Posted inRasifala

ରାଶିଫଳ: ରବିବାର, ଜୁଲାଇ ୧୩ ତାରିଖ – Daily Horoscope

ମେଷ
ବଳହୀନ ରାଶ୍ୟାଧିପ କେତୁ ଯୁକ୍ତ ଯୋଗୁ ସ୍ବାସ୍ଥ୍ୟହାନି ସହ ପାରିବାରିକ କଳହର କାରଣ ହୋଇପାରନ୍ତି। ଆଜିର ପ୍ରତ୍ୟୁଷ ଯାତ୍ରା, ବାଣିଜ୍ୟ, ପରିବହନ, ସାହିତ୍ୟ, ସଙ୍ଗୀତ ପ୍ରଭୃତିରେ ବାଧା ରହିବ ନାହିଁ। ବନ୍ଧୁ ଆସିବେ, ମାତ୍ର ଫେରିବା ସମୟକୁ ବହୁତ କଥା ଶୁଣେଇ ପାରନ୍ତି । ସମୟାନୁବର୍ତ୍ତିତା ଓ କାର୍ଯ୍ୟଦକ୍ଷତା ହେତୁ ପ୍ରଶଂସିତ ହେବେ।
ବୃଷ
ବୃଷ
ଶୁକ୍ର ନିଜ ଗୃହରେ ରହିଥିବାରୁ ଅର୍ଥ ଲାଭ ସହିତ ମଜାମଉଜରେ ଦିନଟି କଟିବ। ବୁଧାଦିତ୍ୟ ଯୋଗଜନିତ ସୁନ୍ଦର ମାଦକତାଭରା ପାରିବାରିକ ଜୀବନକୁ ଉପଭୋଗ କରିବେ। ଆନୁଷ୍ଠାନିକ କାମ ସକାଶେ ବିଶେଷ ଶ୍ରମ ଓ ସମୟ ବିନିଯୋଗ କରିବାକୁ ପଡ଼ିବ। ଶିଳ୍ପ, ବ୍ୟବସାୟ, ପରିବହନ କ୍ଷେତ୍ରରେ ସମସ୍ୟା ଦୂର ହୋଇପାରେ।
ମିଥୁନ
ମିଥୁନ
କର୍ମାଧିପ ରାଶିରେ ଅବସ୍ଥାନ କରି ସ୍ଥଗିତ କାର୍ଯ୍ୟ ସମୂହକୁ ପୂର୍ଣ୍ଣାଙ୍ଗ କରିପାରିବେ। ଆନୁଷ୍ଠାନିକ କ୍ଷେତ୍ରରେ ସଂକୋଚବଶତଃ ବନ୍ଧୁଙ୍କୁ ମନ କଥା କହିପାରିବେ ନାହିଁ। ମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ମନ ଭଲ ରହି ନ ପାରେ। ଆତ୍ମୀୟଙ୍କ ମନମୁଖି କାର୍ଯ୍ୟକଳାପ ଏବଂ ଆର୍ଥିକ ଅନଟନ ଲାଗି ରହିବା କାରଣରୁ ବିଚଳିତ ରହିପାରନ୍ତି।
କର୍କଟ
କର୍କଟ
ଶୁକ୍ରଙ୍କ ସୁପ୍ରଭାବରେ ସାହିତ୍ୟ, ସଙ୍ଗୀତ କ୍ଷେତ୍ରରୁ ଅର୍ଥ ଓ ସମ୍ମାନର ଅଭାବ ରହିବ ନାହିଁ। କାର୍ଯ୍ୟକ୍ଷେତ୍ରରେ ସମସ୍ୟା, ପ୍ରତିବନ୍ଧକ ସାଙ୍ଗକୁ ବ୍ୟସ୍ତତା ବଢ଼ିଯିବ। ମାଲିମକଦ୍ଦମାରେ ସ୍ଥିତି ଅନୁକୂଳ ହୋଇପାରେ; କିନ୍ତୁ ନିର୍ମାଣ, ପରିବହନରେ ସମସ୍ୟା ଦେଖାଦେବ। କଚେରି ମାମଲାରେ ବିଜୟୀ ହେବେ ଏବଂ ସମ୍ପର୍କୀୟଙ୍କ ଦ୍ୱାରା ଉପକୃତ ହେବେ।
ସି˚ହ
ସି˚ହ
କର୍ମସ୍ଥାନରେ ଶୁକ୍ର ଅବସ୍ଥାନ କରିଥିବାରୁ କର୍ମାରମ୍ଭ ସକାଶେ ମନ ବଳାଇବେ। କିନ୍ତୁ ଜୀବିକା ନିର୍ବାହଜନିତ କର୍ମକ୍ଷେତ୍ରରେ ସଂଘର୍ଷମୟ ପରିସ୍ଥିତିର ଦୃଢ଼ ମୁକାବିଲା କରିବାକୁ ପଡ଼ିପାରେ। ଟଙ୍କା ପଇସା ଯୋଗାଡ଼ କରିବା ପାଇଁ ବିଭିନ୍ନ ଫନ୍ଦିଫିକର କରିପାରନ୍ତି। ଶିଳ୍ପ, ବ୍ୟବସାୟ, ପରିବହନ, ଏଜେନ୍ସି, ସାମ୍ବାଦିକତାରେ ପ୍ରଶଂସିତ ହେବେ।
କନ୍ୟା
ପାପଗ୍ରହଦୃଷ୍ଟ ଗୁରୁଜନିତ ପାରିବାରିକ ସମସ୍ୟା ଲାଗି ରହିବା କାରଣରୁ ମାନସିକ ସ୍ଥିତି ଭଲ ରହିବ ନାହିଁ। ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ। ନିଜର ସ୍ବାର୍ଥ ହାସଲ ପରିପ୍ରେକ୍ଷୀରେ ଆତ୍ମୀୟମାନେ ହଠାତ୍‌ ଶତ୍ରୁତା କରିପାରନ୍ତି। ଦୀର୍ଘ ଦିନରୁ ରହି ଆସିଥିବା ବକେୟା ଅର୍ଥ ଆଦାୟ କରିବାରେ ଆଜିହିଁ ସକ୍ଷମ ହେବେ ।
ତୁଳା
ତୁଳା
କର୍ମାଧିପ ଚନ୍ଦ୍ର ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ। ମୂଲ୍ୟବାନ୍‌ ଜିନିଷ କ୍ରୟ ସକାଶେ ମୋଟା ଅଙ୍କର ଅର୍ଥର ଆବଶ୍ୟକତା ପଡ଼ିବ। ଚାକିରିରେ, ସଭା ସମିତିରେ, ସମ୍ମାନ ଲାଭ ଓ ପଦମର୍ଯ୍ୟାଦା ବୃଦ୍ଧି ପାଇବ। ଯେତେ ଭଲକାମ କଲେ ସୁଦ୍ଧା ପରିବାରରେ ସ୍ନେହ, ଶ୍ରଦ୍ଧା, ଆଦର ଦୁର୍ଲଭ ହୋଇପଡ଼ିବ।
ବିଛା
ବିଛା
ଭାଗ୍ୟାଧିପ ଭାଗ୍ୟ ସ୍ଥାନକୁ ଦେଖୁଥିବାରୁ ଅଭିଳାଷ ପୂରଣ ହେବାରେ ଅନୁକୂଳ ପରିବେଶ ସୃଷ୍ଟି ହେବ। ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଅତୀତ ଘଟଣା ମନକୁ ଆଲୋଡ଼ିତ କରିବା ଫଳରେ ମନ ଭଲ ଲାଗିବ ନାହିଁ। ଭଲ ସମ୍ପର୍କ ଥିବା ବ୍ୟକ୍ତିଟି ଅନ୍ୟ ଦ୍ୱାରା ପ୍ରଭାବିତ ହୋଇ ଦୂରେଇଯିବ।
ଧନୁ
ଧନୁ
ରାଶ୍ୟାଧିପଙ୍କ ପ୍ରତ୍ୟକ୍ଷ ଦୃଷ୍ଟିରୁ ଆପଣଙ୍କ ସୁସ୍ଥ ବିଚାରଧାରା ହିଁ ସୁଫଳର ପରିଚାୟକ ହେବ। ଏତଦ୍‌ ବ୍ୟତୀତ ମାଲିମକଦ୍ଦମା, ପ୍ର୍ରତିଦ୍ୱନ୍ଦ୍ୱିତା ଓ ପ୍ରତିଯୋଗିତାରେ ସଫଳତା ମିଳିବ। ଦୂରଯାତ୍ରା କରିବାକୁ ବାଧ୍ୟ ହୋଇପାରନ୍ତି। ଧାତୁ ଅଳଙ୍କାର, ଔଷଧ ପତ୍ର ଓ ସୌଖୀନ ଦ୍ରବ୍ୟ କ୍ରୟ କରିବାର ଆବଶ୍ୟକତା ଅନୁଭବ କରିବେ।
ମକର
ମକର
ସପ୍ତମାଧିପତି ରାଶିରେ ଅବସ୍ଥାନ କରି ପାରିବାରିକ ଏବଂ ବ୍ୟବସାୟିକ ଉନ୍ନତି ସହ ଯାତ୍ରାରେ ଲକ୍ଷ୍ୟପୂରଣ କରିବେ। ବନ୍ଧୁଙ୍କ ସାହାଯ୍ୟରେ ଆଜିର କାମ ସୁବିଧାରେ ସମ୍ପନ୍ନ ହୋଇଯିବ, ମାତ୍ର ଯୁକ୍ତିତର୍କଠାରୁ ଦୂରେଇ ରହିବା ଭଲ। କ୍ରୀଡ଼ା, ସାହିତ୍ୟ, ସଙ୍ଗୀତରେ ଉନ୍ନତି କରିବେ। ଭ୍ରମଣ ପରିପ୍ରେକ୍ଷୀରେ ଠିକଣା ଜାଗାରେ ବନ୍ଧୁଙ୍କୁ ନ ପାଇ ବ୍ୟସ୍ତ ହେବେ।
କୁମ୍ଭ
କୁମ୍ଭ
ରାଶିରେ ରାହୁ ଥିବାରୁ ପରୋକ୍ଷ ଶତ୍ରୁତାଜନିତ ସମସ୍ୟାରେ ମନକୁ ଭାରାକ୍ରାନ୍ତ କରାଇବ। ବାଣିଜ୍ୟ, ନିର୍ମାଣ, ପରିବହନ କ୍ଷେତ୍ରରେ ସୁଫଳ ପ୍ରାପ୍ତି ହେବ। ବନ୍ଧୁମାନଙ୍କ ମଧ୍ୟସ୍ଥତାରେ ବହୁତ ଦିନ ହେଲା ଭାଙ୍ଗି ପଡିଥିବା ସମ୍ପର୍କ ପୁଣି ଯୋଡ଼ି ହୋଇଯିବ। ପରିବାରରେ ପିଲାମାନଙ୍କ ପଢ଼ା ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ।
ମୀନମୀନ

ଶନିଙ୍କ ପ୍ରଭାବରେ ଆଜି ଭୁଲ୍‌ ନିଷ୍ପତ୍ତି ନେଇ ପଶ୍ଚାତ୍ତାପ କରିପାରନ୍ତି। ସନ୍ତାନଙ୍କ ବିଶୃଙ୍ଖଳିତ ଆଚରଣ, କିଛିଟା ଅଭାବ ଓ ଅସୁବିଧା ପରିଲକ୍ଷିତ ହୋଇପାରେ। ଆନୁଷ୍ଠାନିକ କ୍ଷେତ୍ରରେ ବିବାଦ ଭିତରକୁ ଟାଣି ହୋଇଯିବେ। କଠୋର ପରିଶ୍ରମଜନିତ ସାମାନ୍ୟ ଶାରୀରିକ ଅସୁସ୍ଥି ଅନୁଭବ କରିପାରନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri