Posted inRasifala

ରାଶିଫଳ: ରବିବାର, ଅଗଷ୍ଟ ୧୫ ତାରିଖ – Daily Horoscope

ମେଷ
ଆଜିର ଯାତ୍ରା ପ୍ରୀତିପ୍ରଦ ରହିବ ଏବଂ ସକାଳୁ କର୍ମତତ୍ପରତା ହେତୁ ବ୍ୟସ୍ତତା ବୃଦ୍ଧି ପାଇବ। ପିଲାମାନଙ୍କ ଦାବୀ ମୁତାବକ ଜିନିଷ ନ ଆଣିପାରି ଅଶାନ୍ତିର ସମ୍ମୁଖୀନ ହୋଇ ପାରନ୍ତି। ପ୍ରତ୍ୟେକ କ୍ଷେତ୍ରରେ ଯୁକ୍ତିଯୁକ୍ତ କଥା କହି ପରିସ୍ଥିତିକୁ ସୁଧାରି ନେବେ। ବାହାର ଜାଗାରେ ସତର୍କତାର ସହ କାମ କରିବା ଭଲ।
ବୃଷ
ବୃଷ
ପରିବାରରେ ସାଧାରଣ କଥାକୁ କେନ୍ଦ୍ରକରି ମତାନ୍ତର ଘଟିପାରେ, ଏଣୁ ମନରେ ଟେନ୍ସନ ଲାଗି ରହିବ। ଆକସ୍ମିକ ଆବଶ୍ୟତା କାରଣରୁ ଖର୍ଚ୍ଚ ପରିମାଣ ବୃଦ୍ଧି ପାଇ ଚିନ୍ତାକୁ ବଢାଇ ଦେବାର ସୂଚନା ରହିଛି। ବନ୍ଧୁମାନଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇପାରନ୍ତି।
ମିଥୁନ
ମିଥୁନ
ଆଜି ବିଭିନ୍ନ ଧନ୍ଦା କରିବା ସକାଶେ ସହକର୍ମୀମାନେ ଉତ୍ସାହିତ କରିବେ। ଜଣେ ବନ୍ଧୁ ମାର୍ଗଦର୍ଶକ ସାଜି ପାରନ୍ତି, ଯାହାକି ଆପଣଙ୍କ ସକଶେ ହିତକର ହେବ। କର୍ମକ୍ଷେତ୍ରରେ ଏବଂ ବ୍ୟବସାୟରେ ସ୍ତ୍ରୀଙ୍କ ପରାମର୍ଶକୁ ଗ୍ରହଣକଲେ ମନ୍ଦ ହେବନି। ମାଲିମକଦ୍ଦମାରେ କାର୍ଯ୍ୟ ହାସଲ କରିନେବା ସକାଶେ ନୂତନ ଦିଗପ୍ରତି ଚିନ୍ତା କରିପାରନ୍ତି।
କର୍କଟ
କର୍କଟ
ଆଜି ବାରମ୍ବାର ଘର କଥା ଓ ଆର୍ଥିକ ସମସ୍ୟା ନେଇ ମନରେ ଦୁର୍ଭାବନା ସୃଷ୍ଟି ହେବ। ସାଧାରଣ କଥାକୁ ବଡ କରି ସହକର୍ମୀମାନେ କଳହର ମାତ୍ରାକୁ ବଢାଇବେ। ହଠାତ୍‌ କୌଣସି ବନ୍ଧୁଙ୍କ ଜରିଆରେ ଆଶା କରୁଥିବା ଶୁଭ ସମ୍ବାଦ ଶୁଣି ଖୁସି ହେବେ। ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ।
ସି˚ହ
ସି˚ହ
ଆଜି କୌଣସି ପ୍ରକାରେ ଅନ୍ୟକୁ ସନ୍ତୁଷ୍ଟ କରି ପାରିବେ ନାହିଁ। କିନ୍ତୁ ସାମାଜିକ ସ୍ତରରେ ପାରିପାର୍ଶ୍ୱିକ ପରିସ୍ଥିତି କେତେକାଶଂରେ ଭଲ ରହିବ ସଙ୍ଗକୁ ପ୍ରଶଂସିତ ମଧ୍ୟ ହେବେ। ଏକା ସଙ୍ଗରେ ବହୁତ ଗୁଡିଏ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇ ପାରନ୍ତି। ବହୁତ ଦିନରୁ ଖୋଜି ପାଉନଥିବା ଜିନିଷଟି ହଠାତ୍‌ ପାଇଯିବେ।
କନ୍ୟା
ବାକି ରଖିଥବା ଲୋକଟି ଘରେ ଆସି ଟଙ୍କା ଦେଇଯିବ। ନିଜ ଲୋକଙ୍କ ଭୁଲ୍‌ରୁ ଅଫିସରେ ସାଧାରଣ କଥାରେ ମତାନ୍ତର ସୃଷ୍ଟି ହୋଇପାରେ। ଆମଦାନୀ କାରବାର ଓ ପରିବହନ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ସମ୍ଭାବନା ରହିଛି। ଗୃହ ସଜ୍ଜା, ଗାଡି ମରାମତି, ପୁରୁଣା ଘରକୁ ସଜାଡିବାରେ ମନୋନିବେଶ କରିପାରନ୍ତି।
ତୁଳା
ତୁଳା
ପରିବାର ଭିତରେ ସାଧାରଣ କଥାରୁ ଝଡ ଉଠିବାରୁ ମନ ଅସ୍ଥିର ରହିବ। କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ନ ରହିଲେ ବିବାଦର ସମ୍ମୁଖୀନ ହେବେ। ବିବାଦୀୟ ପରିସ୍ଥିତି କିମ୍ବା ମାଲିମକଦ୍ଦମାରେ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ହୋଇଯିବ। ଘରର ବରାଦ ଅନୁସାରେ ଫେରିବା ବାଟରୁ ମୂଲ୍ୟବାନ ଦ୍ରବ୍ୟ ଆଣିପାରନ୍ତି।
ବିଛା
ବିଛା
ଆଜିର ବ୍ୟସ୍ତ ବହୁଳ ସମୟ ଭିତରେ ଘର କାମ ସାଙ୍ଗକୁ ଅଫିସ୍‌ କାମର ଜଞ୍ଜାଳ ବଳିଯିବ। ନୀଚ୍ଚ ସଂସର୍ଗରୁ ଦୂରେଇ ରହିବା ଭଲ। ଅଭାବ ଦୂରେଇ ବାର ପ୍ରୟାସ କଲେ ମଧ୍ୟ ଧାର କରଜ କରି ଆବଶ୍ୟକତା ଚଳାଇ ନେବାକୁ ବାଧ୍ୟ ହେବେ। କ୍ରୀଡା, କଳା, ସାହିତ୍ୟ, ସଙ୍ଗୀତ ଓ ଚଳଚ୍ଚିତ୍ର କ୍ଷେତ୍ରରେ ସମସ୍ୟା ଦେଖାଦେବ, କିନ୍ତୁ କିଛି ଅସୁବିଧା ହେବନି।
ଧନୁ
ଧନୁ
ବିଭିନ୍ନ ସମସ୍ୟା ଓ ପ୍ରତିବନ୍ଧକ ଭିତରେ ଚଳିବାକୁ ବାଧ୍ୟ ହୋଇପାରନ୍ତି। ଆପଣଙ୍କ ଋକ୍ଷ ବ୍ୟବହାର ବନ୍ଧୁଙ୍କ ମନରେ ଅଘାତ ଦେଇପାରେ। ପରିବହନ, ଆମଦାନୀ କାରବାର କ୍ଷେତ୍ରରେ ବେଶ ଖୁସି ରହିବେ। ରାଜନୀତିରେ ଓ ସାଂଗଠନିକ କ୍ଷେତ୍ରରେ ବହୁତ ଜନ କଲ୍ୟାଣ କାମ ହାତକୁ ନେଇ ପ୍ରଶଂସିତ ହେବେ।
ମକର
ମକର
ଆଜି ଯାହା କରିବାକୁ ମନସ୍ଥ କରିଛନ୍ତି ବନ୍ଧୁଙ୍କ କଥା ମାନି କଲେ ଭଲ। ସହକର୍ମୀଙ୍କ ସହୃଦୟତାରୁ କର୍ମକ୍ଷେତ୍ରରେ ସମସ୍ୟାରୁ ମୁକୁଳି ଯାଇପାରନ୍ତି। ପ୍ରକାଶନ, ସାହିତ୍ୟଚର୍ଚ୍ଚା ଓ ପ୍ରଶାସନିକ ସଫଳତା ଅବଶ୍ୟ ପାଇବେ ଏବଂ ପୁରଷ୍କୃତ କିମ୍ବା ସମ୍ବର୍ଦ୍ଧିତ ହେବାର ସୁଯୋଗ ପାଇବେ। ଶତ୍ରୁମାନେ ସୁଯୋଗ ଅପେକ୍ଷାରେ ରହିପାରନ୍ତି, ଏଣୁ ସତର୍କ ରହିବା ଭଲ।
କୁମ୍ଭ
କୁମ୍ଭ
ଆଜି ଦିନ ଭିତରେ ଆପଣ ଯେଉଁ କାମରେ ହାତ ଦିଅନ୍ତୁନା କାହିଁକି ସବୁ ସହଜ ଓ ସୁବିଧାରେ ସମ୍ପନ୍ନ ହୋଇପାରିବ। ପରିବାରରେ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢିପାରେ। ନିରଟସ୍ଥ ବ୍ୟକ୍ତିଙ୍କ ସହାୟତାରେ ବକେୟା ଆଦାୟରେ ସକ୍ଷମ ହେବେ। ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ହୋଇ ପାରନ୍ତି।
ମୀନମୀନ
ଆଜି ସମସ୍ୟା ସମାଧାନ ହେବାରୁ ମନ ଭଲ ରହିବ। ଧନାଧିପଙ୍କ ବଳହୀନତା କାରଣରୁ ଆର୍ଥିକ ସମସ୍ୟା ମନକୁ ଭାରାକ୍ରାନ୍ତ କରିବ। ବନ୍ଧୁ କିଛି ଖବର ନ ଦେଇ ହଠାତ୍‌ ପହଞ୍ଚି ଆପଣଙ୍କ ବ୍ୟସ୍ତତାକୁ ବୃଦ୍ଧି କରିବେ। ଆଜିର ଯାତ୍ରା, ବାଣିଜ୍ୟ, ବ୍ୟବସାୟ, ମାଲି ମକଦ୍ଦମା, ସଂଗଠନ, ଲେଖାପଢାରେ କିଛିଟା ସାମୟିକ ସମସ୍ୟା ଲାଗି ରହିପାରେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri