ଅନିଶ୍ଚିତତାରେ ଆଶାୟୀ

ଭୁବନେଶ୍ୱର,୨୫ା୯(ବ୍ୟୁରୋ):କରୋନା ସଂକ୍ରମଣ କେବଳ ସ୍ବାସ୍ଥ୍ୟ ନୁହେଁ, ଜୀବିକା ଉପରେ ମଧ୍ୟ ପ୍ରଭାବ ପକାଇଛି। ସରକାରୀ ଓ ବେସରକାରୀ କ୍ଷେତ୍ରର ନିଯୁକ୍ତି ସୁଯୋଗ ଛଡ଼ାଇ ନେଇଛି। କରୋନା ସଙ୍କଟ ପାଇଁ ରାଜ୍ୟ ସରକାର ଆସନ୍ତା ୨ବର୍ଷ ଲାଗି ଖର୍ଚ୍ଚକାଟ କରିବା ସହିତ କୌଣସି ନୂତନ ନିଯୁକ୍ତି, ଠିକା ନିଯୁକ୍ତି ନ କରିବାକୁ ସମସ୍ତ ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି। ଏହାଦ୍ୱାରା ସରକାରୀ ନିଯୁକ୍ତି ଏକ ପ୍ରକାର ସ୍ଥାଣୁ ହୋଇଯାଇଛି। ଅନ୍ୟ ପକ୍ଷରେ ଶିଳ୍ପ, ଖଣି, କୃଷି ଓ ଆନୁଷଙ୍ଗିକ କ୍ଷେତ୍ର ଏବଂ ଘରୋଇ ସଂସ୍ଥା ଆଦି ପ୍ରଭାବିତ ହେଉଥିବାରୁ ଏସବୁ କ୍ଷେତ୍ରରେ ନିଯୁକ୍ତି ଆଶା ମଧ୍ୟ ସଙ୍କୁଚିତ ହେବାରେ ଲାଗିଛି। ରାଜ୍ୟରେ ବେକାରି ସମସ୍ୟା ଆହୁରି ଉଗ୍ର ଆକାର ଧାରଣ କରିବା ନେଇ ଆଶଙ୍କା ଦେଖାଦେଇଛି। ଏପରି ସ୍ଥଳେ ଶିକ୍ଷିତ ବେକାର ଯୁବତୀଯୁବକ ନିଜର ଭବିଷ୍ୟକୁ ନେଇ ସନ୍ଦିହାନ ହୋଇପଡିଛନ୍ତି। ଗତ ୬ ମାସ ହେବ ରାଜ୍ୟ କିମ୍ବା କେନ୍ଦ୍ର ସରକାର ଗୋଟିଏ ହେଲେ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିନାହାନ୍ତି। ଯେଉଁ ପରୀକ୍ଷା ମାର୍ଚ୍ଚରେ ହୋଇଥିଲା ତାହାର ମଧ୍ୟ ଫଳାଫଳ ଘୋଷଣା କରୁନାହାନ୍ତି। ଏଭଳି ପରିସ୍ଥିତିରେ ନିଜର ଭବିଷ୍ୟତକୁ ନେଇ ଉଚ୍ଚଶିକ୍ଷିତ ବେକାରିମାନେ ଅନିଶ୍ଚିତ ହୋଇପଡିଛନ୍ତି।
ଶ୍ରମ ଓ କର୍ମଚାରୀ ବୀମା ବିଭାଗରୁ ମିଳିଥିବା ସୂଚନା ଅନୁଯାୟୀ ୨୦୨୦ ଅଗଷ୍ଟ ଶେଷ ସୁଦ୍ଧା ରାଜ୍ୟରେ ୧୨ ଲକ୍ଷ ୧୫ ହଜାର ୮୦୩ ଜଣ ବେକାର ଯୁବତୀଯୁବକ ଚାକିରି ପାଇଁ ବିଭିନ୍ନ ଶ୍ରମ ଓ ନିୟୋଜନ କାର୍ଯ୍ୟାଳୟରେ ନାମ ପଞ୍ଜୀକୃତ କରିଛନ୍ତି। କରୋନା ଯୋଗୁ ଗତ ୬ ମାସ ହେବ ନାମ ପଞ୍ଜୀକରଣ କରାଯାଇ ପାରିନାହିଁ। ଏହି ସଂଖ୍ୟା ଆହୁରି ବଢିବା ସମ୍ଭାବନା ରହିଛି। ବେସରକାରୀ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ଶିକ୍ଷିତ ବେକାରଙ୍କ ସଂଖ୍ୟା ୧୫ ଲକ୍ଷରୁ ଊର୍ଦ୍ଧ୍ୱ। ଏବେ ସୁଦ୍ଧା ଓଡ଼ିଶାରେ ବେକାରି ସଂଖ୍ୟା ପ୍ରାୟ ୨୪ ପ୍ରତିଶତରେ ପହଞ୍ଚିଛି। ଯାହାକି ଜାତୀୟ ହାର ଠାରୁ ଅଧିକ। ସର୍ବଭାରତୀୟ ସ୍ତରରେ ବେକାରି ହାର ୨୩.୫ ପ୍ରତିଶତ ରହିଛି। ରୋଗ ସଂକ୍ରମଣ ବଢି ଚାଲିଥିବାରୁ ଆସନ୍ତା ୨ ବର୍ଷ ମଧ୍ୟରେ ରାଜ୍ୟରେ ଆହୁରି ପ୍ରାୟ ୮ ଲକ୍ଷ ଶିକ୍ଷିତ କେକାରି ସୃଷ୍ଟି ହେବାର ସମ୍ଭାବନା ରହିଛି। କରୋନା ଯୋଗୁ ରାଜ୍ୟର ଆର୍ଥିକ ସ୍ଥିତି ଦୁର୍ବଳ ହେବାରେ ଲାଗିଛି। ସରକାର ଜରୁରୀ ଖର୍ଚ୍ଚ ବ୍ୟତୀତ ଅନ୍ୟାନ୍ୟ ଉନ୍ନତିମୂଳକ କାର୍ଯ୍ୟ ଓ ନୂତନ ନିଯୁକ୍ତି ଉପରେ ରୋକ୍‌ ଲଗାଇଛନ୍ତି। ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ବ୍ୟତୀତ କୌଣସି ବିଭାଗ ନୂତନ ପଦବୀ ସୃଷ୍ଟି କରି ପାରିବେ ନାହିଁ। ଯଦି ଜରୁରୀ ପରିସ୍ଥିତିରେ ପଦବୀ ସୃଷ୍ଟି କରିବା ଆବଶ୍ୟକ ପଡିବ ତେବେ ଅର୍ଥ ବିଭାଗର ଅନୁମତି ନେବାକୁ ପଡିବ। ୫ ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଖାଲିପଡିଥିବା ପଦବୀଗୁଡିକ ଉଚ୍ଛେଦ ହେବ। କୋଣସି ପ୍ରକାର ଠିକା, ଆଉଟସୋର୍ସ କିମ୍ବା ଅବସରପ୍ରାପ୍ତ କର୍ମଚାରୀଙ୍କ ନିଯୁକ୍ତି ଉପରେ କଟକଣା ଜାରି କରାଯାଇଛି। ଅର୍ଥ ବିଭାଗ ସମସ୍ତ ବିଭାଗକୁ ଏଭଳି ଆଦେଶନାମା ଜାରି କରିସାରିଛି।
ମିଳିଥିବା ସୂଚନା ଅନୁଯାୟୀ ରାଜ୍ୟରେ ପ୍ରାୟ ଦେଢ଼ଲକ୍ଷ ସରକାରୀ ପଦବୀ ଖାଲି ପଡିଛି। ସେହି ପଦବୀଗୁଡ଼ିକୁ ପୂରଣ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିର୍ଦ୍ଦେଶ ଦେଇଥିଲେ। ପର୍ଯ୍ୟାୟ କ୍ରମେ ବିଭିନ୍ନ ବିଭାଗରେ ନିଯୁକ୍ତି ଜାରି ରହିଥିଲା। ତେବେ ୨୦୨୦ ମାର୍ଚ୍ଚ ପରଠାରୁ ସମସ୍ତ ସରକାରୀ ନିଯୁକ୍ତି ବନ୍ଦ ହୋଇଯାଇଛି। ସରକାରୀ ଚାକିରିକୁ ଭରସା କରି ପ୍ରସ୍ତୁତ ହେଉଥିବା ଯୁବତୀଯୁବକମାନେ ସରକାରଙ୍କ ଘୋଷଣା ପରେ ନିଜର ଅନିଶ୍ଚିତ ଭବିଷ୍ୟତକୁ ନେଇ ଚିନ୍ତାରେ ପଡିଛନ୍ତି। ଏମ୍‌ଟେକ ଛାତ୍ର ସତ୍ୟଜିତ୍‌ ନାୟକ କହିଛନ୍ତି, ଘର ପରିସ୍ଥିତି ଖରାପ। ଗତ ଦୁଇବର୍ଷ ହେବ ଉଚ୍ଚଶିକ୍ଷା ନ କରି ଚାକିରି ପାଇଁ ପ୍ରସ୍ତୁତି ଚଳାଇଛି। କରୋନା ପରେ ଅର୍ଥାତ୍‌ ମାର୍ଚ୍ଚରୁ କୌଣସି ନୂତନ ନିଯୁକ୍ତି ପାଇଁ ବିଜ୍ଞାପନ ବାହାରୁ ନାହିଁ। ଯେଉଁ ପଦବୀ ପାଇଁ ପରୀକ୍ଷା ହୋଇଥିଲା ସେଗୁଡିକ ଫଳାଫଳ ମଧ୍ୟ ପ୍ରକାଶ ପାଉ ନାହିଁ। ୨୦୨୧ ମାର୍ଚ୍ଚ ଯାଏ ସରକାରୀ ନିଯୁକ୍ତି ପାଇଁ କୌଣସି ପଦବୀ ବାହାରିବାର ସମ୍ଭାବନା କମ୍‌। ଭବିଷ୍ୟତ କ’ଣ ହେବ ତାହା ଆମେ ଜାଣି ପାରୁ ନାହୁଁ ବୋଲି ସେ କହିଛନ୍ତି।
ରାଜ୍ୟ ଶ୍ରମ କମିଶନର ଏନ. ତିରୁମାଳା ନାୟକ କହିଛନ୍ତି, ରାଜ୍ୟରେ ନିଯୁକ୍ତି ସୁଯୋଗ ବଢ଼ାଇବା ଲାଗି ଯୋଜନା କରାଯାଇଛି। କେତେକ ସଂସ୍ଥା ସହ ଏ ନେଇ ଏମ୍‌ଓୟୁ ହୋଇଛି। ପ୍ରାୟ ୫୦ ହଜାର ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ଲକ୍ଷ୍ୟ ରଖାଯାଇଛି। ଏହି କାର୍ଯ୍ୟକ୍ରମରେ ବୈଷୟିକ ଶିକ୍ଷା ଏବଂ ଅନ୍ୟାନ୍ୟ ସାଧାରଣ ଶିକ୍ଷା ଗ୍ରହଣ କରୁଥିବା ଛାତ୍ରୀଛାତ୍ରମାନଙ୍କୁ ନିଯୁକ୍ତି ପାଇଁ ପ୍ରଶିକ୍ଷଣ ଦିଆଯିବ।


Enter your email to get our daily news in your inbox.

All Right Reserved By Dharitri.Com

‘ଅତିରିକ୍ତ ଶୁଳ୍କ ଲଗାଇଲେ ସମ୍ପର୍କ ଖରାପ ହୋଇପାରେ, କାଥାବାର୍ତ୍ତା ମାଧ୍ୟମରେ…,’ ମେକ୍ସିକୋର ଟାରିଫକୁ ନେଇ ଭାରତ କହିଲା…

ନୂଆଦିଲ୍ଲୀ,୧୪।୧୨: ମେକ୍ସିକୋର କିଛି ଭାରତୀୟ ଉତ୍ପାଦ ଉପରେ ୫୦ ପ୍ରତିଶତ ପର୍ଯ୍ୟନ୍ତ ଶୁଳ୍କ ବୃଦ୍ଧି ନିଷ୍ପତ୍ତି ପରେ ଭାରତ ସରକାର କଠୋର ଆଭିମୁଖ୍ୟ ଗ୍ରହଣ କରିଛନ୍ତି।...

ଏଇ ଭାରତରେ

କୋଭିଡ୍‌ ମହାମାରୀ ସମୟରେ ଅନ୍‌ଲାଇନ ପଢ଼ାରେ ପିଲାମାନେ ଅଭ୍ୟସ୍ତ ହୋଇଯାଇଥିଲେ। ଘରେ ରହିଲେ ମଧ୍ୟ ପିଲାମାନେ ମୋବାଇଲ ଆସକ୍ତି ଛାଡ଼ି ପାରୁନାହାନ୍ତି। ପିଲାଙ୍କ ମାନସିକ ସ୍ଥିତି...

ପରିବେଶତନ୍ତ୍ରୀ

”ଆଜି ଯେଉଁଠି ପହଞ୍ଚଛି ସେଥିପାଇଁ ପ୍ରେରଣା ସ୍ଥାନୀୟ ଗ୍ରାମରୁ ପାଇଛି, ଯେଉଁଠି ଲୋକମାନେ ମୋ ସହ ଠିଆ ହୋଇଥିଲେ। ହେନ୍ତାଳବଣକୁ ନିଜର ଭାବି ପରିଷ୍କାର କରିବାରେ...

ପୂର୍ବତନ ଆଇଏଏସ ଅଧିକାରୀ ରାଜକୁମାର ଗୋଏଲ ହେବେ ମୁଖ୍ୟ ସୂଚନା କମିଶନର, ସୋମବାର ନେବେ ଶପଥ

ନୂଆଦିଲ୍ଲୀ,୧୪।୧୨: ଅବସରପ୍ରାପ୍ତ IAS ଅଧିକାରୀ ରାଜ କୁମାର ଗୋଏଲ ଦେଶର ପରବର୍ତ୍ତୀ ମୁଖ୍ୟ ସୂଚନା କମିଶନର (CIC) ହେବେ। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସୋମବାର ତାଙ୍କୁ...

ଜାପାନରେ ରିଲିଜ ହେବ ‘ପୁଷ୍ପା ୨’

ହାଇଦ୍ରାବାଦ୍‌: ବ୍ଲକ୍‌ବଷ୍ଟର ଫିଲ୍ମ ‘ପୁଷ୍ପା ୨: ଦି ରୁଲ୍‌’ ଏବେ ଜାପାନରେ ରିଲିଜ ପାଇଁ ପ୍ରସ୍ତୁତ ହେଉଛି। ଆଉ ଏହି ରିଲିଜ ପୂର୍ବରୁ ଅଭିନେତା ଅଲ୍ଲୁ...

ଭାରତ ମାତାର ଦୁଃଖ

ଏଇ କେଇଦିନ ତଳେ ସଂସଦ ଭବନରେ ପ୍ରଧାନମନ୍ତ୍ରୀ ମୋଦି ‘ବନ୍ଦେ ମାତରଂ’କୁ ନେଇ ଏକ ଦୀର୍ଘକାଳୀନ ବିଚାର ବିଶ୍ଳେଷଣ ରଖିଥିଲେ। ‘ବନ୍ଦେ ମାତରଂ’କୁ ନେଇ ପାର୍ଲାମେଣ୍ଟ...

ଦିଲ୍ଲୀ ଏକ୍ୟୁଆଇ ୪୪୧: ଜିଆର୍‌ଏପି-୪ ଲାଗୁହେଲା

ନୂଆଦିଲ୍ଲୀ,୧୪ା୧୨: ଦିଲ୍ଲୀ-ଜାତୀୟ ରାଜଧାନୀ ଅଞ୍ଚଳ (ଏନ୍‌ସିଆର୍‌)ରେ ଶନିବାର ସନ୍ଧ୍ୟାରେ ବାୟୁ ଗୁଣବତ୍ତା ସୂଚକାଙ୍କ (ଏକ୍ୟୁଆଇ) ୪୪୧ରେ ପହଞ୍ଚତ୍ଛି, ଯାହାକି ଅତ୍ୟନ୍ତ ଗମ୍ଭୀର ବର୍ଗର। ପ୍ରଦୂଷଣକୁ ନିୟନ୍ତ୍ରଣ କରିବା...

ସୁଶାସନରେ ସମସ୍ୟା

ଅନେକ ସମୟରେ ଶାସନରେ ସୁଫଳ ପାଇବା କଷ୍ଟକର ହେଲେ ବିଫଳତାକୁ ସ୍ବୀକାରକରିବା ପରିବର୍ତ୍ତେ ରାଜନୈତିକ କୌଶଳ ବା ଦୃଷ୍ଟିକୋଣ ଉପରେ ନିର୍ଭର କରାଯାଇପାରେ, ଯାହା ଏକ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri