Posted inRasifala

ରାଶିଫଳ: ବୁଧବାର, ଫେବୃୟାରୀ ୧୫ ତାରିଖ – Daily Horoscope

ମେଷ
ଆଜି ଶନି ଦୃଷ୍ଟ ଅଷ୍ଟମ ଚନ୍ଦ୍ରଙ୍କ ଯୋଗୁ ପ୍ରତ୍ୟେକ ଘଟଣାକୁ ସନ୍ଦେହ ଦୃଷ୍ଟିରେ ଦେଖିପାରନ୍ତି। ବିବାଦୀୟ ସ୍ଥିତିକୁ ଆଲୋଚନା ମାଧ୍ୟମରେ ହାଲ୍‌କା କରିବାରେ ସମର୍ଥ ହେବେ। ଶିଳ୍ପ, ବ୍ୟବସାୟ ବାଣିଜ୍ୟରେ ପୂର୍ବରୁ ଲାଗିରହିଥିବା ସମସ୍ୟା ସକାଶେ ଚିନ୍ତା କରିପାରନ୍ତି। ସନ୍ତାନ, ଶିକ୍ଷା ତଥା ଅତୀତ ସ୍ମୃତି ରୋମନ୍ଥନ କରି ଭାବବିହ୍ବଳ ହେବେ।
ବୃଷ
ବୃଷ
ସକାଳୁ କିଛି ଘର କଥା, ମତ ମତାନ୍ତର, ଋଣବାଡି, ବନ୍ଧୁବର୍ଗଙ୍କ ସମସ୍ୟା ବିଷୟରେ ଚିନ୍ତା କରିବେ। କିନ୍ତୁ କର୍ମକ୍ଷେତ୍ରରେ ସ୍ନେହ, ସହାନୁଭୂତି ଯୋଗୁ ସମସ୍ୟା ଦୁଃଖ ଭୁଲିଯିବେ। ଶନି ଓ ଚନ୍ଦ୍ରଙ୍କ ପ୍ରଭାବରେ ବନ୍ଧୁମହଲରେ ଅପମାନିତ ହୋଇପାରନ୍ତି। ଅତୀତ ଘଟଣାଗୁଡ଼ିକ ସମାଧାନ ସକାଶେ ପରିବାରରୁ ପୂର୍ଣ୍ଣ ସମର୍ଥନ ପାଇବେ ନାହିଁ।
ମିଥୁନ
ମିଥୁନ
ଷଷ୍ଠସ୍ଥ ଚନ୍ଦ୍ର ହେତୁ କିଏ କିଛି କ୍ଷତି କରିପାରିବେ ନାହିଁ, ଆଗରେ ନ କହି ପଛରେ କେବଳ କହୁଥିବେ। ବୁଝାମଣା ଠିକ୍‌ ରହିଥିବାରୁ ପାରିବାରିକ ଜୀବନ ସୁଖ ସନ୍ତୋଷରେ କାଟିବେ। ବ୍ୟବସାୟରେ ସମସ୍ୟା ଦେଖା ଦେଇପାରେ, କିନ୍ତୁ ଅସୁବିଧା ହେବନି। ମାନସିକ ଦ୍ୱନ୍ଦ୍ୱ ହେତୁ ଯେକୌଣସି ନିଷ୍ପତ୍ତି ନେବାକୁ ସମୟ ଲାଗିପାରେ।
କର୍କଟ
କର୍କଟ
ଅଷ୍ଟମସ୍ଥ ଏକାଧିକ ଗ୍ରହଜନିତ ଅଧିକ ଆଶା କରି ନ ପାଇବା କାରଣରୁ ମନ ଅଶାନ୍ତ ରହିବ। ମତାନ୍ତର ହେତୁ ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିବ। ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବାରେ ବନ୍ଧୁ ସାହାଯ୍ୟ କରିପାରନ୍ତି। ସହକର୍ମୀମାନେ ସହଯୋଗର ହାତ ବଢ଼ାଇବେ ଓ ସାହାଯ୍ୟ କରିବାକୁ ଆଗେଇ ଆସିପାରନ୍ତି।
ସି˚ହ
ସି˚ହ
ଶୁକ୍ର ଓ ଶନିଙ୍କ ଦୃଷ୍ଟି ରାଶି ଉପରେ ରହିଥିବା କାରଣରୁ ଦିନଟି ଆଶା ଓ ନିରାଶା ମଧ୍ୟରେ ବିତାଇବେ। ପରୋକ୍ଷ ଶତ୍ରୁତା ସାମୟିକ ବାଧା ସୃଷ୍ଟି କରିବ ଓ କାମକୁ ମନ୍ଥର କରିପାରେ। ପରକଥାରେ ମନ ଦେଇ ନିଜ କାମକୁ ଅବହେଳା କରିବା କାରଣରୁ ଘରୁ ଗାଳି ଖାଇ ପାରନ୍ତି। ହଠାତ୍‌ ଜଣେ ବନ୍ଧୁଙ୍କଠାରୁ ଆଶାନୁଯାୟୀ ଅର୍ଥ ସାହାଯ୍ୟ ପାଇବେ।
କନ୍ୟା
ବୁଧଗ୍ରହ ଶନିକ୍ଷେତ୍ରସ୍ଥ ଯୋଗୁ ଯେତିକି ଭାବୁଥିବେ ସେତିକି ମନଟା ବିଷାଦିତ ରହିବ। ବିଭିନ୍ନ ପ୍ରତିବନ୍ଧକ ହେତୁ କାମଗୁଡ଼ିକ ବିଶୃଙ୍ଖଳିତ ହୋଇଯିବ। ଆଜି ସକାଳୁ ବୁଲିବା ସାଙ୍ଗକୁ କିଛି ନୂତନ ଖବର ପାଇବାର ସୁଯୋଗ ଜୁଟିଯିିବ। ଆଇନ ଅଦାଲତ, ପ୍ରଶାସନ ତଥା ପ୍ରକାଶନ କ୍ଷେତ୍ରରେ ଶୁଭଫଳ ପାଇବେ।
ତୁଳା
ତୁଳା
ରାହୁ ଓ କେତୁ ପ୍ରଭାବରୁ ଭୁଲ୍‌ ଖବର ପାଇ ବିବ୍ରତ ହୋଇପାରନ୍ତି। କ୍ରନିକ ରୋଗପୀଡ଼ା କର୍ମକ୍ଷେତ୍ରକୁ ମନ୍ଥର କରିପାରେ। ଗତକାଲିର ଯୋଜନା ସମ୍ପନ୍ନ କରିବା ପାଇଁ ବହୁତ ପ୍ରକାରର ଚେଷ୍ଟା କରିପାରନ୍ତି। ଗୃହକୁ ସୌଖୀନ କିମ୍ବା ମୂଲ୍ୟବାନ ପଦାର୍ଥ ଆଣିପାରନ୍ତି। ଯେତେ ଭଲ କାମ କଲେ ମଧ୍ୟ ଟିକିଏ ଟିକିଏ କଥାରେ ଚିହ୍ନା ପଡ଼ି ସମାଲୋଚିତ ହେବେ।
ବିଛା
ବିଛା
କର୍ମସ୍ଥାନ ପ୍ରତି ରବି ଓ ଶନିଙ୍କ ଦୃଷ୍ଟିରୁ୍‌ କୌଣସି କାମରେ ସନ୍ତୋଷ ମିଳିବ ନାହିଁ, ସବୁ କାମ ଦରଖଣ୍ଡିଆ ରହିଯିବ। ଚେଷ୍ଟାସଫଳ ହେବାରେ ଜଣେ ବନ୍ଧୁ ସାହାଯ୍ୟ କରିବେ, କିନ୍ତୁ ହାତ ଯୋଡ଼ି ବସି ରହିଲେ ଚଳିବ ନାହିଁ। କିଛି ଅଘଟଣ ଆଶଙ୍କା କରି ଅନୁରାଧା ନକ୍ଷତ୍ରର ମନ ବିବ୍ରତ ରହିପାରେ।
ଧନୁ
ଧନୁ
କଳହ, ଅନ୍ୟମନସ୍କ କାରଣରୁ ଧନ ହାନୀର ସୂଚନା ରହିଛି। କିନ୍ତୁ ଧନସ୍ଥାନସ୍ଥ ବୁଧ କାରଣରୁ କର୍ମକ୍ଷେତ୍ରରେ ଆଶାନୁରୂପକ ସଫଳତା ହାସଲ କରିିବେ। ଉତ୍ତରାଷାଢ଼ା ନକ୍ଷତ୍ରର କୌଣସି ଅଭାବ ନ ଥାଇ ମଧ୍ୟ ମନଟା ଭଲ ଲାଗିବ ନାହିଁ। ସୁଯୋଗ ପାଇଲେ ମଧ୍ୟ ସଦ୍‌ବ୍ୟବହାର କରିବା କାଠିକର ପାଠ ହୋଇପାରେ।
ମକର
ମକର
ଆଜିର ଯାତ୍ରା ଶୁଭପ୍ରଦ ଏବଂ କାମ ଆଶାନୁରୂପ ହେବାରୁ ମନ ଖୁସୀ ହୋଇଯିବ। ଧନସ୍ଥାନସ୍ଥ ଶନିଙ୍କ ଯୋଗୁ ବନ୍ଧୁଙ୍କ ଆଗମନରେ ତାହାଙ୍କର ମତିଗତି ଓ କାର୍ଯ୍ୟ କଳାପ ସେତିକି ଅସନ୍ତୁଷ୍ଟ ହେବେ। ଅନ୍ୟ ମତକୁ ସମ୍ମାନ ଦେଇ ପ୍ରଶଂସିତ ହୋଇପାରନ୍ତି। ବାଣିଜ୍ୟ, କାରିଗରି, ପରିବହନରେ ପ୍ରତିବନ୍ଧକର ସାମନା କରିବେ।
କୁମ୍ଭ
କୁମ୍ଭ
ଆବଶ୍ୟକତା ପୂରଣ ସକାଶେ ପରିସ୍ଥିତିରେ ପଡି ଧାର କରଜ କରିବାକୁ ବାଧ୍ୟ ହେବେ। ଚନ୍ଦ୍ର ବୃଶ୍ଚିକ ରାଶିସ୍ଥ ଯୋଗୁଁ ଅଫିସରେ ହଠାତ୍‌ କାୈଣସି ଘଟଣା ମନକୁ ବିବ୍ରତ କରିପାରେ। ଯେତେ ଭଲ କାମ କଲେ ମଧ୍ୟ ଅନ୍ୟମାନେ ଦୋଷ ଖୋଜି ବୁଲିବେ। ଯାତ୍ରା, ପ୍ରଶାସନ, ଆଇନ, କଳା, ସାହିତ୍ୟ କ୍ଷେତ୍ରରେ ଶୁଭଫଳ ପାଇବେ।
ମୀନମୀନ
ଗୁରୁ ରାଶିରେ ଥିବାରୁ ସାହାଯ୍ୟ, ସହଯୋଗ ସଙ୍ଗକୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରନ୍ତି। ବ୍ୟବସାୟ, ପରିବହନ, ସଭାସମିତି, ଆନୁଷ୍ଠାନିକ କାମ ଓ କଚେରି ମାମଲା କ୍ଷେତ୍ରରୁ ଶୁଭ ଫଳ ପାଇବେ। ପରିବାର ଭିତରେ ଅତୀତ ଘଟଣାକୁ କେନ୍ଦ୍ରକରି ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। ସ୍ବାଭାବିକ ଭାବରେ ଦିନଟି କଟାଇବାର ସୌଭାଗ୍ୟ ଲାଭ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri