ପ୍ରତିଶ୍ରୁତି ପାଣିର ଗାର, ବେସାହାରା ପରିବାର

ଭବାନୀପାଟଣା,୧୫।୪(ସ୍ବ.ପ୍ର.): କଳାହାଣ୍ଡି ଜିଲା ଜୟପାଟଣା ବ୍ଲକ ବଡ଼ପୁଝାରିଗୁଡା ପଞ୍ଚାୟତ ବତାସୀଗୁଡା ଗ୍ରାମର ସ୍ବର୍ଗତ ମଦନ ମାଝିଙ୍କ ପରିବାର ଏବେ ଦୁର୍ବିସହ ଜୀବନଯାପନ କରୁଛନ୍ତି। କେନ୍ଦୁଲିଭରେ କାମ କରି ପରିବାରକୁ ରୋଜଗାର ଯୋଗାଉ ଥିବା ମଦନଙ୍କ ଅକାଳ ବିୟୋଗ ପରେ ପରିବାର ଲୋକେ ଦୁଇ ଓଳି ଦୁଇ ମୁଠା ଖାଇବାରୁ ବଞ୍ଚତ୍ତ ହେଉଥିବା ଜଣାପଡିଛି। ମଦନଙ୍କ ମୃତ୍ୟୁ ପରେ ବିଭାଗୀୟ ଅଧିକାରୀଙ୍କ ପକ୍ଷରୁ ତାଙ୍କ ପରିବାରକୁ ୭ ଲକ୍ଷ ଟଙ୍କା ଆର୍ଥିକ ସହାୟତା ରାଶି ପ୍ରଦାନ ସହ ତାଙ୍କ ପୁଅ କିମ୍ବା ଝିଅଙ୍କୁ କେନ୍ଦୁପତ୍ର ଅଫିସ କାର୍ଯ୍ୟରେ ସ୍ଥାୟୀ ନିଯୁକ୍ତି ପ୍ରତିଶ୍ରୁତି ଦେଇଥିବା ପରିବାର ଲୋକେ କହିଛନ୍ତି। କିନ୍ତୁ ଦୀର୍ଘ ସମୟ ହୋଇଥିଲେ ସୁଦ୍ଧା ତାଙ୍କୁ ସହାୟତା ରାଶି କିମ୍ବା କାହାକୁ ନିଯୁକ୍ତି ଦିଆଯାଇ ନାହିଁ। ସୂଚନା ଅନୁଯାୟୀ ଲଡୁଗାଁ କେନ୍ଦୁପତ୍ର ରେଞ୍ଜ ଜୟପାଟଣା ସେକ୍ସନ ଅଧୀନ ଘୁଟ୍ରୁନାଗଫେଣି, ଏକଟାଗୁଡା, ସାନପୁଝାରିଗୁଡା ପାହାଡ଼ରେ ସ୍ବର୍ଗତ ମଦନ ଦୀର୍ଘ ବର୍ଷ ଧରି କେନ୍ଦୁପତ୍ର ବନ୍ଦେଇ ଚେକର ଭାବେ କାମ କରୁଥିଲେ। ପରିବାର କହିଲେ ତାଙ୍କ ବୁଢ଼ୀ ମା’ ଡାଲିମ୍ବ, ସ୍ତ୍ରୀ ବାଳ, ଝିଅ ତିଳୋତ୍ତମା, ବଡ଼ ପୁଅ ନୋବାସ ଓ ସାନ ପୁଅ ଜଗନ୍ନାଥ। କେନ୍ଦୁଲିଭରେ କାମ କରି ମାସକୁ ମିଳୁଥିବା ୧୨ ହଜାର ଟଙ୍କାରେ ସୁଖଦୁଃଖରେ ପରିବାର ଚଳି ଯାଉଥିଲା। ଝିଅ ତିଳୋତ୍ତମା ଓ ନୋବାସ ଯୁକ୍ତ ୨ ଓ ସାନ ପୁଅ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ପଢ଼ିଛନ୍ତି। ୨୦୨୨ ଜୁନ ୨୧ ତାରିଖରେ ଦିନ କାମ କରି ଘରକୁ ଫେରିବା ସମୟରେ ଚାଚିଗୁଡାଗାଁର ଦାସପଡା ଲିଫ୍ଟ କେନାଲ ନିକଟରେ ଏକ ଅଜଣା ଗାଡି ଧକ୍କାରେ ମଦନ ଗୁରୁତର ହୋଇଥିଲେ। ତାଙ୍କୁ କୋକସରା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ଅବସ୍ଥା ସାଂଘାତିକ ହେବାରୁ ଭବାନୀପାଟଣା ମୁଖ୍ୟ ଚିକିତ୍ସାଳୟ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏ ନେଇ ପରିବାର ଲୋକ ବାରମ୍ବାର ଜୟପାଟଣା ରେଞ୍ଜ ଅଫିସ ଓ ଭବାନୀପାଟଣା ଡିଏଫଓ ଅଫିସ ଦୌଡ଼ି ନିରାଶ ହେଲେ ସୁଦ୍ଧା କିଛି ସୁଫଳ ମିଳି ନାହିଁ। କେବଳ ପ୍ରତିଶ୍ରୁତି ଉପରେ ପ୍ରତିଶ୍ରୁତି ମିଳୁଥିବା ମଦନଙ୍କ ସ୍ତ୍ରୀ ବାଳ ମାଝି କହିଛନ୍ତି। ଫଳରେ ୨ ପୁଅ ଓ ଝିଅର ପାଠପଢ଼ା ଅଧାରୁ ବନ୍ଦ ରହିଛି। ଅନ୍ୟପକ୍ଷରେ କେନ୍ଦୁଲିଭରେ ନିଯୁକ୍ତି ଦେବା ବିଭାଗ କର୍ମଚାରୀ ପାଇଁ ଲାଞ୍ଚ ମାଗୁଥିବା ଭଳି ସଙ୍ଗୀନ ଅଭିଯୋଗ କରିଛନ୍ତି ମଦନଙ୍କ ଝିଅ। ଏ ଦିଗରେ ଏକ ଉଚ୍ଚସ୍ତରୀୟ ତଦନ୍ତ ସହ ପରିବରକୁ ନ୍ୟାୟ ପ୍ରଦାନ ପାଇଁ ସାଧାରଣରେ ଦାବି ଉଠିଛି। ଏ ନେଇ ଜୟପାଟଣା କେନ୍ଦୁପତ୍ର ରେଞ୍ଜରଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ଏହା ମୋର ସମୟର ଘଟଣା ନୁହେଁ। ତାଙ୍କ ପରିବାରର ବଡ଼ ପୁଅଙ୍କୁ କେନ୍ଦୁପତ୍ର ମୁନସି ଭାବେ କାର୍ଯ୍ୟ କରିବାକୁ କହୁଛି, କିନ୍ତୁ ସେ ମୋ ବାପାଙ୍କ କାମ ଦିଆଯାଉ ବୋଲି କହୁଛନ୍ତି ବୋଲି କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପୁଣି ଟ୍ରେନ୍‌ ଟିକେଟ ବୁକିଂ ନିୟମ ବଦଳାଇଲା IRCTC, ଯାତ୍ରା କରିବାକୁ ଥିଲେ ଜାଣି ନିଅନ୍ତୁ…

ନୂଆଦିଲ୍ଲୀ,୩୦।୧୨: ଭାରତୀୟ ରେଳବାଇ ଆଧାର-ଯାଞ୍ଚ ହୋଇଥିବା IRCTC ଆକାଉଣ୍ଟ୍ ଧାରୀମାନଙ୍କ ପାଇଁ ବଡ଼ ରାହତ ଘୋଷଣା କରିଛି। ଆଡ଼ଭାନ୍ସ ରିଜର୍ଭେସନ୍ ପିରିଅଡ୍ (ARP)ର ପ୍ରଥମ ଦିନରେ...

ମହିଳାକୁ ହତ୍ୟା ଅଭିଯୋଗ, ପୋଲିସର ତନାଘନା

ଗୋପାଳପୁର,୩୦ା୧୨(ନବୀନ ରାଜ ଆଚାରୀ): ଗୋଳନ୍ଥରା ଥାନା ଅଞ୍ଚଳରେ ସୋମବାର ବିଳମ୍ବିତ ରାତିରେ ଜଣେ ମହିଳାଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଫାସୀନୂଆପଡା ଗ୍ରାମରେ...

ସୁରୁଖୁରୁରେ ଧାନକିଣାକୁ ଗୁରୁତ୍ୱ ଚାଷୀ, ସମବାୟ ଓ ଯୋଗାଣ ବିଭାଗ ଅଧିକାରୀଙ୍କୁ ନେଇ ବୈଠକ

ଛତ୍ରପୁର,୩୦ା୧୨(ଦିଲୀପ ସାମଲ): ଚଳିତ ବର୍ଷ ଜିଲାରେ ଧାନକିଣା ସୁରୁଖୁରୁରେ କରିବା ପାଇଁ ମଙ୍ଗଳବାର ଚାଷୀ, ସମବାୟ ଓ ଯୋଗାଣ ବିଭାଗର ଅଧିକାରୀମାନଙ୍କୁ ନେଇ ତ୍ରିପାକ୍ଷିକ ବୈଠକ...

ଆର୍‌ସିବିକୁ ବଡ଼ ଝଟ୍‌କା, ଏହି କାରଣରୁ ଖେଳିବେ ନାହିଁ…

ନୂଆଦିଲ୍ଲୀ, ୩୦।୧୨: ମହିଳା ପ୍ରିମିଅର୍ ଲିଗ୍ (WPL) ୨୦୨୬ ଆରମ୍ଭ ହେବାକୁ ମାତ୍ର କିଛି ଦିନ ବାକି ଥିବାବେଳେ ରୟାଲ୍ ଚ୍ୟାଲେଞ୍ଜର୍ସ ବେଙ୍ଗଲୁରୁ (RCB) ଟିମ୍‌କୁ...

ରାଜ୍ୟସ୍ତରୀୟ ଟାଏକୋଣ୍ଡୋରେ ସଫଳତା: ଛୁଟୁଛି ଶୁଭେଚ୍ଛାର ସୁଅ

ରାଇକିଆ,୩୦ା୧୨ (ପ୍ରଦୀପ ବେହେରା): କନ୍ଧମାଳ ଜିଲା ରାଇକିଆ ସେଣ୍ଟ କ୍ୟାଥରିନ ବିଦ୍ୟାଳୟରଛାତ୍ରୀଛାତ୍ରମାନେ ରାଜ୍ୟସ୍ତରୀୟ ଟାଏକୋଣ୍ଡୋ କ୍ରୀଡ଼ାରେ ସଫଳତା ଅର୍ଜନ କରିଛନ୍ତି। ଭଦ୍ରକ ଠାରେ ଅନୁଷ୍ଠିତ ୩ଦିନିଆ...

କଳାହାଣ୍ଡି ଉତ୍ସବ ଲାଗି ପ୍ରସ୍ତୁତି ବୈଠକକୁ ନେଇ ପ୍ରଶ୍ନବାଚୀ: ଅନୁପସ୍ଥିତ ରହିଲେ ଉପରିସ୍ଥ ଅଧିକାରୀ, ଜାନୁଆରୀ ୯ରେ…

ଥୁଆମୂଳ ରାମପୁର,୩୦।୧୨(ଦୁର୍ଗା କୀର୍ତ୍ତି): ଆସନ୍ତା ୨୮ତମ କଳାହାଣ୍ଡି ଉତ୍ସବ ’ଘୁମୁରା-୨୦୨୬’ ଅବସରରେ ମାହୁଲପାଟଣା ସ୍ଥିତ ଇନ୍ଦ୍ରାବତୀ ଜଳଭଣ୍ଡାରର କେନ୍ଦୁଗୁଡ଼ା ଘାଟଠାରେ ଆୟୋଜିତ ହେବାକୁ ଥିବା ପାରମ୍ପରିକ...

ଟିମ୍‌ ଇଣ୍ଡିଆକୁ ଫେରିପାରନ୍ତି ମହମ୍ମଦ ସାମି: ବିଶ୍ୱକପ୍ ପୂର୍ବରୁ ବଦଳିପାରେ ଚୟନକର୍ତ୍ତାଙ୍କ ନିଷ୍ପତି

ମୁମ୍ବାଇ,୩୦।୧୨: ଅଭିଜ୍ଞ ଦ୍ରୁତ ବୋଲର ମହମ୍ମଦ ସାମିଙ୍କୁ ନେଇ ବିସିସିଆଇ ଚୟନକର୍ତ୍ତା ଏକ ବଡ଼ ନିଷ୍ପତ୍ତି ନେବାକୁ ଯାଉଛନ୍ତି। ଫିଟ୍‌ନେସ୍‌ ଏବଂ ବୟସକୁ ନେଇ ଚାଲିଥିବା...

ରାସ୍ତାକଡ଼ରେ ପଡ଼ିଛି ନବଜାତ ଶିଶୁପୁତ୍ରର ମୃତଦେହ, କିଏ-କାହିଁକି ଫିଙ୍ଗି…

ରାୟଗଡ଼ା,୩୦।୧୨(ଆଶିଷ ରଞ୍ଜନ ପଣ୍ଡା)- ରାୟଗଡ଼ା ସହର ମହିଳା ମହାବିଦ୍ୟାଳୟ ପାର୍ଶ୍ୱ ଗଳିରେ ରିଙ୍ଗ ରୋଡକୁ ସଂଯୋଗ କରୁଥିବା ରାସ୍ତାକଡ଼ରେ ଏକ ନବଜାତ ଶିଶୁପୁତ୍ର ମୃତଦେହ ପଡ଼ିଥିବା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri