Posted inRasifala

ରାଶିଫଳ: ବୁଧବାର, ମାର୍ଚ୍ଚ ୧୦ ତାରିଖ – Daily Horoscope

ମେଷ
ରାଶ୍ୟାଧିପଙ୍କ ନକ୍ଷତ୍ରସ୍ଥ ବୁଧଙ୍କ ପ୍ରଭାବରେ ପଡ଼ୋଶୀଙ୍କ ସହ ସମ୍ପର୍କ ବୃଦ୍ଧି ପାଇବ। ସାମାଜିକ, କଳା, ସାହିତ୍ୟ, ଚଳଚ୍ଚିତ୍ର କ୍ଷେତ୍ରରେ ବନ୍ଧୁ ମହଲରେ ପ୍ରଶଂସିତ ହେବେ। ସ୍ବଗୃହୀ ବଳବାନ୍‌ କର୍ମାଧିପ ହେତୁ ଅଫିସ୍‌ରେ ଦକ୍ଷତା ପ୍ରତିପାଦନ କରି ପ୍ରଶଂସିତ ହେବେ। ଏକାଧିକ ଗ୍ରହଙ୍କ ସମାଗମତ୍ୱରେ ସାଧାରଣ କଥାକୁ ନେଇ ଭାବାନ୍ତର ସୃଷ୍ଟି ହେବ।
ବୃଷ
ବୃଷ
କର୍ମାଧିପ ସ୍ବଭାବରୁ ଦ୍ୱାଦଶସ୍ଥ ହେତୁ ଦୁଃସାହସିକ କାମରେ ପ୍ରବେଶ କରି ଅନୁତାପ କରିବାକୁ ବାଧ୍ୟ ହେବେ। ପରକଥାକୁ ବିଶ୍ୱାସ କରି ନିଜ ଲୋକଙ୍କୁ ସନ୍ଦେହ କରିପାରନ୍ତି। ସଭାସମିତି କିମ୍ବା ଆଲୋଚନା କ୍ଷେତ୍ରରେ ଟେନ୍ସନ ବଢ଼ିଯିବ। ରାହୁଯୁକ୍ତ ମଙ୍ଗଳ ଲକ୍ଷ୍ମୀଯୋଗ ସୃଷ୍ଟି କରୁଥିବାରୁ ପ୍ରାଚୁର୍ଯ୍ୟ ମଧ୍ୟରେ ଆନନ୍ଦ ଅନୁଭବ କରିବେ।
ମିଥୁନ
ମିଥୁନ
ତୃତୀୟାଧିପ ନିଜ ଗୃହକୁ ଅବଲୋକନ କରୁଥିବାରୁ ଆଜି ବନ୍ଧୁଙ୍କଠାରୁ ଗୁରୁତ୍ୱପୂର୍ଣ୍ଣ ଖବର ପାଇ ଖୁସି ହେବେ। ଗଣ ଯୋଗାଯୋଗ, ଗବେଷଣା, ଅନୁସନ୍ଧାନ, କୃଷି, ବାଣିଜ୍ୟ ଓ ରାଜନୀତିରେ ଚେଷ୍ଟା ସଫଳ ହେବ। ଅଟକି ରହିଥିବା କାମ ଆରମ୍ଭ ପାଇଁ ମନ ବଳାଇବେ। କର୍ମକ୍ଷେତ୍ରରେ ସାମାନ୍ୟ ସମସ୍ୟା ଆସିପାରେ।
କର୍କଟ
କର୍କଟ
କର୍ମାଧିପ ଏକାଦଶସ୍ଥ ଯୋଗୁ ଆଜି ବନ୍ଧୁଙ୍କ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିବେ। ଦୀର୍ଘ ଦିନର ସମସ୍ୟାର ଅନ୍ତ ଘଟାଇ କ୍ରମଶଃ ସ୍ଥିରତା ଫେରିପାଇବେ। ପାରିବାରିକ, ପ୍ରଶାସନ, ପ୍ରକାଶନ ଓ ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କିନ୍ତୁ ଆତ୍ମୀୟଙ୍କଠାରୁ କେବଳ କଥା ଶୁଣିବେ ସିନା କାମ ପାଇବେ ନାହିଁ।
ସି˚ହ
ସି˚ହ
ବଳବାନ୍‌ ରାହୁ ଯୁକ୍ତ ମଙ୍ଗଳ ଯୁକ୍ତ ହୋଇ କର୍ମଭାବସ୍ଥ ହେତୁ ଦୃଢ଼ ପଦକ୍ଷେପ କର୍ମକ୍ଷେତ୍ରରେ ଦ୍ରୁତୋନ୍ନତିର ପରିଚାୟକ ହେବ। ରବି ନିଜସ୍ଥାନକୁ ଦେଖୁଥିବାରୁ ସ୍ବାସ୍ଥ୍ୟ ସମସ୍ୟା ସୁଧୁରି ଖୁସି ଲଭିବେ। ବାଣିଜ୍ୟ, ଆମଦାନୀ, କଚେରି ମାମଲାରେ ସିଦ୍ଧି ପ୍ରଦାନ କରିବ। ଆର୍ଥିକ ଉନ୍ନତି, ବିବାଦ ସମାଧାନ ଆଶ୍ୱସ୍ତିର କାରଣ ପାଲଟିଯିବ।
କନ୍ୟା
ତୃତୀୟସ୍ଥ କେତୁ ଅସାଧ୍ୟସାଧନ ପରିପ୍ରେକ୍ଷୀରେ ଯେଉଁ କାମ ଆରମ୍ଭ କରିବାକୁ ଯାଉଛନ୍ତି ସେଥିରେ ସଫଳ ହେବେ। ଅଫିସରେ ଥିବା ସମୟରେ କୌଣସି ବ୍ୟକ୍ତିଙ୍କଠାରୁ ଶୁଭଖବର ପାଇ ଉଲ୍ଲସିତ ହେବେ। ପରୋପକାର ମନୋଭାବରୁ ପ୍ରଶଂସା ପାଇବେ। ଚିତ୍ରା ନକ୍ଷତ୍ର ବନ୍ଧୁ ଗହଣରେ ମିଥ୍ୟା ଭାଷଣରୁ ସମାଲୋଚିତ ହେବେ।
ତୁଳା
ତୁଳା
ଲାଭାଧିପ ଯୁକ୍ତ ରାଶ୍ୟାଧିପତି କୋଣଭାବରେ ରହିଥିବାରୁ କାର୍ଯ୍ୟସିଦ୍ଧି ସହିତ ଆର୍ଥିକ ଉନ୍ନତି ଆନନ୍ଦ ବର୍ଦ୍ଧନ କରିବ। ପରିବାରରେ ନିଜ ଲୋକଙ୍କ କଥାରେ ଉତ୍‌କ୍ଷିପ୍ତ ହୋଇପାରନ୍ତି। ବ୍ୟବସାୟ ବାଣିଜ୍ୟ କ୍ଷେତ୍ରରେ ଉଚ୍ଚ ଫଳ ପ୍ରାପ୍ତି ହୋଇପାରେ। ନିକଟସ୍ଥ ବ୍ୟକ୍ତି ବିଶେଷଙ୍କଠାରୁ ଶ୍ରଦ୍ଧା, ଆଦର ପାଇ ନିଜକୁ ଗର୍ବିତ ମନେକରିବେ।
ବିଛା
ବିଛା
ପାପଗ୍ରହଙ୍କ କୁପ୍ରଭାବରୁ ଭଲ କାମ କରି ମଧ୍ୟ କେତେକ ସମସ୍ୟା ହେତୁ ମନ ଚହଲି ଯାଇପାରେ। ସ୍ବାସ୍ଥ୍ୟରେ ଅବନ୍ନତି ପରିଲକ୍ଷିତ ହୋଇପାରେ। ବନ୍ଧୁଙ୍କ ସାହାଯ୍ୟ ନେଇ ଆଶା କରୁଥିବା ସ୍ଥାନରୁ ସହସା ଧନପ୍ରାପ୍ତି ସମ୍ଭାବନା ରହିଛି। ଶିଳ୍ପ, ବାଣିଜ୍ୟ ଓ ପରିବହନରେ ଲାଭବାନ ସଙ୍ଗକୁ ମନୋରଞ୍ଜନ କାମରୁ ପ୍ରଶଂସା ମିଳିବ।
ଧନୁ
ଧନୁ
ରାଶି ଓ ଚତୁର୍ଥାଧିପତି ଦୁର୍ବଳ ହେତୁ ପାରିବାରିକ କ୍ଷେତ୍ରରେ ଉନ୍ନତି ଦେଖା ନ ଦେଲେ ମଧ୍ୟ ପରିସ୍ଥିତି ଶାନ୍ତ ରହିବ। ଲୋକପ୍ରିୟତା କାରଣରୁ ଶତ୍ରୁଠାରୁ ମଧ୍ୟ କାମ ହାସଲ କରିନେବେ। କର୍ମକ୍ଷେତ୍ରରେ ଯେସାକୁ ତେସା ନୀତି ଧରି ସମାଲୋଚିତ ହେବେ। ଆଲୋଚନାରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟରୁ ଉପକୃତ ହୋଇପାରନ୍ତି।
ମକର
ମକର
ରାଶ୍ୟାଧିପତି ହତଭାଗ୍ୟ ଓ ତୃତୀୟାଧିପ ପ୍ରଭାବରୁ ଭାଙ୍ଗି ପଡିଥିବା ସମ୍ପର୍କ ଯୋଡ଼ି ହୋଇଯିବ। ମନୋରଞ୍ଜନ ଜିନିଷ କ୍ରୟ କରିବାକୁ ମନ ବଳାଇବେ। ଧାତୁ ଅଳଙ୍କାର ସମ୍ବନ୍ଧୀୟ ଦ୍ରବ୍ୟଲାଭ, ଭ୍ରମଣ ଓ କାର୍ଯ୍ୟସିଦ୍ଧି ଯୋଗୁ ମନ ପ୍ରଫୁଲ୍ଲ ରହିବ। ନିର୍ମାଣ, ମାଲିମକଦ୍ଦମା, ଜମିଜମା କାରବାର ଧିମେଇ ରହିବ।
କୁମ୍ଭ
କୁମ୍ଭ
ଶୁକ୍ରଙ୍କ ପ୍ରଭାବରୁ ଆଜି ସାମଗ୍ରିକ ଦୃଷ୍ଟିକୋଣରୁ ସମ୍ପୂର୍ଣ୍ଣ ଭାବେ ସନ୍ତୋଷ ସିନା ଆସିବ ନାହିଁ, ମାତ୍ର ମନ ଏକ ପ୍ରକାର ଖୁସି ରହିବ। ସଫଳତା ହାସଲ ଦିଗରେ ଜଣେ ବ୍ୟକ୍ତି ସାହାଯ୍ୟ କରିବେ। ସାମୟିକ ପ୍ରତିବନ୍ଧକ କାରଣରୁ ନିର୍ମାଣାଧୀନ କାର୍ଯ୍ୟ ସ୍ଥଗିତ ରହିଯାଇ ପାରେ।
ମୀନମୀନ
ବଳହୀନ ରାଶ୍ୟାଧିପ କାରଣରୁ ବାହି୍ୟକ ଦୃଷ୍ଟିକୋଣରୁ ସୁସ୍ଥ ଦେଖାଗଲେ ମଧ୍ୟ ଅନ୍ତର୍ନିହିତ ରୋଗ ଅସୁବିଧାରେ ପକାଇପାରେ। ଜାଣିଶୁଣି କେତେକ ବ୍ୟକ୍ତି ସମସ୍ୟା ସୃଷ୍ଟି କରିପାରନ୍ତି। ଅଫିସ୍‌ରେ ଗୋପନ କଥା ବନ୍ଧୁଙ୍କୁ କହିଦେବାରୁ ସମସ୍ୟା ଆସିପାରେ । କଠୋର ମାନସିକ ପରିଶ୍ରମଜନିତ କ୍ଲାନ୍ତି ଅନୁଭବ କରିବେ।

Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ବୁଧବାର, ଡିସେମ୍ବର ୨୪ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ପାରିବାରିକ ବିବାଦର ସମାଧାନ ପାଇଁ ଆଲୋଚନାରେ ନିମଗ୍ନ ରହିପାରନ୍ତି। ଶେଷ ସମୟରେ କୌଣସି ସୁଯୋଗ ପାଇ ହରାଇବା ସକାଶେ ବ୍ୟଥିତ ହେବାକୁ ପଡ଼ିପାରେ।...

ରାଶିଫଳ: ମଙ୍ଗଳବାର, ଡିସେମ୍ବର ୨୩ ତାରିଖ – Daily Horoscope

ମେଷ ଆଜି ସ୍ବାସ୍ଥ୍ୟ ଓ ପାରିବାରିକ ସ୍ଥିତି ରାଶ୍ୟାଧିପତି ଓ ଚନ୍ଦ୍ରଙ୍କ ଶୁଭତ୍ୱରୁ ଭଲ ରହିବ। ଯାନବାହନ ଚଳାଚଳ, ଆଲୋଚନା କ୍ଷେତ୍ରରେ, ମାତୃବର୍ଗରେ, ଜମିଜମା, ଦୋକାନବାଡ଼ି,...

ରାଶିଫଳ: ସୋମବାର, ଡିସେମ୍ବର ୨୨ ତାରିଖ – Daily Horoscope

ମେଷ ଆଜିର ଚନ୍ଦ୍ର ସହ ମଙ୍ଗଳଙ୍କ ମିଳନ ପାରିବାରିକ ଜୀବନକୁ ସରସ,ସୁନ୍ଦର କରିବ। ତଥାପି ଗତକାଲି ଯେଉଁଥିପାଇଁ ଚିନ୍ତା କରୁଥିଲେ ଆଜି ତାହା ଟିକିଏ ଟଣାଓଟରା...

ରାଶିଫଳ: ରବିବାର, ଡିସେମ୍ବର ୨୧ ତାରିଖ – Daily Horoscope

ମେଷ ଭାଗ୍ୟସ୍ଥାନରେ ଚତୁଃଗ୍ରହ ଯୋଗରୁ ଆଜିର କର୍ମକ୍ଷେତ୍ର, ପାରିବାରିକ ସ୍ଥିତି ସାଙ୍ଗକୁ ଜୀବନଚର୍ଯ୍ୟା ପ୍ରୀତିପ୍ରଦ ରହିବ। ସକାଳୁ ପ୍ରତୀକ୍ଷା କରିଥିବା ଶୁଭ ଖବର ପାଇ ଖୁସି...

ରାଶିଫଳ: ଶନିବାର, ଡିସେମ୍ବର ୨୦ ତାରିଖ – Daily Horoscope

ମେଷ ଘରର ଅସଜଡା ପରିସ୍ଥିତିକୁ ସଜାଡ଼ିବାକୁ ଯାଇ ମାନସିକ ସ୍ଥିତି ବିକ୍ଷିପ୍ତ ରହିବ। ଦ୍ୱିଜା ନକ୍ଷତ୍ରର ଗତକାଲିର ଟେନ୍‌ସନ ଆଜି କମିଯାଇପାରେ। ଜମିଜମା, ପୁରାତନ ଗାଡ଼ି...

ରାଶିଫଳ: ଶୁକ୍ରବାର, ଡିସେମ୍ବର ୧୯ ତାରିଖ – Daily Horoscope

ମେଷ ସହକର୍ମୀଙ୍କୁ ସୁପରାମର୍ଶ ଓ ପ୍ରେରଣା ଦେଇ ପ୍ରଶଂସିତ ହେବେ। ପ୍ରତ୍ୟାବର୍ତ୍ତନ ପଥରେ ଦୀର୍ଘ ସମୟ ଅପେକ୍ଷାନ୍ତେ ବନ୍ଧୁଙ୍କୁ ଭେଟିପାରନ୍ତି। ସାଧାରଣ କଥାକୁ ନେଇ ପାରିବାରିକ...

ରାଶିଫଳ: ଗୁରୁବାର, ଡିସେମ୍ବର ୧୮ ତାରିଖ – Daily Horoscope

ମେଷ ମାନସିକ ଅସ୍ଥିରତାରୁ ଆପଣ ସାଧାରଣ କଥାରେ ଉତ୍ତେଜିତ ହୋଇପାରନ୍ତି। ପ୍ରତ୍ୟେକ ସ୍ତରରେ ବନ୍ଧୁଙ୍କ ସାହାଯ୍ୟ ଓ ସହଯୋଗ ପାଇ ସ୍ଥଗିତ କାମକୁ ତ୍ୱରାନ୍ବିତ କରିପାରିବେ।...

ରାଶିଫଳ: ବୁଧବାର, ଡିସେମ୍ବର ୧୭ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ କୋଣ ସ୍ଥାନରେ ବୃହସ୍ପତି ଅବସ୍ଥାନ କରୁଥିବାରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ। ନୂଆ ଯୋଜନା ସକାଶେ ମନ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri