Posted inRasifala

ରାଶିଫଳ: ବୁଧବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ
ରାଶ୍ୟାଧିପଙ୍କ ନକ୍ଷତ୍ରସ୍ଥ ବୁଧଙ୍କ ପ୍ରଭାବରେ ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ସାମାଜିକ, କଳା, ସାହିତ୍ୟ, ଚଳଚ୍ଚିତ୍ର କ୍ଷେତ୍ରରେ ବନ୍ଧୁ ମହଲରେ ପ୍ରଶଂସିତ ହେବେ। ସ୍ବଗୃହୀ ବଳବାନ୍‌ କର୍ମାଧିପ ହେତୁ ଅଫିସ୍‌ରେ ଦକ୍ଷତା ପ୍ରତିପାଦନ କରି ପ୍ରଶଂସିତ ହେବେ। ଏକାଧିକ ଗ୍ରହଙ୍କ ସମାଗମତ୍ୱରେ ସାଧାରଣ କଥାକୁ ନେଇ ଭାବାନ୍ତର ସୃଷ୍ଟି ହେବ।
ବୃଷ
ବୃଷ
କର୍ମାଧିପ ସ୍ବଭାବରୁ ଦ୍ୱାଦଶସ୍ଥ ହେତୁ ଦୁଃସାହସିକ କାମରେ ପ୍ରବେଶ କରି ଅନୁତାପ କରିବାକୁ ବାଧ୍ୟ ହେବେ। ପରକଥାକୁ ବିଶ୍ୱାସ କରି ନିଜ ଲୋକଙ୍କୁ ସନ୍ଦେହ କରିପାରନ୍ତି। ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ଟେନ୍ସନ ବଢ଼ିଯିବ। ରାହୁଯୁକ୍ତ ମଙ୍ଗଳ ଲକ୍ଷ୍ମୀଯୋଗ ସୃଷ୍ଟି କରୁଥିବାରୁ ପ୍ରାଚୁର୍ଯ୍ୟ ମଧ୍ୟରେ ଆନନ୍ଦ ଅନୁଭବ କରିବେ।
ମିଥୁନ
ମିଥୁନ
ତୃତୀୟାଧିପ ନିଜ ଗୃହକୁ ଅବଲୋକନ କରୁଥିବାରୁ ଆଜି ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ପାଇ ଖୁସି ହେବେ। ଗଣ ଯୋଗାଯୋଗ, ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ଅଟକି ରହିଥିବା କାମ ଆରମ୍ଭ ପାଇଁ ମନ ବଳାଇବେ। କର୍ମକ୍ଷେତ୍ରରେ ସାମାନ୍ୟ ସମସ୍ୟା ଆସିପାରେ।
କର୍କଟ
କର୍କଟ
କର୍ମାଧିପ ଏକାଦଶସ୍ଥ ଯୋଗୁ ଆଜି ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ଦୀର୍ଘ ଦିନର ସମସ୍ୟାର ଅନ୍ତ ଘଟାଇ କ୍ରମଶଃ ସ୍ଥିରତା ଫେରିପାଇବେ। ପାରିବାରିକ, ପ୍ରଶାସନ, ପ୍ରକାଶନ ଓ ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କିନ୍ତୁ ଆତ୍ମୀୟଙ୍କଠାରୁ କେବଳ କଥା ଶୁଣିବେ ସିନା କାମ ପାଇବେ ନାହିଁ।
ସି˚ହ
ସି˚ହ
ବଳବାନ୍‌ ରାହୁ ଯୁକ୍ତ ମଙ୍ଗଳ ଯୁକ୍ତ ହୋଇ କର୍ମଭାବସ୍ଥ ହେତୁ ଦୃଢ଼ ପଦକ୍ଷେପ କର୍ମକ୍ଷେତ୍ରରେ ଦ୍ରୁତୋନ୍ନତିର ପରିଚାୟକ ହେବ। ରବି ନିଜସ୍ଥାନକୁ ଦେଖୁଥିବାରୁ ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଖୁସି ଲଭିବେ। ବାଣିଜ୍ୟ, ଆମଦାନୀ, କଚେରି ମାମଲାରେ ସିଦ୍ଧି ପ୍ରଦାନ କରିବ। ଆର୍ଥିକ ଉନ୍ନତି, ବିବାଦ ସମାଧାନ ଆଶ୍ୱସ୍ତିର କାରଣ ପାଲଟିଯିବ।
କନ୍ୟା
ତୃତୀୟସ୍ଥ କେତୁ ଅସାଧ୍ୟସାଧନ ପରିପ୍ରେକ୍ଷୀରେ ଯେଉଁ କାମ ଆରମ୍ଭ କରିବାକୁ ଯାଉଛନ୍ତି ସେଥିରେ ସଫଳ ହେବେ। ଅଫିସରେ ଥିବା ସମୟରେ କୌଣସି ବ୍ୟକ୍ତିଙ୍କଠାରୁ ଶୁଭଖବର ପାଇ ଉଲ୍ଲସିତ ହେବେ। ପରୋପକାର ମନୋଭାବରୁ ପ୍ରଶଂସା ପାଇବେ। ଚିତ୍ରା ନକ୍ଷତ୍ର ବନ୍ଧୁ ଗହଣରେ ମିଥ୍ୟା ଭାଷଣରୁ ସମାଲୋଚିତ ହେବେ।
ତୁଳା
ତୁଳା
ଲାଭାଧିପ ଯୁକ୍ତ ରାଶ୍ୟାଧିପତି କୋଣଭାବରେ ରହିଥିବାରୁ କାର୍ଯ୍ୟସିଦ୍ଧି ସହିତ ଆର୍ଥିକ ଉନ୍ନତି ଆନନ୍ଦ ବର୍ଦ୍ଧନ କରିବ। ପରିବାରରେ ନିଜ ଲୋକଙ୍କ କଥାରେ ଉତ୍‌କ୍ଷିପ୍ତ ହୋଇପାରନ୍ତି। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ନିକଟସ୍ଥ ବ୍ୟକ୍ତି ବିଶେଷଙ୍କଠାରୁ ଶ୍ରଦ୍ଧା, ଆଦର ପାଇ ନିଜକୁ ଗର୍ବିତ ମନେକରିବେ।
ବିଛା
ବିଛା
ପାପଗ୍ରହଙ୍କ କୁପ୍ରଭାବରୁ ଭଲ କାମ କରି ମଧ୍ୟ କେତେକ ସମସ୍ୟା ହେତୁ ମନ ଚହଲି ଯାଇପାରେ। ସ୍ବାସ୍ଥ୍ୟରେ ଅବନ୍ନତି ପରିଲକ୍ଷିତ ହୋଇପାରେ। ବନ୍ଧୁଙ୍କ ସାହାଯ୍ୟ ନେଇ ଆଶା କରୁଥିବା ସ୍ଥାନରୁ ସହସା ଧନପ୍ରାପ୍ତି ସମ୍ଭାବନା ରହିଛି। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ଲାଭବାନ ସଙ୍ଗକୁ ମନୋରଞ୍ଜନ କାମରୁ ପ୍ରଶଂସା ମିଳିବ।
ଧନୁ
ଧନୁ
ରାଶି ଓ ଚତୁର୍ଥାଧିପତି ଦୁର୍ବଳ ହେତୁ ପାରିବାରିକ କ୍ଷେତ୍ରରେ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। ଲୋକପ୍ରିୟତା କାରଣରୁ ଶତ୍ରୁଠାରୁ ମଧ୍ୟ କାମ ହାସଲ କରିନେବେ। କର୍ମକ୍ଷେତ୍ରରେ ଯେସାକୁ ତେସା ନୀତି ଧରି ସମାଲୋଚିତ ହେବେ। ଆଲୋଚନାରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି।
ମକର
ମକର
ରାଶ୍ୟାଧିପତି ହତଭାଗ୍ୟ ଓ ତୃତୀୟାଧିପ ପ୍ରଭାବରୁ ଭାଙ୍ଗି ପଡିଥିବା ସମ୍ପର୍କ ଯୋଡ଼ି ହୋଇଯିବ। ମନୋରଞ୍ଜନ ଜିନିଷ କ୍ରୟ କରିବାକୁ ମନ ବଳାଇବେ। ଧାତୁ ଅଳଙ୍କାର ସମ୍ବନ୍ଧୀୟ ଦ୍ରବ୍ୟଲାଭ, ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ। ନିର୍ମାଣ, ମାଲିମକଦ୍ଦମା, ଜମିଜମା କାରବାର ଧିମେଇ ରହିବ।
କୁମ୍ଭ
କୁମ୍ଭ
ଶୁକ୍ରଙ୍କ ପ୍ରଭାବରୁ ଆଜି ସାମଗ୍ରିକ ଦୃଷ୍ଟିକୋଣରୁ ସମ୍ପୂର୍ଣ୍ଣ ଭାବେ ସନ୍ତୋଷ ସିନା ଆସିବ ନାହିଁ, ମାତ୍ର ମନ ଏକ ପ୍ରକାର ଖୁସି ରହିବ। ସଫଳତା ହାସଲ ଦିଗରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ। ସାମୟିକ ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିଯାଇ ପାରେ।
ମୀନମୀନ
ବଳହୀନ ରାଶ୍ୟାଧିପ କାରଣରୁ ବାହି୍ୟକ ଦୃଷ୍ଟିକୋଣରୁ ସୁସ୍ଥ ଦେଖାଗଲେ ମଧ୍ୟ ଅନ୍ତର୍ନିହିତ ରୋଗ ଅସୁବିଧାରେ ପକାଇପାରେ। ଜାଣିଶୁଣି କେତେକ ବ୍ୟକ୍ତି ସମସ୍ୟା ସୃଷ୍ଟି କରିପାରନ୍ତି। ଅଫିସ୍‌ରେ ଗୋପନ କଥା ବନ୍ଧୁଙ୍କୁ କହିଦେବାରୁ ସମସ୍ୟା ଆସିପାରେ । କଠୋର ମାନସିକ ପରିଶ୍ରମଜନିତ କ୍ଲାନ୍ତି ଅନୁଭବ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ଏପ୍ରିଲ ୬ ତାରିଖ – Daily Horoscope

ମେଷ ଆଜି ଏକାଦଶସ୍ଥ ବୁଧଙ୍କ ପ୍ରଭାବରେ ମନ ବୁଝିଲା ଭଳି କଥା କହି ବନ୍ଧୁଙ୍କୁ ଆପଣେଇନେବେ। କର୍ମକ୍ଷେତ୍ରରେ କର୍ମଚାରୀଙ୍କ ମଧ୍ୟରେ ପ୍ରତିଯୋଗିତା ମନୋଭାବ ଉପୁଜିପାରେ। ସମ୍ପର୍କୀୟଙ୍କ ସହିତ…

ରାଶିଫଳ: ରବିବାର, ଏପ୍ରିଲ ୫ ତାରିଖ – Daily Horoscope

ମେଷ ଆଜିର ଗ୍ରହସ୍ଥିତି ଉନ୍ନତ ଚିନ୍ତା ସହ ବହୁବିଧ ଯୋଜନାରମ୍ଭର ମାର୍ଗଦର୍ଶନ କରାଇବେ। ବିଶେଷତଃ ଆପଣଙ୍କର ଅତି ନିକଟରେ ରହୁଥିବା ବନ୍ଧୁଟି ଦ୍ୱାରା କାମ ହାସଲ କରିପାରନ୍ତି।…

ରାଶିଫଳ: ଶନିବାର, ଏପ୍ରିଲ ୪ ତାରିଖ – Daily Horoscope

ମେଷ ଆଜିର ସପ୍ତମ କେନ୍ଦ୍ରସ୍ଥ ଚନ୍ଦ୍ର ଯାତ୍ରା, ବାଣିଜ୍ୟ ଏବଂ ପାରିବାରିକ ସୁସମ୍ପର୍କ ଦିଗରେ ସହାୟକ ହେବ। କିନ୍ତୁ ଘରର ଅଟକି ରହିଥିବା କେତେକ କାମକୁ ସମ୍ପନ୍ନ…

ରାଶିଫଳ: ଶୁକ୍ରବାର, ଏପ୍ରିଲ ୩ ତାରିଖ – Daily Horoscope

ମେଷ ଆଜି ଦୈହିକ ସୁସ୍ଥତା ଅକ୍ଷୁଣ୍ଣ ରହିବା ସହ କାମକୁ ଉତ୍ସାହର ସହ କରିବାରେ ସମର୍ଥ ହେବେ। ଯାତ୍ରାକାଳରେ ସତର୍କତା ଅଭାବରୁ ଅପ୍ରୀତିକର ପରିସ୍ଥିତିର ସାମ୍ନା କରିବେ।…

ରାଶିଫଳ: ଗୁରୁବାର, ଏପ୍ରିଲ ୨ ତାରିଖ – Daily Horoscope

ମେଷ ମାଙ୍ଗଳିକ କାମ ପାଇଁ ଉତ୍ସାହ ସାଙ୍ଗକୁ ପାରିବାରିକ ଜୀବନ ସୁମଧୁର ହୋଇଉଠିବ। ବନ୍ଧୁଙ୍କ ଦ୍ୱାରା ଉତ୍ସାହିତ ହୋଇ ଆନୁଷ୍ଠାନିକ କ୍ଷେତ୍ରରୁ ସମ୍ମାନ ଓ ସଦ୍ଦିଚ୍ଛା ଲାଭ…

ରାଶିଫଳ: ବୁଧବାର, ଏପ୍ରିଲ ୧ ତାରିଖ – Daily Horoscope

ମେଷ ଆଜିର ଶୁଭଚନ୍ଦ୍ର ପ୍ରଭାବରେ ଯାତ୍ରାରେ ଲକ୍ଷ୍ୟପୂରଣ ସାଙ୍ଗକୁ ଅର୍ଥପ୍ରାପ୍ତିର ଆଶା ନିରର୍ଥକ ହେବନାହିଁ। ବଳବାନ୍‌ ମଙ୍ଗଳଙ୍କ ଯୋଗୁ ସାହସର ସହ ପ୍ରତ୍ୟେକ କାମକୁ କରିବା ପାଇଁ…

ରାଶିଫଳ: ମଙ୍ଗଳବାର, ମାର୍ଚ୍ଚ ୩୧ ତାରିଖ – Daily Horoscope

ମେଷ ଆଜିର ଗ୍ରହ ସ୍ଥିତି ସାମଗ୍ରିକ ଦିଗରୁ ସୁଖ, ସୌଭାଗ୍ୟ ପ୍ରଦାନ କରିବାରେ ପଶ୍ଚାଦ୍‍ପଦ ହେବେ ନାହିଁ। ଖର୍ଚ୍ଚଭାର, ପୁରାତନ ରୋଗପୀଡ଼ା, ପୂର୍ବ ଶତ୍ରୁତାକୁ ନେଇ ଚିନ୍ତିତ…

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri