Posted inRasifala

ରାଶିଫଳ: ଗୁରୁବାର, ଜୁଲାଇ ୧୦ ତାରିଖ – Daily Horoscope

ମେଷ
ଆଜି ଧର୍ମଭାବରେ ଚନ୍ଦ୍ର ଓ ଦ୍ୱିତୀୟସ୍ଥ ଶୁକ୍ର ଯୋଗୁ ଯାତ୍ରା, ବାଣିଜ୍ୟରୁ ଅର୍ଥଲାଭ ଅବଶ୍ୟମ୍ଭାବୀ। ପ୍ରିୟଜନଙ୍କ ସହ ମନୋମାଳିନ୍ୟ ଆଶଙ୍କା ରହିଛି। ଆଧ୍ୟାତ୍ମିକଗ୍ରହ ଶନିଙ୍କ ଆଶୀର୍ବାଦରୁ ଦେବଦର୍ଶନଜନିତ ଆନନ୍ଦ ଅନୁଭବ କରିପାରନ୍ତି। ଆଲୋଚନା ପରିସର, ସଭାସମିତି, କଳା-ସାହିତ୍ୟ, ଭଜନସନ୍ଧ୍ୟା, ଗବେଷଣାଦି କାର୍ଯ୍ୟରୁ ପ୍ରଶଂସିତ ହେବେ।
ବୃଷ
ବୃଷ
ତୃତୀୟାଧିପ ଅଷ୍ଟମସ୍ଥ ଯୋଗୁ ସହକର୍ମୀଙ୍କ ସହ ସମ୍ପର୍କହାନି ଘଟିପାରେ। ଆଜିର ଯାତ୍ରା ପ୍ରୀତିପ୍ରଦ ରହିବା ସାଙ୍ଗକୁ ଖର୍ଚ୍ଚ ପରିମାଣ ବୃଦ୍ଧି ମନସ୍ତାପର କାରଣ ହେବ। ଦୀର୍ଘଦିନର ବନ୍ଧୁଟି ପରିସ୍ଥିତି ଚାପରେ ପଡି ଦୂରେଇ ଯିବାର ସୂଚନା ରହିଛି। ପଡ଼ୋଶୀଙ୍କ ପ୍ରେରଣାରେ ସତ୍‌ସଙ୍ଗ ଓ ଆଧ୍ୟାତ୍ମିକ କାର୍ଯ୍ୟରେ ରୁଚି ବଳିପାରେ।
ମିଥୁନ
ମିଥୁନ
ଧନାଧିପତି କେନ୍ଦ୍ରସ୍ଥ ଯୋଗୁ ଆଜି ଯେଉଁ କାମରେ ହାତ ଦେବେ ସେଥିରେ ସଫଳତା ଅବଶ୍ୟମ୍ଭାବୀ। ସେବାମନୋବୃତ୍ତି କାରଣରୁ ସାଙ୍ଗ ସାଥୀ ମେଳରେ ବେଶି ସମୟ କାଟିପାରନ୍ତି। ଆଜିର ଫେରିବା ବାଟରୁ କିଛି ନୂଆ ଜିନିଷ ଘରକୁ ଆଣି ପାରନ୍ତି। ପାରିବାରିକ କ୍ଷେତ୍ରରେ ବିଳାସ ପ୍ରାଚୁର୍ଯ୍ୟ ମଧ୍ୟରେ ସମୟ ଅତିବାହିତ ହୋଇପାରେ।
କର୍କଟ
କର୍କଟ
ଚତୁର୍ଥାଧିପ ଶୁକ୍ର ଏକାଦଶସ୍ଥ ଆପଣଙ୍କ ଲୋକପ୍ରିୟତାକୁ ବୃଦ୍ଧି କରିବା ସହ ସାମାଜିକ ସମ୍ମାନ ପ୍ରଦାନ କରିବ। ଆଜି ଆପଣ ପ୍ରତ୍ୟେକ କାମରେ, ବିବାଦରେ, ପ୍ରତିଯୋଗିତାରେ ମଧ୍ୟ ସଫଳତା ପାଇପାରନ୍ତି। ଅନ୍ୟମନସ୍କ ରହୁଥିବା କାରଣରୁ ବଜାର ସଉଦା କିଣିବାରେ ସତର୍କ ନ ହେଲେ ଠକାମିରେ ପଡିପାରନ୍ତି।
ସି˚ହ
ସି˚ହ
ରାଶିରେ ପାପଗ୍ରହ କେତୁ ସହିତ ମଙ୍ଗଳ ଆପଣଙ୍କୁ ଉତ୍ତେଜିତ କରି ଅଶାନ୍ତି ରଖିପାରେ। ଆଜିର ଯାତ୍ରାରେ ଲକ୍ଷ୍ୟପୂରଣ ହେବା ସହ ବସ୍ତ୍ରଭୂଷଣ ପ୍ରାପ୍ତି ଏବଂ ବନ୍ଧୁମିଳନ ଘଟିବ। ପାରସ୍ପରିକ ଆଲୋଚନା ମାଧ୍ୟମରେ ପାରିବାରିକ ସମସ୍ୟାର ସମାଧାନ ଘଟିବାର ଆଶା ରହିଛି। ସାମୟିକଭାବରେ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତିତ ରହିପାରନ୍ତି।
କନ୍ୟା
କେନ୍ଦ୍ରସ୍ଥ ଚନ୍ଦ୍ର ଓ ଭାଗ୍ୟଭାବରେ ଶୁକ୍ର ଯୋଗୁ ମନ ଯେମିତି ଯାହା ଚାହୁଁଛି ଆଜି ତାହା ପାଇପାରିବେ। ଶନିଙ୍କ କୁପ୍ରଭାବରୁ ସନ୍ଦେହ ଓ ଭୁଲ୍‌ ବୁଝାମଣା ହେତୁ ପରିବାରରେ କ୍ରମାଗତ ଭାବେ ସମସ୍ୟା ଲାଗିରହିପାରେ। ବ୍ୟବସାୟ, ପରିବହନରେ ଲାଭବାନ୍‌ ହେବେ। ସ୍ନାୟବିକ ଦୁର୍ବଳତାର ଆଶଙ୍କାକୁ ଏଡି ହେବନାହିଁ।
ତୁଳା
ତୁଳା
ଗ୍ରହଙ୍କ ଅନୁକୂଳ ସ୍ଥିତିଜନିତ ସାମଗ୍ରିକ କ୍ଷେତ୍ରରେ ସଫଳତା ହାସଲ କରିବାର ସୌଭାଗ୍ୟ ଲାଭ କରିବେ। ଅର୍ଥ ସାଙ୍ଗକୁ ବିଶିଷ୍ଟବ୍ୟକ୍ତିଙ୍କ ଦ୍ୱାରା ସମ୍ମାନ, ସମ୍ବର୍ଦ୍ଧନା ପାଇପାରନ୍ତି। ସ୍ବାର୍ଥ ହାସଲ ନ ହୋଇପାରିବାରୁ ସମ୍ପର୍କୀୟମାନେ ସମାଲୋଚନା କରିବେ। ପରିବାର, ବାଣିଜ୍ୟ ବ୍ୟବସାୟ, ଯାତ୍ରା, କର୍ମାରମ୍ଭ ପାଇଁ ଦିନଟି ଶୁଭପ୍ରଦ ରହିବ।
ବିଛା
ବିଛା
କୋଣଭାବସ୍ଥ ବଳହୀନ ଶନିଙ୍କ ପ୍ରଭାବରୁ ସନ୍ତାନଙ୍କ ସମସ୍ୟା ସାଙ୍ଗକୁ ଅର୍ଥସଙ୍କଟ ଓ କର୍ମକ୍ଷେତ୍ରରେ ବିବାଦର ଆଶଙ୍କା ରହିଛି। କିନ୍ତୁ ଗଜକେଶରୀ ଯୋଗଜନିତ ସାମାଜିକ ସ୍ତରରେ ଆପଣଙ୍କ ସ୍ଥିତି ବେଶ୍‌ ଉନ୍ନତ ରହିବ। ଆନୁଷ୍ଠାନିକ କ୍ଷେତ୍ରରେ ବିଶିଷ୍ଟବ୍ୟକ୍ତିଙ୍କ ସଙ୍ଗଲାଭରୁ ଉଚ୍ଚ ସମ୍ମାନ ଓ ବସ୍ତ୍ରଭୂଷଣ ପ୍ରାପ୍ତି ଯୋଗ ରହିଛି।
ଧନୁ
ଧନୁ
ରବି ଓ ବୃହସ୍ପତିଙ୍କ ସଂଯୋଗ ପ୍ରଭାବରୁ କାର୍ଯ୍ୟସିଦ୍ଧି, ବନ୍ଧୁଦର୍ଶନରେ ଖୁସି ରହିବେ। ପଡ଼ୋଶୀଙ୍କ ଆଭ୍ୟନ୍ତରୀଣ ବ୍ୟାପାରରେ ମୁଣ୍ଡ ପୂରାଇଲେ ଅପଦସ୍ଥ ହେବାକୁ ପଡ଼ିପାରେ। ହୋଟେଲ, ରେଷ୍ଟୁରାଣ୍ଟ, ବାଣିଜ୍ୟ ପ୍ରଭୃତିରେ ଲାଭାବନ୍‌ ହେବେ। ଦୀର୍ଘଦିନର ପରିକଳ୍ପିତ ନୂତନ କାମଟିଏ ଆରମ୍ଭ କରି ଆତ୍ମତୃପ୍ତି ଲାଭ କରିପାରନ୍ତି।
ମକର
ମକର
କର୍ମାଧିପତିଙ୍କ ଶୁଭତ୍ୱରୁ କର୍ମକ୍ଷେତ୍ର ପ୍ରଶସ୍ତ ରହିଲେ ମଧ୍ୟ ପାରିବାରିକ ସ୍ଥିତି ଭଲ ରହି ନ ପାରେ। ପ୍ରଶାସନିକ ସ୍ତରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇ ଅଧସ୍ତନ କର୍ମଚାରୀଙ୍କ ପ୍ରିୟଭାଜନ ହେବେ। ଈର୍ଷାପରାୟଣ ବ୍ୟକ୍ତି ଶତ୍ରୁତା କରି କାର୍ଯ୍ୟରେ ପ୍ରତିରୋଧ ଘଟାଇପାରନ୍ତି। ଆର୍ଥିକ ଉନ୍ନତି ସହ ଅତିଥି ଚର୍ଚ୍ଚା, ଦୂରଯାତ୍ରା, ଆଇନ ଅଦାଲତ ପ୍ରଭୃତିରେ ସଫଳତା ମିଳିବ।
କୁମ୍ଭ
କୁମ୍ଭ
କର୍ମାଧିପତିଙ୍କ ଅଶୁଭତ୍ୱ ସାଙ୍ଗକୁ ଶନି ଓ ରାହୁଙ୍କ ସ୍ଥିତିଜନିତ ଉଦ୍ୟମ ସଫଳରେ ପ୍ରତିବନ୍ଧକ ଆସିବ। ଆଧ୍ୟାତ୍ମିକ ଗ୍ରହ ଶନି ସତ୍‌ସଙ୍ଗର ସାନ୍ନିଧ୍ୟ ଲାଭର ସୁଯୋଗ ଦେବେ। ଗୃହନିର୍ମାଣ, ଯାନ୍ତ୍ରିକ ଜିନିଷର ମରାମତି ଏବଂ ଗୃହୋପକରଣ କ୍ରୟ କରିବେ। ସାହିତ୍ୟ, ସାମ୍ବାଦିକତା ଏବଂ ସାଂସ୍କୃତିକ କାର୍ଯ୍ୟରେ ସୁଫଳ ପାଇବେ।
ମୀନମୀନ

ଗ୍ରହମାନଙ୍କ ଶୁଭସଂସ୍ଥାନଜନିତ ଯାତ୍ରା, ଶିଳ୍ପ, ବାଣିଜ୍ୟ, ପରିବହନ ପାଇଁ ଦିନଟି ଭଲ। କିନ୍ତୁ ରାଶିରେ ଶନିଙ୍କ କୁପ୍ରଭାବରୁ ପ୍ରତ୍ୟେକ କ୍ଷେତ୍ରରେ ଆଳସ୍ୟ ଓ ଅବହେଳା ଲାଗିରହିବ। ବନ୍ଧୁଙ୍କ ମାଧ୍ୟମରେ ନିଖୋଜ ବ୍ୟକ୍ତି, ଚୋରି ଜିନିଷର ଖବର ପାଇପାରନ୍ତି। କେତେକ କ୍ଷେତ୍ରରେ ନିଜର ଅସହାୟତା ପ୍ରକାଶ କରି ଲଜ୍ଜିତ ହେବେ।


Enter your email to get our daily news in your inbox.

All Right Reserved By Dharitri.Com

Posted inRasifala View All

ରାଶିଫଳ: ସୋମବାର, ମାର୍ଚ୍ଚ ୩୦ ତାରିଖ – Daily Horoscope

ମେଷ ସକାଳୁ ବନ୍ଧୁଙ୍କ ମାଧ୍ୟମରେ ଶୁଭଖବର ପାଇ ଖୁସି ହେବେ। ଟେନ୍ସନ କାରଣରୁ ଆଜି କୌଣସି କାମ କରିବାକୁ ଆଦୈା ଇଚ୍ଛା ହେବନାହିଁ। ପଡ଼ୋଶୀଙ୍କ ସହାୟତାରେ ବ୍ୟବସାୟ…

ରାଶିଫଳ: ରବିବାର, ମାର୍ଚ୍ଚ ୨୯ ତାରିଖ – Daily Horoscope

ମେଷ ଆଜିର ଅନୁକୂଳ ଗ୍ରହସ୍ଥିତି ପ୍ରଭାବରେ ଜୀବନଚର୍ଯ୍ୟା ସୁନ୍ଦର ରହିବ। ରାଶ୍ୟାଧିପ ମଙ୍ଗଳଙ୍କ ଏକାଦଶସ୍ଥ ସ୍ଥିତିଜନିତ ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ। ଅଶ୍ୱିନୀ ନକ୍ଷତ୍ର ସକାଶେ ସମସ୍ୟାଗୁଡ଼ିକ…

ରାଶିଫଳ: ଶନିବାର, ମାର୍ଚ୍ଚ ୨୮ ତାରିଖ – Daily Horoscope

ମେଷ ସ୍ବରାଶିସ୍ଥ ଚନ୍ଦ୍ରଙ୍କ ପ୍ରଭାବରେ ପାରିବାରିକ ପରିସ୍ଥିତି ଶାନ୍ତ, ସୁନ୍ଦର ଏବଂ ମଧୁମୟ ରହିବ। ଅଶ୍ୱିନୀ ନକ୍ଷତ୍ର ଆକସ୍ମିକ ଭାବରେ ସମସ୍ୟାରେ ଛନ୍ଦି ହୋଇପାରନ୍ତି। ଅବଶ୍ୟ ଆଜିର…

ରାଶିଫଳ: ଶୁକ୍ରବାର, ମାର୍ଚ୍ଚ ୨୭ ତାରିଖ – Daily Horoscope

ମେଷ ଶୁଭଗ୍ରହ ତୃତୀୟସ୍ଥ ଯୋଗୁ ବନ୍ଧୁଙ୍କ ମାଧ୍ୟମରେ ପାରିବାରିକ ଅସଙ୍ଗତୀ ଦୂର କରିବାରେ ସାହାଯ୍ୟ କରିବେ। ଆଜିର ଯାତ୍ରା, ସରକାରୀ କର୍ମଚାରୀଙ୍କୁ ସାକ୍ଷାତ, ବାଣିଜ୍ୟ ପାଇଁ ଦିନଟି…

ରାଶିଫଳ: ଗୁରୁବାର, ମାର୍ଚ୍ଚ ୨୬ ତାରିଖ – Daily Horoscope

ମେଷ ଆଜିର ଗୁରୁଚାନ୍ଦ୍ରୀ ଯୋଗ ଭାଗ୍ୟସ୍ଥାନ ପ୍ରତି ଦୁଷ୍ଟିସମ୍ବନ୍ଧ ଯୋଗୁ ନୂତନ କର୍ମାରମ୍ଭ ସହ ପାରିବାରିକ ସୁଖଶାନ୍ତି ଅନୁଭବ କରିବେ। ସକାଳୁ ବନ୍ଧୁଙ୍କ ସହ ସୁଖଭ୍ରମଣ ଯୋଗ…

ରାଶିଫଳ: ବୁଧବାର, ମାର୍ଚ୍ଚ ୨୫ ତାରିଖ – Daily Horoscope

ମେଷ ଆଜି ଚନ୍ଦ୍ରଙ୍କ ପ୍ରତି ମଙ୍ଗଳଙ୍କ ପ୍ରତ୍ୟକ୍ଷଦୃଷ୍ଟି ପ୍ରଭାବରେ କାର୍ଯ୍ୟ ହାସଲ କରିବେ। ରାହୁଙ୍କ ପ୍ରଭାବଜନିତ ପଡ଼ୋଶୀ ପ୍ରତିବାଦ କରିପାରନ୍ତି। ପାରିବାରିକ ସହମତି ସଙ୍ଗକୁ ବନ୍ଧୁମାନଙ୍କ ସହଯୋଗ…

ରାଶିଫଳ:ମଙ୍ଗଳବାର , ମାର୍ଚ୍ଚ ୨୪ ତାରିଖ – Daily Horoscope

ମେଷ ଧନଭାବସ୍ଥ ଚନ୍ଦ୍ର ପ୍ରଭାବରେ ଆଜି ପାରିବାରିକ ସ୍ଥିତି, କର୍ମକ୍ଷେତ୍ର ଓ ଅର୍ଥ ସମ୍ପର୍କ ଭଲ ରହିବ। ମିତ୍ରମାନେ ପ୍ରଶଂସା ଗାଇ କାମ ହାସଲର ଅପଚେଷ୍ଟା କରିପାରନ୍ତି।…

ରାଶିଫଳ:ସୋମବାର , ମାର୍ଚ୍ଚ ୨୩ ତାରିଖ – Daily Horoscope

ମେଷ ବନ୍ଧୁଙ୍କ ଦ୍ୱାରା ଆହୂତ ଆନୁଷ୍ଠାନିକ କାମରେ ମନୋନିବେଶ କରି ପ୍ରଶଂସିତ ହେବେ। ଆତ୍ମୀୟଙ୍କ ସହିତ ଦର୍ଶନୀୟ ସ୍ଥାନ ଭ୍ରମଣ ହେତୁକ କ୍ଳାନ୍ତି ଓ ଅବସାଦ ଦେଖାଦେଇପାରେ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri