ଖତ ଖାଉଛି ମହୁ ବାକ୍ସ

କେନ୍ଦୁଝର,୧୨।୭(ସ୍ବ.ପ୍ର.)-ଏକଦା କେନ୍ଦୁଝର ଓ ମୟୂରଭଞ୍ଜ ଜିଲାର ମହୁର ବିଶ୍ୱସନୀୟତା ବାହାରେ ଅଧିକ ରହିଥିଲା। ଏହି ଜିଲାରେ ପ୍ରଚୁର ପରିମାଣରେ ମହୁ ଉତ୍ପାଦନ ହେଉଥିଲା। ପ୍ରାକୃତିକ ପରିବେଶରେ ବଣଜଙ୍ଗଲରେ ମହୁମାଛି ଫେଣା କରୁଥିଲେ। ବିଭିନ୍ନ ପ୍ରକାରର ଫୁଲରୁ ମଧୁ ସଂଗ୍ରହ କରି ଏହି ଫେଣା ପ୍ରସ୍ତୁତ କରୁଥିଲେ। ବନବାସୀମାନେ ଏହି ମହୁଫେଣାରୁ ମହୁ ସଂଗ୍ରହ କରି ଘରେ ଘରେ ତଥା ହାଟବଜାରରେ ବିକ୍ରି କରୁଥିଲେ ଓ ଜୀବନଜୀବିକା ନିର୍ବାହ କରୁଥିଲେ।
ତେବେ କିଛି ବର୍ଷ ହେଲା ବ୍ୟାପକ ଜଙ୍ଗଲ କ୍ଷୟ, ଜଳବାୟୁରେ ପରିବର୍ତ୍ତନ ଯୋଗୁ ମହୁ ଉତ୍ପାଦନ କମିଯାଇଛି। ବନବାସୀମାନେ ଆଉ ସେଭଳି ମହୁ ସଂଗ୍ରହ କରିପାରୁନାହାନ୍ତି। ଏବେ ପ୍ରାୟତଃ ଦେଶୀ ମହୁ ମିଳିବା କଷ୍ଟକର ହେଉଥିବାରୁ ଲୋକେ ବାହାର କମ୍ପାନୀ ମହୁ ଉପରେ ନିର୍ଭର କରିଥାନ୍ତି। ଏପରିକି କବିରାଜ ମାନେ ମଧ୍ୟ ଔଷଧ ପ୍ରସ୍ତୁତ କରିବା ପାଇଁ ଆବଶ୍ୟକ ମହୁ ବାହାରୁ ସଂଗ୍ରହ କରିଥାନ୍ତି। ଏଣୁ ଏହାର ଚାହିଦା ଓ ଆବଶ୍ୟକତାକୁ ଉପଲବ୍ଧି କରି ଉଦ୍ୟାନ ବିଭାଗ ପକ୍ଷରୁ କୁଅଁର ଠାରେ ବିଭାଗୀୟ ନର୍ସରୀରେ ମହୁଚାଷ କରିବା ପାଇଁ ଏକ ଯୋଜନା ଆରମ୍ଭ କରିଥିଲେ। ତେବେ ଉପଯୁକ୍ତ ତଦାରଖ ଅଭାବରୁ ସେସବୁ ନଷ୍ଟ ହୋଇଯାଇଥିବାରୁ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିଲା। ଅନ୍ୟ ପକ୍ଷରେ ପୁଣି ଥରେ ଅର୍ଥ ଖର୍ଚ୍ଚ କରି ପୁନରୁଦ୍ଧାର କରିବାକୁ ବିଭାଗ ପକ୍ଷରୁ ଉଦ୍ୟମ ଚାଲିଛି। ତେବେ କର୍ମଚାରୀ ଅଭାବ ଥିବାରୁ ତାହା ପୂରଣ ନ କରି ପୁନରୁଦ୍ଧାର କରାଗଲେ ପୁଣି ଥରେ ଯୋଜନାର ବିଫଳ ହେବ ବୋଲି ମତପ୍ରକାଶ ପାଉଛି।
କେନ୍ଦୁଝର ଜିଲା ଉଦ୍ୟାନ ବିଭାଗ ତିନି ବର୍ଷ ତଳେ ମହୁ ଚାଷ ପାଇଁ କୁଅଁର ଫାର୍ମରେ ୧୨୦ଟି ବାକ୍ସ ବସାଇଥିଲା। ତେବେ ଦୁଇ ବର୍ଷ ହେଲା ସେସବୁ ବାକ୍ସ କାମରେ ଲାଗୁନାହିଁ ା ବାହାରେ ଖରାବର୍ଷାରେ ନଷ୍ଟ ହେବାକୁ ବସିଛି ା ଫଳରେ ସରକାରଙ୍କ ମହତ ଯୋଜନା ଫଳପ୍ରସୂ ହୋଇପାରୁନାହିଁ ା ମହୁମାଛି ସହିତ ପ୍ରତ୍ୟେକ ମହୁବାକ୍ସର ମୂଲ୍ୟ ପ୍ରାୟ ୪୫୦୦ ଟଙ୍କା ା ଏହି ହିସାବରେ ପାଖାପାଖି ସାଢେ ୫ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିବା ସରକାରୀ ଅର୍ଥ ସବୁ ପାଣିରେ ପଡିଲା ବୋଲି ଅଭିଯୋଗ ହେଉଛି। ତେବେ କାହା ପାଇଁ ଏଭଳି ଅର୍ଥ ବରବାଦ ହେଲା ସେ ନେଇ କୌଣସି ଯାଞ୍ଚ କିମ୍ବା କାର୍ଯ୍ୟାନୁଷ୍ଠାନ ଗ୍ରହଣ ନ ହେବା ଆଲୋଚ୍ୟର ବିଷୟ ହୋଇଛି ା
ଏନେଇ ଉଦ୍ୟାନ ଉପନିର୍ଦ୍ଦେଶକ ଦାୟିତ୍ୱରେ ଥିବା ସୁକାନ୍ତ ନାୟକ କହିଛନ୍ତି ଯେ ସବୁ ମହୁ ବାକ୍ସ ନଷ୍ଟ ହୋଇଯାଇଛି। ଏହାର ପୁନରୁଦ୍ଧାର ପାଇଁ ବିଭାଗ ପକ୍ଷରୁ ପଦକ୍ଷେପ ନେବା ପାଇଁ ଉଦ୍ୟମ ଚାଲିଛି ା ତେବେ ସେ ଯେହେତୁ ସେତେବେଳେ ନ ଥିଲେ ଏଣୁ ଖର୍ଚ୍ଚ ହିସାବ ଓ ନଷ୍ଟ ହେବା କାରଣ ଜାଣିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କ୍ରିକେଟ କପ୍‌: ବଡ଼ ଡୁଙ୍ଗୁରୀଗୁଡ଼ା ଚାମ୍ପିୟନ

କର୍ଲାମୁଣ୍ଡା:୧୪।୧୨(ପ୍ରଦୀପ କୁମାର ସାହୁ): କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତରେ ଦ୍ୱିତୀୟ ଗଜାନନ କ୍ରିକେଟ କପ୍‌ ଭୋଇରମୁଣ୍ଡା ୨୦୨୫ ଅନୁଷ୍ଠିତ ହୋଇଯାଇଛି। ଭୋଇରମୁଣ୍ଡା ଗଜାନନ...

ଇତିହାସ ରଚିଲେ ହାର୍ଦ୍ଦିକ ପାଣ୍ଡ୍ୟା; ଏପରି କରିବାରେ ପ୍ରଥମ ଅଲରାଉଣ୍ଡର

ନୂଆଦିଲ୍ଲୀ,୧୪।୧୨: ଭାରତୀୟ କ୍ରିକେଟର ହାର୍ଦ୍ଦିକ ପାଣ୍ଡ୍ୟା ଦକ୍ଷିଣ ଆଫ୍ରିକା ବିପକ୍ଷରେ ଖେଳାଯାଇଥିବା ଦ୍ୱିତୀୟ ଟି-୨୦ ମ୍ୟାଚରେ ଏକ ବିଶ୍ୱ ରେକର୍ଡ ସ୍ଥାପନ କରିଛନ୍ତି। ସେ ଅନ୍ତର୍ଜାତୀୟ...

ତୃତୀୟ ଟି୨୦ରେ ଭାରତର ଦମ୍‌ଦାର ବିଜୟ: ୨-୧ରେ ସିରିଜ୍‌ ଅଗ୍ରଣୀ

ଧର୍ମଶାଳା,୧୪।୧୨: ଧର୍ମଶାଳାରେ ରବିବାର ଖେଳାଯାଇଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ଭାରତ ୭ ଉଇକେଟରେ ବିଜୟୀ ହୋଇଛି। ଭାରତୀୟ ବ୍ୟାଟର ୨୫ ବଲ୍‌ ବାକି...

ମନ୍ଦିରରେ ପଶି ମହିଳା ପୂଜାରିଙ୍କୁ ଛୁରୀ ଭୁସି ହତ୍ୟା, ଅଭିଯୁକ୍ତ ଫେରାର

ନୂଆଦିଲ୍ଲୀ,୧୪।୧୨: ରାଜଧାନୀ ଦିଲ୍ଲୀର ଏକ ମନ୍ଦିର ଭିତରେ ଜଣେ ମହିଳାଙ୍କୁ ଛୁରି ଭୁସି ହତ୍ୟା କରାଯାଇଛି । ଏହି ଘଟଣା ପୂର୍ବ ଦିଲ୍ଲୀର ମାନସରୋବର ପାର୍କ...

ବାୟୁ ପ୍ରଦୂଷଣ ଯୋଗୁଁ ପଞ୍ଚମ ଶ୍ରେଣୀ ଯାଏଁ ବନ୍ଦ ହେଲା ସ୍କୁଲ, ପରୀକ୍ଷା ବାତିଲ

ନୂଆଦିଲ୍ଲୀ,୧୪।୧୨:  ପ୍ରଦୂଷଣ ଯୋଗୁଁ, ଉତ୍ତର ପ୍ରଦେଶର ନୋଏଡାରେ ନର୍ସରୀ ଠାରୁ ପଞ୍ଚମ ଶ୍ରେଣୀ ପର୍ଯ୍ୟନ୍ତ ସମସ୍ତ ସ୍କୁଲକୁ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଦିଲ୍ଲୀ-ଏନସିଆରରେ...

ଓଡିଶା – ଝାରଖଣ୍ଡ ସୀମାରେ ଲ୍ୟାଣ୍ଡମାଇନ ବିସ୍ଫୋରଣ, ଯବାନ ଆହତ

ବଣାଇଁ, ୧୪ / ୧୨ (ପ୍ରଦୀପ ତ୍ରିପାଠୀ)- ଓଡିଶା – ଝାରଖଣ୍ଡ ସୀମାରେ ପୁଣି ଆଜି ଲ୍ୟାଣ୍ଡମାଇନ ବିସ୍ଫୋରଣ ହୋଇଥିଲା । ଏଥିରେ କୋବ୍ରା ବାଟାଲିୟନର...

ଦକ୍ଷିଣ ଆଫ୍ରିକା ସିରିଜ ମଝିରୁ ଘରକୁ ଫେରିଗଲେ ବୁମରାହ, ଜାଣନ୍ତୁ କାରଣ

ନୂଆଦିଲ୍ଲୀ,୧୪।୧୨: ଭାରତ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ତୃତୀୟ T20 ଆନ୍ତର୍ଜାତୀୟ ମ୍ୟାଚରୁ ଦଳର ମୁଖ୍ୟ ଦ୍ରୁତ ବୋଲର ଯଶପ୍ରୀତ ବୁମରାହ ବାଦ୍ ପଡ଼ିଛନ୍ତି।...

୧୧୭ ରନ୍‌ରେ ଅଟକିଲା ଦକ୍ଷିଣ ଆଫ୍ରିକା

ଧର୍ମଶାଳା,୧୪।୧୨:ଧର୍ମଶାଳାରେ ରବିବାର ଖେଳାଯାଉଥିବା ଭାରତ-ଦକ୍ଷିଣ ଆଫ୍ରିକା ତୃତୀୟ ଟି୨୦ ମ୍ୟାଚ୍‌ରେ ୧୧୭ ରନ୍‌ରେ ଅଲ୍‌ଆଉଟ ହୋଇଯାଇଛି ଦକ୍ଷିଣ ଆଫ୍ରିକା। ଫଳରେ ଭାରତ ଆଗରେ ୧୧୮ ରନ୍‌ର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri