Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୧୨ ତାରିଖ – Daily Horoscope

ମେଷ
ଆଜି ଆପଣ ମନ ବୁଝିଲା ଭଳି କଥା କହି ଅନ୍ୟମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ । ବିଭିନ୍ନ ବାଟରୁ ହାତକୁ ଦି’ପଇସା ଆସିବା ସଙ୍ଗକୁ ପାରିବାରିକ କ୍ଷେତ୍ର ମଧ୍ୟ ଯେମିତି ଚାଲୁଥିଲା ଠିକ୍‌ ସେମିତି ହିଁ ଚାଲିବ।  କର୍ମକ୍ଷେତ୍ରରେ ସହକର୍ମୀମାନେ ସୁବିଧାବାଦୀ ଭଳି କାମ କରିପାରନ୍ତି ।
ବୃଷ
ବୃଷ
ଶୁକ୍ରମଙ୍ଗଳ ଯୋଗର ସୁପ୍ରଭାବରେ ସୁଯୋଗ ଆପଣା ଛାଏଁ ଆସିବ ଏବଂ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି । ପରିବାରରେ ସନ୍ତାନ ହେତୁକ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ । ବନ୍ଧୁଙ୍କ ପରାମର୍ଶରେ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ ।
ମିଥୁନ
ମିଥୁନ
ରାଶ୍ୟାଧିପ ଦ୍ୱିତୀୟସ୍ଥ ଯୋଗୁ କାର୍ଯ୍ୟ ହାସଲ ସକାଶେ କଠୋର ପଦକ୍ଷେପ ଗ୍ରହଣ କରିପାରନ୍ତି  । ପାରିବାରିକ କ୍ଷେତ୍ରରେ କିଛିଟା ବ୍ୟତିକ୍ରମକୁ କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ  । କଳା,ସାମ୍ବାଦିତା, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ ।
କର୍କଟ
କର୍କଟ
କର୍ମକ୍ଷେତ୍ର ବିଶୃଙ୍ଖଳିତ ରହିବା ସଙ୍ଗକୁ ଆପଣଙ୍କ ଉଦ୍ୟମ ନୈରାଶ୍ୟଜନକ ହୋଇପାରେ  । ଆକସ୍ମିକ ଭାବରେ ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କରିବା ଦିଗରେ ମନ ବଳାଇବେ । ମନୋରଞ୍ଜନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି  । ଗୁଜବ ମନକୁ ଆତଙ୍କିତ କରିପାରେ ଏବଂ ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିବେ  ।
ସି˚ହ
ସି˚ହ
ବୁଧ ଦ୍ୱାଦଶସ୍ଥ ଯୋଗୁ ଆଜିର ପ୍ରତ୍ୟୁଷ ଯାତ୍ରା କାଳରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି  । ସଭାସମିତି, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ ପ୍ରଭୃତିରେ ସଫଳତା ହାସଲ କରିବେ  । ସାମାଜିକ ସ୍ତରରେ ବନ୍ଧୁଙ୍କ ଦୋଷ, ଦୁର୍ବଳତାକୁ ଘୋଡ଼ାଇବାକୁ ଯାଇ ଅନ୍ୟକୁ ମିଥ୍ୟା କୈଫିୟତ୍‌ ଦେବାକୁ ପଡ଼ିପାରେ  । ଭୁଲ୍‌ ବୁଝାମଣା ଜନିତ ପାରିବାରିକ ସମସ୍ୟାରେ ଚିନ୍ତିତ ହୋଇପାରନ୍ତି  ।
କନ୍ୟା
କର୍ମକ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ  । ଚନ୍ଦ୍ର ଓ ରାହୁଙ୍କ ସଂଯୋଗ ହେତୁ ମାଦକ ଦ୍ରବ୍ୟ ସେବନରୁ ବକ୍ଷ ବେଦନା ସୃଷ୍ଟି ହୋଇପାରେ । ପ୍ରତିବନ୍ଧକ ଲାଗି ରହିଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ ।
ତୁଳା
ତୁଳା
ଆଜି ଆପଣ ଯେମିତି ଚାହିଁବେ ସେମିତି ପାଇବାରେ କୌଣସି ଅସୁବିଧା ରହିବ ନାହିଁ  । କର୍ମକ୍ଷେତ୍ରର ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ବ୍ୟସ୍ତତା ଅନୁଭବ କରିବେ । ମାତ୍ର ସ୍ବାତୀ ନକ୍ଷତ୍ର ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବାର ସୁଯୋଗ ଲାଭ କରିବାର ମାର୍ଗ ଉନ୍ମୁକ୍ତ ରହିବ ।
ବିଛା
ବିଛା
ଅଷ୍ଟମସ୍ଥ ରବି ହେତୁ ସବୁ ଭଲ ହେଲେ ମଧ୍ୟ ଆପଣଙ୍କ ଶିଥିଳତା ଓ ନକାରାମତ୍କ ଚିନ୍ତାଧାରା ଜୀବନଯାତ୍ରାର ପଥରୋଧ କରିପାରେ  । ବନ୍ଧୁ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କଠାରୁ କ୍ରମଶଃ ଦୂରେଇ ଯାଉଥିବାର ଅନୁଭବ କରିବେ । ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି  ।
ଧନୁ
ଧନୁ
ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବା ସଙ୍ଗକୁ ଗୃହୋପକରଣ ମଧ୍ୟ କ୍ରୟ କରିପାରନ୍ତି  । ବାଣିଜ୍ୟ,ବ୍ୟବସାୟ ଓ ଶିକ୍ଷା,ବିଦେଶ ଯାତ୍ରା, କର୍ମକ୍ଷେତ୍ରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି  । ରାଜନୈତିକ ସ୍ତରରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ  ।
ମକର
ମକର
ଚତୁର୍ଥସ୍ଥ ପାପଗ୍ରହ ହେତୁ ପାରିବାରିକ କ୍ଷେତ୍ରରେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ  । ଏଣେ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ  । ସଙ୍ଗଦୋଷ ପାଇଁ ସମାଲୋଚିତ ହୋଇପାରନ୍ତି  । ବିବାଦୀୟ କ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ  ।
କୁମ୍ଭ
କୁମ୍ଭ
ସ୍ବଗୃହୀ ରାଶ୍ୟାଧିପତି ହେତୁ ଯୋଜନା ଅନୁଯାୟୀ କର୍ମରେ ପ୍ରବୃତ୍ତ ହେବେ ଓ ସାମାଜିକ ସ୍ତରରେ ପ୍ରଶଂସିତ ହେବେ  । କଳହର ସମ୍ମୁଖୀନ ହୋଇପାରନ୍ତି  । ଘରେ ପିଲାମାନଙ୍କ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ  । ଅତ୍ୟାବଶ୍ୟକ ଜିନିଷଟି ପାଇବା ପାଇଁ ଓ ପାରିବାରିକ ଖର୍ଚ୍ଚ ତୁଲାଇବା ସକାଶେ ଧାରକରଜ କରିପାରନ୍ତି  ।
ମୀନମୀନ
ଶନିଙ୍କ କୁପ୍ରଭାବରୁ ଅତି ନିକଟରେ ରହୁଥିବା ନୀଚଜାତିର ଜଣେ ବ୍ୟକ୍ତି ଦ୍ୱାରା ସବୁ ଯୋଜନା ଫସର ଫାଟିଯିବ  । ପାରିବାରିକ ଶୃଙ୍ଖଳା ରକ୍ଷା କରିବାରେ ପଛେଇ ଯାଇପାରନ୍ତି  । ଅଫିସରେ ବିଭିନ୍ନ ସମସ୍ୟା ସମାଧାନ କରିବା ହେତୁ ଶତ୍ରୁମାନେ ମଧ୍ୟ ପରୋକ୍ଷରେ ପ୍ରଶଂସା କରିବେ  ।  ଉଚ୍ଚଶିକ୍ଷା ପ୍ରତି ଆଗ୍ରହୀ ହେବା ଦେଖାଯାଏ ଓ ବିଦେଶ ଯାତ୍ରା ଯୋଗ ରହିଛି  ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

ରାଶିଫଳ: ରବିବାର, ମାର୍ଚ୍ଚ ୨୨ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ର ଦ୍ୱିଜା ନକ୍ଷତ୍ରରେ ରହିଥିବାରୁ ପାରିବାରିକ ସ୍ଥିରତା, ଲୋକ ସମ୍ପର୍କରେ ଉନ୍ନତି ସାଙ୍ଗକୁ ବନ୍ଧୁମିଳନରୁ ଆନନ୍ଦିତ ରହିବେ। ମନ ଅନୁଯାୟୀ କାମ କରିପାରିବେ। ପ୍ରତ୍ୟେକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୧ ତାରିଖ – Daily Horoscope

ମେଷ ଆଜି ଶ୍ରୀଚନ୍ଦ୍ର ଯୋଗୁ ଦୈହିକ ସୁସ୍ଥତା ପ୍ରଦାନ କରିବା ସହ ବିବାଦରେ ବିଜୟୀ ହେବେ। ଦୃଢ଼ ପଦକ୍ଷେପ ନେଇ ଅସଜଡା ପରିସ୍ଥିତିକୁ ସୁଧାରି ନେବାର ପ୍ରଯତ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri