ବିଶ୍ୱ ଶାନ୍ତି ପାଇଁ ଆଶା

ପୃଥିବୀ ଶାନ୍ତିମୟ ସେତେବେଳେ ହେବ, ଯେତେବେଳେ ପୃଥିବୀରେ ରହୁଥିବା ସବୁ ଲୋକ ଶାନ୍ତିରେ ରହିବେ। କେତେବେଳେ ଜଣେ ଖୁସି ହେବେ? ଯେତେବେଳେ ଲୋକେ ଉତ୍ତେଜନା ମୁକ୍ତ ହେବେ ସେତେବେଳେ ଖୁସି ହୋଇପାରିବେ ।
ତେବେ ଉତ୍ତେଜନାର କାରଣ କ’ଣ? ଗୋଟିଏ କାରଣ ହେଲା ଲୋକମାନେ, ଆମ ଜୀବନ ସାଥୀ, ଆମ ସହ କର୍ମୀ, ଆମ ମାତା ପିତା ଓ ଆମ ସନ୍ତାନ ଆମକୁ ଠିକ୍‌ସେ ବୁଝିପାରୁ ନାହାନ୍ତି। ଏହି ଯୋଗାଯୋଗ ସମସ୍ୟାଟି ବହୁତ ବଡ଼ ଝଡ଼ଝଞ୍ଜା ସୃଷ୍ଟି କରୁଛି।
ଯୋଗାଯୋଗ ଖଣ୍ଡିତ ହେଲେ ଦ୍ୱନ୍ଦ୍ୱ ସୃଷ୍ଟି ହୁଏ। ଉଭୟ ପକ୍ଷ ନିଜ ବିଚାରଧାରା ପକ୍ଷ ନେଇ ଦୃଢ଼ ରହିଥାନ୍ତି। ସମସ୍ୟାର ସମାଧାନ ଲାଗି ଉଭୟ ପକ୍ଷ ବୃହତ୍‌ ଚିତ୍ରପଟକୁ ଆଖି ଆଗରେ ରଖି ଟିକିଏ ଉପରକୁ ଉଠି ବାସ୍ତବତାର ପରିପେକ୍ଷଣ କରି ସମସ୍ୟାର ସମାଧାନ କରିବା ଉଚିତ। ସମାଧାନ ଲାଗି ଆଲୋଚନା ଏକ ଗୁରୁତ୍ୱପୂର୍ଣ ଅସ୍ତ୍ର।
ଘରୋଇ ଦ୍ୱନ୍ଦ୍ୱ ବା ବିବାଦରେ ଅନ୍ୟାୟ ବିରୋଧରେ ଯେଉଁମାନେ ହିଂସକ ମାଧ୍ୟମକୁ ସ୍ବୀକାର କରିଥାନ୍ତି, ସେମାନଙ୍କୁ ଠିକ୍‌ ଭାବେ ବାର୍ତ୍ତାଳାପ ବା ଆଲୋଚନାରେ ସଂଶ୍ଳିଷ୍ଟ କରାଯାଇପାରିବ। ତାଙ୍କ ତରଫରୁ ପରିପେକ୍ଷଣ କରିକି ଦେଖ ସେମାନେ ଏକ କାରଣର ନ୍ୟାୟ ଲାଗି ଲଢ଼ିଥାନ୍ତି। ଏକ ଧାରାରେ ସେମାନଙ୍କ ପ୍ରତିଶ୍ରୁତି, ସେମାନଙ୍କ ତ୍ୟାଗ ଭାବ ପ୍ରଶଂସନୀୟ। ଯେତେବେଳେ ବାହ୍ୟ ଶକ୍ତିର ପ୍ରାଚୁର୍ଯ୍ୟ ଆନ୍ତରିକ ଶାନ୍ତିର ପରିପୂରକ ହୋଇପାରିବ ସେମାନେ ସମାଜର ଏକ ବରଦାନ ଭାବେ ପ୍ରମାଣିତ ହୋଇପାରିବେ। ଆମର ଅନେକ ନିଃଶୁଳ୍କ ଆଦିବାସୀ ବିଦ୍ୟାଳୟ, ଯାହାକି ମାଓବାଦୀ ପୀଡ଼ିତ ଅଞ୍ଚଳରେ ଅଛି, ସେଗୁଡ଼ିକ ପୂର୍ବତନ ମାଓବାଦୀଙ୍କ ଦ୍ୱାରା ଚାଳିତ ହେଉଛି। ପ୍ରଥମେ ସେମାନେ ଆମ ସ୍ବେଚ୍ଛାସେବୀଙ୍କୁ ଭୟଭୀତ କରୁଥିଲେ ବିଦ୍ୟାଳୟ ବନ୍ଦ କରିବାକୁ। କିନ୍ତୁ ସେମାନେ ଯେତେବେଳେ ଦେଖିଲେ ଏହି ଉଦ୍ୟମରେ ତାଙ୍କର ସମ୍ପ୍ରଦାୟ ଲାଭାନ୍ବିତ ହେଉଛନ୍ତି ସେମାନେ ନିଜେ ସ୍ବୟଂ ସେବକ ହୋଇଗଲେ।
ଯେମିତି ହେଉ, ଧାର୍ମିକ ଧର୍ମାନ୍ଧତା ପାଇଁ ଯେଉଁ ଆତଙ୍କ ବଢୁଛି ସେଥିପାଇଁ ବାର୍ତ୍ତାଳାପ ଯଥେଷ୍ଟ ନୁହେଁ। ସେମାନେ ଧାର୍ମିକ ମତବାଦରେ ଅନ୍ଧ ହୋଇ କୌଣସି ଆଲୋଚନା କିମ୍ବା ବାର୍ତ୍ତାଳାପକୁ ଖୋଲାଖୋଲି ଭାବେ ସ୍ବୀକାର କରୁନାହାନ୍ତି। ସେମାନଙ୍କ ପାଇଁ ଯେଉଁ ଲୋକମାନେ ତାଙ୍କ ଧର୍ମଗ୍ରନ୍ଥକୁ ମାନୁନାହାନ୍ତି ଓ ଏବେ ଅଲଗା ଭାବନା ଅଛି ସେମାନଙ୍କ ଅସ୍ତିତ୍ୱ ରହିବା ଉଚିତ ନୁହେଁ। ଏଭଳି ଉଗ୍ରମନୋବୃତ୍ତି ବିସ୍ତାର ହେବା ଆଗରୁ ନିବାରଣ କରିବାକୁ ପଡିବ। ବିଭିନ୍ନ ଧର୍ମ ଶିକ୍ଷା ଓ ଶାନ୍ତି ଶିକ୍ଷା ପାଇଁ ଧାର୍ମିକ ନେତାମାନେ ନିରପେକ୍ଷ ଭୂମିକା ନିଭେଇପାରିବେ।
‘ସ୍ବର୍ଗର ଏକାକୀ ମାଲିକାନା ’ଭାବନାକୁ ବଦଳେଇ ‘ଅନେକ ରାସ୍ତା ଗୋଟିଏ ଲକ୍ଷ୍ୟ ’ଏହି ବିଚାରକୁ ଆଣିବାକୁ ପଡ଼ିବ। ବିଭିନ୍ନତା ଆମ ଗ୍ରହର ଏକ ଦରକାରୀ ଲକ୍ଷଣ, ଯାହାକି ଆମକୁ ନିର୍ଦ୍ଦିଷ୍ଟ ସହନଶୀଳତା ଆମର ନିର୍ଦ୍ଦିଷ୍ଟ ସୂଚୀତାନୁସାରେ ସେମାନେ ମାନିବେ। ତମକୁ ଯାହା ଭଲ ଲାଗୁନି ତାହା ସହିବାକୁ ହେବ। ସମୟ ଆସିଗଲା ପରସ୍ପରର ଧର୍ମ ପ୍ରତି ପ୍ରେମଭାବ ନିଜ ଧର୍ମ ଭଳିଆ ଦେଖେଇବାକୁ ହେବ। ଗୋଟିଏ ଧର୍ମ ମହାନ। ଏଥିପାଇଁ ନୁହେଁ କି ମୋ ଧର୍ମ ବୋଲି କିନ୍ତୁ ଏଥିଲାଗି ମହାନ ଯାହା ତା’ର ଅସ୍ତିତ୍ୱ। ଏହି ଧାରଣାରେ ପ୍ରତ୍ୟେକ ପୁରୋହିତ, ଧର୍ମଯାଜକ ଏବଂ ଧାର୍ମିକ ନେତା ଅନୁପ୍ରାଣିତ ହେଲେ ଯାଇ ଧର୍ମାନ୍ଧତା ଓ ମୂଳତତ୍ତ୍ୱବାଦ, ଯାହା ଆମ ବିଶ୍ୱରେ ଚାଲିଛି, ତା’ର ଅନ୍ତ ହୋଇପାରିବ।
ବାସ୍ତବରେ ଭିନ୍ନ ଧର୍ମ ମଧ୍ୟରେ କିଛି ମତଭେଦ ନାହିଁ। ସେମାନଙ୍କ ଭିତରେ ସାଧାରଣ ସୂତ୍ର ରହିଛି। ଭୁଲ ବୁଝାମଣା ହେଲେ ସଂଘର୍ଷ ହୁଏ। ଏହା ହିଁ ଅନେକ ଘରେ ଦେଖାଯାଏ। ପିଲାମାନେ ମାତାପିତାଙ୍କୁ, ମାତାପିତା ପିଲାମାନଙ୍କୁ ଭୁଲ୍‌ ବୁଝି ଥାନ୍ତି ଓ ଅସନ୍ତୋଷ ପ୍ରକାଶ କରନ୍ତି। ଏସବୁ ଭୁଲ୍‌ ବୁଝାମଣାର ପରିଣାମ। ଆମ ସମସ୍ତଙ୍କ ମଧ୍ୟରେ ଯୋଗାଯୋଗର ସମସ୍ୟା ରହିଛି। ତେବେ ଅନ୍ୟମାନଙ୍କ ଉପରେ ଦୋଷାରୋପ କରିବା ଛାଡି ନିଜର ନିଜକୁ ବ୍ୟକ୍ତ କରିବାର କ୍ଷମତାକୁ ଉନ୍ନତ କରିବାକୁ ପଡିବ।
ପ୍ରକୃତ ଯୋଗାଯୋଗ ଶବ୍ଦତୀତ ଗୋଟିଏ ଭାଷାା ଜୀବଜନ୍ତୁ, ଗଛ ସମସ୍ତେ ହୃଦୟର ଭାଷା ବୁଝିପାରନ୍ତି। ଛୋଟ ଶିଶୁର ଉଦାହରଣ ଦେଖନ୍ତୁ ଯିଏ କଥା କହି ପାରେନି, କିନ୍ତୁ ତା’ର ସବୁ ପ୍ରେମ ଏକାଥରେ ପ୍ରକାଶ କରିଦିଏ। ଏପରିକି ଗୋଟିଏ ପାଳିତ କୁକୁର ତୁମକୁ ଘରକୁ ସ୍ବାଗତ କରିବାକୁ ସବୁ ପ୍ରକାର ଉତ୍ତେଜନା ଦେଖେଇ ଦିଏ। ସେମାନଙ୍କ ଉପସ୍ଥିତି ପ୍ରେମକୁ ସୂଚିତ କରିଥାଏ। ଆମେ ଆମର ଉପସ୍ଥିତିରେ ଶବ୍ଦଠାରୁ ବେଶି ଯୋଗାଯୋଗ କରିପାରୁ। ପ୍ରକୃତିର ନିୟମ ଅଛି, ଯାହା ତମେ ଦବ ତାହା ତମେ ପାଇବ। ତେଣୁ ତମେ ପ୍ରେମ ପ୍ରକ୍ଷେପିତ କଲେ ପ୍ରେମ ହିଁ ପାଇବ।
ଶାନ୍ତି ଆମ ଆତ୍ମାର ପ୍ରକୃତି। ଏହି ଅନ୍ତଃରାଷ୍ଟ୍ରୀୟ ଶାନ୍ତି ଦିବସରେ ଆମେ ଗର୍ବ ସହ ପ୍ରେମ, ଶାନ୍ତି ଏବଂ ସହାନୁଭୂତିର ପୁନଃ ସ୍ଥାପନା କରିବା। ଯେପର୍ଯ୍ୟନ୍ତ ନିଜ ଭିତରେ ଶାନ୍ତି ମିଳିବ ନାହିଁ ପୃଥିବୀ ଶାନ୍ତିପୂର୍ଣ୍ଣ ହୋଇ ପାରିବନି ଏବଂ ଆମ ଜୀବନରେ ବ୍ୟକ୍ତିଗତ ଉନ୍ନତି ହୋଇ ପାରିବନି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ସାମାଜିକ କର୍ମୀଙ୍କୁ ମରଣାନ୍ତକ ଆକ୍ରମଣ: ସୁନା ଚେନ ଓ ଟଙ୍କା ଲୁଟିନେଲେ, ଗାଁରେ ଚାପା ଉତ୍ତେଜନା

ଦିଗପହଣ୍ଡି,୧୭।୩ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ସହଦେବଟିକରପଡ଼ା ଗ୍ରାମରେ ଜଣେ ସାମାଜିକ କର୍ମୀଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ କରାଯାଇଥିବା ଅଭିଯୋଗ ହୋଇଛି।…

କର୍ମୀଙ୍କ ବିଶ୍ୱାସରେ ବିଷ ଦେଲେ ବିଧାୟକ, କ୍ରସ ଭୋଟିଂକୁ ନିନ୍ଦା, ରମେଶଙ୍କ ସହ ୩ଜଣଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଦାବି

ଭଞ୍ଜନଗର,୧୭।୩ (ବାବୁଲା ପ୍ରଧାନ): ରାଜ୍ୟ ସଭା ନିର୍ବାଚନରେ କ୍ରସ ଭୋଟିଂକୁ ନେଇ ଓଡ଼ିଶା ରାଜନୀତିରେ ବଡ଼ ଧରଣର ଚର୍ଚ୍ଚା ଲାଗି ରହିଛି। କଂଗ୍ରେସ ଓ ବିଜେଡିର ୧୧…

କେରଳରେ ଦୁଇ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଛେଳିକୁ ବଞ୍ଚେଇବାକୁ ଯାଇ…

ପାତ୍ରପୁର, ୧୭।୦୩(ଉମା ଚରଣ ନେପାକ): ଜରଡା ଥାନା ଖାରିଆଗୁଡା ଫାଣ୍ଡି ଅନ୍ତର୍ଗତ ଖାରିଆଗୁଡା ଗ୍ରାମର ଦୁଇ ଜଣ ଦାଦନ ଶ୍ରମିକଙ୍କ କେରଳରେ ମୃତ୍ୟୁ ହୋଇଥିବା ସୂଚନା ମିଳିଛି…

ୱାରେଣ୍ଟିଙ୍କୁ ଗିରଫ ପରେ କୋର୍ଟ ଚାଲାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ପୋଲିସ ମଙ୍ଗଳବାର ଦିଗପହଣ୍ଡି ବ୍ଲକ କୈଠଖଣ୍ଡି ପଞ୍ଚାୟତ ପେଣ୍ଡୁରାବାଡ଼ି ଗ୍ରାମର ଟୁନା ମହାନ୍ତିଙ୍କୁ ୱାରେଣ୍ଟ ବଳରେ ଗିରଫ କରି…

ଦିଗପହଣ୍ଡିରେ ସାମାଜିକ ସମୀକ୍ଷା ଜନ ଶୁଣାଣି; କାମ ନ କରି ୪୯ ହଜାର ଟଙ୍କା ଉଠାଣ

ଦିଗପହଣ୍ଡି,୧୭।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ପ୍ରଶାସନ ପକ୍ଷରୁ ମଙ୍ଗଳବାର ବ୍ଳକସ୍ତରୀୟ ସାମାଜିକ ସମୀକ୍ଷା ଜନଶୁଣାଣି ଶିବିର ଅନୁଷ୍ଠିତ ହୋଇଯାଇଛି। ବ୍ରହ୍ମପୁର ସହକାରୀ ଉପ…

ଜିଓ କମ୍ପାନୀର ମରଣଯନ୍ତା: ଜଙ୍ଘ ହାଡ଼ ଭାଙ୍ଗି ଯୁବକ ଶଯ୍ୟାଶାୟୀ, ୪ ଗୋରୁ ମୃତ

ଥୁଆମୂଳ ରାମପୁର ୧୭।୦୩ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା କର୍ଲାପାଟ ଥାନା ଅନ୍ତର୍ଗତ ରଣପୁର ଗ୍ରାମରେ ଏକ ହୃଦୟବିଦାରକ ଘଟଣା ସାମ୍ନାକୁ ଆସିଛି। ଜିଓ କମ୍ପାନୀ ପକ୍ଷରୁ…

ଗାଈକୁ ମାରି ଖାଇଲା କିଏ, ବନ୍ୟ ଜନ୍ତୁ ନା ବାଘ

ମୋହନା,୧୭।୩( ମନ୍ମଥ ମିଶ୍ର )ଗଞ୍ଜାମ,ଗଜପତି ଜିଲା ସୀମାନ୍ତ ଅଞ୍ଚଳରେ ଥିବା ଢେପାଗୁଡା ପଞ୍ଚାୟତର କାଇଟିମା ଓ ବାରିଆଦରା ଗାଁରେ ବାଘ ଆତଙ୍କ ଅଭିଯୋଗ କରିଛନ୍ତି ଗ୍ରାମବାସୀ। ୪…

PSL 2026: ହାଇଦ୍ରାବାଦ ଅଧିନାୟକ ହେଲେ ମାର୍ନସ ଲାବୁସେନ, ଚମକାଇଲା ନିଷ୍ପତ୍ତି

କରାଚୀ,୧୭।୩: ଅଷ୍ଟ୍ରେଲିଆର ଷ୍ଟାର୍‌ ବ୍ୟାଟର ମାର୍ନସ ଲାବୁସେନ ପ୍ରଥମ ଥର ପାଇଁ ପାକିସ୍ତାନ ସୁପର ଲିଗ (PSL) ଖେଳିବାକୁ ଯାଉଛନ୍ତି। ତେବେ ଆଶ୍ଚର୍ଯ୍ୟର କଥା ହେଉଛି, ପଦାର୍ପଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri