Posted inଜାତୀୟ

‘ଆଶା କରୁଛି ମେ ୨ ପୂର୍ବରୁ ଦିଦିଙ୍କ ଗୋଡ ଠିକ୍‌ ହୋଇଯିବ’

କୋଲକତା,୧୮।୪: ପଶ୍ଚିମବଙ୍ଗରେ ଗତ ପାଞ୍ଚଟି ପର୍ଯ୍ୟାୟରେ ଅନୁଷ୍ଠିତ ନିର୍ବାଚନରେ ୧୮୦ଟି ଆସନରୁ ଭାଜପାକୁ ୧୨୨ରୁ ଅଧିକ ଆସନ ଜିତିବ କେନ୍ଦ୍ର ସ୍ବରାଷ୍ଟ୍ର ମନ୍ତ୍ରୀ ଅମିତ ଶାହା ଆଶାବାଦୀ ଅଛନ୍ତି। ରବିବାର ପୂର୍ବ ବର୍ଦ୍ଧମାନ ଜିଲାରେ ଏକ ରାଲିକୁ ସମ୍ବୋଧିତ କରି ଶାହା ଦାବି କରିଛନ୍ତି ଯେ, ମୁଖ୍ୟମନ୍ତ୍ରୀ ତଥା ତୃଣମୂଳ କଂଗ୍ରେସ ମୁଖ୍ୟ ମମତା ବାନାର୍ଜୀ ନନ୍ଦିଗ୍ରାମରେ ଭାଜପା ପ୍ରାର୍ଥୀଙ୍କୁ ହରାଇବେ। ପଶ୍ଚିମବଙ୍ଗରେ ପାଞ୍ଚ ପର୍ଯ୍ୟାୟ ନିର୍ବାଚନ ପରେ ୧୨୨ରୁ ଅଧିକ ଆସନରେ ଭାଜପା ତାଙ୍କ ଆଗରେ ଥିବାରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ନିରାଶ ହୋଇଛନ୍ତି।
ମମତା ବାନାର୍ଜୀଙ୍କ ଗୋଡରେ ଆଘାତ ଲାଗିଥିବା ନେଇ ଅମିତ ଶାହା କହିଛନ୍ତି, ମୁଁ ଆଶା କରୁଛି ଯେ ମଇ ୨ ପୂର୍ବରୁ ଦିଦିଙ୍କ ଗୋଡରେ ଆଘାତ ଭଲ ହୋଇଯିବ। ଯାହାଫଳରେ ସେ ଯେତେବେଳେ ରାଜ୍ୟପାଳଙ୍କ ଇସ୍ତଫା ଦେବାକୁ ଯିବେ, ସେତେବେଳେ ସେ ତାଙ୍କ ପାଦରେ ଚାଲିପାରିବେ। ସେ କହିଛନ୍ତି ଯେ ମମତା ଦିଦିଙ୍କଠାରୁ ଭାଜପା ବହୁତ ଆଗରେ ଅଛି। ଆମେ ବୋମା, ବନ୍ଧୁକ ଏବଂ ବାରୁଦ ମଡେଲକୁ ନୁହେଁ ଆତ୍ମବିଶ୍ୱାସ, ଅଭିବୃଦ୍ଧି ଏବଂ ବିକାଶ ଓ ବାଣିଜ୍ୟ ମଡେଲ୍‌ରେ ବିଶ୍ୱାସ କରୁ। ବଙ୍ଗଳାର ବିକାଶ ପାଇଁ ଦିଦିଙ୍କର କୌଣସି ଏଜେଣ୍ଡା ନାହିଁ। ଦିଦି ବଙ୍ଗଳାରେ ୧୨ ମିନିଟ ଭାଷଣ ଦେଇ ୧୦ ମିନିଟ ମୋଦି ଏବଂ ମୋତେ ଦୁର୍ବ୍ୟବହାର କରି ଦୁଇ ମିନିଟ ପାଇଁ ସୁରକ୍ଷା ବାହିନୀକୁ ଗାଳି ଦିଅନ୍ତି। ଆଜି ବଙ୍ଗଳାର ଯୁବକମାନେ ଚାକିରି ପାଇଁ ରାଜ୍ୟ ବାହାରକୁ ଯାଉଛନ୍ତି। ଆମେ ନିଷ୍ପତ୍ତି ନେଇଛୁ ଯେ. ପାଞ୍ଚ ବର୍ଷ ମଧ୍ୟରେ ଭାଜପା ସରକାର ପ୍ରତ୍ୟେକ ପରିବାରର ଜଣେ ବ୍ୟକ୍ତିଙ୍କୁ ଚାକିରି ଦେବା କାମ କରିବ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ରାଜ୍ୟରେ ସକାଳୁଆ ହେଲା ସ୍କୁଲ, ଗଣଶିକ୍ଷା ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏଣିକି…

ଭୁବନେଶ୍ୱର,୨।୪: ରାଜ୍ୟରେ  ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି। ଏଣିକି ରାଜ୍ୟର ସମସ୍ତ ସ୍କୁଲରେ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri