ପରିଧାନ ଓ ବ୍ୟକ୍ତିତ୍ୱ

ବର୍ଣ୍ଣାଡ ଶଙ୍କ ସମ୍ମାନାର୍ଥେ ଏକ ବ୍ରିଟିଶ୍‌ କ୍ଲବରେ ଭୋଜିର ଆୟୋଜନ କରାଯାଇଥାଏ। ସେହି କ୍ଲବରେ ପ୍ରବେଶକାରୀଙ୍କ ପାଇଁ ସୁଟ୍‌ ଓ ଟାଇ ପିନ୍ଧିବା ଏକ ବାଧ୍ୟତାମୂଳକ ନିୟମ ଥିଲା। ବର୍ଣ୍ଣାଡ ଶ ତାଙ୍କର ଦୈନନ୍ଦିନ ସାଧାରଣ ପୋଷାକ ପରିଧାନ କରି କ୍ଲବର ସଭାଗୃହକୁ ପ୍ରବେଶ କଲାବେଳେ ଦ୍ୱାରରକ୍ଷୀ ତାଙ୍କୁ ଅଟକାଇ ଦେଲା। ନିର୍ଦ୍ଧାରିତ ପୋଷାକ ପିନ୍ଧି ନ ଆସିଲେ କ୍ଲବ୍‌ ଭିତରକୁ ପ୍ରବେଶ ଅନୁମତି ନ ମିଳିବାରୁ ସେ ଫେରିଆସିଲେ ଓ ଅନୁମୋଦିତ ପୋଷାକ ପିନ୍ଧି କ୍ଲବ୍‌କୁ ଗଲେ। ସଭାଗୃହ ଭରପୂର ଥାଏ। ସମସ୍ତେ ତାଙ୍କ ଭାଷଣ ଶୁଣିବାକୁ ଅପେକ୍ଷା କରିଥାନ୍ତି। ଶ ଛିଡ଼ାହେଲେ ଓ ସମ୍ବୋଧନ କଲେ। ତାଙ୍କର କୋଟ୍‌ ଓ ଟାଇ ଖୋଲିଦେଇ ଚୌକି ଉପରେ ରଖିଦେଲେ ଓ କହିଲେ, ”ମୁଁ ଆଜି ଆପଣମାନଙ୍କୁ କିଛି କହିବି ନାହିଁ।“ ସମସ୍ତେ ଆଶ୍ଚର୍ଯ୍ୟ ହୋଇ କାରଣ ପଚାରନ୍ତେ ସେ କହିଲେ, ”ଏହି କ୍ଲବର ପୃଷ୍ଠପୋଷକମାନଙ୍କ ପାଇଁ ବ୍ୟକ୍ତିତ୍ୱ ବା ମସ୍ତିଷ୍କ ନୁହେଁ, କୋଟ୍‌ ଓ ଟାଇ ପିନ୍ଧିବା ବେଶି ଗୁରୁତ୍ୱପୂର୍ଣ୍ଣ, କାରଣ ମୁଁ ଏହା ପିନ୍ଧି ନ ଥିବାରୁ କ୍ଲବ୍‌କୁ ପ୍ରବେଶ ଅନୁମତି ମିଳି ନ ଥିଲା। ଏଣୁ କୋଟ୍‌ ଉପଯୁକ୍ତ ସ୍ଥାନରେ ଥୋଇଦେଇଛି।“ ଏତିକି କହି ସେ ସଭାଗୃହରୁ ବାହାରିଗଲେ। ସୁନ୍ଦର ଓ ଚାକଚକ୍ୟମୟ ପରିଧାନ ସର୍ବଦା ବ୍ୟକ୍ତିତ୍ୱର ପରିଚାୟକ ନୁହେଁ- ଏ କଥା ଶ ସେଦିନ ସୂଚାଇ ଦେଇଥିଲେ।
ଅନେକ ସମୟରେ ଆମେ ବ୍ୟକ୍ତିର ପୋଷାକ ପରିପାଟୀରୁ ତା’ର ବ୍ୟକ୍ତିତ୍ୱ ଆକଳନ କରିବାକୁ ଚେଷ୍ଟା କରୁ। ମାତ୍ର ପରିଧାନ ସବୁବେଳେ ବ୍ୟକ୍ତିର ବ୍ୟକ୍ତିତ୍ୱକୁ ପ୍ରତିଫଳିତ କରେ ନାହିଁ। ଆମେରିକାରେ ସ୍ବାମୀ ବିବେକାନନ୍ଦ ଗୈରିକ ବସ୍ତ୍ର ଓ ପଗଡ଼ି ପରିଧାନ କରିଥିବାରୁ ଉପହସିତ ହୋଇଥିଲେ। ମାତ୍ର ଏହି ବେଶଭୂଷାରେ ସେ ଶିକାଗୋ ଧର୍ମସଭାରେ ହିନ୍ଦୁଧର୍ମର ବିଜୟପତାକା ଉଡ଼ାଇଥିଲେ। ତାଙ୍କ ଜୀବନର ଆଉ ଏକ ଘଟଣା। ଥରେ ସେ ହାଓଡ଼ାରୁ ଟ୍ରେନ୍‌ ଯୋଗେ ମାଡ଼୍ରାସ ଯାଉଥିଲେ। ସେହି ଡବାରେ ଯାଉଥିଲେ ଦୁଇଜଣ ଗୋରା ସେନା ଅଫିସର। ସେମାନେ ଗୈରିକ ବସ୍ତ୍ର ପରିଧାନ କରିଥିବା ସ୍ବାମିଜୀଙ୍କ ରୂପ ଦେଖି ବିଦୃପ କରୁଥିଲେ। ଇଂଲିଶରେ କହୁଥିଲେ, ଭାରତରେ ଏଭଳି ଅନେକ ଗୈରିକ ବସ୍ତ୍ର ପରିଧାନ କରି ଆରାମରେ ଖାଇପିଇ ବଳିଷ୍ଠ ଶରୀର ଧାରଣ କରିଛନ୍ତି। ଏମାନେ ହେଲେ ମଣିଷ ମୂଷା। ଟ୍ରେନ୍‌ ମାଡ଼୍ରାସ ପୂର୍ବରୁ ଗୋଟିଏ ଷ୍ଟେଶନରେ ଅଟକିଲା। ପ୍ଲାଟଫର୍ମରେ ଶହ ଶହ ଅନୁଗାମୀ ଅପେକ୍ଷା କରିଥାନ୍ତି। ସ୍ବାମିଜୀ ପ୍ଲାଟଫର୍ମକୁ ଓହ୍ଲାଇ ସେମାନଙ୍କୁ ଇଂଲିଶରେ ପାଞ୍ଚମିନିଟ ଉଦ୍‌ବୋଧନ ଦେଲେ। ପୁଣି ଟ୍ରେନ ଚାଲିଲା। ସେହି ଡବାରେ ବସିଥିବା ସେହି ଦୁଇ ଗୋରା ସୈନିକ ସ୍ବାମିଜୀଙ୍କୁ ପ୍ରଶ୍ନ କଲେ ସେମାନେ ତାଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର କରିଥିଲେ ମଧ୍ୟ ସେ କାହିଁକି ପ୍ରତିବାଦ କଲେ ନାହିଁ? ସେମାନଙ୍କ ଧାରଣା ଥିଲା ସେ ଇଂଲିଶ ବୁଝିପାରୁନାହାନ୍ତି। ମାତ୍ର ତାଙ୍କ ଇଂଲିଶ ଉତ୍କୃଷ୍ଟ ଥିଲା ବୋଲି ସ୍ବୀକାର କରିବା ସଙ୍ଗେ ସଙ୍ଗେ ସେମାନେ ଲଜ୍ଜିତ ହେଲେ। ମହାମତ୍ା ଗାନ୍ଧୀଙ୍କ ଆଣ୍ଠୁ ଲୁଚୁ ନ ଥିବା ଧୋତି ଓ ବାଡ଼ି ଦେଖି ବ୍ରିଟିଶ ପ୍ରଧାନମନ୍ତ୍ରୀ ଚର୍ଚ୍ଚିଲ ତାଙ୍କୁ ଅର୍ଦ୍ଧନଗ୍ନ ଫକିର କହିଥିଲେ। ମାତ୍ର ସେ ସ୍ବାଧୀନତା ସଂଗ୍ରାମର ନେତୃତ୍ୱ ନେଇ ଭାରତର ସ୍ବାଧୀନତା ଆଣିଥିଲେ। ଏଣୁ ଅନାକର୍ଷଣୀୟ ପରିଧାନ ଅନ୍ତରାଳରେ ମଧ୍ୟ ଏକ ପ୍ରଭାବଶାଳୀ ବ୍ୟକ୍ତିତ୍ୱ ଥାଇପାରେ-ଏକଥା ଆମକୁ ସ୍ବୀକାର କରିବାକୁ ପଡ଼ିବ।
ଥରେ ଜଣେ ଉଚ୍ଚଶିକ୍ଷିତ ଯୁବକ ଗୋଟିଏ ରେଳଷ୍ଟେଶନରେ ଗୋଟିଏ ଆଟାଚି ଧରି ଓହ୍ଲେଇଲେ ଓ କୁଲି କୁଲି ବୋଲି ପାଟିକଲେ। ପାଖରେ ଠିଆ ହୋଇଥାନ୍ତି ସାଧାରଣ ଧୋତି କୁର୍ତ୍ତା ପିନ୍ଧିଥିବା ଜଣେ ଭଦ୍ରଲୋକ। ସେ କୁଲି ହୋଇଥିବ ଭାବି ଆଟାଚିଟା ତାଙ୍କୁ ଧରାଇଦେଲେ ଓ ଗନ୍ତବ୍ୟସ୍ଥଳରେ ପହଞ୍ଚତ୍ଲେ। ପରବର୍ତ୍ତୀ ସମୟରେ ଏକ ସଭାରେ ସେହି ଭଦ୍ରବ୍ୟକ୍ତିଙ୍କ ପାଣ୍ଡିତ୍ୟପୂର୍ଣ୍ଣ ଭାଷଣ ଶୁଣି ନିଜେ ଲଜ୍ଜିତ ହେଲେ। ସେ ଥିଲେ ଈଶ୍ୱର ଚନ୍ଦ୍ର ବିଦ୍ୟାସାଗର। ଏଣୁ ପରିଧାନରୁ ଜଣକର ବ୍ୟକ୍ତିତ୍ୱ ଆକଳନ କରିବା ସଂପୂର୍ଣ୍ଣ ଭ୍ରମାମତ୍କ।
ଇନ୍‌ଫୋସିସ୍‌ ଫାଉଣ୍ଡେଶନର ପ୍ରତିଷ୍ଠାତା ବିଶିଷ୍ଟ ଲେଖିକା ସୁଧା ମୂର୍ତ୍ତି ବାଙ୍ଗାଲୋର ଫେରିବା ପାଇଁ ଲଣ୍ଡନ ବିମାନ ବନ୍ଦରରେ ଅପେକ୍ଷା କରିଥାନ୍ତି। ସେ ପିନ୍ଧିଥାନ୍ତି ସାଧାରଣ ସଲୱାର କାମିଜ। ବିମାନ ଭିତରକୁ ପ୍ରବେଶ କରିବାକୁ ଘୋଷଣା ହେଲା। ସୁଧା ଧାଡ଼ିରେ ଛିଡ଼ା ହେଲେ। ତାଙ୍କ ଆଗରେ ଛିଡ଼ା ହୋଇଥାନ୍ତି ଯନତ୍ଶୀଳ ଭାବରେ ପ୍ରସାଧନ କରିଥିବା ଓ ଏକ ସୁନ୍ଦର ସିଲ୍‌କ ଜାମା ପିନ୍ଧିଥିବା ଜଣେ ସମ୍ଭ୍ରାନ୍ତ ମହିଳା। ତାଙ୍କ ସାଙ୍ଗରେ ଥାନ୍ତି ତାଙ୍କ ଜଣେ ବାନ୍ଧବୀ। ସେ ପିନ୍ଧିଥାନ୍ତି ଏକ ମୁକ୍ତାହାର କାନଫୁଲ ଓ ହୀରାର ଚୁଡ଼ି। ଉଭୟେ ଦେଖାଯାଉଥିଲେ ଧନୀ ଓ ସୌଖୀନ। ତାଙ୍କ ଠିକ୍‌ ସମ୍ମୁଖରେ ଛିଡ଼ା ହୋଇଥିବା ଭଦ୍ରମହିଳା ହଠାତ୍‌ ସୁଧାଙ୍କୁ ତାଙ୍କ ବୋର୍ଡ଼ିଂପାସ୍‌ (ବିମାନକୁ ପ୍ରବେଶ ଅନୁମତି ପତ୍ର) ଦେଖାଇବାକୁ କହିଲେ। ସୁଧା ତା’ର କାରଣ ପଚାରନ୍ତେ ସେ କହିଲେ ”ଆପଣ ଯେଉଁ ଧାଡ଼ିରେ ଛିଡ଼ା ହୋଇଛନ୍ତି ଏହା କେବଳ ଉଚ୍ଚଶ୍ରେଣୀ ଟିକେଟ୍‌ (ବିଜନେସ୍‌ କ୍ଲାସ୍‌) ଥିବା ବ୍ୟକ୍ତିଙ୍କ ପାଇଁ ଉଦ୍ଦିଷ୍ଟ। ସେ ସୁଧା ମୂର୍ତ୍ତିଙ୍କ ସାଧାରଣ ବେଶଭୂଷାରୁ ଧରି ନେଇଥିଲେ ସେ ଜଣେ ଉଚ୍ଚଶ୍ରେଣୀର ମହିଳା ନୁହନ୍ତି। ତାଙ୍କ ପାଖରେ ସାଧାରଣ ଶ୍ରେଣୀ (ଇକୋନୋମି କ୍ଲାସ୍‌) ଟିକେଟ ଥିବ। ତାଙ୍କ ପାଇଁ ରହିଛି ଅଲଗା ଧାଡ଼ି। ସୁଧା ତାଙ୍କ ମନୋଭାବ ବୁଝିପାରିଲେ। ସେହି ମହିଳାଙ୍କ ବେଶଭୂଷା ଓ କଥନଭଙ୍ଗୀରେ ପ୍ରକାଶ ପାଉଥିଲା ଆଭିଜାତ୍ୟର ଅହଂକାର। ସୁଧାଙ୍କ ପାଖରେ ଉଚ୍ଚଶ୍ରେଣୀ ଟିକେଟ ଥିଲା, ତଥାପି ସେ ନୀରବ ରହନ୍ତେ ସେହି ଭଦ୍ରମହିଳା ପୁଣି କହିଲେ, ”ଦେଖନ୍ତୁ, ସାଧାରଣ ଶ୍ରେଣୀ (ଇକୋନୋମି କ୍ଲାସ) ଅପେକ୍ଷା ଉଚ୍ଚଶ୍ରେଣୀ (ବିଜନେସ କ୍ଲାସ) ଟିକେଟର ମୂଲ୍ୟ ଅଢ଼େଇଗୁଣ ଅଧିକ।“ ତାଙ୍କ ବାନ୍ଧବୀ ପୁଣି ଯୋଡ଼ି ଦେଇ କହିଲେ, ”ଏହି ଶ୍ରେଣୀରେ ଅନେକ ସ୍ବତନ୍ତ୍ର ଆରାମଦାୟକ ସୁବିଧା ରହିଛି।“ ସେମାନେ ସୁଧାଙ୍କୁ ସେହି ଧାଡ଼ିରୁ ବାହାରିଯାଇ ସାଧାରଣ ଯାତ୍ରୀମାନଙ୍କ ପାଇଁ ଉଦ୍ଦିଷ୍ଟ ଧାଡ଼ିରେ ଛିଡ଼ା ହେବାକୁ ପରାମର୍ଶ ଦେଲେ। ସୁଧା ତାଙ୍କ କଥା ନ ଶୁଣି ସେହି ଧାଡ଼ିରେ ଛିଡ଼ା ହୋଇ ରହନ୍ତେ ସେହି ମହିଳା କହିଲେ, ”ଆପଣମାନଙ୍କ ଭଳି ଗୋରୁଶ୍ରେଣୀର (Cattle Class) ଲୋକଙ୍କୁ ବୁଝାଇ ହେବ ନାହିଁ।“ ଏହି ସାଧାରଣ ଶ୍ରେଣୀ (ଇକୋନୋମି କ୍ଲାସ)ରେ ଯାତ୍ରୀଙ୍କ ପାଇଁ ସୀମିତ ସ୍ଥାନ ଓ ସୁବିଧା ଥିବାରୁ ଏହି ଶ୍ରେଣୀକୁ ପରିହାସରେ ”ଗୋରୁ ଶ୍ରେଣୀ“ କୁହାଯାଏ। ସୁଧା ମୂର୍ତ୍ତିଙ୍କୁ ସେହି ଭଦ୍ର ମହିଳାଙ୍କ କଥା ଆଘାତ ଦେଲା। ସେ ବିମାନ କର୍ମଚାରୀଙ୍କୁ ତାଙ୍କ ଉଚ୍ଚଶ୍ରେଣୀର ପ୍ରବେଶ ପତ୍ର ଦେଖାଇଲେ ଓ ଅଗ୍ରସର ହେଲେ। ଭଦ୍ରମହିଳା ଦୁଇଜଣଙ୍କ ଧାରଣା ଭୁଲ ପ୍ରମାଣିତ ହେଲା। ସେମାନଙ୍କ ଅହଂକାରକୁ ଏକ ଧକ୍କା ଆସିଲା। ଟିକିଏ ଆଗକୁ ଯାଇ ସୁଧା ସେମାନଙ୍କୁ କହିଲେ, ”ଉଚ୍ଚ ଶ୍ରେଣୀର ଅର୍ଥ ନୁହେଁ ଅଜସ୍ର ଅର୍ଥ ଠୁଳ କରିବା। ଅର୍ଥ ରୋଜଗାର କରିବା ପାଇଁ ବହୁ ଅନୈତିକ ମାର୍ଗ ଅଛି। ସେହିଭଳି ମାର୍ଗରେ ଅଜସ୍ର ଅର୍ଥ ରୋଜଗାର କରିହେବ ଓ ବହୁମୂଲ୍ୟ ପୋଷାକ ଓ ଅଳଙ୍କାର ପିନ୍ଧିହେବ।“ ଏହା କହି ସୁଧା ଚାଲିଗଲେ। ଚାକଚକ୍ୟମୟ ପରିଧାନ ମଣିଷର ଅହଂକାର ସୂଚାଏ ସିନା, ନମ୍ରତା ସୂଚାଏ ନାହିଁ। ଅପରପକ୍ଷରେ ଜଣେ ସାଧାରଣ ପୋଷାକ ପିନ୍ଧିପାରେ, ମାତ୍ର ତାରି ଭିତରେ ଲୁକ୍କାୟିତ ଥାଇପାରେ ଏକ ଅସାଧାରଣ ମହାନ୍‌ ବ୍ୟକ୍ତିତ୍ୱ। ସେଦିନ ସେହି ସମ୍ଭ୍ରାନ୍ତ ମହିଳା ଦୁଇଜଣ ଏହି କଥା ବୁଝିପାରି ନ ଥିଲେ।
ମୋ: ୯୪୩୭୩୨୯୨୬୩


Enter your email to get our daily news in your inbox.

All Right Reserved By Dharitri.Com

ଆସିଲା ବଡ଼ ଅପଡେଟ୍‌: ଏମାନଙ୍କୁ ମିଳିବନି ପେଟ୍ରୋଲ-ଡିଜେଲ! ଶୀଘ୍ର କରନ୍ତୁ ଏହି କାମ…

ନୂଆଦିଲ୍ଲୀ,୧୮।୯: ଗାଡ଼ି ଚଳାଉଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର। ଯଦି ଗାଡ଼ିର ବୈଧ ଥାର୍ଡ-ପାର୍ଟି ଇନ୍ସୁରାନ୍ସ ନଥାଏ, ତେବେ ଆଗାମୀ ଦିନରେ ପେଟ୍ରୋଲ ପମ୍ପରେ ଇନ୍ଧନ…

ଉପନିର୍ବାଚନ ପୂର୍ବରୁ ଦିଦିଙ୍କୁ ବଡ଼ ଝଟକା: ରାତାରାତି ଖେଳିଲେ ବଡ଼ ଗେମ୍‌, ECଙ୍କୁ ରାତିରେ ଦେଲେ…

କୋଲକାତା,୧୮।୯: ତୃଣମୂଳ କଂଗ୍ରେସ (ଟିଏମ୍‌ସି)ର ନାମ ଓ ନିର୍ବାଚନୀ ଚିହ୍ନକୁ ନେଇ ବିବାଦ ମଧ୍ୟରେ ନୂଆ ମୋଡ଼ ଆସିଛି। ନିର୍ବାଚନ ଆୟୋଗଙ୍କ ଅନ୍ତରୀଣ ଆଦେଶର କିଛି ଘଣ୍ଟା…

ସୁପ୍ରିମକୋର୍ଟଙ୍କ ପରାମର୍ଶ, ଆଗାମୀ ବର୍ଷଠାରୁ ୬ଷ୍ଠ ଶ୍ରେଣୀ ପାଇଁ ତ୍ରିଭାଷା ନୀତି ଲାଗୁ…

ନୂଆଦିଲ୍ଲୀ,୧୮।୯: ଛାତ୍ରୀଛାତ୍ରମାନଙ୍କୁ ଆଶ୍ୱସ୍ତି ଏବଂ ମାନସିକ ଚାପରୁ ମୁକ୍ତ ରଖିବା ଉଦ୍ଦେଶ୍ୟରେ ସୁପ୍ରିମକୋର୍ଟ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରିଛନ୍ତି । ଆଗାମୀ ୨୦୨୭ ଶିକ୍ଷାବର୍ଷ ଠାରୁ…

ଟ୍ରଫି ନେବା ସମୟରେ ଶ୍ରେୟସ କଲେ ଏମିତି କାମ, ଚାରିଆଡ଼େ ହେଉଛି ପ୍ରଶଂସା; ଭିଡିଓ ଭାଇରାଲ

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ତଥା ଶେଷ ଟି-୨୦ ମ୍ୟାଚରେ ୧୨୭ ରନର ବଡ଼ ବ୍ୟବଧାନରେ ବିଜୟୀ ହୋଇଛି ଭାରତ। ଅଭିଷେକ ଶର୍ମା ଓ ସଞ୍ଜୁ ସାମସନଙ୍କ…

ଶତକ ପରେ କାହିଁକି ‘ଓଁ ନମଃ ଶିବାୟ’ଜପିଲେ ଅଭିଷେକ? ବଡ଼ ରାଜ୍‌ ଖୋଲିଲେ ବାପା, କହିଲେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ଭାରତ ୧୨୭ ରନରେ ବିଜୟୀ ହୋଇଥିବା ବେଳେ ଅଭିଷେକ ଶର୍ମାଙ୍କ ଐତିହାସିକ ଶତକ ସବୁଠୁ ଅଧିକ ଚର୍ଚ୍ଚାରେ ରହିଛି।…

‘ଓଁ ନମଃ ଶିବାୟ’ : ଶତକ ପରେ ମଇଦାନ ମଝିରେ ବସି ମନ୍ତ୍ର ଜପିଲେ ଅଭିଷେକ ଶର୍ମା, ତା’ପରେ…

ନୂଆଦିଲ୍ଲୀ,୧୮।୯: ଆଫଗାନିସ୍ତାନ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚରେ ବ୍ୟାଟର ଝଡ଼ ଆଣିଛନ୍ତି ଭାରତୀୟ ଯୁବ ବ୍ୟାଟର୍‌ ଅଭିଷେକ ଶର୍ମା। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଧୂଆଁଧାର ଶତକ…

ଘରେ ବାହାର ପଟୁ ତାଲା ପକାଇ ୫ ଛେଳି ଚୋରି, ୨ ଜଣଙ୍କୁ ଧରି…

ପାରପାଟଣା,୧୮ା୯(ବୀରକିଶୋର ଦାଶ): କିଛିଦିନ ହେବ ପାଟଣା, ଘଟଗାଁ, ତୁରୁମୁଙ୍ଗା ଥାନା ଅଞ୍ଚଳର ପାଟଣା ଓ ସାହାରପଡ଼ା ବ୍ଲକ ଅଞ୍ଚଳରେ ଛେଳି ଚୋରି ବୃଦ୍ଧି ପାଇଛି। ବହୁ ସଂଖ୍ୟକ…

୩୧ ଦିନ ପରେ ଉଦୟ ହେଲେ ବୁଧ: ବୃଷ ସମେତ ୫ ରାଶିଙ୍କ ଉପରେ ଧନବର୍ଷା! ଘର-ଗାଡ଼ି କିଣିବାର ରହିଛି ଯୋଗ

ଭୁବନେଶ୍ୱର: ୩୧ ଦିନ ଅସ୍ତ ରହିବା ପରେ ୨୦୨୬ ସେପ୍ଟେମ୍ବର ୧୭ ତାରିଖ ସନ୍ଧ୍ୟା ୬ଟା ୫୫ ମିନିଟରେ ଉଦୟ ହୋଇଛନ୍ତି ବୁଧ। ଜ୍ୟୋତିଷାଚାର୍ଯ୍ୟଙ୍କ ମତରେ, ମଙ୍ଗଳ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?