର
ଦୂରଦର୍ଶିତା ଓ ବିଚାରଶୀଳ କାରଣରୁ କୌଣସି ଅସୁବିଧା ହେବନାହିଁ। ଶ୍ରବଣାର କିନ୍ତୁ ଦୀର୍ଘଦିନ ହେଲା ରୋଗ, ଋଣ ଓ ଶତ୍ରୁତା ଲାଗିରହିବା କାରଣରୁ ମନ ଭଲ ରହିବ ନାହିଁ। ବିବାଦୀୟ ଘଟଣାରେ ବିଜୟୀ ହେବେ ଓ ବ୍ୟବସାୟ ତଥା ପରିବହନରେ ସଫଳତା ମିଳିବ। କର୍ମକ୍ଷେତ୍ରରେ ନୂତନ ଦାୟିତ୍ୱ ହାତକୁ ନେଇପାରନ୍ତି।
କୁମ୍ଭ
କୁମ୍ଭ
ଯେଉଁ କାମଟି ଦୀର୍ଘଦିନ ହେଲା ହୋଇପାରି ନ ଥିଲା ଆଜି ତାହା ହୋଇଯିବ। ସହକର୍ମୀଙ୍କ ସହିତ ଆଲୋଚନାରେ ଭୁଲାଣିଆ କଥା କହି ପରିସ୍ଥିତିକୁ ସମ୍ଭାଳିନେବେ। କର୍ମକ୍ଷେତ୍ରରେ ଯାହାକୁ ଯାହା କହିବେ ସେମାନେ ସହଯୋଗର ହାତ ବଢ଼ାଇବେ। ବ୍ୟବସାୟରେ ସଫଳତା ମିଳିବ।
ମୀନମୀନ

କର୍ମକ୍ଷେତ୍ରରେ ପ୍ରତିରୋଧର ସମ୍ମୁଖୀନ ହେବାକୁ ପଡ଼ିପାରେ। କୌଣସି ସୂତ୍ରରୁ ଶୁଣା ଗୁଜବ ମାନସିକ ସ୍ଥିତିକୁ ଦୋହଲାଇ ଦେବାର ଆଶଙ୍କା ରହିଛି। ସଭାସମିତି, ସଙ୍ଗଠନ, ସାଂସ୍କୃତିକ କାର୍ଯ୍ୟ ତଥା ରାଜନୀତି କ୍ଷେତ୍ରରେ ଲୋକସମ୍ପର୍କ ବୃଦ୍ଧି ପାଇବ। ବନ୍ଧୁଙ୍କ ଅବଦାନ ଅବିସ୍ମରଣୀୟ ରହିବା ପାଇଁ ଚେଷ୍ଟିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୯ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ର ଭଲ ରହିବ। ପରିବାରର ଆବଶ୍ୟକତାକୁ ଅନୁଭବକରି ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୮ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ବନ୍ଧୁମିଳନରୁ ଖୁସି ରହିବେ। ଦୂରଯାତ୍ରା, ବ୍ୟବସାୟ, ପରିବହନ, ସାହିତ୍ୟ, ସଙ୍ଗୀତାଦି ପ୍ରତି...

ରାଶିଫଳ: ରବିବାର, ଡିସେମ୍ବର ୭ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଶନିବାର, ଡିସେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଗୁରୁବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବୈଷୟିକ ସୁଖ, ସମ୍ପଦର ଅଭିବୃଦ୍ଧିଜନିତ ପ୍ରଫୁଲ୍ଲତା ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ...

ରାଶିଫଳ: ବୁଧବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଆଶା ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri