Posted inRasifala

ରାଶିଫଳ: ବୁଧବାର, ଅକ୍ଟୋବର ୧୩ ତାରିଖ – Daily Horoscope

ମେଷ
ବିଭିନ୍ନ ସମସ୍ୟା ସଙ୍ଗକୁ ଅଯଥା ଅର୍ଥ ବ୍ୟୟ ମାନସିକ ସ୍ଥିତିକୁ କଳୁଷିତ କରିଦେବ। ଶତ୍ରୁତା କରୁଥିବା ବ୍ୟକ୍ତିମାନେ ଅସୁବିଧାରେ ପକାଇବାକୁ ଚେଷ୍ଟା କରିବେ। ଦୂରଯାତ୍ରା ପାଇଁ ପ୍ରତିବନ୍ଧକ ସୃଷ୍ଟି ହୋଇପାରେ। ରଚନାତ୍ମକ କାମ, ଆନୁଷ୍ଠାନିକ କ୍ଷେତ୍ର ତଥା ସଭାସମିତିରେ ବନ୍ଧୁଙ୍କ ସହ ଆଲୋଚନାରୁ ଆଶ୍ୱସ୍ତି ଲାଭ କରିବେ।
ବୃଷ
ବୃଷ
ଶାରୀରିକ ଅସୁସ୍ଥତା ସଙ୍ଗକୁ ପାରିବାରିକ ଅଶାନ୍ତି ଓ ଅର୍ଥାଭାବର ସାମ୍ନା କରିବାକୁ ପଡ଼ିପାରେ। ଭୁଲ୍‌ ବୁଝାମଣା କାରଣରୁ ଭାଇ କିମ୍ବା ଭଉଣୀଙ୍କ ସହ ସମ୍ପର୍କରେ ତିକ୍ତତା ସୃଷ୍ଟି ସମ୍ଭାବନା ରହିଛି। ଯାନ୍ତ୍ରିକ ଜିନିଷ, ଯାନବାହନ କିମ୍ବା ଗୃହୋପକରଣ କ୍ରୟ କରିପାରନ୍ତି। ପ୍ରଶାସନ, ପ୍ରକାଶନ, ବାଣିଜ୍ୟ, ଆଇନ, କଳା, ସାହିତ୍ୟ କ୍ଷେତ୍ର ମନ୍ଦ ହେବନି।
ମିଥୁନ
ମିଥୁନ
କର୍ମକ୍ଷେତ୍ରରେ ଜିଦ୍‌ରେ ଅଟଳ ରହିବା କାରଣରୁ କଳହ ଲାଗିପାରେ। ଅର୍ଥ ସମ୍ବନ୍ଧୀୟ କଥା, ଚୁକ୍ତିପତ୍ର, ଜମିଜମା, ଆନୁଷ୍ଠାନିକ କାମରେ ସୁଫଳ ପାଇବେ। ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ଭଲ ସମ୍ପର୍କ ରହିଥିବା ବନ୍ଧୁମାନେ ସାହାଯ୍ୟ କରିବେ। ସତ୍‌ସଙ୍ଗ ଓ ଭ୍ରମଣ ସୁଯୋଗ ପାଇବେ। ଫେରିବା ସମୟରେ ପୂର୍ବର ଆନନ୍ଦ ଆଉ ନ ଥିବ।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ବନ୍ଧୁଙ୍କ ସାହାଯ୍ୟ ଓ ବଦାନ୍ୟତା ଆପଣଙ୍କ ପାରିବାରିକ କ୍ଷେତ୍ରକୁ ବିପଦରେ ପକାଇପାରେ। ଆଲୋଚନା ପରିସରରେ ବିପକ୍ଷ ବ୍ୟକ୍ତିଙ୍କ ଯୁକ୍ତିକୁ ଗ୍ରହଣ କରିବାକୁ ବାଧ୍ୟ ହେବେ। ପ୍ରଶାସନ, ସାମ୍ବାଦିକତା ଓ ନିର୍ମାଣ କ୍ଷେତ୍ରରେ ସହଯୋଗ ପାଇ ଖୁସି ହେବେ। ଶିଳ୍ପ, ବାଣିଜ୍ୟ ଓ ପରିବହନ କ୍ଷେତ୍ରରୁ ସମସ୍ୟା ଦୂର ହୋଇଯିବ।
ସି˚ହ
ସି˚ହ
ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଲେ ମଧ୍ୟ ଅଳ୍ପ ସମୟ ଭିତରେ ଦୂରେଇଯିବ। ସହକର୍ମୀଙ୍କ ସହ ସମ୍ପର୍କ ଯୋଡ଼ିବାରେ ଆପଣଙ୍କ କୌଶଳ ସାହାଯ୍ୟ କରିବ। ବ୍ୟବସାୟିକ କ୍ଷେତ୍ର ଓ ପ୍ରଶାସନିକ ସ୍ତରରେ ପରିସ୍ଥିତି ସେତେଟା ଭଲ ରହି ନ ପାରେ । ଆକସ୍ମିକ ଭାବରେ ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି ଯୋଗୁ ମନରେ ସରସତା ରହିବ ନାହିଁ।
କନ୍ୟା
ଆଜିର କର୍ମକ୍ଷେତ୍ରରେ ପ୍ରତିଷ୍ଠିତ ବ୍ୟକ୍ତିଙ୍କ ସାହାଯ୍ୟ ଲାଭ କରି କାର୍ଯ୍ୟ ହାସଲ କରିବେ। ଗଠନମୂଳକ କିମ୍ବା ସାମୂହିକ କାମରେ, ରାଜନୈତିକ କ୍ଷେତ୍ରରେ ଲୋକ ସମ୍ପର୍କ ବୃଦ୍ଧି ପାଇବ। କାର୍ଯ୍ୟଦକ୍ଷତା ଓ କଥନଶୈଳୀରୁ ପ୍ରଶଂସିତ ହେବେ। ସଭାସମିତିରେ ତଥା ଆଲୋଚନା କ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ସହାୟତା କରିବେ।
ତୁଳା
ତୁଳା
ଆତ୍ମୀୟଙ୍କ ସହଯୋଗରୁ ସମାଧାନର ସରଳସୂତ୍ର ବାହାର କରିନେବେ। ଦୀର୍ଘଦିନର ଅଭିଳାଷ ପୂରଣ ହେବ ଓ ଯୋଜନାକୁ ବାସ୍ତବ ରୂପ ଦେବାରେ ସଫଳ ହେବେ। ଆଜିର ଯାତ୍ରା ଶୁଭପ୍ରଦ ହେବ କିନ୍ତୁ ଛୋଟ ଛୋଟ କାମ ହାତକୁ ନେଲେ ଦ୍ୱନ୍ଦ୍ୱରେ ପଡ଼ିପାରନ୍ତି। ମାଲିମକଦ୍ଦମା, ଜମିଜମା ସମସ୍ୟା ସମାଧାନ ଦିଗକୁ ମୁହାଁଇବ।
ବିଛା
ବିଛା
ଅଧିକାଂଶ ସମୟ ମାନସିକ ଅସ୍ଥିରତା କାରଣରୁ କୌଣସି କାମ ଶୃଙ୍ଖଳିତ ରହିବ ନାହିଁ। ପ୍ରିୟଜନଙ୍କ ସହ ଏକ ସାଧାରଣ କିମ୍ବା ମାମୁଲି ଘଟଣାରେ ଉଚ୍ଚବାଚ ଘଟିପାରେ। କଳା, ସାହିତ୍ୟ, କ୍ରୀଡ଼ା ଓ ଚଳଚ୍ଚିତ୍ରରେ ସମସ୍ୟା ସମାଧାନ ହୋଇଯିବ। ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ ଓ ସାହାଯ୍ୟ ମଧ୍ୟ କରିବେ।
ଧନୁ
ଧନୁ
ପ୍ରତ୍ୟେକ ସ୍ତରରେ ସରଳ ଭାବେ ଅନ୍ୟମାନଙ୍କୁ ବିଶ୍ୱାସ କରି ହଇରାଣରେ ପଡ଼ିପାରନ୍ତି। ଆଗାମୀ ବୈବାହିକ କର୍ମ ସମ୍ପାଦନ ପାଇଁ ନୂତନ ବନ୍ଧୁ ପ୍ରସ୍ତାବ ସମ୍ପର୍କୀୟ ଆଲୋଚନା କଲେ ଉପକୃତ ହେବେ। ବିଭିନ୍ନ ପ୍ରକାରର ପ୍ରତିବନ୍ଧକ ହେତୁ ଉନ୍ନୟନମୂଳକ କାମ ବାଧାପ୍ରାପ୍ତ ହୋଇପାରେ । ଦୀର୍ଘଦିନ ପରେ ଆଜି ଶାରୀରିକ ସୁସ୍ଥତା ଫେରିପାଇବେ।
ମକର
ମକର
ବିଭିନ୍ନ ଦିଗରୁ ପ୍ରତିବନ୍ଧକର ସାମନା କରି କାମ ହାସଲ କରିବାକୁ ପଡ଼ିବ। ବନ୍ଧୁଙ୍କ ଆଚରଣ ମନରେ ସଂନ୍ଦେହ ସୃଷ୍ଟି କରିବା ଫଳରେ ସେହି ପ୍ରଭାବରୁ କିଛି ସମସ୍ୟା ମଧ୍ୟ ଆସିବ। ବ୍ୟବସାୟ ଓ ବାଣିଜ୍ୟରେ ପ୍ରତିବନ୍ଧକ ସୃଷ୍ଟି ହେଲେ ମଧ୍ୟ ଅଳ୍ପ ସମୟ ମଧ୍ୟରେ ଦୂରେଇ ଯିବ। ଯେତେ ଭଲ କାମ କଲେ ମଧ୍ୟ ପ୍ରଶଂସା ବଦଳରେ ଅଭିଯୋଗ ପାଇବେ।
କୁମ୍ଭ
କୁମ୍ଭ
ଅଧିକାଂଶ ସମୟ ଅନ୍ୟମନସ୍କ ରହିବା କାରଣରୁ କିଛିନା କିଛି ବ୍ୟତିକ୍ରମ ଅବଶ୍ୟ ସୃଷ୍ଟି ହେବ। ଅଭିମାନ କରି ରହିଥିବା ବନ୍ଧୁଙ୍କୁ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସମ୍ଭାଳି ନେବେ। ସରକାରୀ କ୍ଷେତ୍ରରୁ ଆଶା କରିଥିବା କାଗଜପତ୍ର ଲାଭକରି ମନ ଖୁସି ହୋଇଯିବ। ରାଜନୀତି କିମ୍ବା ଆନୁଷ୍ଠାନିକ କ୍ଷେତ୍ରରେ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।
ମୀନମୀନ
ଆଜି ଆନୁଷ୍ଠାନିକ କିମ୍ବା ସାଙ୍ଗଠନିକ କାର୍ଯ୍ୟରେ ନେତୃତ୍ୱ ନେଲେ ପ୍ରତିଷ୍ଠା ସଙ୍ଗକୁ ପ୍ରଶଂସିତ ହୋଇପାରନ୍ତି। ବନ୍ଧୁମାନଙ୍କ ଅନୁରୋଧକୁ ଉପେକ୍ଷା ନ କରି ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା ଦିଗକୁ ମନ ଢଳିପାରେ। ଆର୍ଥିକ ସ୍ବଚ୍ଛଳତା ବଢ଼ିଯିବା କାରଣରୁ ଓ ପ୍ରିୟ ବନ୍ଧୁଙ୍କ ସାନ୍ନିଧ୍ୟ ଲାଭରୁ ଖୁସି ହେବେ। ସାମାଜିକ ସ୍ତରରେ ଉନ୍ନତିମୂଳକ କାମ ସକାଶେ ଦିନଟି ବହୁତ ଭଲ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଫେବୃଆରୀ ୧୮ ତାରିଖ – Daily Horoscope

ମେଷ ଏକାଦଶ ସ୍ଥାନରେ ପଞ୍ଚଗ୍ରହକୂଟ କୋଣଭାବକୁ ପ୍ରଭାବିତ କରି ଶିକ୍ଷା, ସନ୍ତାନ, ବନ୍ଧୁସମ୍ପର୍କ ଏବଂ ଆଲୋଚନାରେ ସମସ୍ୟା ସୃଷ୍ଟି କରିପାରନ୍ତି। ଶନିଙ୍କ ଦୃଷ୍ଟି ଦ୍ୱିତୀୟଭାବକୁ ରହିଥିବାରୁ ଧନହାନି…

ରାଶିଫଳ: ମଙ୍ଗଳବାର, ଫେବୃଆରୀ ୧୭ ତାରିଖ – Daily Horoscope

ମେଷ ଆଜିର ଏକାଦଶସ୍ଥ ଗ୍ରହ ସ୍ଥିତି ପ୍ରଭାବରେ ପରୀକ୍ଷା, ଇଣ୍ଟରଭ୍ୟୁ, ସନ୍ତାନଙ୍କ ଉନ୍ନତି ସାଙ୍ଗକୁ ଆର୍ଥିକକ୍ଷେତ୍ର ଭଲ ରହିବ। କର୍ମମୁଖର ରହିବା ସହ ପାରିବାରିକ ଜୀବନ ପ୍ରୀତିପ୍ରଦ…

ରାଶିଫଳ: ସୋମବାର, ଫେବୃଆରୀ ୧୬ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସମସ୍ତ କାର୍ଯ୍ୟ ସକାଶେ ଅନୁକୂଳ ବାତାବରଣ ସୃଷ୍ଟି କରିବ। କିନ୍ତୁ ଅଶ୍ଳେଷା ସକାଶେ ଯେତେ ଭଲ କଲେ ମଧ୍ୟ ଅନ୍ୟମାନଙ୍କର ଆନ୍ତରିକତା ରହିବନି।…

ରାଶିଫଳ: ରବିବାର, ଫେବୃଆରୀ ୧୫ ତାରିଖ – Daily Horoscope

ମେଷ ଆଜିର କର୍ମଭାବସ୍ଥ ଚନ୍ଦ୍ରମଙ୍ଗଳଯାଗ ଆପଣଙ୍କୁ ଧୈର୍ଯ୍ୟର ସହ କାମ ହାସଲ ଦିଗରେ ସାହାଯ୍ୟ କରିବ। ସାଧାରଣ ବ୍ୟତିକ୍ରମ ରହିଲେ ମଧ୍ୟ ପାରିବାରିକ ଜୀବନରେ ଶାନ୍ତି ଅବ୍ୟାହତ…

ରାଶିଫଳ: ଶନିବାର, ଫେବୃଆରୀ ୧୪ ତାରିଖ – Daily Horoscope

ମେଷ ଆଜି ଆର୍ଥିକ, ମାନସିକ ଏବଂ ସାମାଜିକ ସ୍ଥିତି ଭଲ ରହିବ। ଆନୁଷ୍ଠାନିକ କାମରେ ବନ୍ଧୁମିଳନ ସହିତ କିଛି ସମୟ ଅତିବାହିତ କରିବାକୁ ପଡ଼ିପାରେ। ବନ୍ଧୁଙ୍କ ସହାୟତାରେ…

ରାଶିଫଳ: ଶୁକ୍ରବାର, ଫେବୃଆରୀ ୧୩ ତାରିଖ – Daily Horoscope

ମେଷ ଆଜିର ନବମସ୍ଥ ଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି, ବନ୍ଧୁ ସମ୍ପର୍କ ଏବଂ କାର୍ଯ୍ୟସିଦ୍ଧି କରାଇବ। କୌଣସି ବନ୍ଧୁଙ୍କୁ ଟଙ୍କା ପଇସା ଦେଇ ଫେରି ପାଇବାରେ କମ୍‍ ସମ୍ଭାବନାକୁ…

ରାଶିଫଳ: ଗୁରୁବାର, ଫେବୃଆରୀ ୧୨ ତାରିଖ – Daily Horoscope

ମେଷ ଆଜି ତ୍ୟାଗସ୍ବୀକାର ପୂର୍ବକ କୌଣସି ସାହାଯ୍ୟପ୍ରାର୍ଥୀଙ୍କୁ ସହାନୁଭୂତି ପ୍ରଦର୍ଶନ କରି ଆତ୍ମସନ୍ତୋଷ ଲାଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ପରିବହନରେ ପ୍ରତିବନ୍ଧକ ଦୂରେଇଯିବ। ସନ୍ତାନଙ୍କ ସ୍ବାସ୍ଥ୍ୟ, ସମ୍ପର୍କୀୟଙ୍କ…

ରାଶିଫଳ: ବୁଧବାର, ଫେବୃଆରୀ ୧୧ ତାରିଖ – Daily Horoscope

ମେଷ ଆଜି ରବିଙ୍କ ସହ ମଙ୍ଗଳଙ୍କ ସଂଯୋଗ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ଆଲୋଚନା ସକାଶେ ଅନୁକୂଳ ରହିବ। ବିଶିଷ୍ଟବ୍ୟକ୍ତିଙ୍କ ଗହଣରେ ସମ୍ବର୍ଦ୍ଧିତ ହେବାର ସୌଭାଗ୍ୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri