Posted inRasifala

ରାଶିଫଳ: ରବିବାର, ସେପ୍ଟେମ୍ବର ୧୨ ତାରିଖ – Daily Horoscope

ମେଷ
ଲାଗି ରହିଥିବା ବିବାଦୀୟ ପରିସ୍ଥିତିର ପୂର୍ଣ୍ଣଚ୍ଛେଦ ଘଟିବାର ଆଶା ରହିଛି। ଯେ କୌଣସି ପରିସ୍ଥିତି ହେଲେ ମଧ୍ୟ ନିକଟସ୍ଥ ବ୍ୟକ୍ତିମାନଙ୍କୁ କଅଁଳ କଥା କହି ପରିସ୍ଥିତିକୁ ସୁଧାରି ନେବେ। କିନ୍ତୁ କ୍ରୟ, ବିକ୍ରୟ କ୍ଷେତ୍ରରେ ସାବଧାନ ରୁହନ୍ତୁ ନଚେତ୍‌ ଠକାମିରେ ପଡ଼ିପାରନ୍ତି। ବନ୍ଧୁମାନଙ୍କ ପରାମର୍ଶ କ୍ରମେ ହଠାତ୍‌ ଦୂରଯାତ୍ରା କରିବାକୁ ପଡ଼ିପାରେ।
ବୃଷ
ବୃଷ
ହିତୈଷୀମାନଙ୍କ ତରଫରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିବେ। କର୍ମକ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ନିର୍ମାଣ, ଆନୁଷ୍ଠାନିକ ଓ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ। ସାମାଜିକ ସ୍ତରରେ ନୂତନ ଯୋଜନାରମ୍ଭ କରି ପ୍ରଶଂସିତ ହୋଇପାରନ୍ତି।
ମିଥୁନ
ମିଥୁନ
ପ୍ରତ୍ୟେକ କ୍ଷେତ୍ରରେ କାମକରିବା ସକାଶେ ଉତ୍ସାହିତ ହେବେ ଓ ସାଫଲ୍ୟତା ହାସଲ କରିବେ। ଉଦ୍ୟମ ସଫଳ ଦିଗରେ ଜଣେ ଗୌରବର୍ଣ୍ଣ ବ୍ୟକ୍ତି ସାହାଯ୍ୟ କରିବେ। ଜମିଜମା କିମ୍ବା ଅର୍ଥ ସମ୍ପର୍କୀୟ ଚିନ୍ତା କରୁଥିବା କାମରେ ସଫଳତା ବିଳମ୍ବରେ ପାଇବେ। ଯାତ୍ରା କାଳରେ ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ।
କର୍କଟ
କର୍କଟ
ପାରିପାର୍ଶ୍ୱିକ ସ୍ତରରେ କୌଣସି ବ୍ୟତିକ୍ରମ ସକାଶେ ଏକ ମାମୁଲି ଘଟଣାରେ ଉଚ୍ଚବାଚ ଘଟାଇବ। ଅଫିସିଆଲି ସ୍ତରରୁ ଅଚାନକ ଶୁଭ ଖବର ଶୁଣି ଖୁସି ହେବେ। ଚେଷ୍ଟା କରୁଥିବା କାମରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ। ଗୁପ୍ତ ଶତ୍ରୁମାନଙ୍କ ସକ୍ରିୟତା ବୃଦ୍ଧି ପାଇପାରେ।
ସି˚ହ
ସି˚ହ
ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବା କାରଣରୁ ସାମୟିକ ଖୁସି ରହିବେ। ସହକର୍ମୀଙ୍କ ସାହାଯ୍ୟ ନେଇ ବକେୟା ଅର୍ଥ ଆଦାୟରେ ସକ୍ଷମ ହେବେ। କର୍ମକ୍ଷେତ୍ରରେ ଏକାଧିକ କାମ ହାତକୁ ନେଇ ବ୍ୟସ୍ତ ବିବ୍ରତ ହୋଇପାରନ୍ତି। ପାରିବାରିକ ଅସୁବିଧା କ୍ଷେତ୍ରରେ ବ୍ୟକ୍ତିବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ।
କନ୍ୟା
ଆଜିର ଆଲୋଚନା କାଳରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ସାମାଜିକ ସ୍ତରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। କର୍ମ କ୍ଷେତ୍ରରେ ଅସ୍ଥିରତା ସୃୃଷ୍ଟି ହେବାର ସମ୍ଭାବନା। ଯାତ୍ରା ସଫଳ ହେବ କିନ୍ତୁ ବିଳମ୍ବିତ ସମୟରେ ଲକ୍ଷ୍ୟ ହାସଲ କରିବେ।
ତୁଳା
ତୁଳା
ସାଧାରଣ କଥାରେ ଉତ୍ତେଜିତ ନ ହୋଇ ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ। ଅଧିକାଂଶ ସମୟ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସମାଧାନ ସମ୍ଭାବନା ରହିଛି। ଅଧ୍ୟୟନ, ଅଧ୍ୟାପନା ତଥା ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ।
ବିଛା
ବିଛା
ପରିସ୍ଥିତିରେ ଉନ୍ନତି ଘଟିବା କାରଣରୁ କର୍ମକ୍ଷେତ୍ରରେ ଲାଗି ରହିଥିବା ବ୍ୟସ୍ତତା ଦୂର ହୋଇଯିବ। ଖଳ ଲୋକମାନେ ଅପପ୍ରଚାର କରିବେ। ଅନ୍ୟମାନଙ୍କ ଦ୍ୱାରା ପ୍ରଭାବିତ ନ ହୋଇ ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ତଥା କ୍ରୀଡ଼ା କ୍ଷେତ୍ରରେ ସଫଳତା ମିଳିପାରେ।
ଧନୁ
ଧନୁ
ଛୋଟ କଥାକୁ କେନ୍ଦ୍ରକରି ପରିବାରରେ କଳହ ସୃଷ୍ଟିର ଆଶଙ୍କା ଦେଖାଦେବ। କର୍ମକ୍ଷେତ୍ରରେ ବନ୍ଧୁମାନଙ୍କ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ। ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ ଏବଂ ସଭାସମିତି ଓ ରାଜନୀତିରେ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ମାଲିମକଦ୍ଦମାରେ ଆପୋସ ସମାଧାନ ଘଟିବାର ଆଶା ରହିଛି।
ମକର
ମକର
ଭୁଲ ବୁଝାମଣାବଶତଃ ହଠାତ୍‌ ଆକସ୍ମିକ ଭାବେ ନିଜ ଲୋକମାନେ ଶତ୍ରୁତା କରି ବସିବେ। ପୂର୍ବ ସ୍ଥିରୀକୃତ ଯୋଜନାଗୁଡ଼ିକ ଠିକ୍‌ ଭାବରେ ବଦଳାଇବା ପାଇଁ କଷ୍ଟକର ହେବ। ପ୍ରତ୍ୟେକ କ୍ଷେତ୍ରରେ ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ। ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ଦିନଟି ବହୁତ ଶୁଭପ୍ରଦ ରହିବ।
କୁମ୍ଭ
କୁମ୍ଭ
ବନ୍ଧୁମାନଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ଆଶଙ୍କା ଉପୁଜିପାରେ। ପ୍ରତ୍ୟେକ କ୍ଷେତ୍ରରେ ନୀରବଦ୍ରଷ୍ଟା ଭଳି କାମ କରିବା ଦ୍ୱାରା ସମସ୍ୟା ବଢ଼ିବ ସିନା କମିବ ନାହିଁ। କର୍ମକ୍ଷେତ୍ର ପୂର୍ବ ଦିନମାନଙ୍କ ଭଳି ଆଜି ମଧ୍ୟ ରହିବ।
ମୀନମୀନ
ଆଜି ମାନସିକ ଓ ଶାରୀରିକ ସ୍ବାସ୍ଥ୍ୟ ପ୍ରାୟତଃ ଭଲ ରହିବ। ପାରିବାରିକ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। ଯେ କୌଣସି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବା ପୂର୍ବରୁ ପରିବାର ସହ ଆଲୋଚନା କରିବା ଭଲ ହେବ। ନିଜ ଲୋକ ବିଶ୍ୱାସଘାତକତା କରିପାରନ୍ତି,ଏଣୁ ସତର୍କତା ଅବଲମ୍ବନ କରିବା ଭଲ ହେବ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

ରାଶିଫଳ: ସୋମବାର , ଡିସେମ୍ବର ୧୫ ତାରିଖ – Daily Horoscope

ମେଷ ଆଜିର ସପ୍ତମସ୍ଥ ଚନ୍ଦ୍ର ଏବଂ ଉଚ୍ଚାରୋହୀ ରାଶ୍ୟାଧିପତିଙ୍କ କାରଣରୁ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ। କେତୁଙ୍କ କୁପ୍ରଭାବରୁ ସନ୍ତାନ ହେତୁକ ସମସ୍ୟା ବିବ୍ରତ କରିପାରେ।...

ରାଶିଫଳ: ରବିବାର, ଡିସେମ୍ବର ୧୪ ତାରିଖ – Daily Horoscope

ମେଷ ସମ୍ମୁଖରେ ଭଲ କହୁଥିବା ଲୋକଟି ପଛରେ ବିଭିନ୍ନ କଥା କହୁଥିବାର ଶୁଣିବାକୁ ପାଇବେ। ଯେଉଁଥିପାଇଁ ଚିନ୍ତିତ ରହିଥିଲେ, ଆଜି ତାହା ପଡ଼ୋଶୀଙ୍କ ମାଧ୍ୟମରେ ପାଇପାରିବେ।...

ରାଶିଫଳ: ଶନିବାର, ଡିସେମ୍ବର ୧୩ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ନୂତନ ଆନନ୍ଦ, ଉତ୍ସାହ ଓ ଉଦ୍ଦୀପନାର ସହ ଦିନଟି ଉପଭୋଗ୍ୟ ରହିବ। ଶତ୍ରୁକ୍ଷେତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଓ କର୍ମ କ୍ଷେତ୍ରର...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୨ ତାରିଖ – Daily Horoscope

ମେଷ ହାତକୁ ନେଇଥିବା କାମଟି ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ରହିବ ନାହିଁ। ଶୁକ୍ରଙ୍କ ପ୍ରଭାବରୁ ଅର୍ଥ ଓ ବିଳାସପୂର୍ଣ୍ଣ ଦ୍ରବ୍ୟ ପ୍ରତି ଆଗ୍ରହୀ ହେବେ।...

ରାଶିଫଳ: ଗୁରୁବାର, ଡିସେମ୍ବର ୧୧ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ଅସମ୍ପୂର୍ଣ୍ଣ କାମକୁ ନେଇ ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ। ଅର୍ଥର ଅଭାବ ପୂରଣ ଦିଗରେ ବନ୍ଧୁଙ୍କ ସାହାଯ୍ୟ କାମକୁ ତ୍ୱରାନ୍ବିତ କରିବ। ଆଲୋଚନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri