ସମୁଦ୍ର କୂଳ ଲଂଘୁଛି, ପ୍ରଶାସନ ସ୍ଥାଣୁ

ଏରସମା,୨୧ା୭(ସ୍ବ.ପ୍ର.): ଜଗତ୍‌ସିଂହପୁର ଜିଲାର ଅନ୍ୟତମ ମୁଖ୍ୟ ପର୍ଯ୍ୟଟନସ୍ଥଳ ଭାବେ ସୁପରିଚିତ ଏରସମା ବ୍ଲକ ଅନ୍ତର୍ଗତ ପଦ୍ମପୁର ପଞ୍ଚାୟତସ୍ଥିତ ଶିଆଳି ସମୁଦ୍ର ବେଳାଭୂମି ଉଚ୍ଚ ଜୁଆର ପ୍ରଭାବରେ କୂଳ ଖାଇବାରେ ଲାଗିଛି। ସପ୍ତାହେ ହେଲା, ସମୁଦ୍ର ଜଳପତ୍ତନ ଆଶାତୀତ ଭାବେ ବୃଦ୍ଧି ପାଇବା ଦ୍ୱାରା ୫ ଗ୍ରାମବାସୀ ପ୍ରଭାବିତ ହୋଇଛନ୍ତି। ଗାଁରେ ଲୁଣାପାଣି ମାଡି ଯାଇଥିଲା। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା, ରାଜ୍ୟ ପର୍ଯ୍ୟଟନ ବିଭାଗ (ଓଟିଡିସି)ପକ୍ଷରୁ ନିର୍ମାଣ କରାଯାଇଥିବା ସୁଦୃଶ୍ୟ ସଭାଗୃହ ଓ ଭ୍ୟୁ ଟାୱାର ସମୁଦ୍ର ଗର୍ଭରେ ଲୀନ ହେବା ଆଶାଙ୍କା ସୃଷ୍ଟି ହୋଇଛି। ସେଥିପ୍ରତି ଦୃଷ୍ଟି ନ ଦେଇ ଜିଲା ଓ ରାଜ୍ୟ ପ୍ରଶାସନ ସ୍ଥାଣୁ ପାଲଟିଥିବା ୫ ଗାଁର ଅଧିବାସୀ ଅଭିଯୋଗ କରିଛନ୍ତି। ପ୍ରଶାସନ ଦୃଷ୍ଟି ନ ଦେଲେ ସମୁଦ୍ର ଅଁାରେ ୫ ଗାଁ ମଧ୍ୟ ଚାଲିଯିବ କହିଛନ୍ତି।

ସୂଚନାଯୋଗ୍ୟ, ଗତବର୍ଷ ସମୁଦ୍ର ଜୁଆର ଉପକୂଳମୁହଁା ହୋଇଥିଲା। କଳାବେଦୀ ଗଁା ନିକଟରେ ୧୦୦ ମିଟିର ଘାଇ ସୃଷ୍ଟି କରି ଲୁଣା ଜୁଆର ଗାଁରେ ପଶିଥିଲା। ସ୍ଥାନୀୟ ଗ୍ରାମବାସୀଙ୍କ ଅଭିଯୋଗ ପରେ ଭ୍ୟୁ ଟାୱାରକୁ ସୁରକ୍ଷା ଦେବା ପାଇଁ ପ୍ରଶାସନ ପକ୍ଷରୁ ଝାଉଁ ବହ୍ଲା ପୋତାଯାଇ ସେଥିରେ ୧୨ଫୁଟ ଲମ୍ବ ବିଶିଷ୍ଟ ବାଲିବସ୍ତା ପକାଯାଇ ଜୁଆରକୁ ଅଟକା ଯାଇଥିଲା। ମାତ୍ର ଚଳିତବର୍ଷ ସମୁଦ୍ର ଜଳପତ୍ତନ ବହୁଗୁଣରେ ବୃଦ୍ଧି ପାଇଛି। ଗତ ୧୩ ତାରିଖ ରାତିରେ ପୂର୍ଣ୍ଣିମା ପ୍ରଭାବରେ ସମୁଦ୍ର ଜଳ ଆଶାତୀତ ଫୁଲି ଉଠି ଭ୍ୟୁ ଟାୱାରରେ ମାଡ ହେବା ସହ ଓଟିଡିସି ସଭାଗୃହ ଅତିକ୍ରମ କରି ରାମତରା ଗଁାରେ ପ୍ରବେଶ କରିଥିଲା। ସ୍ଥାୟୀ ପ୍ରତିକାର ତ ଦୂରର କଥା, ଶାସନ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ ନ କରିବା ସ୍ଥାନୀୟ ଜନସାଧରଣଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ଏ ସମ୍ପର୍କରେ ଶିଆଳି ଗ୍ରାମସ୍ଥିତ ଦୋଳଗୋବିନ୍ଦ ଯୁବକ ସଂଘର ସଭାପତି ରବୀନ୍ଦ୍ର ପାତ୍ର କୁହନ୍ତି, ସମୁଦ୍ର କୂଳ ଖାଉଥିବା ନେଇ ପ୍ରଶାସନ ନିକଟରେ ବାରମ୍ବାର ଅଭିଯୋଗ କଲେ ମଧ୍ୟ ସେଥିପ୍ରତି ଦୃଷ୍ଟି ନ ଦେଇ ଚୁପ ହୋଇ ବସିଛି। ସ୍ଥାୟୀ ପ୍ରତିକାର ନ କରି ଖାଲି ବାଲି ବସ୍ତା ପକାଇ ଆମକୁ ଭୁଅଁା ବୁଲାଉଛନ୍ତି। ବାଧ୍ୟ ହୋଇ ଆମେ ରାଜରାସ୍ତାକୁ ଓହ୍ଲାଇବୁ। ଏ ସମ୍ପର୍କରେ ସ୍ଥାନୀୟ ସରପଞ୍ଚ ପ୍ରତିଭାରାଣୀ ପାତ୍ର କୁହନ୍ତି, ବ୍ଲକ, ଜିଲା ପ୍ରଶାସନ ଓ ରାଜ୍ୟ ପର୍ଯ୍ୟଟନ ବିଭାଗ ଶିଆଳି ବେଳାଭୂମିକୁ ନେଇ ଯେଉଁ ସ୍ବପ୍ନ ଦେଖୁଥିଲେ ତାହା ଧ୍ୱଂସ ହେବାକୁ ବସିଲାଣି। କାରଣ ଏହା ଜିଲାର ଏକ ପ୍ରମୁଖ ପର୍ଯ୍ୟଟନସ୍ଥଳ ହୋଇଥିବା ବେଳେ ଏଥିପ୍ରତି କେହି ଦୃଷ୍ଟି ନ ଦେଇ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଛନ୍ତି। ସାମୁଦ୍ରିକ ଜୁଆର ପ୍ରଭାବରେ କ୍ଷତିଗ୍ରସ୍ତ ହେଉଥିବା ଗ୍ରାମବାସୀଙ୍କ ପ୍ରତି ଉଦାସୀନତା ଆଉ ବରଦାସ୍ତ କରାଯାଇପାରିବ ନାହିଁ। ଏ ସପ୍ତାହରେ ସର୍ବଦଳୀୟ ବୈଠକ ଡାକି ସମୁଦ୍ର ଅଁାରୁ ୫ ଗାଁକୁ କିଭଳି ବଞ୍ଚାଯିବ ସେ ନେଇ ଆଲୋଚନା ହେବ। ଏହାପରେ ଆନ୍ଦୋଳନାତ୍ମକ ପନ୍ଥା ଅବଲମ୍ବନ କରିବାକୁ ଆମେ ବାଧ୍ୟ ହେବୁ ବୋଲି ସେ କହିଥିଲେ। ଏ ସମ୍ପର୍କରେ ବିଡିଓ କୈଳାସ ଚନ୍ଦ୍ର ବେହେରାଙ୍କୁ ପଚାରିବାରୁ ତାହା ସମୁଦ୍ର ଉପକୂଳବର୍ତ୍ତୀ ଏନ୍‌ଏଚ୍‌ ଏରିଆ। ସାଗରମାଳା ପ୍ରକଳ୍ପ ମାଧ୍ୟମରେ ସମୁଦ୍ର ଜୁଆର କୂଳ କିଭଳି ନ ଖାଇବ ସେ ନେଇ ସ୍ଥାୟୀ ପ୍ରତିକାର ବ୍ୟବସ୍ଥା କରାଯାଉଛି ବୋଲି ସେ କହିଛନ୍ତି। ଏ ସଂକ୍ରାନ୍ତରେ ତହସିଲଦାର ଚୌଧୁରୀ ପ୍ରଜ୍ଞାନନ୍ଦ ଦାସଙ୍କୁ ପଚାରିବାରେ ଆର୍‌ଆଇଙ୍କଠାରୁ ରିପୋର୍ଟ ସଂଗ୍ରହ କରିଛି, ଜିଲାପାଳଙ୍କ ସହ ଗୁରୁବାର କଥା ହେବି କହିଥିଲେ। ଏ ନେଇ ଜିଲା ପର୍ଯ୍ୟଟନ ଅଧିକାରିଣୀ ସୁଜାତା ପଟ୍ଟନାୟକଙ୍କୁ ପଚାରିବାରେ ସମୁଦ୍ର ଜୁଆର ଓ ସ୍ଥାନୀୟ ଜନସାଧାରଣଙ୍କ ଧନ ଜୀବନ ସୁରକ୍ଷା ପର୍ଯ୍ୟଟନ ବିଭାଗର ଦାୟିତ୍ୱ ନୁହେଁ, ତାହା ଟେକ୍ନିକାଲ ୱାର୍କ। ଭ୍ୟୁଟାଓ୍ବାର ଓ ଓଟିଟିସି ସଭାଗୃହ ଭୁଶୁଡି ପଡିବା ପ୍ରସଙ୍ଗରେ ଦାବି ହେଲେ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇବୁ।


Enter your email to get our daily news in your inbox.

All Right Reserved By Dharitri.Com

ଯୋଡ଼ାରେ ବାୟୁ ପ୍ରଦୂଷଣ ଗମ୍ଭୀର ସ୍ଥିତିରେ

ଯୋଡ଼ା,୬ା୧୨(ମାନସ ମହାନ୍ତି): କେନ୍ଦୁଝର ଜିଲା ଯୋଡ଼ା ଅଞ୍ଚଳରେ ବାୟୁ ପ୍ରଦୂଷଣର ଗମ୍ଭୀର ସ୍ଥିତିରେ ରହିଛି। ଯୋଡ଼ା, ଆଖପାଖ ଅଞ୍ଚଳରେ ସବୁଜିମା, ବନାଞ୍ଚଳ ଥାଇ ମଧ୍ୟ ବାୟୁ...

୨ ଡିଗ୍ରୀ ତଳେ ଶିମିଳିପାଳ: ବନ୍ୟପ୍ରାଣୀଙ୍କ ଉପରେ ପ୍ରଭାବ

ବାରିପଦା,୬ା୧୨(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମୟୂରଭଞ୍ଜ ଜିଲାରେ ଶୀତର ଲହରୀ ବୃଦ୍ଧି ପାଉଛି। ଶିମିଳିପାଳରେ ପାରଦ ୨ ଡିଗ୍ରୀ ତଳକୁ ଖସିଆସିଛି। ତାପମାତ୍ରା ହ୍ରାସ ପାଇଥିବାରୁ ବନ୍ୟପ୍ରାଣୀଙ୍କ...

ଭୁବନେଶ୍ୱରରେ ପହଞ୍ଚିଲେ ହାର୍ଦ୍ଦିକ ପାଣ୍ଡ୍ୟା

ଭୁବନେଶ୍ୱର,୬ା୧୨: ଆସନ୍ତା ୯ ତାରିଖରେ କଟକର ବାରବାଟୀ ଷ୍ଟାଡିୟମରେ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ପ୍ରଥମ ଟି୨୦ ମ୍ୟାଚ୍‌ ଖେଳାଯିବ। ଏନେଇ ଦୁଇ ଦଳର...

ପୁଣି ଜନନୀ ଯନ୍ତ୍ରଣା: ରାସ୍ତା ନ ଥିବାରୁ ଗାଁକୁ ଗଲାନି ଆମ୍ବୁଲାନ୍ସ, ଶେଷରେ…

ମୋହନା,୬ା୧୨(ମନ୍ମଥ ମିଶ୍ର): ଗଜପତି ଜିଲା ମୋହନା ବ୍ଲକର ଢେପାଗୁଡ଼ା ପଞ୍ଚାୟତରେ ଜନନୀ ଯନ୍ତ୍ରଣା ଥମିବାରେ ନାଁ ଧରୁନି । ରାସ୍ତା ନ ଥିବାରୁ କେଉଁଠି ଭାର...

ଦୁଇ ପୁଅ ଭାଜପାରେ ମିଶିବା ପରେ ପ୍ରତିକ୍ରିୟା ରଖିଲେ ପ୍ରଫୁଲ୍ଲ, କହିଲେ ରାଜନୀତିରେ..

ଭୁବନେଶ୍ୱର,୬।୧୨: ଦୁଇ ପୁଅ ଏବଂ ଭଉଣୀ ଭାଜପାରେ ମିଶିବା ପରେ ବିଜେଡି ନେତା ପ୍ରଫୁଲ୍ଲ ସାମଲ ପ୍ରଥମ ଥର ପାଇଁ ପ୍ରତିକ୍ରିୟା ରଖିଛନ୍ତି। ପ୍ରଫୁଲ୍ଲ ପ୍ରତିକ୍ରିୟାରେ...

ଗୋଟିଏ ଜୁଇରେ ଜଳିଲା ସ୍ବାମୀ-ସ୍ତ୍ରୀଙ୍କ ମୃତଦେହ, କାନ୍ଦ ବୋବାଳିରେ ଫାଟୁଛି ଗାଁ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ବ୍ରହ୍ମପୁର ୧୭ ନଂ ରାଜ୍ୟ ରାଜପଥର ଗଣିଆନାଳ ଛକ ମା ’ କୁରେଇଶୁଣି ମନ୍ଦିର ନିକଟରେ ଶୁକ୍ରବାର ଏକ...

ଗାଁକୁ ଫେରିବା ବେଳେ ବାଇକ୍‌କୁ ଧକ୍କାଦେଲା ବୁଲେଟ୍‌, ଚାଲିଗଲା ସଳିତା ବିକାଳିଙ୍କ ଜୀବନ

ଦିଗପହଣ୍ଡି,୬ା୧୨(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଥାନା ଖଲିଙ୍ଗି ବାସୁଦେବପୁର ଶାସନ ଗ୍ରାମର ବାସୁ ଓରଫ ଦେବେନ୍ଦ୍ର ସାହୁ(୪୫)ଙ୍କର ଶନିବାର ସନ୍ଧ୍ୟାରେ...

ଫେରିଲେ ୩ ଯବାନ: ବାଜାବାଣ, ନାଚରେ ଦୁଲୁକିଲା ଗାଁ ଦାଣ୍ଡ

କେନ୍ଦୁଝର,୬।୧୨(ନରେଶ ଚନ୍ଦ୍ର ପଟ୍ଟନାୟକ): ଦେଶ ସେବା ପାଇଁ ଯାଇ ବିଭିନ୍ନ ସ୍ଥାନରେ ନିଯୁକ୍ତି ପାଇଥିବାକେନ୍ଦୁଝର ସଦର ବ୍ଳକ ଅଧୀନ ନରସିଂହପୁର, ବନାଯୋଡି, ସିଲିସୁଆଁ ଗ୍ରାମର ୩ଜଣ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri