Posted inRasifala

ରାଶିଫଳ: ବୁଧବାର, ଜୁଲାଇ ୧୨ ତାରିଖ – Daily Horoscope

ମେଷ
ଆଜି ଆପଣ ମନ ବୁଝିଲା ଭଳି କଥା କହି ଅନ୍ୟମାନଙ୍କୁ ଆପଣେଇ ନେବାରେ ସମର୍ଥ ହେବେ । ବିଭିନ୍ନ ବାଟରୁ ହାତକୁ ଦି’ପଇସା ଆସିବା ସଙ୍ଗକୁ ପାରିବାରିକ କ୍ଷେତ୍ର ମଧ୍ୟ ଯେମିତି ଚାଲୁଥିଲା ଠିକ୍‌ ସେମିତି ହିଁ ଚାଲିବ।  କର୍ମକ୍ଷେତ୍ରରେ ସହକର୍ମୀମାନେ ସୁବିଧାବାଦୀ ଭଳି କାମ କରିପାରନ୍ତି ।
ବୃଷ
ବୃଷ
ଶୁକ୍ରମଙ୍ଗଳ ଯୋଗର ସୁପ୍ରଭାବରେ ସୁଯୋଗ ଆପଣା ଛାଏଁ ଆସିବ ଏବଂ ମାନସିକ ଦ୍ୱନ୍ଦ୍ୱର ଅବସାନ ଘଟିବ । ବିବାଦୀୟ ଘଟଣାରେ ମଧ୍ୟସ୍ଥତା କରି ଅପମାନିତ ହୋଇପାରନ୍ତି । ପରିବାରରେ ସନ୍ତାନ ହେତୁକ ଦ୍ୱନ୍ଦ୍ୱର ସମ୍ମୁଖୀନ ହେବେ । ବନ୍ଧୁଙ୍କ ପରାମର୍ଶରେ ସତ୍‌ସଙ୍ଗ ସାଙ୍ଗକୁ ଧର୍ମଚର୍ଚ୍ଚା ପ୍ରତି ମନ ବଳିପାରେ ।
ମିଥୁନ
ମିଥୁନ
ରାଶ୍ୟାଧିପ ଦ୍ୱିତୀୟସ୍ଥ ଯୋଗୁ କାର୍ଯ୍ୟ ହାସଲ ସକାଶେ କଠୋର ପଦକ୍ଷେପ ଗ୍ରହଣ କରିପାରନ୍ତି  । ପାରିବାରିକ କ୍ଷେତ୍ରରେ କିଛିଟା ବ୍ୟତିକ୍ରମକୁ କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମଧ୍ୟାହ୍ନେ ମନରେ ବିରକ୍ତିଭାବ ସୃଷ୍ଟି ହେବ  । କଳା,ସାମ୍ବାଦିତା, ସାହିତ୍ୟ ଓ ସଂଗୀତରେ ସୁନାମ ଅର୍ଜନ କରିବେ ।
କର୍କଟ
କର୍କଟ
କର୍ମକ୍ଷେତ୍ର ବିଶୃଙ୍ଖଳିତ ରହିବା ସଙ୍ଗକୁ ଆପଣଙ୍କ ଉଦ୍ୟମ ନୈରାଶ୍ୟଜନକ ହୋଇପାରେ  । ଆକସ୍ମିକ ଭାବରେ ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କରିବା ଦିଗରେ ମନ ବଳାଇବେ । ମନୋରଞ୍ଜନ ଜିନିଷ କ୍ରୟ କରିବା ସକାଶେ ମନ ବଳାଇପାରନ୍ତି  । ଗୁଜବ ମନକୁ ଆତଙ୍କିତ କରିପାରେ ଏବଂ ସହକର୍ମୀ ଫାଇଦା ଉଠାଇବା ପାଇଁ ଚେଷ୍ଟା କରିବେ  ।
ସି˚ହ
ସି˚ହ
ବୁଧ ଦ୍ୱାଦଶସ୍ଥ ଯୋଗୁ ଆଜିର ପ୍ରତ୍ୟୁଷ ଯାତ୍ରା କାଳରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି  । ସଭାସମିତି, ପ୍ରଶାସନ, ବାଣିଜ୍ୟ, ବ୍ୟବସାୟ ପ୍ରଭୃତିରେ ସଫଳତା ହାସଲ କରିବେ  । ସାମାଜିକ ସ୍ତରରେ ବନ୍ଧୁଙ୍କ ଦୋଷ, ଦୁର୍ବଳତାକୁ ଘୋଡ଼ାଇବାକୁ ଯାଇ ଅନ୍ୟକୁ ମିଥ୍ୟା କୈଫିୟତ୍‌ ଦେବାକୁ ପଡ଼ିପାରେ  । ଭୁଲ୍‌ ବୁଝାମଣା ଜନିତ ପାରିବାରିକ ସମସ୍ୟାରେ ଚିନ୍ତିତ ହୋଇପାରନ୍ତି  ।
କନ୍ୟା
କର୍ମକ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ । ରପ୍ତାନି ବାଣିଜ୍ୟରେ ଉନ୍ନତି ଘଟିବ  । ଚନ୍ଦ୍ର ଓ ରାହୁଙ୍କ ସଂଯୋଗ ହେତୁ ମାଦକ ଦ୍ରବ୍ୟ ସେବନରୁ ବକ୍ଷ ବେଦନା ସୃଷ୍ଟି ହୋଇପାରେ । ପ୍ରତିବନ୍ଧକ ଲାଗି ରହିଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ ।
ତୁଳା
ତୁଳା
ଆଜି ଆପଣ ଯେମିତି ଚାହିଁବେ ସେମିତି ପାଇବାରେ କୌଣସି ଅସୁବିଧା ରହିବ ନାହିଁ  । କର୍ମକ୍ଷେତ୍ରର ସମସ୍ୟାଗୁଡ଼ିକୁ ସମାଧାନ କରିବାରେ ବ୍ୟସ୍ତତା ଅନୁଭବ କରିବେ । ମାତ୍ର ସ୍ବାତୀ ନକ୍ଷତ୍ର ଧୈର୍ଯ୍ୟହରା ନ ହୋଇ କାର୍ଯ୍ୟ କଲେ ଉପକୃତ ହେବେ । ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବାର ସୁଯୋଗ ଲାଭ କରିବାର ମାର୍ଗ ଉନ୍ମୁକ୍ତ ରହିବ ।
ବିଛା
ବିଛା
ଅଷ୍ଟମସ୍ଥ ରବି ହେତୁ ସବୁ ଭଲ ହେଲେ ମଧ୍ୟ ଆପଣଙ୍କ ଶିଥିଳତା ଓ ନକାରାମତ୍କ ଚିନ୍ତାଧାରା ଜୀବନଯାତ୍ରାର ପଥରୋଧ କରିପାରେ  । ବନ୍ଧୁ ଅନ୍ୟଦ୍ୱାରା ପ୍ରଭାବିତ ହୋଇ ଆପଣଙ୍କଠାରୁ କ୍ରମଶଃ ଦୂରେଇ ଯାଉଥିବାର ଅନୁଭବ କରିବେ । ଭୁଲ୍‌ ବୁଝାମଣା ଯୋଗୁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି  ।
ଧନୁ
ଧନୁ
ନୂତନ କର୍ମସଂସ୍ଥାନ ପାଇଁ ମନ ବଳିବା ସଙ୍ଗକୁ ଗୃହୋପକରଣ ମଧ୍ୟ କ୍ରୟ କରିପାରନ୍ତି  । ବାଣିଜ୍ୟ,ବ୍ୟବସାୟ ଓ ଶିକ୍ଷା,ବିଦେଶ ଯାତ୍ରା, କର୍ମକ୍ଷେତ୍ରରେ ସହମତିରେ କାମ କଲେ ଅପେକ୍ଷାକୃତ ସଫଳତା ପାଇପାରନ୍ତି  । ରାଜନୈତିକ ସ୍ତରରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇ ଯିବେ  ।
ମକର
ମକର
ଚତୁର୍ଥସ୍ଥ ପାପଗ୍ରହ ହେତୁ ପାରିବାରିକ କ୍ଷେତ୍ରରେ ପିଲାଙ୍କ କଥା ନେଇ ମାନସିକ ସ୍ଥିତି ବିପନ୍ନ ହେବ  । ଏଣେ କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ  । ସଙ୍ଗଦୋଷ ପାଇଁ ସମାଲୋଚିତ ହୋଇପାରନ୍ତି  । ବିବାଦୀୟ କ୍ଷେତ୍ରରେ ସମସ୍ୟା ସମାଧାନରେ ରାସ୍ତା ଖୋଜି ବାହାର କରିବାରେ ସମର୍ଥ ହେବେ  ।
କୁମ୍ଭ
କୁମ୍ଭ
ସ୍ବଗୃହୀ ରାଶ୍ୟାଧିପତି ହେତୁ ଯୋଜନା ଅନୁଯାୟୀ କର୍ମରେ ପ୍ରବୃତ୍ତ ହେବେ ଓ ସାମାଜିକ ସ୍ତରରେ ପ୍ରଶଂସିତ ହେବେ  । କଳହର ସମ୍ମୁଖୀନ ହୋଇପାରନ୍ତି  । ଘରେ ପିଲାମାନଙ୍କ ସମସ୍ୟା ନେଇ ମନ ଭାରାକ୍ରାନ୍ତ ରହିପାରେ  । ଅତ୍ୟାବଶ୍ୟକ ଜିନିଷଟି ପାଇବା ପାଇଁ ଓ ପାରିବାରିକ ଖର୍ଚ୍ଚ ତୁଲାଇବା ସକାଶେ ଧାରକରଜ କରିପାରନ୍ତି  ।
ମୀନମୀନ
ଶନିଙ୍କ କୁପ୍ରଭାବରୁ ଅତି ନିକଟରେ ରହୁଥିବା ନୀଚଜାତିର ଜଣେ ବ୍ୟକ୍ତି ଦ୍ୱାରା ସବୁ ଯୋଜନା ଫସର ଫାଟିଯିବ  । ପାରିବାରିକ ଶୃଙ୍ଖଳା ରକ୍ଷା କରିବାରେ ପଛେଇ ଯାଇପାରନ୍ତି  । ଅଫିସରେ ବିଭିନ୍ନ ସମସ୍ୟା ସମାଧାନ କରିବା ହେତୁ ଶତ୍ରୁମାନେ ମଧ୍ୟ ପରୋକ୍ଷରେ ପ୍ରଶଂସା କରିବେ  ।  ଉଚ୍ଚଶିକ୍ଷା ପ୍ରତି ଆଗ୍ରହୀ ହେବା ଦେଖାଯାଏ ଓ ବିଦେଶ ଯାତ୍ରା ଯୋଗ ରହିଛି  ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୧୬ ତାରିଖ – Daily Horoscope

ମେଷ ଆଜିର ସପ୍ତମ ଚନ୍ଦ୍ର ପ୍ରଭାବରେ ବନ୍ଧୁଙ୍କ ସହ ଯାତ୍ରାରମ୍ଭ କରି ଖୁସି ମନେଇବେ। ଅର୍ଥ ଲାଭ, ଶାରୀରିକ ସୁସ୍ଥତା, ବନ୍ଧୁଙ୍କ ପରାମର୍ଶ କାମକୁ ଆସିବ।...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri