ଅସନ୍ତୁଷ୍ଟଙ୍କୁ ନୁହେଁ, ପ୍ରାର୍ଥିତ୍ୱକୁ ଭରସା

ଜଗତ୍‌ସିଂହପୁର ଅଫିସ,୧୮ା୨: ଜଗତ୍‌ସିଂହପୁର ଜିଲାର ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତିର୍ତ୍ତୋଲ ଜିଲା ପରିଷଦର ୪ନଂ. ଜୋନ୍‌ ବିଜେଡି ସଭ୍ୟା ପ୍ରିୟଦର୍ଶିନୀ ବିଶ୍ୱାଳ ବିଜୟୀ ହୋଇ ଅଧ୍ୟକ୍ଷ ପଦ ଅଳଙ୍କୃତ କରିଥିଲେ। ଏଥର ତାଙ୍କ ସ୍ବାମୀ ଏହି ଜୋନ୍‌ ଲାଗି ବିଜେଡି ପ୍ରାର୍ଥୀ ହୋଇଛନ୍ତି। ଗତ ନିର୍ବାଚନରେ ଏଠାରେ ବିଜେଡି ଓ କଂଗ୍ରେସ ମଧ୍ୟରେ ମୁକାବିଲା ହୋଇଥିଲା। କିନ୍ତୁ ଏଥର ଚିତ୍ର ବଦଳିଛି। ଏଥର ୫ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ମୁଖତଃ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବା ନେଇ ରାଜନୈତିକ ବିଶ୍ଳେଷକମାନେ ମତବ୍ୟକ୍ତ କରିଛନ୍ତି। ଏଠାରେ ଅସନ୍ତୁଷ୍ଟଙ୍କୁ ନୁହେଁ ବରଂ ପ୍ରାର୍ଥିତ୍ୱକୁ ଭୋଟର ଭରସା କରୁଛନ୍ତି। ବଡ଼କଥା ହେଲା, ଜିଲାର ଅଧିକାଂଶ ଜିଲା ପରିଷଦ ଜୋନ୍‌ରେ ଭାଜପା ଓ କଂଗ୍ରେସ ପ୍ରାର୍ଥୀମାନେ ଅସନ୍ତୁଷ୍ଟ ବିଜେଡି ଭୋଟକୁ ହାତେଇବା ଉପରେ ଗୁରୁତ୍ୱ ଦେଉଥିବା କହୁଛନ୍ତି। ମାତ୍ର ଏହି ଜୋନ୍‌ରେ ଭାଜପା ଓ କଂଗ୍ରେସ ପ୍ରାର୍ଥତ୍ତ୍ୱ ନିଆରା କଥା କହିବା ଆଲୋଚନାର ବିଷୟ ହୋଇଛି। ଜନସେବା, ବ୍ୟକ୍ତିତ୍ୱ ବଳରେ ସେମାନେ ରାଜନୀତିରେ ପାଦ ଥାପିଛନ୍ତି। ବିଜେଡିର ଅସନ୍ତୁଷ୍ଟମାନେ ନିଜ ଇଚ୍ଛାରେ ଆସିବାକୁ ଚାହିଁଲେ ଖୁସି ଲାଗିବ। କିନ୍ତୁ ତିକ୍ତତା କିମ୍ବା ଅସନ୍ତୋଷ ସୃଷ୍ଟିକରି ଭୋଟ ରାଜନୀତି କରିବେ ନାହିଁ ବୋଲି ୨ ନେତା କହିଛନ୍ତି।
ତିର୍ତ୍ତୋଲ ୪ନଂ. ଜୋନ୍‌ଟି ଗତଥର ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। କିନ୍ତୁ ଏଥର ଅସଂରକ୍ଷିତ କରାଯାଇଛି। ଏହି ଜୋନ୍‌ ବୋଧେଇ, ଗରାମ, ଇବ୍ରିସିଂହ, ଜଗନ୍ନାଥପୁର, କଟରା, ତୁଳଙ୍ଗ ଓ ପିପଳମାଧବ ପଞ୍ଚାୟତକୁ ନେଇ ଗଠିତ। ଗତ ନିର୍ବାଚନରେ ଜୋନ୍‌ର ଭୋଟର ସଂଖ୍ୟା ୩୨,୩୪୮ ଥିଲା। କିନ୍ତୁ ଏଥର ଅଧିକ ୧୫୨୫ ଜଣ ଯୋଡ଼ି ହୋଇଛନ୍ତି। ୨୦୧୭ ନିର୍ବାଚନ ଫଳାଫଳ ଅନୁଯାୟୀ, ଜୋନ୍‌ରୁ ବିଜେଡି ପ୍ରାର୍ଥୀ ବିଶ୍ୱାଳଙ୍କୁ ୧୨,୩୫୧ ଖଣ୍ଡ ଭୋଟ ମିଳିଥିଲା। କଂଗ୍ରେସର ନିବେଦିତା ମହାନ୍ତିଙ୍କ ସପକ୍ଷରେ ୭,୮୪୮ ଖଣ୍ଡ ଭୋଟ ଯାଇଥିଲା। ଭାଜପାର ଜୟଲକ୍ଷ୍ମୀ ମହାନ୍ତିଙ୍କୁ ୪୮୮୭ ଖଣ୍ଡ ଭୋଟ ମିଳିଥିଲା। ତେବେ ଏଥିରେ କଂଗ୍ରେସ ପ୍ରାର୍ଥୀ ମହାନ୍ତିଙ୍କଠାରୁ ବିଜେଡିର ବିଶ୍ୱାଳ ଅଧିକ ୪୫୦୩ ଖଣ୍ଡ ଭୋଟ ପାଇ ଜିତିଥିଲେ। ଏଥର ବିଜେଡିରୁ ଗଙ୍ଗାଧର ବିଶ୍ୱାଳ, କଂଗ୍ରେସରୁ ନୀହାର ରଞ୍ଜନ ଓଝା, ଭାଜପାରୁ ସୁନନ୍ଦ କୁମାର ବିଶ୍ୱାଳ, ଆମ୍‌ ଆଦ୍‌ମୀ ପାର୍ଟିରୁ ମୃତ୍ୟୁଞ୍ଜୟ ରାଉତ ଓ ସ୍ବାଧୀନ ଭାବେ ବାବାଜୀ ଚରଣ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି।
ଭାଜପା ପ୍ରାର୍ଥୀ ସୁନନ୍ଦ ପ୍ରଥମଥର ପାଇଁ ସିଧାସଳଖ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି। ପୂର୍ବରୁ ଭାଜପା ଯୁବମୋର୍ଚ୍ଚା ସଭାପତି ଥିଲେ। ଏବେ ତିର୍ତ୍ତୋଲ ୪ ନଂ. ଜୋନ୍‌ ମଣ୍ଡଳ ସଭାପତି ଅଛନ୍ତି। ଏ ସମ୍ପର୍କରେ ସୁନନ୍ଦ କହିଛନ୍ତି, ତାଙ୍କ ନିଜ ପଞ୍ଚାୟତ ହେଉଛି ଜଗନ୍ନାଥପୁର। କେନ୍ଦ୍ର ସରକାରଙ୍କ ଜନହିତକାରୀ ଯୋଜନା ଲୋକଙ୍କୁ ଆକୃଷ୍ଟ କରୁଛି। କରୋନା ମହାମାରୀ ସମୟରେ ମାଗଣା ଟିକା ଦେଇ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ବିଶ୍ୱାସ ଜିତିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ବଚ୍ଛ ଭାରତ ଓ ଉଜ୍ଜ୍ୱଳା ଆଦି ଯୋଜନାର ବାସ୍ତବ ରୂପାୟନ ହେଉଛି। ଆଗାମୀ ନିର୍ବାଚନରେ ଜୋନ୍‌ ଅନ୍ତର୍ଗତ ସମସ୍ତ ପଞ୍ଚାୟତରୁ ସନ୍ତୋଷଜନକ ଭୋଟ ମିଳିବ। କିନ୍ତୁ ତୁଳଙ୍ଗ, ଜଗନ୍ନାଥପୁର ଓ ପିପଳମାଧବରୁ ସବୁଠାରୁ ଅଧିକ ଭୋଟ୍‌ ମିଳିବ। ଗତ ନିର୍ବାଚନରେ ଜିତିଥିବା ପ୍ରାର୍ଥୀଙ୍କ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଲୋକେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ବିଜେଡି ପ୍ରାର୍ଥୀ ଗଙ୍ଗାଧରଙ୍କ ନିଜ ପଞ୍ଚାୟତ ହେଉଛି ଗରାମ। ସେ କହିଛନ୍ତି, ଗତ ନିର୍ବାଚନରେ ଜିତି ଜିଲା ପରିଷଦ ଅଧ୍ୟକ୍ଷ ହେଲା ପରେ ତାଙ୍କ ସ୍ତ୍ରୀ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି। ତଥାପି ଅନେକ କିଛି କରିବାକୁ ବାକି ଅଛି। କେତେକ ଗରିବ ଲୋକଙ୍କୁ ଆବାସ ଯୋଜନାରେ ଘର ମିଳିପାରିନାହିଁ। ଏପରି କି ଭତ୍ତାରୁ ମଧ୍ୟ ଅନେକେ ବଞ୍ଚତ୍ତ। ଲୋକଙ୍କ ସବୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଉଦ୍ୟମ କରିବେ। ଆଗାମୀ ନିର୍ବାଚନରେ ରାମ ଓ କଟରାରୁ ତାଙ୍କ ସପକ୍ଷରେ ରେକର୍ଡସଂଖ୍ୟକ ଭୋଟ ଯିବ ବୋଲି ସେ କହିଛନ୍ତି। ସଅଁରାର ନୀହାର ହେଉଛନ୍ତି କଂଗ୍ରେସ ପ୍ରାର୍ଥୀ। ନୂଆକରି ପ୍ରାର୍ଥୀ ହୋଇଛନ୍ତି। ରାଜ୍ୟସ୍ତରରେ ସେ ଔଷଧ ବ୍ୟବସାୟ କରନ୍ତି। ସେ କହିଥିଲେ, ଗରିବ ଲୋକଙ୍କୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା ଜନିତ ସହାୟତା କରିବାରେ କେବେ ବି କୁଣ୍ଠା ପ୍ରକାଶ କରନ୍ତି ନାହିଁ। ଏପରି କି ଯେଉଁମାନଙ୍କ ପାଖରେ ଟଙ୍କା ନ ଥାଏ ସେମାନଙ୍କୁ ସେ ସାହସ ଦେଇଥାନ୍ତି। ଔଷଧ ଦୋକାନରେ ମାନି ରୁହନ୍ତି। ଏକଦା ଜଣେ ରୋଗୀଙ୍କ ପାଇଁ ସେ ୧୦ ଲକ୍ଷ ଟଙ୍କାର ଔଷଧ ବାକିରେ କରାଇ ଦେଇଥିଲେ। ପିଲାବେଳୁ ଦୁର୍ନୀତି କରନାହିଁ। ନିଷ୍କଳଙ୍କ ବ୍ୟକ୍ତିତ୍ୱ ହିଁ ତାଙ୍କ ସମ୍ବଳ ବୋଲି ନୀହାର ପ୍ରକାଶ କରିଛନ୍ତି। ତେବେ ଆଗକୁ ଦେଖିବାର ଅଛି ବାସ୍ତବରେ ଲୋକେ କେଉଁ ପ୍ରାର୍ଥୀଙ୍କୁ ସେମାନଙ୍କ ମୂଲ୍ୟବାନ ଭୋଟ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୁର୍ଘଟଣାରେ ଭାଜପା ନେତାଙ୍କ ପରଲୋକ

ଭଞ୍ଜନଗର,୨୧।୧୨(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର ଆସୋସିଏଶନ ଯୁବ ଆଇନଜୀବୀ ତଥା ଭାଜପା ନେତା ଅରୁଣ ପ୍ରଧାନଙ୍କ ରବିବାର ରାତିରେ ତାରସିଂ ଥାନା ଅନ୍ତର୍ଗତ...

ଆର୍ଥିକ ସଙ୍କଟରେ ପାକିସ୍ତାନ ହକି ଖେଳାଳି

କରାଚୀ, ୨୧ା୧୨: ପାକିସ୍ତାନ ହକି ଖେଳାଳିମାନେ ଆର୍ଥିକ ସମସ୍ୟା ସହିତ ଜଡ଼ିତ ଅଛନ୍ତି। କାରଣ ସେମାନଙ୍କର ଲକ୍ଷ ଲକ୍ଷ ଟଙ୍କା ବକେୟା ପାଉଣା ପଡ଼ି ରହିଛି।...

ଖସଡ଼ା ଜଳପ୍ରପାତକୁ ସଫା କରି ସମାଜକୁ ଦେଲେ ନିଆରା ବାର୍ତ୍ତା, ପର୍ଯ୍ୟଟନସ୍ଥଳୀର ସୁରକ୍ଷା ନିମନ୍ତେ ଅଣ୍ଟା ଭିଡ଼ିଲେ….

ମୋହନା,୨୧/୧୨( ମନ୍ମଥ ମିଶ୍ର ): ନୂଆବର୍ଷ ପାଖେଇ ଆସୁଥିବା ବେଳେ ଦିନକୁ ଦିନ ବଣଭୋଜି ପାଇଁ ବିଭିନ୍ନ ଦର୍ଶନୀୟ ସ୍ଥାନରେ ଜନ ସମାଗମ ଦେଖିବାକୁ ମିଳୁଛି...

ଭଞ୍ଜନଗରରେ ୩ଟି ଦୁର୍ଘଟଣା, ଜଣେ ମୃତ ୨ ଗୁରୁତର

ଭଞ୍ଜନଗର,୨୧/୧୨(ବାବୁଲା ପ୍ରଧାନ)-ଗଞ୍ଜାମ ଜିଲା ଭଞ୍ଜନଗର ଥାନା ଅଞ୍ଚଳରେ ରବିବାର ଅପରାହ୍ନରେ ଦୁଇଟି ଦୁର୍ଘଟଣା ଘଟିଛି। ଏଥିସହ ଶନିବାର ବିଳମ୍ବିତ ରାତିରେ ତାରସିଂ ଥାନା ଅଞ୍ଚଳରେ ଆଉ...

ହ୍ୟୁମାନ ମୃତ୍ୟୁ: ଏତଲାରେ ବୋହୂଙ୍କ ନାଁ, ଆବେଗଭରା ମନ୍ତବ୍ୟ ଦେଇ କହିଲେ ଅର୍ପିତା ଚୌଧୁରୀ….

କଟକ,୨୧ା୧୨: ହ୍ୟୁମାନ ସାଗରଙ୍କ ମୃତ୍ୟୁକୁ ଦିନ ପରେ ଦିନ ଗଡିଯାଉଥିବା ବେଳେ ସସପେନ୍ସ ଉପରୁ ପରଦା ଉଠିପାରୁ ନାହିଁ । ଆଜି ମା ଶେଫାଳି ସୁନା...

ବଡ଼ଦିନ ପୂର୍ବରୁ ଅଘଟଣ, ନାଳକୁ ଲୁଗା ସଫା କରିବାକୁ ଯାଇଥିବା ବେଳେ ସାପ କାମୁଡ଼ାରେ ମହିଳାଙ୍କ ମୃତ୍ୟୁ

ଗଜପତି୨୧/୧୨ (ଗିରିଧାରୀ ପରିଛା): ନଦୀକୁ ଲୁଗାପଟା ସଫା କରିବାକୁ ଯାଇ ସାପ କାମୁଡ଼ାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି । ଆଜି ଏମିତି ଏକ ହୃଦୟ...

ଅଜଣା ଗାଡି ଧକ୍କାରେ ୨ ମୃତ, କ୍ଷତିପୂରଣ ଦାବିରେ ହରଡଖୋଲରେ ଏନଏଚ ଅବରୋଧ

ସୋନପୁର,୨୧/୧୨(ମୃତ୍ୟୁଞ୍ଜୟ ଶତପଥୀ): ସୋନପୁର ଥାନା ଅଧିନସ୍ଥ ୫୭ ନମ୍ବର ଜାତୀୟ ରାଜପଥର ହରଡ଼ଖୋଲ୍ ନିକଟରେ ରବିବାର ସନ୍ଧ୍ୟା ୬ଟାରେ ଏକ ମର୍ମନ୍ତୁଦ ସଡ଼କ ଦୁ୍ର୍ଘଟଣା ଘଟିଛି...

୫୦ ଫୁଟ ତଳକୁ ଖସିଲା ପିକନିକ୍ ବସ୍, ଜଣେ ମୃତ ୪ ଗୁରୁତର

ପାତ୍ରପୁର ୨୧/୧୨(ଉମା ଚରଣ ନେପାକ): ଗଞ୍ଜାମ ଜିଲା ଜରଡା ଥାନା ଅନ୍ତର୍ଗତ ବୁରାତାଲ୍ ପଞ୍ଚାୟତ ସାପୁଆଖତ ଠାରେ ବ୍ରହ୍ମପୁର ଏକ ଘୋରଇ ସ୍କୁଲ୍ ବସ ଦୁର୍ଘଟଣା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri