ଅସନ୍ତୁଷ୍ଟଙ୍କୁ ନୁହେଁ, ପ୍ରାର୍ଥିତ୍ୱକୁ ଭରସା

ଜଗତ୍‌ସିଂହପୁର ଅଫିସ,୧୮ା୨: ଜଗତ୍‌ସିଂହପୁର ଜିଲାର ୨୦୧୭ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ତିର୍ତ୍ତୋଲ ଜିଲା ପରିଷଦର ୪ନଂ. ଜୋନ୍‌ ବିଜେଡି ସଭ୍ୟା ପ୍ରିୟଦର୍ଶିନୀ ବିଶ୍ୱାଳ ବିଜୟୀ ହୋଇ ଅଧ୍ୟକ୍ଷ ପଦ ଅଳଙ୍କୃତ କରିଥିଲେ। ଏଥର ତାଙ୍କ ସ୍ବାମୀ ଏହି ଜୋନ୍‌ ଲାଗି ବିଜେଡି ପ୍ରାର୍ଥୀ ହୋଇଛନ୍ତି। ଗତ ନିର୍ବାଚନରେ ଏଠାରେ ବିଜେଡି ଓ କଂଗ୍ରେସ ମଧ୍ୟରେ ମୁକାବିଲା ହୋଇଥିଲା। କିନ୍ତୁ ଏଥର ଚିତ୍ର ବଦଳିଛି। ଏଥର ୫ ଜଣ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବା ବେଳେ ମୁଖତଃ ବିଜେଡି, ଭାଜପା ଓ କଂଗ୍ରେସ ମଧ୍ୟରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବା ନେଇ ରାଜନୈତିକ ବିଶ୍ଳେଷକମାନେ ମତବ୍ୟକ୍ତ କରିଛନ୍ତି। ଏଠାରେ ଅସନ୍ତୁଷ୍ଟଙ୍କୁ ନୁହେଁ ବରଂ ପ୍ରାର୍ଥିତ୍ୱକୁ ଭୋଟର ଭରସା କରୁଛନ୍ତି। ବଡ଼କଥା ହେଲା, ଜିଲାର ଅଧିକାଂଶ ଜିଲା ପରିଷଦ ଜୋନ୍‌ରେ ଭାଜପା ଓ କଂଗ୍ରେସ ପ୍ରାର୍ଥୀମାନେ ଅସନ୍ତୁଷ୍ଟ ବିଜେଡି ଭୋଟକୁ ହାତେଇବା ଉପରେ ଗୁରୁତ୍ୱ ଦେଉଥିବା କହୁଛନ୍ତି। ମାତ୍ର ଏହି ଜୋନ୍‌ରେ ଭାଜପା ଓ କଂଗ୍ରେସ ପ୍ରାର୍ଥତ୍ତ୍ୱ ନିଆରା କଥା କହିବା ଆଲୋଚନାର ବିଷୟ ହୋଇଛି। ଜନସେବା, ବ୍ୟକ୍ତିତ୍ୱ ବଳରେ ସେମାନେ ରାଜନୀତିରେ ପାଦ ଥାପିଛନ୍ତି। ବିଜେଡିର ଅସନ୍ତୁଷ୍ଟମାନେ ନିଜ ଇଚ୍ଛାରେ ଆସିବାକୁ ଚାହିଁଲେ ଖୁସି ଲାଗିବ। କିନ୍ତୁ ତିକ୍ତତା କିମ୍ବା ଅସନ୍ତୋଷ ସୃଷ୍ଟିକରି ଭୋଟ ରାଜନୀତି କରିବେ ନାହିଁ ବୋଲି ୨ ନେତା କହିଛନ୍ତି।
ତିର୍ତ୍ତୋଲ ୪ନଂ. ଜୋନ୍‌ଟି ଗତଥର ମହିଳାଙ୍କ ପାଇଁ ସଂରକ୍ଷିତ ଥିଲା। କିନ୍ତୁ ଏଥର ଅସଂରକ୍ଷିତ କରାଯାଇଛି। ଏହି ଜୋନ୍‌ ବୋଧେଇ, ଗରାମ, ଇବ୍ରିସିଂହ, ଜଗନ୍ନାଥପୁର, କଟରା, ତୁଳଙ୍ଗ ଓ ପିପଳମାଧବ ପଞ୍ଚାୟତକୁ ନେଇ ଗଠିତ। ଗତ ନିର୍ବାଚନରେ ଜୋନ୍‌ର ଭୋଟର ସଂଖ୍ୟା ୩୨,୩୪୮ ଥିଲା। କିନ୍ତୁ ଏଥର ଅଧିକ ୧୫୨୫ ଜଣ ଯୋଡ଼ି ହୋଇଛନ୍ତି। ୨୦୧୭ ନିର୍ବାଚନ ଫଳାଫଳ ଅନୁଯାୟୀ, ଜୋନ୍‌ରୁ ବିଜେଡି ପ୍ରାର୍ଥୀ ବିଶ୍ୱାଳଙ୍କୁ ୧୨,୩୫୧ ଖଣ୍ଡ ଭୋଟ ମିଳିଥିଲା। କଂଗ୍ରେସର ନିବେଦିତା ମହାନ୍ତିଙ୍କ ସପକ୍ଷରେ ୭,୮୪୮ ଖଣ୍ଡ ଭୋଟ ଯାଇଥିଲା। ଭାଜପାର ଜୟଲକ୍ଷ୍ମୀ ମହାନ୍ତିଙ୍କୁ ୪୮୮୭ ଖଣ୍ଡ ଭୋଟ ମିଳିଥିଲା। ତେବେ ଏଥିରେ କଂଗ୍ରେସ ପ୍ରାର୍ଥୀ ମହାନ୍ତିଙ୍କଠାରୁ ବିଜେଡିର ବିଶ୍ୱାଳ ଅଧିକ ୪୫୦୩ ଖଣ୍ଡ ଭୋଟ ପାଇ ଜିତିଥିଲେ। ଏଥର ବିଜେଡିରୁ ଗଙ୍ଗାଧର ବିଶ୍ୱାଳ, କଂଗ୍ରେସରୁ ନୀହାର ରଞ୍ଜନ ଓଝା, ଭାଜପାରୁ ସୁନନ୍ଦ କୁମାର ବିଶ୍ୱାଳ, ଆମ୍‌ ଆଦ୍‌ମୀ ପାର୍ଟିରୁ ମୃତ୍ୟୁଞ୍ଜୟ ରାଉତ ଓ ସ୍ବାଧୀନ ଭାବେ ବାବାଜୀ ଚରଣ ମଲ୍ଲିକ ପ୍ରାର୍ଥୀ ହୋଇଛନ୍ତି।
ଭାଜପା ପ୍ରାର୍ଥୀ ସୁନନ୍ଦ ପ୍ରଥମଥର ପାଇଁ ସିଧାସଳଖ ନିର୍ବାଚନରେ ଅବତୀର୍ଣ୍ଣ ହୋଇଛନ୍ତି। ପୂର୍ବରୁ ଭାଜପା ଯୁବମୋର୍ଚ୍ଚା ସଭାପତି ଥିଲେ। ଏବେ ତିର୍ତ୍ତୋଲ ୪ ନଂ. ଜୋନ୍‌ ମଣ୍ଡଳ ସଭାପତି ଅଛନ୍ତି। ଏ ସମ୍ପର୍କରେ ସୁନନ୍ଦ କହିଛନ୍ତି, ତାଙ୍କ ନିଜ ପଞ୍ଚାୟତ ହେଉଛି ଜଗନ୍ନାଥପୁର। କେନ୍ଦ୍ର ସରକାରଙ୍କ ଜନହିତକାରୀ ଯୋଜନା ଲୋକଙ୍କୁ ଆକୃଷ୍ଟ କରୁଛି। କରୋନା ମହାମାରୀ ସମୟରେ ମାଗଣା ଟିକା ଦେଇ ପ୍ରାଧନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ବିଶ୍ୱାସ ଜିତିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଯୋଜନା, ସ୍ବଚ୍ଛ ଭାରତ ଓ ଉଜ୍ଜ୍ୱଳା ଆଦି ଯୋଜନାର ବାସ୍ତବ ରୂପାୟନ ହେଉଛି। ଆଗାମୀ ନିର୍ବାଚନରେ ଜୋନ୍‌ ଅନ୍ତର୍ଗତ ସମସ୍ତ ପଞ୍ଚାୟତରୁ ସନ୍ତୋଷଜନକ ଭୋଟ ମିଳିବ। କିନ୍ତୁ ତୁଳଙ୍ଗ, ଜଗନ୍ନାଥପୁର ଓ ପିପଳମାଧବରୁ ସବୁଠାରୁ ଅଧିକ ଭୋଟ୍‌ ମିଳିବ। ଗତ ନିର୍ବାଚନରେ ଜିତିଥିବା ପ୍ରାର୍ଥୀଙ୍କ କାର୍ଯ୍ୟକଳାପକୁ ଦୃଷ୍ଟିରେ ରଖି ଲୋକେ ନିଷ୍ପତ୍ତି ନେବେ ବୋଲି ସେ କହିଛନ୍ତି। ବିଜେଡି ପ୍ରାର୍ଥୀ ଗଙ୍ଗାଧରଙ୍କ ନିଜ ପଞ୍ଚାୟତ ହେଉଛି ଗରାମ। ସେ କହିଛନ୍ତି, ଗତ ନିର୍ବାଚନରେ ଜିତି ଜିଲା ପରିଷଦ ଅଧ୍ୟକ୍ଷ ହେଲା ପରେ ତାଙ୍କ ସ୍ତ୍ରୀ ଅନେକ ଉନ୍ନୟନମୂଳକ କାର୍ଯ୍ୟ କରିଛନ୍ତି। ତଥାପି ଅନେକ କିଛି କରିବାକୁ ବାକି ଅଛି। କେତେକ ଗରିବ ଲୋକଙ୍କୁ ଆବାସ ଯୋଜନାରେ ଘର ମିଳିପାରିନାହିଁ। ଏପରି କି ଭତ୍ତାରୁ ମଧ୍ୟ ଅନେକେ ବଞ୍ଚତ୍ତ। ଲୋକଙ୍କ ସବୁ ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ଉଦ୍ୟମ କରିବେ। ଆଗାମୀ ନିର୍ବାଚନରେ ରାମ ଓ କଟରାରୁ ତାଙ୍କ ସପକ୍ଷରେ ରେକର୍ଡସଂଖ୍ୟକ ଭୋଟ ଯିବ ବୋଲି ସେ କହିଛନ୍ତି। ସଅଁରାର ନୀହାର ହେଉଛନ୍ତି କଂଗ୍ରେସ ପ୍ରାର୍ଥୀ। ନୂଆକରି ପ୍ରାର୍ଥୀ ହୋଇଛନ୍ତି। ରାଜ୍ୟସ୍ତରରେ ସେ ଔଷଧ ବ୍ୟବସାୟ କରନ୍ତି। ସେ କହିଥିଲେ, ଗରିବ ଲୋକଙ୍କୁ କଟକ ବଡ଼ ଡାକ୍ତରଖାନାରେ ଚିକିତ୍ସା ଜନିତ ସହାୟତା କରିବାରେ କେବେ ବି କୁଣ୍ଠା ପ୍ରକାଶ କରନ୍ତି ନାହିଁ। ଏପରି କି ଯେଉଁମାନଙ୍କ ପାଖରେ ଟଙ୍କା ନ ଥାଏ ସେମାନଙ୍କୁ ସେ ସାହସ ଦେଇଥାନ୍ତି। ଔଷଧ ଦୋକାନରେ ମାନି ରୁହନ୍ତି। ଏକଦା ଜଣେ ରୋଗୀଙ୍କ ପାଇଁ ସେ ୧୦ ଲକ୍ଷ ଟଙ୍କାର ଔଷଧ ବାକିରେ କରାଇ ଦେଇଥିଲେ। ପିଲାବେଳୁ ଦୁର୍ନୀତି କରନାହିଁ। ନିଷ୍କଳଙ୍କ ବ୍ୟକ୍ତିତ୍ୱ ହିଁ ତାଙ୍କ ସମ୍ବଳ ବୋଲି ନୀହାର ପ୍ରକାଶ କରିଛନ୍ତି। ତେବେ ଆଗକୁ ଦେଖିବାର ଅଛି ବାସ୍ତବରେ ଲୋକେ କେଉଁ ପ୍ରାର୍ଥୀଙ୍କୁ ସେମାନଙ୍କ ମୂଲ୍ୟବାନ ଭୋଟ ଦେଉଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ରେଳ ଲାଇନ୍‌ ପାରି ହେଉଥିଲେ, ଧକ୍କା ଦେଲା ବାଙ୍ଗିରିପୋଷି-ରୁପ୍ସା ଟ୍ରେନ: ମୁଣ୍ଡରୁ ଗଣ୍ଡି ଅଲଗା…

ବୈଶିଙ୍ଗା, ୧।୪ (ରତନ ଦାଶ): ମୟୂରଭଞ୍ଜ ଜିଲା ବୈଶିଙ୍ଗା ଥାନା ଅନ୍ତର୍ଗତ ମଛପଦା ନିକଟରେ ବୁଧବାର ରାତିରେ ଏକ ମର୍ମନ୍ତୁଦ ରେଳ ଦୁର୍ଘଟଣା ଘଟିଯାଇଛି। ବାଙ୍ଗିରିପୋଷି-ରୁପ୍ସା ଡିଏମୟୁ…

ଗଜପତି ପୋଲିସର ବଡ଼ ସଫଳତା: ୧ କୋଟି ୮୦ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ, ୩ ମାଫିଆ…

ମୋହନା, ୧।୪(ମନ୍ମଥ ମିଶ୍ର): ରାଜ୍ୟ ସରକାରଙ୍କ ଗଞ୍ଜେଇ ମୁକ୍ତ ଓଡ଼ିଶା ଅଭିଯାନ ମଧ୍ୟରେ ଗଜପତି ପୋଲିସକୁ ଏକ ବଡ଼ ସଫଳତା ମିଳିଛି। ଜିଲାର ଆର୍‌. ଉଦୟଗିରି ଥାନା…

IPL ୨୦୨୬: ଲକ୍ଷ୍ନୌକୁ ଲଗାତାର ୫ମ ଥର ପାଇଁ ହରାଇଲା ଦିଲ୍ଲୀ କ୍ୟାପିଟାଲ୍ସ; ଦଳକୁ ଦମ୍‌ଦାର ବିଜୟ ଦେଲେ ସମୀର ରିଜଭୀ…

ଲକ୍ଷ୍ନୌ, ୧ା୪: ଆଇପିଏଲ ୨୦୨୬ରେ ଦିଲ୍ଲୀ କ୍ୟାପିଟାଲ୍ସ ବିଜୟ ଅଭିଯାନ ଆରମ୍ଭ କରିଛି। ଲକ୍ଷ୍ନୌ ସୁପର ଜାଏଣ୍ଟସ (LSG) ବିପକ୍ଷ ମ୍ୟାଚରେ ଦିଲ୍ଲୀ ୧୪୨ ରନର ଲକ୍ଷ୍ୟକୁ…

ବ୍ୟାକଫୁଟରେ ସୁପରପାୱାର ଆମେରିକା, ଇରାନ ସହ ଯୁଦ୍ଧରୁ ଓହରିବ! ଟ୍ରମ୍ପଙ୍କ ବଡ଼ ବୟାନ…

ୱାଶିଂଟନ, ୧ା୪:ଇରାନ ଏବଂ ଆମେରିକା ମଧ୍ୟରେ ଚାଲିଥିବା ସଂଘର୍ଷ ଏବେ ଏକ ନୂଆ ମୋଡ଼ ନେଇଛି। ସୁପରପାୱାର ଆମେରିକାର ରଣନୀତି ଫେଲ ମାରୁଥିବା ବେଳେ ରାଷ୍ଟ୍ରପତି ଡୋନାଲ୍ଡ…

ରାସାୟନିକ ଦୁର୍ଘଟଣା ରୋକିବାରେ ‘ଗ୍ରାସିମ୍‌’ ତୁଲାଉଛି ଗୁରୁଦାୟିତ୍ୱ, ଜନସାଧାରଣଙ୍କ ମଧ୍ୟରେ…

ଗଞ୍ଜାମ,୧ା୪(ଅନାଥ ତରାଇ/ବିଦ୍ୟାଧର ସାହୁ)- ପରିବେଶ ସୁରକ୍ଷା ଏବଂ ଜନସାଧାରଣଙ୍କ ନିରାପତ୍ତା ପ୍ରତି ନିଜର ପ୍ରତିବଦ୍ଧତା ପ୍ରଦର୍ଶନ କରି ପୁଣିଥରେ ଚର୍ଚ୍ଚାରେ ଗ୍ରାସିମ୍‌ ଇଣ୍ଡଷ୍ଟ୍ରିଜ୍‌। ମଙ୍ଗଳବାର ଅପରାହ୍ନ ପ୍ରାୟ…

ଥୁଆମୂଳ ରାମପୁରରେ ମା’ ଠାକୁରାଣୀଙ୍କ ଚୈତ୍ର ଘଣ୍ଟଯାତ୍ରା ସମ୍ପନ୍ନ: ଭକ୍ତିମୟ ପରିବେଶରେ ନିଜ ଆସ୍ଥାନକୁ ଫେରିଲେ ମା’

ଥୁଆମୂଳ ରାମପୁର,୧।୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ବ୍ଲକ ମୁଖ୍ୟାଳୟରେ ଅତି ଆଡ଼ମ୍ବର ସହକାରେ ଅନୁଷ୍ଠିତ ହେଉଥିବା ମା’ ଠାକୁରାଣୀଙ୍କ ପବିତ୍ର ଚୈତ୍ର ଘଣ୍ଟଯାତ୍ରା…

ବଲାଙ୍ଗୀରରେ ଓଡ଼ିଶା ଦିବସ ପାଳନକୁ ବିରୋଧ: ସଂସ୍କୃତି ଭବନରେ କୋଶଲ ସମର୍ଥକଙ୍କ ହଙ୍ଗାମା, ୮ ଅଟକ

ବଲାଙ୍ଗୀର,୧।୪(ସୁନିଲ କୁମାର ମହାନ୍ତି): ଆଜି ସମଗ୍ର ରାଜ୍ୟରେ ଓଡ଼ିଶା ଦିବସ ବା ଉତ୍କଳ ଦିବସ ପାଳିତ ହେଉଥିବା ବେଳେ ବଲାଙ୍ଗୀରରେ ଏହାକୁ ନେଇ ଅଭାବନୀୟ ପରିସ୍ଥିତି ସୃଷ୍ଟି…

ଲଜ୍ଜା: ୧୩ ବର୍ଷର ନାବାଳିକାଙ୍କୁ ଗର୍ଭବତୀ କଲେ ଦୁଇ ସନ୍ତାନର ବାପା, ଅଭିଯୁକ୍ତଙ୍କୁ ପୋଲିସ ବାନ୍ଧି…

ପାତ୍ରପୁର, ୧।୪ (ଉମା ଚରଣ ନେପାକ): ବ୍ରହ୍ମପୁର ପୋଲିସ ଜିଲା ଅନ୍ତର୍ଗତ ଜରଡ଼ା ଥାନା ଅଞ୍ଚଳରେ ଏକ ଅଭାବନୀୟ ଘଟଣା ଘଟିଛି। ଆଙ୍କୁଲି ପଞ୍ଚାୟତର ଜଣେ ୧୩…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri