Posted inRasifala

ରାଶିଫଳ: ରବିବାର, ମେ ୧୬ ତାରିଖ – Daily Horoscope

ମେଷ
ଆଜିର ସ୍ଥଗିତ କାମ ହାସଲ କରିବାରେ ଜଣେ ପୁରୁଣା ବନ୍ଧୁ ସାହାଯ୍ୟ କରିବେ। ବାଣିଜ୍ୟ ଓ ବ୍ୟବସାୟ ସାଧାରଣ ବାଧାପ୍ରାପ୍ତ ହୋଇପାରେ। ଆକସ୍ମିକ ଆବଶ୍ୟକତା ପୂରଣ ସକାଶେ ଧାର କରଜ ସୂତ୍ରରେ ଅର୍ଥସଂଗ୍ରହ କରିବାକୁ ବାଧ୍ୟ ହେବେ। ନୂତନ କର୍ମାରମ୍ଭ ସକାଶେ ମନ ବଳାଇ ସଫଳତା ହାସଲ କରିପାରନ୍ତି।
ବୃଷ
ବୃଷ
ଅନ୍ୟମାନଙ୍କୁ ମନେଇବାକୁ ବିଭିନ୍ନ ପ୍ରକାର ଚେଷ୍ଟା କରି ସଫଳତା ପାଇବେ। କ୍ରୋଧ ସମ୍ବରଣ ନ କରିପାରି କଡ଼ା କଥା କହିବା କାରଣରୁ ତାହା କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରେ। ନିକଟ ଅତୀତରେ ଯୁକ୍ତିତର୍କ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ବକେୟା ଅର୍ଥ ଆଦାୟ ଲାଗି ଅନ୍ୟର ସାହାଯ୍ୟ ନ ନେଲେ ସମସ୍ୟା ସୃଷ୍ଟିର ସମ୍ଭାବନା ରହିଛି।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଅଟକି ରହିଥିବା କାମ ସକାଶେ ଅନୁତାପ କରିବାକୁ ବାଧ୍ୟ ହେବେ। ଭ୍ରମଣ, ରାଜନୀତି, ପ୍ରଶାସନ ଓ ସଭାସମିତି କ୍ଷେତ୍ରରୁ ସଫଳତା ପାଇବେ। ବନ୍ଧୁଙ୍କ ନିକଟରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। ଧୈର୍ଯ୍ୟହରା ନ ହୋଇ ପରିସ୍ଥିତିର ମୁକାବିଲା କରିପାରିଲେ ପ୍ରତ୍ୟେକ ସମସ୍ୟାର ସମାଧାନ ହୋଇପାରିବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସାଧାରଣ କଥାରୁ କଳହର ସମ୍ମୁଖୀନ ହେବାକୁ ପଡିବ। ପରିବାରରେ ଟିକିଏ ଟିକିଏ କଥାରେ ବିରକ୍ତି ପ୍ରକାଶ କରନ୍ତୁ ନାହିଁ, ଯାହାକି ସମସ୍ୟା ସୃଷ୍ଟି କରିବ। କିଛି ପାଇବାର ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି। ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇବେ।
ସି˚ହ
ସି˚ହ
ପାରିବାରିକ ସମସ୍ୟାର ସରଳ ସମାଧାନ ସକାଶେ ବନ୍ଧୁଙ୍କୁ ନେହୁରା ହେବାକୁ ପଡିପାରେ। ନିଜ ଲୋକମାନେ ବିଶ୍ୱାସଘାତକତା କରିପାରନ୍ତି । ଆନୁଷ୍ଠାନିକ କ୍ଷେତ୍ରରେ ଈର୍ଷାପରାୟଣ ବ୍ୟକ୍ତିଙ୍କ ଦ୍ୱାରା ପ୍ରଭାବିତ ହୋଇ ଅସମ୍ମାନିତ ହୋଇପାରନ୍ତି। ରାଜନୀତିରେ ଗଠନ ମୂଳକ ପ୍ରେରଣା ଦେଇ କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ।
କନ୍ୟା
କର୍ମକ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। ଉଦ୍ଦେଶ୍ୟମୂଳକ ଭାବରେ କରାଯାଇଥିବା ସ୍ଥାନାନ୍ତରର ସୂଚନା ପାଇ ହଡ଼ବଡ଼େଇଯିବେ। ପ୍ରତିବେଶୀଙ୍କ ସହ ସଂପର୍କ ମଧୁର ରହିବା ଏକ ପ୍ରକାର ହିତକର ହେବ। ବନ୍ଧୁଙ୍କ ସ୍ବାସ୍ଥ୍ୟହାନି କାରଣରୁ ନିଜକୁ କେତେକ କଥା ସମ୍ଭାଳିବାକୁ ପଡ଼ିବ।
ତୁଳା
ତୁଳା
ଆଜି ଯେଉଁ କାମଟିକୁ ଆରମ୍ଭ କରିବାକୁ ଯାଉଛନ୍ତି, ତାହା ନିର୍ବିଘ୍ନରେ ସମାପନ ହୋଇଯିବ। କୌଣସି କାମ ହାସଲ ପାଇଁ ଅନେକ ଟଙ୍କା ଖର୍ଚ୍ଚକରି ଦୁଃଖିତ ହେବାକୁ ପଡ଼ିବ। ଲେଖାପଢ଼ା ତଥା ପ୍ରକାଶନ ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ ଶୁଭଫଳ ପାଇବେ। ବିବାଦୀୟ ପରିସ୍ଥିତିରେ ପଡ଼ୋଶୀଙ୍କ କଥାରେ ଚିହ୍ନା ପଡ଼ନ୍ତୁ ନାହିଁ।
ବିଛା
ବିଛା
ଭାବ ପ୍ରବଣତାରେ ଭାସିଯାଇ ଏଣୁତେଣୁ ଗପିବା ସମସ୍ୟାର କାରଣ ହୋଇପାରେ। ଈର୍ଷାପରାୟଣ ବ୍ୟକ୍ତିଙ୍କ ପ୍ରତିରୋଧ କାମକୁ ବିଶୃଙ୍ଖଳିତ କରିପାରେ। ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ହସ୍ତକ୍ଷେପ କରିବା ଠିକ୍‌ ହେବନାହିଁ। ଶିଳ୍ପ, ବାଣିଜ୍ୟ, ରାଜନୀତି ଓ ଆନୁଷ୍ଠାନିକ କ୍ଷେତ୍ର କିମ୍ବା କଚେରି ମାମଲାରେ ସଫଳତା ଅବଶ୍ୟ ମିଳିବ।
ଧନୁ
ଧନୁ
ଆଜିର ଫେରିବା ରାସ୍ତାରେ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ। କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ ଭାଷଣରୁ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ସଂଗଠନ ଓ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ସହକର୍ମୀଙ୍କ ଦୌରାମତ୍‌ୟ ଅସହ୍ୟ ହେବାରୁ ଉଚ୍ଚ ପଦାଧିକାରୀଙ୍କ ନିକଟରେ ଅଭିଯୋଗ କରିବାକୁ ପଡ଼ିପାରେ।
ମକର
ମକର
ସବୁ ସମୟରେ ନିଜ ପାଖରେ ରହୁଥିବା କୌଣସି ବ୍ୟକ୍ତି ଦ୍ୱାରା କାମ ହାସଲ କରିବେ। କଳା ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ରହିଥିବା ସମସ୍ୟା ବନ୍ଧୁଙ୍କ ଜରିଆରେ ସମାଧାନ ହୋଇଯିବ। ନିର୍ମାଣ କାର୍ଯ୍ୟରେ ପ୍ରତିବନ୍ଧକ ଦେଖାଦେଇପାରେ। ସହଯୋଗ ସକାଶେ ବନ୍ଧୁଙ୍କୁ କହିନପାରି ପରେ ଅନୁତାପ କରିପାରନ୍ତି।
କୁମ୍ଭ
କୁମ୍ଭ
ବିଭିନ୍ନ ସମସ୍ୟାମୂଳକ କାମରେ ପ୍ରବେଶ କରି ବ୍ୟସ୍ତତା ଅନୁଭବ କରିବେ। ପାରିବାରିକ ସୁଖ ସ୍ବାଚ୍ଛନ୍ଦ୍ୟ କାରଣରୁ କିମ୍ବା ହସ ଖୁସିର ବାତାବରଣରୁ ମନ ପ୍ରଫୁଲ୍ଲ ରହିବ। ସହକର୍ମୀମାନଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ଧାର କରଜ କରି କାମ ଚଳାଇ ନେବା ସାଙ୍ଗକୁ ଆକସ୍ମିକ ଭାବେ ବସ୍ତ୍ରଭୂଷଣ ଲାଭ କରିପାରନ୍ତି।
ମୀନମୀନ
ନୂତନ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ କାମକୁ ଆସିବ। ପାରସ୍ପରିକ ଆଲୋଚନାକ୍ରମେ ପାରିବାରିକ ଅଶାନ୍ତିର ସମାପ୍ତି ଘଟାଇବେ। ଭାବପ୍ରବଣ ବଶତଃ ବନ୍ଧୁଙ୍କ ସମ୍ମୁଖରେ କୌଣସି ଅପ୍ରକାଶ୍ୟ କଥା ପ୍ରକାଶ କରି ଅପଦସ୍ଥ ହୋଇପାରନ୍ତି। ଭାଇଙ୍କ ସ୍ବାସ୍ଥ୍ୟ ଓ ସମ୍ପର୍କୀୟଙ୍କ ଅନୁଚିତ ଚିନ୍ତାଧାରା ମନକୁ ବ୍ୟଥିତ କରିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଏପ୍ରିଲ ୯ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଭାଗ୍ୟସ୍ଥାନରେ ରହିଥିବାରୁ ଯାହା ଚାହିଁବେ ତାହା ସୁବିଧାରେ ପ୍ରାପ୍ତ ହେବ। ଦୀର୍ଘଦିନରୁ ଚିନ୍ତା କରିଥିବା କାମଟି କାର୍ଯ୍ୟକାରୀ କରିବା ପାଇଁ ମନ ବଳାଇପାରନ୍ତି।…

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri