Posted inRasifala

ରାଶିଫଳ: ରବିବାର, ଅକ୍ଟୋବର ୧୦ ତାରିଖ – Daily Horoscope

ମେଷ
ଆଜିର ପାରିବାରିକ ସମସ୍ୟା ସମାଧାନ ହେବା ସକାଶେ ବନ୍ଧୁ ମାର୍ଗଦର୍ଶକ ସାଜିବେ। କାଳେ କିଛି ଦେବାକୁ ପଡ଼ିବ, ଏହି ଭାବନାରେ ନିକଟ ସମ୍ପର୍କୀୟମାନେ ପାଖ ମାଡ଼ିବେ ନାହିଁ। ପରିବହନ, ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ସୁଫଳ ପ୍ରାପ୍ତି ଯୋଗ। ବନ୍ଧୁ ଗହଣରେ ସାଧାରଣ ଘଟଣାକୁ ନେଇ ମନସ୍ତାପ କରିବାକୁ ପଡ଼ିପାରେ।
ବୃଷ
ବୃଷ
ଆଜି ମାପିଚୁପି ନ ଚଳିଲେ କଳହ ଲାଗିପାରେ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନ ପାଇଁ ବିଶେଷ ଅସୁବିଧା ହେବ ନାହିଁ। କର୍ମକ୍ଷେତ୍ରରେ ମନର ବଳ ଖୁବ୍‌ ଟାଣ ରହିବ ଓ ଅଟକି ରହିଥିବା କାମକୁ ଶେଷ କରିପାରିବେ। ପରିବାର ଭିତରେ ସମସ୍ୟା ଦେଇ ଗତି କଲେ ମଧ୍ୟ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହେବେ।
ମିଥୁନ
ମିଥୁନ
ପାରିବାରିକ ସମସ୍ୟା ଥିଲେ ମଧ୍ୟ କାମ ସଫଳତାର ସହ ସମ୍ପନ୍ନ କରିବେ। କିଛି ଗୋଳମାଳିଆ ପରିସ୍ଥିତିରେ ମଧ୍ୟସ୍ଥତା କରିଥିବାରୁ ଅନ୍ୟକୁ କୈଫିୟତ୍‌ ଦେବାକୁ ପଡ଼ିପାରେ। ବ୍ୟବସାୟରେ କ୍ରମଶଃ ସମସ୍ୟା ବଢ଼ି ବଢ଼ି ବଡ଼ ଆକାର ଧାରଣ କରିବାର ସମ୍ଭାବନା ରହିଛି। ମନ ଅସ୍ଥିର ରହିବା କାରଣରୁ କାମଗୁଡ଼ିକ ସମ୍ପନ୍ନ ହେବା କଷ୍ଟକର ହୋଇପାରେ।
କର୍କଟ
କର୍କଟ
ପରୋକ୍ଷ ଶତ୍ରୁତାରୁ କର୍ମକ୍ଷେତ୍ରରେ ସମାଲୋଚନାର ପାତ୍ର ହେବାକୁ ପଡ଼ିପାରେ। ଅଫିସରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ଭୁଲ୍‌ ବୁଝାମଣାରୁ ପାରିବାରିକ କଳହକୁ କେନ୍ଦ୍ରକରି ଭାବପ୍ରବଣ ହୋଇପାରନ୍ତି। ବ୍ୟବସାୟ କିମ୍ବା ପରିବହନରେ ଲାଭ ହେବା ବଦଳରେ କ୍ଷତିରେ ପଡ଼ିବେ।
ସି˚ହ
ସି˚ହ
ସ୍ବାସ୍ଥ୍ୟ ପ୍ରତି ଯତ୍ନବାନ ନ ହେଲେ ପରେ ଅନୁତାପ କରିବାକୁ ପଡ଼ିବ। କୌଣସି ବ୍ୟକ୍ତିଙ୍କୁ ଦୀର୍ଘ ସମୟ ଅପେକ୍ଷା କରି ବ୍ୟସ୍ତତା ଅନୁଭବ କରିବେ। ପରିବାର ଓ କର୍ମକ୍ଷେତ୍ରରେ ରହିଥିବା ବ୍ୟତିକ୍ରମ ବିଷୟ ଚିନ୍ତାକରି ମନ ବିଚଳିତ ରହିବ। ଆମତ୍ୀୟଙ୍କ ସହ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ସମସ୍ୟା ବଢ଼ିପାରେ।
କନ୍ୟା
ଗ୍ରହପ୍ରଭାବରୁ ଆଜି କୌଣସି ସମସ୍ୟା ଆପଣଙ୍କୁ ବିଚଳିତ କରିପାରିବ ନାହିଁ। ସତ୍‌ସଙ୍ଗ ଓ ଧର୍ମଚର୍ଚ୍ଚା, କଳା, ସାହିତ୍ୟ ଓ ସଭା ସମିତିରେ ସମସ୍ୟା ସମାଧାନର ରାସ୍ତା ଖୋଜି ପାଇବେ। ଅଫିସରୁ ଆସିବା ବେଳକୁ ନିଜ ମନ ପସନ୍ଦର ଜିନିଷ ଆଣିପାରନ୍ତି। ବିବାଦୀୟ ଘଟଣାରେ ନିଜ ପରିସରର ଲୋକମାନଙ୍କ ସମର୍ଥନ ମିଳିବ।
ତୁଳା
ତୁଳା
ପରିବାରରେ ସୁଖ ଶାନ୍ତି ଫେରାଇ ଆଣିବା ଦିଗରେ ପ୍ରଯନତ୍ କଲେ ବିଫଳ ହେବନି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ଓ ପରିବହନରେ ସଫଳତା ଅବଶ୍ୟ ମିଳିବ। ସାଧାରଣ କଥାରେ ତର୍କ କାରଣରୁ ସ୍ତ୍ରୀଙ୍କ ସହ ମତ ପାର୍ଥକ୍ୟ ଦେଖାଦେଇପାରେ। ରଚନାମତ୍କ କାମରେ, ସାହିତ୍ୟ ଓ ସାମ୍ବାଦିକତା କ୍ଷେତ୍ରରେ, ଚୁକ୍ତିପତ୍ର କରିବାରେ ସଫଳ ହେବେ।
ବିଛା
ବିଛା
ଗତକାଲିଠାରୁ ଯେଉଁ ବିଷୟ ଲାଗି ଚିନ୍ତିତ ରହିଛନ୍ତି, ସେଥିରେ କିଛି ଅସୁବିଧା ହେବନି। କର୍ମକ୍ଷେତ୍ରରେ ଅପୂର୍ବ ସାହସିକତା ପ୍ରଦର୍ଶନ କରି ଉଚ୍ଚ ପ୍ରଶଂସିତ ହୋଇପାରନ୍ତି। ସାମ୍ବାଦିକତା, ପ୍ରଶାସନ, ରାଜନୀତି, ସାହିତ୍ୟ ଓ ସଙ୍ଗୀତରେ ସୁନାମ ଅର୍ଜନ କରିବେ। ସରକାରୀ କାମ ଓ ପଦସ୍ଥ ବ୍ୟକ୍ତିଙ୍କ ଦେଖାସାକ୍ଷାତ୍‌ରୁ ଉପକୃତ ହେବେ।
ଧନୁ
ଧନୁ
ମତଭେଦ ଓ ଭାବପ୍ରବଣତା ଯୋଗୁ ମନୋବଳ ହ୍ରାସ ପାଇବ। ଆଜିର ସଭାସମିତିରେ, ତର୍କ ଓ ବିବାଦରେ, ଆଇନ ଅଦାଲତରେ ସଫଳତା ମିଳିବ। ବକେୟା ଅର୍ଥ ଆଦାୟରେ ଜଣେ ବନ୍ଧୁ ସାହାଯ୍ୟ କରିବେ। ଆଜିର ଯାତ୍ରା, ଯୋଗାଯୋଗ, ଗଣମାଧ୍ୟମ, ପ୍ରଶାସନ କ୍ଷେତ୍ରରେ ସମସ୍ୟା ସମାଧାନ ହୋଇଯିବ।
ମକର
ମକର
ଆଜି କୌଣସି କାର୍ଯ୍ୟରେ ହାତ ଦେବାକୁ ସ୍ଥିର କଲେ ଅସୁବିଧାର ସମ୍ମୁଖୀନ ହେବେ। ବନ୍ଧୁ ଠିକ୍‌ ସମୟରେ ନ ଫେରିବା କାରଣରୁ ପ୍ରତୀକ୍ଷାଜନିତ ଯନ୍ତ୍ରଣା ତୀବ୍ର ହେବ। ପରିବାର କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତିର ଚାପ କ୍ରମଶଃ ବଢ଼ିପାରେ। କୌଣସି ମୂଲ୍ୟବାନ୍‌ ଜିନିଷଟି ପାଇଁ ବନ୍ଧୁଙ୍କ ସହ ତର୍କ ଓ ବିବାଦ ବଢ଼ିବାର ଆଶଙ୍କା ରହିଛି।
କୁମ୍ଭ
କୁମ୍ଭ
କର୍ମକ୍ଷେତ୍ରରେ ଆତ୍ମୀୟତାର ସହ କାମ କରି ପ୍ରଶଂସିତ ହେବେ। ବନ୍ଧୁଙ୍କ ସାହାଯ୍ୟରୁ ଫେରନ୍ତା ବାଟରେ ହଠାତ୍‌ ମୂଲ୍ୟବାନ୍‌ ଦ୍ରବ୍ୟ ଲାଭ ହୋଇପାରେ। ପଡ଼ୋଶୀ କିମ୍ବା ସହକର୍ମୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାନ୍ତୁ ନାହିଁ। ଚେଷ୍ଟା କରୁଥିବା କାମରେ, ଆନୁଷ୍ଠାନିକ କାର୍ଯ୍ୟ, କଚେରି ମାମଲା, ଜମିଜମା ବିବାଦ ପ୍ରଭୃତିରେ ଉପକୃତ ହେବେ।
ମୀନମୀନ
ପରିବାର ମଧ୍ୟରେ ବିଭିନ୍ନ ସମସ୍ୟାକୁ ସାମ୍ନା କରି ନ ପାରି ବିବ୍ରତ ହେବେ। ସହକର୍ମୀଙ୍କ ସହାନୁଭୂତି ଯୋଗୁ କାମଗୁଡ଼ିକ ସମ୍ପନ୍ନ କରିବାରେ ବିଶେଷ ଅସୁବିଧା ହେବ ନାହିଁ। ଭୁଲ୍‌ ବୁଝାମଣାରୁ ଅତି ଭଲ ସମ୍ପର୍କ ରହିଥିବା ବନ୍ଧୁଙ୍କ ନିକଟରୁ ଅନାଦର ପାଇପାରନ୍ତି। ଦୋକାନ, ନିର୍ମାଣ, ଯାତ୍ରା, ବିବାଦ, ସଭାସମିତି ପ୍ରଭୃତିରୁ ଆଶ୍ୱସ୍ତି ଲାଭ କରିବେ ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଏପ୍ରିଲ ୮ ତାରିଖ – Daily Horoscope

ମେଷ ଆଜିର ଅଷ୍ଟମଚନ୍ଦ୍ର ଆର୍ଥିକ ଅଭିବୃଦ୍ଧି କଲେ ମଧ୍ୟ ମାନସିକ ଶାନ୍ତିଠାରୁ ଦୂରେଇ ରଖିପାରନ୍ତି। ପାରିବାରିକ ସଦ୍‌ଭାବ ଅକ୍ଷୁଣ୍ଣ ରହିଲେ ମଧ୍ୟ କର୍ମକ୍ଷେତ୍ରରେ ବିବାଦୀୟ ସ୍ଥିତି ଉପୁଜିପାରେ।…

ରାଶିଫଳ: ମଙ୍ଗଳବାର, ଏପ୍ରିଲ ୭ ତାରିଖ – Daily Horoscope

ମେଷ ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଆପଣଙ୍କ ସମସ୍ତ ଆଶା ଓ ଅଭିଳାଷ ପୂରଣ କରିବେ। ମନୋରଞ୍ଜନ ସକାଶେ ମନ ବଳିବା ସାଙ୍ଗକୁ ଯାତ୍ରାରେ ଅଭିଳଷିତ ଫଳ ପାଇବେ।…

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri