ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ ହେବେ ସେତେବେଳେ ଖୁସି ହୋଇପାରିବେ ।
ତେବେ ଉତ୍ତେଜନାର କାରଣ କ’ଣ? ଗୋଟିଏ କାରଣ ହେଲା ଲୋକମାନେ, ଆମ ଜୀବନ ସାଥୀ, ଆମ ସହ କର୍ମୀ, ଆମ ମାତା ପିତା ଓ ଆମ ସନ୍ତାନ ଆମକୁ ଠିକ୍‌ସେ ବୁଝିପାରୁ ନାହାନ୍ତି। ଏହି ଯୋଗାଯୋଗ ସମସ୍ୟାଟି ବହୁତ ବଡ଼ ଝଡ଼ଝଞ୍ଜା ସୃଷ୍ଟି କରୁଛି।
ଯୋଗାଯୋଗ ଖଣ୍ଡିତ ହେଲେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ। ଉଭୟ ପକ୍ଷ ନିଜ ବିଚାରଧାରା ପକ୍ଷ ନେଇ ଦୃଢ଼ ରହିଥାନ୍ତି। ସମସ୍ୟାର ସମାଧାନ ଲାଗି ଉଭୟ ପକ୍ଷ ବୃହତ୍‌ ଚିତ୍ରପଟକୁ ଆଖି ଆଗରେ ରଖି ଟିକିଏ ଉପରକୁ ଉଠି ବାସ୍ତବତାର ପରିପେକ୍ଷଣ କରି ସମସ୍ୟାର ସମାଧାନ କରିବା ଉଚିତ। ସମାଧାନ ଲାଗି ଆଲୋଚନା ଏକ ଗୁରୁତ୍ୱପୂର୍ଣ ଅସ୍ତ୍ର।
ଘରୋଇ ଦ୍ୱନ୍ଦ୍ୱ ବା ବିବାଦରେ ଅନ୍ୟାୟ ବିରୋଧରେ ଯେଉଁମାନେ ହିଂସକ ମାଧ୍ୟମକୁ ସ୍ବୀକାର କରିଥାନ୍ତି, ସେମାନଙ୍କୁ ଠିକ୍‌ ଭାବେ ବାର୍ତ୍ତାଳାପ ବା ଆଲୋଚନାରେ ସଂଶ୍ଳିଷ୍ଟ କରାଯାଇପାରିବ। ତାଙ୍କ ତରଫରୁ ପରିପେକ୍ଷଣ କରିକି ଦେଖ ସେମାନେ ଏକ କାରଣର ନ୍ୟାୟ ଲାଗି ଲଢ଼ିଥାନ୍ତି। ଏକ ଧାରାରେ ସେମାନଙ୍କ ପ୍ରତିଶ୍ରୁତି, ସେମାନଙ୍କ ତ୍ୟାଗ ଭାବ ପ୍ରଶଂସନୀୟ। ଯେତେବେଳେ ବାହ୍ୟ ଶକ୍ତିର ପ୍ରାଚୁର୍ଯ୍ୟ ଆନ୍ତରିକ ଶାନ୍ତିର ପରିପୂରକ ହୋଇପାରିବ ସେମାନେ ସମାଜର ଏକ ବରଦାନ ଭାବେ ପ୍ରମାଣିତ ହୋଇପାରିବେ। ଆମର ଅନେକ ନିଃଶୁଳ୍କ ଆଦିବାସୀ ବିଦ୍ୟାଳୟ, ଯାହାକି ମାଓବାଦୀ ପୀଡ଼ିତ ଅଞ୍ଚଳରେ ଅଛି, ସେଗୁଡ଼ିକ ପୂର୍ବତନ ମାଓବାଦୀଙ୍କ ଦ୍ୱାରା ଚାଳିତ ହେଉଛି। ପ୍ରଥମେ ସେମାନେ ଆମ ସ୍ବେଚ୍ଛାସେବୀଙ୍କୁ ଭୟଭୀତ କରୁଥିଲେ ବିଦ୍ୟାଳୟ ବନ୍ଦ କରିବାକୁ। କିନ୍ତୁ ସେମାନେ ଯେତେବେଳେ ଦେଖିଲେ ଏହି ଉଦ୍ୟମରେ ତାଙ୍କର ସମ୍ପ୍ରଦାୟ ଲାଭାନ୍ବିତ ହେଉଛନ୍ତି ସେମାନେ ନିଜେ ସ୍ବୟଂ ସେବକ ହୋଇଗଲେ।
ଯେମିତି ହେଉ, ଧାର୍ମିକ ଧର୍ମାନ୍ଧତା ପାଇଁ ଯେଉଁ ଆତଙ୍କ ବଢୁଛି ସେଥିପାଇଁ ବାର୍ତ୍ତାଳାପ ଯଥେଷ୍ଟ ନୁହେଁ। ସେମାନେ ଧାର୍ମିକ ମତବାଦରେ ଅନ୍ଧ ହୋଇ କୌଣସି ଆଲୋଚନା କିମ୍ବା ବାର୍ତ୍ତାଳାପକୁ ଖୋଲାଖୋଲି ଭାବେ ସ୍ବୀକାର କରୁନାହାନ୍ତି। ସେମାନଙ୍କ ପାଇଁ ଯେଉଁ ଲୋକମାନେ ତାଙ୍କ ଧର୍ମଗ୍ରନ୍ଥକୁ ମାନୁନାହାନ୍ତି ଓ ଏବେ ଅଲଗା ଭାବନା ଅଛି ସେମାନଙ୍କ ଅସ୍ତିତ୍ୱ ରହିବା ଉଚିତ ନୁହେଁ। ଏଭଳି ଉଗ୍ରମନୋବୃତ୍ତି ବିସ୍ତାର ହେବା ଆଗରୁ ନିବାରଣ କରିବାକୁ ପଡିବ। ବିଭିନ୍ନ ଧର୍ମ ଶିକ୍ଷା ଓ ଶାନ୍ତି ଶିକ୍ଷା ପାଇଁ ଧାର୍ମିକ ନେତାମାନେ ନିରପେକ୍ଷ ଭୂମିକା ନିଭେଇପାରିବେ।
‘ସ୍ବର୍ଗର ଏକାକୀ ମାଲିକାନା ’ଭାବନାକୁ ବଦଳେଇ ‘ଅନେକ ରାସ୍ତା ଗୋଟିଏ ଲକ୍ଷ୍ୟ ’ଏହି ବିଚାରକୁ ଆଣିବାକୁ ପଡ଼ିବ। ବିଭିନ୍ନତା ଆମ ଗ୍ରହର ଏକ ଦରକାରୀ ଲକ୍ଷଣ, ଯାହାକି ଆମକୁ ନିର୍ଦ୍ଦିଷ୍ଟ ସହନଶୀଳତା ଆମର ନିର୍ଦ୍ଦିଷ୍ଟ ସୂଚୀତାନୁସାରେ ସେମାନେ ମାନିବେ। ତମକୁ ଯାହା ଭଲ ଲାଗୁନି ତାହା ସହିବାକୁ ହେବ। ସମୟ ଆସିଗଲା ପରସ୍ପରର ଧର୍ମ ପ୍ରତି ପ୍ରେମଭାବ ନିଜ ଧର୍ମ ଭଳିଆ ଦେଖେଇବାକୁ ହେବ। ଗୋଟିଏ ଧର୍ମ ମହାନ। ଏଥିପାଇଁ ନୁହେଁ କି ମୋ ଧର୍ମ ବୋଲି କିନ୍ତୁ ଏଥିଲାଗି ମହାନ ଯାହା ତା’ର ଅସ୍ତିତ୍ୱ। ଏହି ଧାରଣାରେ ପ୍ରତ୍ୟେକ ପୁରୋହିତ, ଧର୍ମଯାଜକ ଏବଂ ଧାର୍ମିକ ନେତା ଅନୁପ୍ରାଣିତ ହେଲେ ଯାଇ ଧର୍ମାନ୍ଧତା ଓ ମୂଳତତ୍ତ୍ୱବାଦ, ଯାହା ଆମ ବିଶ୍ୱରେ ଚାଲିଛି, ତା’ର ଅନ୍ତ ହୋଇପାରିବ।
ବାସ୍ତବରେ ଭିନ୍ନ ଧର୍ମ ମଧ୍ୟରେ କିଛି ମତଭେଦ ନାହିଁ। ସେମାନଙ୍କ ଭିତରେ ସାଧାରଣ ସୂତ୍ର ରହିଛି। ଭୁଲ ବୁଝାମଣା ହେଲେ ସଂଘର୍ଷ ହୁଏ। ଏହା ହିଁ ଅନେକ ଘରେ ଦେଖାଯାଏ। ପିଲାମାନେ ମାତାପିତାଙ୍କୁ, ମାତାପିତା ପିଲାମାନଙ୍କୁ ଭୁଲ୍‌ ବୁଝି ଥାନ୍ତି ଓ ଅସନ୍ତୋଷ ପ୍ରକାଶ କରନ୍ତି। ଏସବୁ ଭୁଲ୍‌ ବୁଝାମଣାର ପରିଣାମ। ଆମ ସମସ୍ତଙ୍କ ମଧ୍ୟରେ ଯୋଗାଯୋଗର ସମସ୍ୟା ରହିଛି। ତେବେ ଅନ୍ୟମାନଙ୍କ ଉପରେ ଦୋଷାରୋପ କରିବା ଛାଡି ନିଜର ନିଜକୁ ବ୍ୟକ୍ତ କରିବାର କ୍ଷମତାକୁ ଉନ୍ନତ କରିବାକୁ ପଡିବ।
ପ୍ରକୃତ ଯୋଗାଯୋଗ ଶବ୍ଦତୀତ ଗୋଟିଏ ଭାଷାା ଜୀବଜନ୍ତୁ, ଗଛ ସମସ୍ତେ ହୃଦୟର ଭାଷା ବୁଝିପାରନ୍ତି। ଛୋଟ ଶିଶୁର ଉଦାହରଣ ଦେଖନ୍ତୁ ଯିଏ କଥା କହି ପାରେନି, କିନ୍ତୁ ତା’ର ସବୁ ପ୍ରେମ ଏକାଥରେ ପ୍ରକାଶ କରିଦିଏ। ଏପରିକି ଗୋଟିଏ ପାଳିତ କୁକୁର ତୁମକୁ ଘରକୁ ସ୍ବାଗତ କରିବାକୁ ସବୁ ପ୍ରକାର ଉତ୍ତେଜନା ଦେଖେଇ ଦିଏ। ସେମାନଙ୍କ ଉପସ୍ଥିତି ପ୍ରେମକୁ ସୂଚିତ କରିଥାଏ। ଆମେ ଆମର ଉପସ୍ଥିତିରେ ଶବ୍ଦଠାରୁ ବେଶି ଯୋଗାଯୋଗ କରିପାରୁ। ପ୍ରକୃତିର ନିୟମ ଅଛି, ଯାହା ତମେ ଦବ ତାହା ତମେ ପାଇବ। ତେଣୁ ତମେ ପ୍ରେମ ପ୍ରକ୍ଷେପିତ କଲେ ପ୍ରେମ ହିଁ ପାଇବ।
ଶାନ୍ତି ଆମ ଆତ୍ମାର ପ୍ରକୃତି। ଏହି ଅନ୍ତଃରାଷ୍ଟ୍ରୀୟ ଶାନ୍ତି ଦିବସରେ ଆମେ ଗର୍ବ ସହ ପ୍ରେମ, ଶାନ୍ତି ଏବଂ ସହାନୁଭୂତିର ପୁନଃ ସ୍ଥାପନା କରିବା। ଯେପର୍ଯ୍ୟନ୍ତ ନିଜ ଭିତରେ ଶାନ୍ତି ମିଳିବ ନାହିଁ ପୃଥିବୀ ଶାନ୍ତିପୂର୍ଣ୍ଣ ହୋଇ ପାରିବନି ଏବଂ ଆମ ଜୀବନରେ ବ୍ୟକ୍ତିଗତ ଉନ୍ନତି ହୋଇ ପାରିବନି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରବୋଧନ ତାଲିମ: ୨୯୪ ଶିକ୍ଷୟିତ୍ରୀ ଶିକ୍ଷକଙ୍କୁ…

ଦିଗପହଣ୍ଡି,୩୦ା୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ୍‌ ଗୋଷ୍ଠୀ ଶିକ୍ଷାଧିକାରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଓଡିଶା ପାଠ୍ୟକ୍ରମ ଆଧାର ବିଦ୍ୟାଳୟ ଶିକ୍ଷା-୨୦୨୫ ଓ ୨୦୨୦ ଜାତୀୟ ଶିକ୍ଷା…

ବନୀକରଣ ପ୍ରକଳ୍ପରୁ ଲୁହାବାଡ଼ ଚୋରି: ବନ ବିଭାଗ ଜାଲରେ ୪ ଅନ୍ତଃଜିଲା ଚୋର

ଥୁଆମୂଳରାମପୁର,୩୦।୧(ଦୁର୍ଗା କୀର୍ତ୍ତି): ସରକାରୀ ସମ୍ପତ୍ତି ଲୁଟ କରିବା ଚୋରଙ୍କୁ ପଡ଼ଲା ମହଙ୍ଗା । କାଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ଗୋପାଳପୁର ପଞ୍ଚାୟତସ୍ଥିତ ପାଟଜୋର ଡଙ୍ଗର ବନୀକରଣ…

Khandagiri Melaରେ ବିବାଦ ତୁଟୁନି: ପୁଣି ଚେତାବନୀ ଦେଲେ ମୀରା 

ଭୁବନେଶ୍ୱର,୩୦।୧: Khandagiri Melaରେ ବିଭିନ୍ନ ଯାତ୍ରା ପାର୍ଟି ଯାତ୍ରା ପରିବେଷଣ କରୁଛନ୍ତି। ଏହାରି ମଧ୍ୟରେ କାହ୍ନାଙ୍କ ପରେ ଯାତ୍ରା ଅଭିନେତା କ୍ଷୀତିଶ ବିଶ୍ବାଳଙ୍କୁ ମୀରା ପରିଡ଼ାଙ୍କ ଚେତାବନୀ।…

ବିଦ୍ୟୁତ୍‌ ନେଲା ୫ ମଇଁଷିଙ୍କ ଜୀବନ: ବିଭାଗୀୟ ଅବହେଳାକୁ ଦାୟୀ କଲେ ଗ୍ରାମବାସୀ

ଖଜୁରିପଡ଼ା,୩୦ା୧(ବିଦୁର ବେହେରା): କନ୍ଧମାଳ ଜିଲା ଖଜୁରିପଡ଼ା ବ୍ଲକ୍‌ ଅଧୀନ ଚାରିପଡ଼ା ଗ୍ରାମରେ ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ୫ ମଇଁଷିଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। ମିଳିଥିବା ସୂଚନା…

ବହୁ ଚର୍ଚ୍ଚିତ କ୍ଷୀର ବ୍ୟବସାୟୀ ହତ୍ୟା ମାମଲାର ରାୟ ପ୍ରକାଶ: ୫ ଅଭିଯୁକ୍ତଙ୍କୁ ଆଜୀବନ ଜେଲ

ବ୍ରହ୍ମପୁର,୩୦ା୧(ସୁବାସ ଚନ୍ଦ୍ର ପାଢ଼ୀ): ବ୍ରହ୍ମପୁର ଗୋଷାଣିନୂଆଗାଁ ଥାନା ଅନ୍ତର୍ଗତ ହିଲପାଟଣାରେ କ୍ଷୀର ବ୍ୟବସାୟୀ ଲମ୍ବୋଦର ମୁନି ହତ୍ୟା ମାମଲାର ରାୟ ଶୁକ୍ରବାର ପ୍ରକାଶ ପାଇଛି। ବ୍ରହ୍ମପୁର ଅତିରିକ୍ତ…

ୱାର୍ଡସଭ୍ୟଙ୍କୁ ଦୁର୍ବ୍ୟବହାର: କର୍ମଚାରୀ କଲେ ଆନ୍ଦୋଳନ

ଖଡ଼ିଆଳ, ୩୦ା୧ (ସୁଜିତ କୁମାର ପ୍ରଧାନ)- ନୂଆପଡ଼ା ଜିଲା ଖଡିଆଳ ଏନ୍‌ଏସିର ଜଣେ ୱାର୍ଡସଭ୍ୟ ଦୁର୍ବ୍ୟବହାର କରିଥିବା ଅଭିଯୋଗ କରି ଶୁକ୍ରବାର କର୍ମଚାରୀମାନେ କଲମ ଛାଡ ଆନ୍ଦୋଳନ…

ଭୁଲ୍‌ ଇଲେକ୍ଟ୍ରି ବିଲ୍‌ ଆସୁଛି କି? ଜାଣନ୍ତୁ କେଉଁଠି କରିବେ ଅଭିଯୋଗ, ଶିଖନ୍ତୁ ଏହି ସହଜ ଉପାୟ…

ପ୍ରତ୍ୟେକ ପରିବାର ପାଇଁ ପ୍ରତି ମାସରେ ପ୍ରାପ୍ତ ହେଉଥିବା ଇଲେକ୍ଟ୍ରି ବିଲ୍‌ ଏକ ଗୁରୁତ୍ୱପୂର୍ଣ୍ଣ ଡକ୍ୟୁମେଣ୍ଟ। ଏଥିରେ ମାସିକ ଇଲେକ୍ଟ୍ରି ବ୍ୟବହାର ଏବଂ ବିଲ୍‌ ବିଷୟରେ ବିବରଣୀ…

ଗୋଲାପଙ୍କୁ ପୋଡ଼ି ମାରିବାକୁ ଉଦ୍ୟମ କରିଥିଲେ ଶ୍ୱଶୁର ଘର ଲୋକେ: ପୋଲିସ ନେଲା…

ଆନନ୍ଦପୁର, ୩୦।୧(ସୁଶାନ୍ତ କୁମାର ସାହୁ): ବୋହୂଙ୍କୁ ଘର ଭିତରେ କବାଟ ଦେଇ ପୋଡି ମାରିଦେବାକୁ ଉଦ୍ୟମ କଲେ ଶ୍ୱଶୁର ଘର ଲୋକେ। ଏଭଳି ଏକ ସମ୍ବେଦନଶୀଳ ଘଟଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri