Posted inRasifala

ରାଶିଫଳ: ଗୁରୁବାର, ଅଗଷ୍ଟ ୧୨ ତାରିଖ – Daily Horoscope

ମେଷ
କାର୍ଯ୍ୟଦକ୍ଷତା ହେତୁ ପାରିବାରିକ ଓ କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ଅର୍ଥ ଲାଭ ସାଙ୍ଗକୁ ଶାରୀରିକ ସୁସ୍ଥତା ଏବଂ ବନ୍ଧୁଙ୍କ ସୁପରାମର୍ଶ ପାଇବା ଯୋଗୁ ମନ ଖୁସି ରହିବ। ସକାଳୁ ଦୂରଯାତ୍ରା କରିବାକୁ ପଡ଼ିପାରେ। ସାହିତ୍ୟ ଚର୍ଚ୍ଚା, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ।
ବୃଷ
ବୃଷ
କର୍ମକ୍ଷେତ୍ରରେ ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି। ସଭାସମିତିରେ ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ସହକର୍ମୀଙ୍କ ଦ୍ୱାରା ସମସ୍ୟା ହେତୁ ଗଠନମୂଳକ କାର୍ଯ୍ୟରେ ଗତି ମନ୍ଥର ହେବ। ପ୍ରତିବନ୍ଧକ ହଟିଯିବା କାରଣରୁ ଆଜିର ବ୍ୟବସାୟ ଓ ପରିବହନ ମନ୍ଦ ହେବ ନାହିଁ ।
ମିଥୁନ
ମିଥୁନ
ଆଜି ହଠାତ୍‌ ପରିସ୍ଥିତି ବଦଳିଯିବା କାରଣରୁ ଆଶା ଅପୂରଣ ରହିଯାଇପାରେ। ସକାଳୁ ସକାଳୁ ଭାବୁଥିବେ ଗୋଟିଏ କଥା କିନ୍ତୁ କଲା ବେଳକୁ ଆଉ ଗୋଟିଏ କାମ କରିବାକୁ ବାଧ୍ୟ ହେବେ। ନିଜ ଇଚ୍ଛା ଅନୁସାରେ କୌଣସି କାମ କରି ପରିବାରରୁ ସମାଲୋଚିତ ହେବାକୁ ପଡ଼ିବ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ।
କର୍କଟ
କର୍କଟ
କାମର ଚାପ ବଢ଼ିବା କାରଣରୁ ଦ୍ୱନ୍ଦ୍ୱରେ ପଡ଼ି ଠିକ୍‌ ନିଷ୍ପତ୍ତି ନେଇପାରିବେ ନାହିଁ। ତଥାପି କର୍ମକ୍ଷେତ୍ରରେ ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁ ମିଳନରୁ ଉତ୍ସାହିତ ହେବେ। ପରୋକ୍ଷଭାବରେ ଶତ୍ରୁତା କରୁଥିବା ବ୍ୟକ୍ତିଙ୍କ ସକ୍ରିୟତା ବୃଦ୍ଧି ପାଇପାରେ। ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବାର ଯୋଗ ସଂଘଟିତ ହେବ।
ସି˚ହ
ସି˚ହ
କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ। ନିକଟ ସମ୍ପର୍କୀୟମାନଙ୍କ ସାହାଯ୍ୟରୁ ବହୁତ ଦିନରୁ ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ। ମାଲିମକଦ୍ଦମାରେ ବିଚାର ବିଳମ୍ବିତ ହେବାରୁ ମନସ୍ତାପ ବଢ଼ିଯାଇପାରେ। ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆଜି ଦିନଟିର ଅଧିକାଂଶ ସମୟ ବିତିବ।
କନ୍ୟା
ସ୍ବାସ୍ଥ୍ୟ ସମସ୍ୟା ଅନେକାଂଶରେ ଦୂର ହେବ। ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦର ବହୁ ପରିମାଣରେ ବଢ଼ିବ । ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗର ଅଭାବ ରହିବନାହିଁ। ଉତ୍ସାହିତ ହେବେ। କେତେକ କ୍ଷେତ୍ରରେ କ୍ରୋଧବଶତଃ, କେତେକ କ୍ଷେତ୍ରରେ ଯେସାକୁ ତେସା ନୀତିରେ କାମ କରିପାରନ୍ତି।
ତୁଳା
ତୁଳା
ପ୍ରତିବନ୍ଧକ ଆସିଲେ ମଧ୍ୟ କାମ ଅଟକିବ ନାହିଁ। ବନ୍ଧୁଙ୍କ ସମ୍ମୁଖରେ ମନର ଭାବ ପ୍ରକାଶ କରିବାରେ ପଛେଇଯିବେ। ପାରିବାରିକ ଅଶାନ୍ତି ହେତୁକ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହୋଇ ନ ପାରେ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟାର ସରଳ ସମାଧାନ ହୋଇଯିବ।
ବିଛା
ବିଛା
ବିଭିନ୍ନ ପାରିବାରିକ ସମସ୍ୟା ଚିନ୍ତାକରି ମନ ଭାରାକ୍ରାନ୍ତ ରହିବ। ବନ୍ଧୁଙ୍କୁ ଅନୁନୟ ବିନୟ କରି ଧାର କରଜ କରି ଆବଶ୍ୟକତା ଚଳାଇ ନେବେ। କଳା, ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ଓ କ୍ରୀଡ଼ା, ପ୍ରତିଯୋଗିତା, କ୍ଷେତ୍ରରେ ସଫଳତା ମିଳିପାରେ। କର୍ମକ୍ଷେତ୍ରରେ ଅର୍ଥ ସମ୍ପର୍କକୁ କେନ୍ଦ୍ରକରି ତର୍କର ସମ୍ମୁଖୀନ ହେବାର ସୂଚନା ରହିଛି।
ଧନୁ
ଧନୁ
କର୍ମକ୍ଷେତ୍ରରେ ଉଲ୍ଲେଖନୀୟ କାମ କରି ପ୍ରଶଂସିତ ହେବେ। ଏଜେନ୍‌ଶିପ୍‌, ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କଠୋର କଥା କହିବାରୁ ପାରିବାରିକ କଳହ ଦେଖାଦେଇପାରେ। ଅଫିସ୍‌ କାମରେ ସବୁକଥାକୁ ହାଲୁକା ଭାବେ ଗ୍ରହଣ କଲେ କ୍ଷତିରେ ପଡ଼ିବେ।
ମକର
ମକର
ପାରିବାରିକ ଅସ୍ଥିରତା କାରଣରୁ ମାନସିକ ସ୍ବାସ୍ଥ୍ୟ ଭଲ ରହି ନ ପାରେ। କର୍ମକ୍ଷେତ୍ରରେ ସମସ୍ୟା ହଠାତ୍‌ ଦେଖାଦେଇଥିବା କାରଣରୁ ମନ ବିଚଳିତ ରହିବ। ଜନସମର୍ଥନ ଥିବାରୁ ଆନୁଷ୍ଠାନିକ କ୍ଷେତ୍ରରେ ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ। ମାନସିକ ଅସ୍ଥିରତା ସାଙ୍ଗକୁ ସ୍ବାସ୍ଥ୍ୟପ୍ରତି ଅବହେଳା କରି ଅନୁତାପ କରିପାରନ୍ତି।
କୁମ୍ଭ
କୁମ୍ଭ
ସହକର୍ମୀଙ୍କ ସହଯୋଗ ହେତୁ ସହଜ ଓ ସୁବିଧାରେ ହାତକୁ ନେଇଥିବା କାମ ସମ୍ପନ୍ନ ହୋଇଯିବ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ଅସୁବିଧା ହେବ ନାହିଁ। କୌଣସି ବନ୍ଧୁଙ୍କ ସହାୟତାରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ପରିବାରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ଆଶଙ୍କା ରହିଛି।
ମୀନମୀନ
ପଡ଼ୋଶୀଙ୍କ ସହ ସମ୍ପର୍କରେ ଉନ୍ନତି ଘଟିବା ପାଇଁ ଚେଷ୍ଟା କଲେ ଉପକୃତ ହେବେ। ଜମିଜମା, ଘରସୀମା କିମ୍ବା ବନ୍ଧୁଙ୍କ ସହ ଅର୍ଥ ସମ୍ପର୍କକୁ ନେଇ ବିବାଦଗ୍ରସ୍ତ ହୋଇପାରନ୍ତି। ବ୍ୟବସାୟରେ ସଫଳତା ହାସଲ କରିବେ କିନ୍ତୁ ପରିବହନରେ ସମସ୍ୟା ଲାଗିରହିବ। କେତେକ କ୍ଷେତ୍ରରେ ଜିଦ୍‌ଖୋର କାରଣରୁ ସମାଲୋଚିତ ହୋଇପାରନ୍ତି ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୧୦ ତାରିଖ – Daily Horoscope

ମେଷ ଆଜି ପାପଯୁକ୍ତ ଚନ୍ଦ୍ର କୋଣସ୍ଥାନରେ ରହିଥିବାରୁ ସନ୍ତାନଙ୍କ ସମସ୍ୟା ଦୁଶ୍ଚିନ୍ତାର କାରଣ ହେବ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବାରୁ ଆଶ୍ୱସ୍ତି ଲାଭ କରିବେ। ଜଳ, ତୈଳ,...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୯ ତାରିଖ – Daily Horoscope

ମେଷ ଶୁଭଚନ୍ଦ୍ର ପ୍ରଭାବରେ ପାରିବାରିକ ସ୍ଥିତି ଏବଂ କର୍ମକ୍ଷେତ୍ର ଭଲ ରହିବ। ପରିବାରର ଆବଶ୍ୟକତାକୁ ଅନୁଭବକରି ଇଚ୍ଛା ନ ଥାଇ ମଧ୍ୟ କେତେକ କାମ କରିବାକୁ...

ରାଶିଫଳ: ସୋମବାର, ଡିସେମ୍ବର ୮ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଦୈହିକ ସୁସ୍ଥତା, ପାରିବାରିକ ଶାନ୍ତି ଏବଂ ବନ୍ଧୁମିଳନରୁ ଖୁସି ରହିବେ। ଦୂରଯାତ୍ରା, ବ୍ୟବସାୟ, ପରିବହନ, ସାହିତ୍ୟ, ସଙ୍ଗୀତାଦି ପ୍ରତି...

ରାଶିଫଳ: ରବିବାର, ଡିସେମ୍ବର ୭ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଶନିବାର, ଡିସେମ୍ବର ୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ପ୍ରଭାବରେ ପ୍ରତ୍ୟେକ କ୍ଷେତ୍ରରେ ସଫଳତା ପାଇବେ। ସାହିତ୍ୟ, ସାମ୍ବାଦିକତା, ସଂଗଠନ ଓ ରାଜନୀତିରେ ଦୃଢ଼ ପୃଷ୍ଠପୋଷକତା ଯୋଗୁ ଆଗେଇଯିବେ। ସନ୍ତାନଙ୍କ...

ରାଶିଫଳ: ଗୁରୁବାର, ଡିସେମ୍ବର ୪ ତାରିଖ – Daily Horoscope

ମେଷ ଆଜି ଦ୍ୱିଜା ନକ୍ଷତ୍ର ବୈଷୟିକ ସୁଖ, ସମ୍ପଦର ଅଭିବୃଦ୍ଧିଜନିତ ପ୍ରଫୁଲ୍ଲତା ଅନୁଭବ କରିବେ। ଦୂରଯାତ୍ରାର ସୁଯୋଗ ପାଇବେ ମାତ୍ର ରାସ୍ତାରେ କୌଣସି ବ୍ୟକ୍ତିଙ୍କ ସହ...

ରାଶିଫଳ: ବୁଧବାର, ଡିସେମ୍ବର ୩ ତାରିଖ – Daily Horoscope

ମେଷ ଆଜିର କର୍ମକ୍ଷେତ୍ରରେ ଆଶା ପୂରଣ ହୋଇପାରିବ ଏବଂ ଆର୍ଥିକ ଅଭିବୃଦ୍ଧି ସହ ସମ୍ମାନିତ ହେବେ। ଆତ୍ମୀୟଙ୍କ ଉପରେ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ମାନସିକ ସୁସ୍ଥତାକୁ ପରିପୁଷ୍ଟ କରିବ। ଥଣ୍ଡାଜନିତ ପୀଡ଼ାନୁଭବ ସାଙ୍ଗକୁ ଧୈର୍ଯ୍ୟହରା, ନୈରାଶ୍ୟ ବ୍ୟସ୍ତ ଓ ବିବ୍ରତ କରାଇପାରେ। କର୍ମକ୍ଷେତ୍ରରେ କୌଶଳପୂର୍ଣ୍ଣ ବ୍ୟବହାର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri