Posted inRasifala

ରାଶିଫଳ: ରବିବାର, ସେପ୍ଟେମ୍ବର ୧୧ ତାରିଖ – Daily Horoscope

ମେଷ
ଆଜି ପାରିବାରିକ ଓ କର୍ମକ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଭଲ ରହିବ। ବନ୍ଧୁଙ୍କୁ ମନ ବୁଝିଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ। ଦ୍ୱିଜା ନକ୍ଷତ୍ରର ଯାତ୍ରା, ବାଣିଜ୍ୟ, କ୍ରୟ ବିକ୍ରୟ, ଆନୁଷ୍ଠାନିକ କାମ ତଥା ମାଙ୍ଗଳିକ କାର୍ଯ୍ୟରେ ବ୍ୟସ୍ତତା ବୃଦ୍ଧି ପାଇବ। ସାହିତ୍ୟ, କଳା, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାମତ୍କ କାର୍ଯ୍ୟରେ ଅଗ୍ରଗତି ଘଟିବ।
ବୃଷ
ବୃଷ
ପାରିବାରିକ ସମସ୍ୟା ଓ ପିଲାମାନଙ୍କ ବିବାହ ସମ୍ପର୍କୀୟ ଚିନ୍ତାରେ ବ୍ୟସ୍ତତା ପରିଲକ୍ଷିତ ହେବ। ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ କାର୍ଯ୍ୟ ସାଧନ କରିପାରନ୍ତି। ରୋହିଣୀ ନକ୍ଷତ୍ର ସକାଶେ ଆଲୋଚନା କ୍ଷେତ୍ରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡ଼ିପାରେ। ଘରୋଇ କଳହକୁ ନେଇ ଅଶାନ୍ତି ଲାଗି ରହିବ।
ମିଥୁନ
ମିଥୁନ
ଭାବିବେ ଗୋଟିଏ, କିନ୍ତୁ କଲା ବେଳକୁ ଆଉ ଗୋଟିଏ କାମ କରିବାକୁ ବାଧ୍ୟ ହେବେ। ଆଜି ସମ୍ପର୍କୀୟଙ୍କ ଦ୍ୱାରା ଭୋଗ ବିଳାସର ପ୍ରାଚୁର୍ଯ୍ୟ ପାଇବେ। ମୃଗଶିରା ନକ୍ଷତ୍ର କୂଟନୀତି ବଳରେ କାର୍ଯ୍ୟ ସାଧନ କରିବାରେ ସମର୍ଥ ହେବେ । ଆର୍ଥିକ ସ୍ଥିତି ପୂର୍ବପରି ରହିବ। ବ୍ୟବସାୟ ଓ ପରିବହନ କେତେକାଂଶରେ ମନଲାଖି ନ ହୋଇପାରେ।
କର୍କଟ
କର୍କଟ
ଯେକୌଣସି ପରିସ୍ଥିତି ହେଉନା କାହିଁକି ଆପଣଙ୍କ ପାଇଁ ପ୍ରତ୍ୟେକ ଦିଗରୁ ଅନୁକୂଳ ବାତାବରଣ ସୃଷ୍ଟି ହେବ। ଅଶ୍ଳେଷା ନକ୍ଷତ୍ର ଆକସ୍ମିକ ଭାବରେ ଦୂରରେ ରହୁଥିବା ବନ୍ଧୁଙ୍କ ନିକଟରୁ ଆଶା କରୁଥିବା ଶୁଭ ସମ୍ବାଦ ଶୁଣି ଖୁସି ହେବେ। ଉଚ୍ଚବର୍ଗଙ୍କ ସାହାଯ୍ୟ ଓ ବନ୍ଧୁମିଳନରୁ ଉତ୍ସାହିତ ହେବେ। ସମ୍ପର୍କୀୟଙ୍କ ସହ ମିତ୍ରତା ବନ୍ଧନରେ ଆବଦ୍ଧ ହେବେ।
ସି˚ହ
ସି˚ହ
ସମସ୍ୟା ଆସିଲେ ମଧ୍ୟ ଉପସ୍ଥିତ ବୁଦ୍ଧି ପ୍ରୟୋଗ କରି କାର୍ଯ୍ୟ ସାଧନ କରିବାରେ ସମର୍ଥ ହେବେ। କର୍ମକ୍ଷେତ୍ରରେ ଉଚ୍ଚବର୍ଗର ବ୍ୟକ୍ତି ବିଶେଷଙ୍କ ଦ୍ୱାରା ସହଯୋଗ ପାଇବେ। ମଘା ନକ୍ଷତ୍ର ବହୁତ ଦିନରୁ ଖୋଜୁଥିବା ଜିନିଷ ହଠାତ୍‌ ପାଇଯିବେ। ସଭାସମିତିରେ ଆଲୋଚନା ସରଗରମ ହେବାର ସମ୍ଭାବନା ରହିଛି।
କନ୍ୟା
ପାରିବାରିକ ଜୀବନରେ ସ୍ନେହ, ଶ୍ରଦ୍ଧା ଓ ଆଦରର ଅଭାବ ଅନୁଭବ କରିବେ। ଚିତ୍ରା ନକ୍ଷତ୍ରର କର୍ମ କ୍ଷେତ୍ରରେ ଅସ୍ଥିରତା ସୃଷ୍ଟି ହେବାର ସମ୍ଭାବନା ରହିଛି। ଘର ଲୋକଙ୍କୁ ଉପେକ୍ଷା କରି ପରକଥାରେ ପଡ଼ି ଭୁଲ ମାର୍ଗର ଅନୁସରଣ କରି ଅନୁତାପ କରିବାକୁ ପଡ଼ିପାରେ। ଅର୍ଥାଭାବରୁ କୌଣସି କାମ କରିବାରେ ପଛେଇ ଯାଇ ପାରନ୍ତି।
ତୁଳା
ତୁଳା
କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହନ୍ତୁ, ନତୁବା ହଇରାଣ ହେବେ। ସାୟାହ୍ନେ ପାରିବାରିକ ଅଶାନ୍ତି ହେତୁକ ମାନସିକ ଅବସାଦ ଯୋଗୁ କୌଣସି କାମ ଉତ୍ସାହପ୍ରଦ ହେବ ନାହିଁ। ମାଲିମକଦ୍ଦମାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ ହୋଇଯିବ। ସ୍ବାତୀ ନକ୍ଷତ୍ର ବାଣିଜ୍ୟ ବ୍ୟବସାୟ ଓ ପରିବହନରେ ସମସ୍ୟା ଲାଗି ରହିବ।
ବିଛା
ବିଛା
ପରିବାର ଓ କର୍ମକ୍ଷେତ୍ରରେ ବିଭିନ୍ନ ସମସ୍ୟା ଚିନ୍ତା କରି ମନ ଭାରାକାନ୍ତ ରହିବ। ନୀଚ ସଂସର୍ଗରୁ ଦୂରେଇ ରହିବା ଭଲ, ଅନ୍ୟଥା କଳହର ସମ୍ଭାବନା ରହିଛି। ଜ୍ୟେଷ୍ଠା ନକ୍ଷତ୍ର ବନ୍ଧୁଙ୍କୁ ଅନୁନୟ ବିନୟ କରି ଧାର କରଜ କରି ଆବଶ୍ୟକତା ଚଳାଇନେବେ। କଳା, ସଙ୍ଗୀତ, ଚଳଚ୍ଚିତ୍ର, କ୍ରୀଡ଼ା, ପ୍ରତିଯୋଗିତା କ୍ଷେତ୍ରରେ ସଫଳତା ମିଳିପାରେ।
ଧନୁ
ଧନୁ
ସାଧାରଣ କଥାକୁ କେନ୍ଦ୍ର କରି ପାରିବାରିକ କ୍ଷେତ୍ରରେ ଅସ୍ଥିରତାର ସମ୍ଭାବନା ରହିଛି। ପ୍ରକାଶନ, ପ୍ରଶାସନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କଠୋର କଥା କହିବା କାରଣରୁ ନିଜ ନିଜର ସାଙ୍ଗସାଥୀଙ୍କ ମଧ୍ୟରେ ସାମୟିକ ଅଶାନ୍ତି ଦେଖାଦେଇପାରେ। ଆଶା କରିଥିବା ଖବର ପାଇ ଖୁସି ହୋଇଯିବେ।
ମକର
ମକର
ଆଜି ମାନସିକ ସ୍ଥିରତା କେତେ ମାତ୍ରାରେ କ୍ଷୁଣ୍ଣ ହୋଇପାରେ। କର୍ମକ୍ଷେତ୍ରରେ ସମସ୍ୟା ହଠାତ୍‌ ଦେଖାଦେଇଥିବା କାରଣରୁ ମନ ବିଚଳିତ ରହିବ। ଗଠନମୂଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ଏବଂ ରାଜନୈତିକ କ୍ଷେତ୍ରରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତାର ସମ୍ମୁଖୀନ ହେବେ। ପ୍ରଶାସନିକ ସ୍ତରରେ କାରଣ ନ ଥାଇ ଦୋଷୀ ସାବ୍ୟସ୍ତ ହେବେ।
କୁମ୍ଭ
କୁମ୍ଭ
ସ୍ବାସ୍ଥ୍ୟ ସମସ୍ୟା ପୂର୍ଣ୍ଣମାତ୍ରାରେ ଉପଶମ ନ ହେଲେ ମଧ୍ୟ କେତେକାଂଶରେ ନିୟନ୍ତ୍ରଣ ମଧ୍ୟରେ ରହିବ। ଆର୍ଥିକ ସ୍ଥିତି କ୍ରମଶଃ ଦୁର୍ବଳ ରହିବା କାରଣରୁ ସାମୟିକ ଚିନ୍ତା କରିବାକୁ ପଡ଼ିବ। ଶିଳ୍ପ, ବାଣିଜ୍ୟ ଓ ପରିବହନ ପାଇଁ ଅସୁବିଧା ହେବ ନାହିଁ। ପାରିବାରିକ କ୍ଷେତ୍ରରେ ପୈତୃକ ସମ୍ପତ୍ତିକୁ କେନ୍ଦ୍ରକରି କଳହ ସୃଷ୍ଟି ହେବାର ସମ୍ଭାବନା ରହିଛି ।
ମୀନମୀନ
ନିଜ ଲୋକମାନଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି। ପରିବାରରେ କାହା କଥା ସହ ଅନ୍ୟ କାହା କଥା ମିଶିବ ନାହିଁ। ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ର କରି ଝଗଡ଼ା ଲାଗିପାରେ। କେତେକ କ୍ଷେତ୍ରରେ ଜିଦ୍‌ଖୋର ପ୍ରବୃତ୍ତି ଯୋଗୁ ହଇରାଣ ହୋଇପାରନ୍ତି। ବହୁ ଦିନରୁ ସମ୍ପର୍କ ନ ଥିବା ବନ୍ଧୁଙ୍କ ଆଗମନ ଯୋଗ ରହିଛି।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୭ ତାରିଖ – Daily Horoscope

ମେଷ ଆଜି ଏକାଦଶ ସ୍ଥାନରେ ଚନ୍ଦ୍ର ସମେତ ଚତୁଃଗ୍ରହ ଯୋଗ କାରଣରୁ ପ୍ରତ୍ୟେକ ଦିଗରୁ ଲାଭବାନ୍‍ ହେବେ। ସନ୍ତାନଙ୍କ କୃତି ଓ କୃତିତ୍ୱରୁ ଖୁସିହେବା ସହ ବନ୍ଧୁ…

ରାଶିଫଳ: ସୋମବାର, ମାର୍ଚ୍ଚ ୧୬ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତିରୁ ଯେଉଁ କାମରେ ହାତଦେବେ ସଫଳତା ନିଶ୍ଚିତ। ବିବାଦୀୟ ସ୍ଥିତି ସୁଧୁରିବ ଏବଂ ଦୂରେଇ ଯାଇଥିବା ବନ୍ଧୁ ପାଖେଇ ଆସିବେ। ପରିବାରରେ ମତାନ୍ତର…

ରାଶିଫଳ: ରବିବାର, ମାର୍ଚ୍ଚ ୧୫ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ଦଶମ ସ୍ଥାନରେ ରହିଥିବାରୁ ସ୍ବାସ୍ଥ୍ୟରେ ଉନ୍ନତି, ଉନ୍ନତ ଚିନ୍ତା ଓ ନୂତନ କାମ କରିବାକୁ ମନସ୍ଥ କରିବେ। କେତେକ କ୍ଷେତ୍ରରେ ନିଜର ପ୍ରତିକୂଳ…

ରାଶିଫଳ: ଶନିବାର, ମାର୍ଚ୍ଚ ୧୪ ତାରିଖ – Daily Horoscope

ମେଷ ଆଜି ବୃହସ୍ପତି କ୍ଷେତ୍ରସ୍ଥ ଚନ୍ଦ୍ର ଭଲ କାମରେ ଖର୍ଚ୍ଚାନ୍ତ କରାଇପାରନ୍ତି। ସ୍ବାସ୍ଥ୍ୟ ଓ ପାରିବାରିକ ସମସ୍ୟାକୁ କେନ୍ଦ୍ର କରି ଅସ୍ଥିରତା କ୍ରମଶଃ ଦୂରେଇଯିବ। ଯାନବାହନ ଚଳାଚଳରେ,…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୧୩ ତାରିଖ – Daily Horoscope

ମେଷ କର୍ମକ୍ଷେତ୍ରରେ ପରୋକ୍ଷ ଶତ୍ରୁତା, ଅବହେଳାରୁ କାର୍ଯହାନି ଏବଂ ସମ୍ପର୍କ ସ୍ଥାପନରେ ପ୍ରତିବନ୍ଧକ, ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗି ରହିଲେ ମଧ୍ୟ କିଛି ଗୁରୁତର ହେବନାହିଁ।…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୧୨ ତାରିଖ – Daily Horoscope

ମେଷ ଆଜି ବନ୍ଧୁଗହଣରେ ଆମୋଦ ପ୍ରମୋଦର ମଉକା ଜୁଟିବ ଏବଂ ଯାତ୍ରାରେ ଲକ୍ଷ୍ୟ ପୂରଣ ହେବ। କୃତ୍ତିକା ନକ୍ଷତ୍ର ବିଶିଷ୍ଟ ବ୍ୟକ୍ତିଙ୍କ ଅନୁକମ୍ପାରୁ ପଦମର୍ଯ୍ୟାଦା ବୃଦ୍ଧି ଘଟିବ।…

ରାଶିଫଳ: ବୁଧବାର, ମାର୍ଚ୍ଚ ୧୧ ତାରିଖ – Daily Horoscope

ମେଷ ଆଜି ଅଷ୍ଟମଚନ୍ଦ୍ର ଯୋଗୁ ମନ ଚଞ୍ଚଳ ରହିବ କିନ୍ତୁ ଅର୍ଥପ୍ରାପ୍ତିରେ ବାଧା ଉପୁଜିବ ନାହିଁ। ଦ୍ୱିଜା ନକ୍ଷତ୍ରର ପାରିବାରିକ ସୁଖ, ସୌଭାଗ୍ୟ ସଙ୍ଗକୁ ଯାତ୍ରା, ବାଣିଜ୍ୟ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ ଆଜି ବିଶିଷ୍ଟ ବ୍ୟକ୍ତିଙ୍କ ପରାମର୍ଶ ଆଶା ଓ ଅଭିଳାଷକୁ ସମ୍ପୂର୍ଣ୍ଣ କରିବାରେ ସାହାଯ୍ୟ କରିବ। ସ୍ବାସ୍ଥ୍ୟ, ବାଣିଜ୍ୟ, କର୍ମାରମ୍ଭ ସକାଶେ ଦିନଟି ଭଲ। ନୂତନ ଯୋଜନା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri