Posted inଜାତୀୟ

ପ୍ରଥମ ଅଗ୍ନିବୀରଙ୍କ ମୃତ୍ୟୁ ପରେ ସମ୍ମାନ ଦେଲାନି ସେନା

ମନସା(ପଞ୍ଜାବ),୧୫।୧୦: ଭାରତର ପ୍ରଥମ ଅଗ୍ନିବୀର ଭାବେ ପ୍ରାଣ ହରାଇଥିବା ପଞ୍ଜାବ ମନ୍‌ସା ଅଞ୍ଚଳର ଅମ୍ରିତ୍‌ପାଲ ସିଂଙ୍କ ଶେଷକୃତ୍ୟରେ ଭାରତୀୟ ସେନା ସାମିଲ ନ ହେବା ଏବଂ ଗାର୍ଡ ଅଫ୍‌ ଅନର ପ୍ରଦାନ କରା ନ ଯିବା ଦୁଃଖଦାୟକ। ଏପରି କି ତାଙ୍କ ମରଶରୀରକୁ ମଧ୍ୟ ସେନା ଗାଡ଼ିରେ ଜନ୍ମସ୍ଥାନକୁ ଅଣାଗଲା ନାହିଁ। ଏକ ଘରୋଇ ଆମ୍ବୁଲାନ୍ସ ଭଡ଼ାକରି ମୃତଦେହ ଗାଁକୁ ଅଣାଯାଇଥିବାବେଳେ ସାଙ୍ଗରେ ଜଣେ ଜେସିଓ ଏବଂ ଅନ୍ୟ ର଼୍ୟାଙ୍କ୍‌ର ୩ ଜଣ ଯବାନ ଆସିଥିଲେ। ସ୍ଥାନୀୟ ଲୋକଙ୍କ ଅନୁରୋଧକ୍ରମେ ପୋଲିସ ପକ୍ଷରୁ ଗାର୍ଡ ଅଫ୍‌ ଅନର ଦିଆଯାଇଥିଲା। ଜଣେ ଦିବଙ୍ଗତ ସୈନ୍ୟଙ୍କ ପ୍ରତି ସରକାରଙ୍କ ଏଭଳି ବ୍ୟବହାରକୁ ସମାଲୋଚନା କରାଯାଇଛି। ୧୯ ବର୍ଷୀୟ ଅମ୍ରିତପାଲ୍‌ ଗତ ମାସରେ ଜମ୍ମୁ-କଶ୍ମୀରର ପୁଞ୍ଚ୍‌ରେ ଡ୍ୟୁଟି ଆରମ୍ଭ କରିଥିବାବେଳେ ଅକ୍ଟୋବର ୧୧ରେ ରାଜୌରୀ ସେକ୍ଟରରେ କର୍ତ୍ତବ୍ୟରତ ଥିବାବେଳେ ନିଜ ବନ୍ଧୁକରୁ ଗୁଳି ଫୁଟିବାରୁ ତାଙ୍କ ମୃତ୍ୟୁ ଘଟିଥିବା କୁହାଯାଉଛି। ତାଙ୍କ ଶେଷକୃତ୍ୟ ଶୁକ୍ରବାର ଜନ୍ମସ୍ଥାନ ମନସାରେ ସମ୍ପନ୍ନ ହୋଇଛି। ପୁଅ ମୃତ୍ୟୁର ତଦନ୍ତ ଲାଗି ତାଙ୍କ ବାପା ଗୁରଦୀପ୍‌ ସିଂ ଦାବି କରିଛନ୍ତି। ମୃତ୍ୟୁର କାରଣ ଜାଣିବା ଲାଗି କୋର୍ଟ ଅଫ୍‌ ଇନ୍‌କ୍ୱାରିର ଆବଶ୍ୟକତା ରହିଛି। ଅନ୍ୟପକ୍ଷେ ଅଗ୍ନିବୀର ଅମ୍ରିତ ପାଲ୍‌ ନିଜେ ନିଜକୁ ମାରିଥିତ୍ବାରୁ ତାଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଇ ନାହିଁ ବୋଲି କର୍‌ ପକ୍ଷରୁ କୁହାଯାଇଛି। ଏହି ଘଟଣା ଅନେକ ସନ୍ଦେହ ସୃଷ୍ଟି କରିଛି। ଜଣେ ନବ ନିଯୁକ୍ତ ସୈନ୍ୟ ନିଜକୁ ନିଜେ କାହିଁକି ମାରିବେ ବୋଲି ପ୍ରଶ୍ନ ଉଠିଛି।


Enter your email to get our daily news in your inbox.

All Right Reserved By Dharitri.Com

ଚା’ ପିଇ କଲେଜକୁ ଫେରୁଥିଲେ, ଧକ୍କା ଦେଲା ସ୍ପିଡ ବାଇକ୍‌; ଡାକ୍ତରୀ ଛାତ୍ରୀ ଗୁରୁତର

ବଲାଙ୍ଗୀର,୧୪।୨ -( ସୁନିଲ କୁମାର ମହାନ୍ତି) ବଲାଙ୍ଗୀର ସହର ଭିଆଇପି ରାସ୍ତା ତଥା ଭାଗିରଥି ଛକରୁ ସର୍କିଟ ହାଉସ୍ ରାସ୍ତାରେ ଜଣେ ସ୍ପିଡ ବାଇକ ଆରୋହୀଙ୍କ ଧକ୍କାରେ…

ଭୁଶୁଡ଼ିଲା ନିର୍ମାଣାଧୀନ ମେଟ୍ରୋ ସ୍ଲାବ୍‌: ଚାଲିଗଲା ଜଣଙ୍କ ଜୀବନ, ମୁଖ୍ୟମନ୍ତ୍ରୀଙ୍କ ତଦନ୍ତ ନିର୍ଦ୍ଦେଶ

ମୁମ୍ବାଇ,୧୪ା୨: ମୁମ୍ବାଇର ମୁଲୁନ୍ଦ ଅଞ୍ଚଳରେ ଏକ ଅଘଟଣ ଘଟିଛି। ଏକ ନିର୍ମାଣାଧୀନ ମେଟ୍ରୋ ରେଳ ପ୍ରକଳ୍ପର ଏକ ସ୍ଲାବ୍‌ ଶନିବାର ଭୁଶୁଡ଼ି ପଡ଼ିବାରୁ ଜଣଙ୍କର ମୃତ୍ୟୁ ଘଟିଛି।…

ରାତି ପାହିଲେ ଜାଗର: ଶୃଙ୍ଖଳିତ ଦର୍ଶନକୁ ଗୁରୁତ୍ୱ

ଭୁବନେଶ୍ୱର,୧୪।୨: ରାତି ପାହିଲେ ଜାଗର। ଏନେଇ ଲିଙ୍ଗରାଜ ମନ୍ଦିର ଚଳଚଞ୍ଚଳ ହୋଇ ପଡିଥିବା ବେଳେ ଝଲସି ଉଠୁଛି ମନ୍ଦିର ପରିସର। ରାତି ୧୦ଟାରେ ଉଠିବ ମହାପ୍ରଭୁ ଲିଙ୍ଗରାଜଙ୍କ…

୩ ଦିନ ବ୍ୟବଧାନରେ ପୁଣି ବୁଲିଲା ଖଣ୍ଡା, ଫୁଟିଲା ଗୁଳି; ବୈଶିଙ୍ଗାରେ ବଢୁଛି ଅସମାଜିକ ବ୍ୟକ୍ତିଙ୍କ ଦୌରାତ୍ମ୍ୟ 

ବୈଶିଙ୍ଗା,୧୦।୨(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲାର ବୈଶିଙ୍ଗା ଥାନା ଅଞ୍ଚଳ ଅଶାନ୍ତ ହୋଇଉଠିଛି। ଶୁକ୍ରବାର ୮  ଜଣ କୁଖ୍ୟାତ ଆନ୍ତଃରାଜ୍ୟ ଡ଼କାୟତଙ୍କୁ ବିଭିନ୍ନ ମାରଣାସ୍ତ୍ର ସହ ଧରି କୋର୍ଟ…

ଯେଉଁ ପିଚ୍‌ରେ ଜିମ୍ବାଓ୍ବେ ଅଷ୍ଟ୍ରେଲିଆକୁ ପରାସ୍ତ କରିଥିଲା, ସେହି ପିଚ୍‌ରେ ହେବ ଭାରତ-ପାକିସ୍ତାନ ମ୍ୟାଚ୍‌

କଲମ୍ବୋ,୧୪ା୨- ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ଟି୨୦ ବିଶ୍ୱକପ୍‌ ମ୍ୟାଚ୍‌ ଆର୍‌ ପ୍ରେମଦାସା ଷ୍ଟାଡିୟମରେ ଏକ ବ୍ୟବହୃତ ପିଚ୍‌ରେ ହେବ। ଏଣୁ ପିଚ୍‌ ଧିମା…

ଦମ୍‌ ଦେଖାଇଲେ ସ୍ପିନର: ସ୍କଟଲାଣ୍ଡକୁ ୫ଉଇକେଟରେ ହରାଇଲା ଇଂଲଣ୍ଡ

କୋଲକାତା,୧୪ା୨: ଭେଟେରାନ ଲେଗ୍‌ ସ୍ପିନର ଆଦିଲ ରଶିଦ(୩/୩୬)ଙ୍କ ୩ ଉଇକେଟ ସଫଳତା ଏବଂ ମିଡଲ ଓଭରରେ ଟମ୍‌ ବାଣ୍ଟନଙ୍କ ଆକର୍ଷଣୀୟ ଅପରାଜିତ ଅର୍ଦ୍ଧଶତକ ସହାୟତାରେ ଇଂଲଣ୍ଡ ଚଳିତ…

ଭାରତ-ପାକିସ୍ତାନ ମ୍ୟାଚ୍‌ ଦେଖିବେ ବିସିବି ମୁଖ୍ୟ, ଜାଣନ୍ତୁ କହିଁକି…

କଲମ୍ବୋ,୧୪ା୨: ବାଂଲାଦେଶ କ୍ରିକେଟ ବୋର୍ଡ (ବିସିବି) ମୁଖ୍ୟ ଅନିମୁଲ ଇସ୍ଲାମ ବୁଲବୁଲ ରବିବାର ଭାରତ ଓ ପାକିସ୍ତାନ ମଧ୍ୟରେ ଖେଳାଯିବାକୁ ଥିବା ହାଇ ଭୋଲ୍ଟେଜ ଟି୨୦ ବିଶ୍ୱକପ୍‌…

କେନ୍ଦୁଝର ଜିଲାରେ ବ୍ୟାପୁଛି ଜଣ୍ଡିସ

ବଞ୍ଚୋ,୧୪।୨(ପ୍ରଦୋଷ କୁମାର ବିଶ୍ୱାଳ): କେନ୍ଦୁଝର ଜିଲା ହାଟଡିହି ବ୍ଲକ ଅଧୀନ ବଞ୍ଚୋ ପଞ୍ଚାୟତ ନାଇକସାହିରେ ଜଣ୍ଡିସ ରୋଗ ବ୍ୟାପିବାରେ ଲାଗିଛି। ଏନେଇ ଗ୍ରାମବାସୀ ଭୟଭିତ ହୋଇପଡିଛନ୍ତି। ଅନ୍ୟପକ୍ଷେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri