ହୁକପକା ପୁରସ୍କାର

ପୁରସ୍କାର ପୁଣି ହୁକପକା। ଏ ଶୀର୍ଷକ କାହାକୁ ଅଡୁଆ ଲାଗୁଥାଇ ପାରେ। ହେଲେ କଥାଟିରେ ମିଛ ନାହିଁ। ପୁରସ୍କାର କେଉଁଠି ଛିନ୍ଦି ବା ଛଡ଼େଇ ନିଆଗଲେ ହୁକପକା ପୁରସ୍କାର କଥା ମନକୁ ଢୁକିଥାଏ। ପୁରସ୍କାର ବିକଳିଆଙ୍କ ପାଇଁ ପୁରସ୍କାରର ମହତ୍ତ୍ୱ ତଥା ଗୁରୁତ୍ୱ ବୋଧହୁଏ ସବୁବେଳେ ରହିଥାଏ ବୋଲି ପୁରସ୍କାର ପଛରେ ରହିଥାନ୍ତି ସେମାନେ। ଖାଲି ରହି ନ ଥାନ୍ତି ପୁରସ୍କାର ପଛରେ ରୀତିମତ ଗୋଡ଼ାଇଥାନ୍ତି। ପୁରସ୍କାର ପାଇବା ପାଇଁ ଚେଷ୍ଟାରେ ରହନ୍ତି। ବିଶେଷ କରି ସାହିତ୍ୟ ପୁରସ୍କାର କ୍ଷେତ୍ରରେ ସାହିତ୍ୟ ସାଧନାରେ ରହିବା ଅପେକ୍ଷା ସାହିତ୍ୟକ୍ଷେତ୍ରର ଫଳ ପୁରସ୍କାର ତୋଳିବା ଲକ୍ଷ୍ୟରେ ରହନ୍ତି। ଏମିତି କ’ଣ କିଛି ଲେଖି କିଛି ଅର୍ଥ ଅଛି ବୋଲି କିଛି ଲେଖାକୁ ନେଇ ସଂକଳିତ କରି ବହି ଛପେଇ ବଡ଼ ଲେଖକର ମୋହର ନିଜଠି ବସାଇବା ପାଇଁ କୌଣସି ବଡ଼ ପୁରସ୍କାର ସନ୍ଧାନରେ ବି ଥାଆନ୍ତି। ପୁରସ୍କାର ହାତେଇ ନଁା କମେଇବା ମାନସିକତା ରଖି ପୁରସ୍କାର ସଂଗ୍ରହ ଅଭିଯାନରେ ବର୍ଷ ତମାମ ଲାଗି ପଡ଼ନ୍ତି। ବଡ଼ ପୁରସ୍କାରର ଡକ୍ୟୁମେଣ୍ଟେଶନ ତିଆରି ପାଇଁ ଏଠୁ ସେଠୁ ସାନ ସାନ ପୁରସ୍କାର ଗୋଟାନ୍ତି। ଆଜିକାଲି କିଛି ଲେଖକ କସରତ କରି ପୁରସ୍କାର ହାତେଇବା ଯୋଜନା ତିଆରି କରିବା ଧାରାରେ ରହିଛନ୍ତି।
କେଉଁଠୁ କେମିତି ପୁରସ୍କାର ମିଳେ ଆଗ ଅନୁସନ୍ଧାନ କରନ୍ତି ପୁରସ୍କାରପ୍ରିୟ। କେଉଁଠୁ ବଦଳ ସୂତ୍ରରେ ପୁରସ୍କାର ମିଳୁଥିଲେ ସେଇ ସୂତ୍ର ଅନୁସରଣ କରନ୍ତି। ଯାହାଠୁ ପୁରସ୍କାର ଆଣନ୍ତି, ତାକୁ ସେମିତି ପୁରସ୍କାର ଦିଅନ୍ତି। ସାଧାରଣ ଜନଜୀବନରେ ଅଦଳବଦଳ ଧାରା କେବେଠୁ ଚାଲିଆସିଛି। ସାହିତ୍ୟରେ ସେମିତି ପୁରସ୍କାର ଅଦଳବଦଳ କରିବାରେ ଅସଙ୍ଗତି ରହିବ କାହିଁକି ? ଦିଆନିଆ ତ ଚାଲିଛି। ସାହିତ୍ୟରେ ସେମିତି ପୁରସ୍କାର ବଦଳ ଆଜିର ଦିନରେ ଚାଲିଲାଣି। କୁହାବୋଲା କରି, ତେଲ ମାରି ପୁରସ୍କାର ହାତେଇଲେଣି ଚାଲାକଚତୁରମାନେ। ପୁରସ୍କାର କିଣାଯାଉଥିବା କଥା ଶୁଣାଗଲାଣି କେବେଠୁ। ପୁରସ୍କାର ଏବେ ଏକ ସାମଗ୍ରୀ ପାଲଟିଲାଣି। ପୁରସ୍କାର ଗୋଟେ ଦ୍ରବ୍ୟ ହୋଇ ନ ଥିଲେ, ତାକୁ କିଏ ବା କାହିଁକି କିଣନ୍ତା ? ପୁରସ୍କାରକୁ ଏକ ଦ୍ରବ୍ୟ ମନେକରାଯାଉ ନ ଥିଲେ କେମିତି ତା’ର ବିକ୍ରି ହୁଅନ୍ତା, ବିକ୍ରି କରାଯାଆନ୍ତା ? ବିଶେଷ ସାଧନା ନ ଥାଇ, ସାହିତ୍ୟର ଖାସ୍‌ ସେବକ ନ ହୋଇ ସାହିତ୍ୟ କରିବା ପୁଣି ପୁରସ୍କାରମନସ୍କ ରହି ପୁରସ୍କାର ଛିନ୍ଦିବା ଦୁର୍ଭାଗ୍ୟଜନକ। କେଉଁଠି ଗଳି ରାସ୍ତା କଡ଼ରେ ଯାଇଥିବା ବିଜୁଳି ତାରରେ ହୁକ ପକେଇ ବିଜୁଳି ଚୋରି କଲାଭଳିଆ ପୁରସ୍କାରକୁ ସେମିତି ହୁକପକେଇ (ନାନା ବିଦ୍ୟା ଆପଣେଇ) ଚୋରି କଲେଣି ପୁରସ୍କାରମନସ୍କମାନେ।
ତେବେ ଗୋଟିଏ କଥା ମନକୁ ଆସେ ସାହିତ୍ୟ କରାଯାଏ କାହିଁକି? ହଁ, ଏହାର ଉତ୍ତର ଦୁଇ ତିନି ପ୍ରକାରର ହୋଇପାରେ। ପ୍ରଥମତଃ ସାହିତ୍ୟ କରାଯାଏ ନିରୁତା ଖୁସି ସାଉଁଟିବା ପାଇଁ। ଏ ମତ ସହ ସଭିଏ ସହମତ ହେବେ ନିଶ୍ଚୟ। ଦ୍ୱିତୀୟ ଉତ୍ତର ରଖାଯାଇପାରେ ସାହିତ୍ୟ କରୁଥିବା ସତୀର୍ଥ ହୋଇପାରନ୍ତି ସାହିତ୍ୟର ସେବକ। ସାହିତ୍ୟ ସେବା କର୍ମରେ ରହି ଖୁସି ଅନୁଭବ କରାଯାଇପାରେ। ପୁଣି ସାହିତ୍ୟ ପୁରସ୍କାର ଛିନ୍ଦିବା ପାଇଁ କିଏ କିଏ ସାହିତ୍ୟ କରୁଥାଇପାରନ୍ତି। ଉପରୋକ୍ତ ତିନିଟା ଭିତରୁ ପ୍ରଥମ ଦୁଇଟାରେ ଅନେକଙ୍କ ଦ୍ବିମତ ରହି ନ ପାରେ। ତୃତୀୟ ପଏଣ୍ଟରେ କେହି କେହି ଅମତ ରଖିପାରନ୍ତି। କିନ୍ତୁ ଏଥିରେ ଅତିରଞ୍ଜନ ନାହିଁ। ପୁରସ୍କାର ପାଇଁ ହିଁ କେତେକ ସାହିତ୍ୟ କରନ୍ତି, ଏ କଥା ଜୋର ଦେଇ କହିବାରେ ଅସୁବିଧା ନାହିଁ। କିଛି ଲେଖକ ଦଶ ବର୍ଷ ଭିତରେ ଅନେକ ଶହ ପୁରସ୍କାର ସଂଗ୍ରହ କରିଛନ୍ତି। ଆହୁରି ସଂଗ୍ରହ କରିବା ଧାରାରେ ରହିଛନ୍ତି। ଆଶ୍ଚର୍ଯ୍ୟର କଥା ଆମ ମାଟି ମୂଳକରେ ଏମିତି କିଛି ପୁରସ୍କାରକାଙ୍ଗାଳ ରହିଛନ୍ତି ନିଜେ ତିଆରି କରି ନେଇଥିବା ମାନପତ୍ର ଅନ୍ୟ ମଞ୍ଚରୁ ସଂଗ୍ରହ କରନ୍ତି ମାନେ ସେ ମଞ୍ଚର ଅତିଥିଙ୍କଠୁ ପୁରସ୍କାର ଆକାରରେ ଗ୍ରହଣ କରିଥାନ୍ତି ନିଜକୁ କେବଳ ବିଜ୍ଞପିତ କରିବା ପାଇଁ। କୁହନ୍ତୁ ତ, ଏହା କ’ଣ ଅଜବ ମାନସିକତା ନୁହେଁ ? ଏହା ନିଶ୍ଚିତ ଭାବେ ଏକ ରୁଗ୍ଣ ମାନସିକତା ଯାହା ପ୍ରତିଫଳିତ ହୁଏ ପୁରସ୍କାର ଛିନ୍ଦି ନେବାରେ। ପୁରସ୍କାର ପାଇଁ କାହିଁକି ଏତେ ଆକୁଳତା ବ୍ୟାକୁଳତା ରହେ କେଜାଣି।
ସେ ଭଳିଆ ଲେଖକ ନିଜ ପକେଟ୍‌ରୁ ଅର୍ଥ ଖସେଇ (ଖର୍ଚ୍ଚ କରି) ମଞ୍ଚ ଚଢ଼ିପାରନ୍ତି। ଘୋଷା ଭାଷଣ ଥୁଅନ୍ତି। ବଡ଼ ପୁରସ୍କାର ସ୍ବପ୍ନରେ ମସ୍‌ଗୁଲ୍‌ ରହି ସାନ ସାନ ପୁରସ୍କାର ସବୁକୁ ହୁକ ପକାଇ ହଡ଼ପ କରିନିଅନ୍ତି I ସେଇ ବଡ଼ ପୁରସ୍କାର ନ ହେଲେ (ନ ପାଇଲେ) ଯେମିତି ଜୀବନଟା ପାଣିଚିଆ ହୋଇଯିବ। ଅସଲକୁ ପୁରସ୍କାର ପାଇ ପୁରସ୍କାର ହାତେଇ କେହି ଅମର ହୁଅନ୍ତିନି। କାଳଜୟୀ ଲେଖା ଲେଖକକୁ ବଞ୍ଚେଇ ରଖେ। କାଳଜୟୀ ଲେଖା ଲେଖକଙ୍କୁ ଅମର କରେ। ତେବେ ସାହିତ୍ୟ ସାଧନାରେ ନ ରହି କେବଳ ପୁରସ୍କାର ପାଇବା ପାଇଁ ହୁକ ପକାଇବା, ଫନ୍ଦି ଫିକର କରିବା ଅସଙ୍ଗତ କଥା ନୁହେଁ କି ? ଅଯଥା ପୁରସ୍କାରମନସ୍କ ନ ହୋଇ ସାହିତ୍ୟମନସ୍କ ହେବା ବରଂ ବହୁ ଗୁଣରେ ଭଲ।
ଶେଷକୁ ଏହା କୁହାଯାଇପାରେ, ସାହିତ୍ୟ ଲେଖିବା ଓ ସାହିତ୍ୟ କରିବା ଭିତରେ ଯଦି ସାହିତ୍ୟ କୃତି ପାଇଁ କାହାକୁ ସତ ସଚ୍ଚା ସାହିତ୍ୟ ପୁରସ୍କାର ମିଳିଲା, ସେଇ ଶୁଦ୍ଧ ପବିତ୍ର ପୁରସ୍କାରକୁ ଗ୍ରହଣ କରିବାରେ କେହି କୁଣ୍ଠିତ ହେବା ଉଚିତ ନୁହେଁ। ସେଇ ପୁରସ୍କାରକୁ ଖୁସିରେ ଗ୍ରହଣ କରିବା ଦରକାର। ହୁକପକା ପୁରସ୍କାରଠୁ ବିନା ଧରାକରାର ପୁରସ୍କାର ଆଣିଦେଇଥାଏ ପ୍ରକୃତ ଖୁସି। ଏ ମାଟିରେ ଓଡ଼ିଶା ସାହିତ୍ୟ ଏକାଡେମୀର ପୁରସ୍କାରକୁ ବିଳମ୍ବରେ ଦିଆଯାଇ ପ୍ରତିଭାକୁ ଅସମ୍ମାନିତ କରାଯାଇଥିବାର ଅଭିଯୋଗ ଆଣି ସେ ପୁରସ୍କାରକୁ ଆଗ୍ରହ୍ୟ କରି ପୁରସ୍କାର ଗ୍ରହଣ ନ କରି ବେଶ୍‌ ଚର୍ଚ୍ଚିତ ହୋଇଛନ୍ତି ଅତୀତରେ ସ୍ବାଭିମାନୀ ସାହିତି୍ୟକ। ଆଉ ଏବେ ଯେ ହୁକପକା ପୁରସ୍କାର ଛିନ୍ଦି ନେଇ ଜାଣି କୁତୁକୁତୁ ହେଉଥିବା ଦୁର୍ବଳ ସାଧକ ବି ଏଠି ରହିଛନ୍ତି। ଧନ୍ୟ କହିବା ନିଶ୍ଚୟ ସେଇ ହୁକପକା ପୁରସ୍କାରକାଙ୍ଗାଳଙ୍କୁ !

ଧ୍ରୁବ ଚରଣ ଘିବେଲା
ବଉଦରାଜ, ବୌଦ୍ଧ
ମୋ: ୯୪୩୭୪୭୮୪୬୬


Enter your email to get our daily news in your inbox.

All Right Reserved By Dharitri.Com

ଭୟାବହ ଅଗ୍ନିକାଣ୍ଡ: ପିଚୁ କାରଖାନାରେ ଲାଗିଲା ନିଆଁ

ସମ୍ବଲପୁର,୧୯।୩(ପ୍ରମୋଦ ବହିଦାର): ସମ୍ବଲପୁର ସହର ଉପକଣ୍ଠରେ ଥିବା ଏକ ପିଚୁ କାରଖାନାରେ ଆଜି ସକାଳୁ ଏକ ଭୟାବହ ଅଗ୍ନିକାଣ୍ଡ ଘଟିଯାଇଛି। କାରଖାନା ପରିସରରେ ହଠାତ ନିଆଁ ଲାଗିଯିବାରୁ…

HDFC ଓ PNB ବ୍ୟାଙ୍କର ୟୁଜର୍ସଙ୍କ ପାଇଁ ବଡ଼ ଖବର, ଏପ୍ରିଲ ୧ରୁ ବଦଳିଯିବ…

ନୂଆଦିଲ୍ଲୀ,୧୯।୩: ମାର୍ଚ୍ଚ ମାସର ଅଧାରୁ ଅଧିକ ସମୟ ବିତିଗଲାଣି, ଏବଂ ଆଉ କିଛି ଦିନ ପରେ ଏପ୍ରିଲ ମାସ ଆରମ୍ଭ ହେବାକୁ ଯାଉଛି। ୧ ଏପ୍ରିଲରୁ, ଦେଶର…

ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ବଡ଼ ଦାୟିତ୍ୱ ଦେଲେ କେନ୍ଦ୍ର ସରକାର

ଭୁବନେଶ୍ୱର,୧୮।୩: ବିଶିଷ୍ଟ ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକଙ୍କୁ ଜାତୀୟ ଜନଗଣନା-୨୦୨୭ ବ୍ରାଣ୍ଡ ଆମ୍ବାସଡର କରାଯାଇଛି। କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇଛି। ଜନଗଣନା…

ଗ୍ରାଉଣ୍ଡକୁ ଓହ୍ଲାଇଲା ଆମେରିକା ସେନା! ୩ୟ ବିଶ୍ୱଯୁଦ୍ଧକୁ ନେଇ ଭୟଙ୍କର ସଙ୍କେତ…

ଓ଼୍ବାଶିଂଟନ୍‌,୧୯।୩: ଯେତେବେଳେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଫେବୃଆରୀ 28ରେ ଇସ୍ରାଏଲ ସହିତ ଇରାନ ଉପରେ ମିଳିତ ଆକ୍ରମଣ ପାଇଁ ନିର୍ଦ୍ଦେଶ ଦେଇଥିଲେ, ସେତେବେଳେ “ପରବର୍ତ୍ତୀ ସମୟରେ…

୪ ଦିନରେ ୨ ଲକ୍ଷରୁ ଉର୍ଦ୍ଧ୍ୱ କଇଁଛଙ୍କ ଅଣ୍ଡାଦାନ: ସୁରକ୍ଷା ବ୍ୟବସ୍ଥା କଡାକଡି

ଗଞ୍ଜାମ,୧୯।୩(ବିଦ୍ୟାଧର ସାହୁ): ଗଞ୍ଜାମ ବ୍ଲକ ଅନ୍ତର୍ଗତ ପାଳିବନ୍ଧ ପଞ୍ଚାୟତର ଋଷିକୁଲ୍ୟା ମୁହାଁଣ ବେଳାଭୂମିର ବିସ୍ତିର୍ଣ୍ଣ ବାଲୁକା ଶଯ୍ୟାରେ ଚତୁର୍ଥ ରାତ୍ର ସୁଦ୍ଧା ୨ ଲକ୍ଷରୁ ଉର୍ଦ୍ଧ୍ୱ ସାମୁଦ୍ରିକ…

ପାଖାପାଖି ମାସେ ହେବ ନିଖୋଜ ଥିଲେ ଗଗନ: ଗଛରୁ ମିଳିଲା…

ପରଜଙ୍ଗ୧୯।୩( ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା କନ୍ଦରସିଂହା ଦଳିତ ବସ୍ତିର ଗଗନ ନାୟକ ଗତ ଫେବୃଆରୀ ମାସ ୨୨ଠାରୁ ନିଖୋଜ ଥିବା ପରିବାର ଲୋକ…

ଘନେଇଲା ୩ୟ ବିଶ୍ୱଯୁଦ୍ଧର ଭୟ: ଯୁଦ୍ଧକୁ ଡେଇଁବେ ଭାରତ-ପାକିସ୍ତାନ?

ନୂଆଦିଲ୍ଲୀ,୧୯।୩: “ତୃତୀୟ ବିଶ୍ୱ” ବା ଥାର୍ଡ ଓ଼୍ବାଲର୍‌ଡ ଏହା ପ୍ରାୟତଃ ପଛୁଆତା କିମ୍ୱା ଦାରିଦ୍ର୍ୟ ସହିତ ଜଡିତ ଏକ ଶବ୍ଦ; ତଥାପି, ଆପଣ କ’ଣ ଜାଣନ୍ତି ଯେ…

ଶୋଇଥିଲେ ଚକ୍ରଧର: ଘରେ ପଶିଲେ ଦୁବୃର୍ତ୍ତ, ଆଉ ତା’ପରେ…

ସିମୁଳିଆ,୧୯।୩(ସନ୍ତୋଷ କୁମାର ନାୟକ) ବାଲେଶ୍ୱର ଜିଲା ଖଇରା ବ୍ଲକ ସିମୁଳିଆ ଥାନା ଅଧୀନ ଭୁଗୁପୁର ଶାସନରେ କୃଷ୍ଣ ଚନ୍ଦ୍ର ଉପାଧ୍ୟାୟ ଓ ଚକ୍ରଧର ଉପାଧ୍ୟାୟଙ୍କ ପରିବାର ଶୋଇଥିବାବେଳେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri