ହୋଣ୍ଡାର ନୂତନ ସିକେଡି ଇଞ୍ଜିନ ଆସେମ୍ବ୍ଲି ଲାଇନ

ଭୁବନେଶ୍ୱର,୧୯।୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ) ଲିମିଟେଡ୍‌ର ନୂତନ କମ୍ପ୍ଲିଟଲି ନକ୍‌ ଡାଉନ୍‌ ବା ସିକେଡି ଇଞ୍ଜିନ୍‌ ଆସେମ୍ବ୍ଲି ଲାଇନ ନିକଟରେ ଉଦ୍‌ଘାଟିତ ହୋଇଯାଇଛି। ଏପରିକି କମ୍ପାନୀର ହରିୟାଣାସ୍ଥିତ ମାନେସର ଗ୍ଲୋବାଲ ରିସୋର୍ସ ଫ୍ୟାକ୍ଟ୍ରିରେ ଏହି ୟୁନିଟ୍‌ ତଥା ନୂତନ ଅତ୍ୟାଧୁନିକ ଷ୍ଟେଟ୍‌-ଅଫ୍‌-ଆର୍ଟ ଇଞ୍ଜିନ ଆସେମ୍ବ୍ଲି ଲାଇନ୍‌ର ଆନୁଷ୍ଠାନିକ ଶୁଭାରମ୍ଭ ହୋଇଛି।

ବିଶେଷକରି ଏହି ନୂତନ ଆସେମ୍ବଲି ଲାଇନ ପ୍ରତିଦିନ ୬୦୦ ଇଞ୍ଜିନ୍‌ ଉତ୍ପାଦନ କରିବା ସହ ୧୧୦ସିସିରୁ ୩୦୦ସିସି ପର୍ଯ୍ୟନ୍ତ ବିଭିନ୍ନ ମଡେଲଗୁଡିକର ଇଞ୍ଜିନ ଉତ୍ପାଦନ ପାଇଁ ଉକ୍ତ ୟୁନିଟ୍‌ ପ୍ରସ୍ତୁତ ହୋଇଛି। ଏହା ସମଗ୍ର ବିଶ୍ୱରେ ଗ୍ରାହକଙ୍କ ବିଭିନ୍ନ ଆବଶ୍ୟକତା ଏବଂ ପସନ୍ଦକୁ ପୂରଣ କରିବ। ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ପରିଚାଳନା ନିର୍ଦ୍ଦେଶକ, ସଭାପତି ତଥା ସିଇଓ ସୁସ୍ତୁମ ଓଟାନି କହିଛନ୍ତି, ଆମର ଗ୍ଲୋବାଲ ରିସୋର୍ସ ଫ୍ୟାକ୍ଟ୍ରି ମାନେସରରେ ସିକେଡି ରପ୍ତାନି ପାଇଁ ଆମେ ଏକ ନୂତନ ଇଞ୍ଜିନ ଆସେମ୍ବ୍ଲି ଲାଇନ ସ୍ଥାପନକରି ବେଶ୍‌ ଉତ୍ସାହିତ ଅଛୁ।

ଏପରିକି ଶିଳ୍ପରେ ଆମର ବୈଷୟିକ ଜ୍ଞାନକୌଶଳର ଅଗ୍ରଗତି ସହ ନିରନ୍ତର ପ୍ରୟାସ ଜରି ରହିଛି। ସେହିଭଳି ଏଚ୍‌ଏମ୍‌ଏସ୍‌ଆଇ ତା’ର ରପ୍ତାନି କ୍ଷମତାକୁ ବୃଦ୍ଧି କରିବା ସହିତ ବଜାର ବିସ୍ତାରରେ ମଧ୍ୟ ନୂତନ ଶିଖର ଏବଂ ବିଶ୍ୱର ଗୁଣାତ୍ମକ ମାନକୁ ଅନୁପାଳନ କରୁଛି। ଉଲ୍ଲେଖଯୋଗ୍ୟ ୨୦୦୧ରେ ‘ଆକ୍ଟିଭା’ପ୍ରଥମ ଜନ ଉତ୍ପାଦନ ମଡେଲ ଭାବେ ପ୍ରତିଷ୍ଠିତ ହୋଇଥିଲା, ଯାହା ଦେଶରେ ହୋଣ୍ଡାର ପ୍ରଥମ ୨ଚକିଆ ଉତ୍ପାଦନ ଭାବେ ଉପଭୋକ୍ତାଙ୍କ ଉପରେ ପ୍ରଭାବ ବିସ୍ତାର କରିଥିଲା। ବର୍ଷ ବର୍ଷ ଧରି ହୋଣ୍ଡା ଏକ ଗୁରୁତ୍ୱପୂର୍ଣ୍ଣ ରପ୍ତାନି ହବ୍‌ରେ ପରିଣତ ହୋଇ ବିଶ୍ୱ ଅଟୋମୋବାଇଲ୍‌ ଦୃଶ୍ୟପଟରେ ଭାରତର ପ୍ରମୁଖ ସଂସ୍ଥା ଭାବରେ ଭାରତର ସ୍ଥିତିକୁ ଯଥେଷ୍ଟ ଅବଦାନ ଦେଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିଗପହଣ୍ଡିରେ ଜନଗଣନାର ପ୍ରଥମ ପର୍ଯ୍ୟାୟ ପ୍ରଶିକ୍ଷଣ ଶିବିର ଉଦ୍‌ଘାଟିତ: ଏହି ତାରିଖ ଯାଏ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ରାଜ୍ୟ ନିର୍ବାଚନ କମିଶନଙ୍କ ନିର୍ଦ୍ଦେଶ କ୍ରମେ ଦିଗପହଣ୍ଡି ଏନଏସି ପ୍ରଶାସନ ପକ୍ଷରୁ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜାତୀୟ ଜନଗଣନା ୨୦୨୭ର ପ୍ରଥମ ପର୍ଯ୍ୟାୟ…

ଗଞ୍ଜାମରେ ଜୋରଦାର ଧରପକଡ: ୩ ଦିନରେ ଗାଡି ଚାଳକଙ୍କଠୁ ଆଦାୟ ହେଲାଣି ୩୯ ଲକ୍ଷରୁ ଅଧିକ ଜରିମାନା

ଛତ୍ରପୁର,୨୩।୩ (ଦିଲ୍ଲୀପ ସାମଲ): ଏଣିକି ବେପରୁଆଓ ନିୟମ ଉଲ୍ଲଙ୍ଘନ କରୁଥିବା ଗାଡି ଚାଳକଙ୍କୁ ସାବାଡ କରାଯିବ । ସଡ଼କ ଦୁର୍ଘଟଣା ଓ ମୃତ୍ୟୁସଂଖ୍ୟା ହ୍ରାସ ଲକ୍ଷ୍ୟରେ ସ୍ବତନ୍ତ୍ର…

ଇସ୍ତଫା ଦେଲେ ପ୍ରଦେଶ କଂଗ୍ରେସ କମିଟି ସଦସ୍ୟ, କଲେ ବଡ଼ ଖୁଲାସା, ଏହି କାରଣରୁ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକର ପୂର୍ବତନ ଜିଲା ପରିଷଦ ସଦସ୍ୟ ତଥା ପ୍ରଦେଶ କଂଗ୍ରେସ କମିିଟି ସଦସ୍ୟ ଅରବିନ୍ଦ ନାହାକ ସୋମବାର ସନ୍ଧ୍ୟାରେ…

ଜମି ଅଧିଗ୍ରହଣକୁ ନେଇ ଗ୍ରାମବାସୀ-ପ୍ରଶାସନ ମୁହାଁମୁହିଁ, ଅନୁମତି ଅପେକ୍ଷାରେ…

ଥୁଆମୂଳ ରାମପୁର,୨୩ା୩(ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ତହସିଲ ଅନ୍ତର୍ଗତ କୁରୁକୁଟି ମୌଜାରେ ପ୍ରସ୍ତାବିତ ଥଇଥାନ କଲୋନୀ ନିର୍ମାଣ ଓ ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ…

‘ସରୁନି ଗପ କି ସରୁନି ପାପ ‘ନାଟକ ମଞ୍ଚସ୍ଥ… 

ଦିଗପହଣ୍ଡି,୨୩|୩(ଅଶେଷ ନାଥ ମିଶ୍ର) ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବାସୁଦେବପୁର ପଞ୍ଚାୟତ ପଡିଆ ପୁରୁଷୋତ୍ତମପୁର ଗ୍ରାମ ପ୍ରକଳ୍ପ ଉଚ୍ଚ  ପ୍ରଥମିକ ବିଦ୍ୟାଳୟର ବାର୍ଷିକୋତ୍ସବ ସୋମବାର ଅନୁଷ୍ଠିତ ହୋଇଯାଇଛି।…

୨୨ ବସ୍ତା ଚାଉଳ ସହ ଜିପ୍‌ ଜବତ, ଡ୍ରାଇଭର ଅଟକ

କୋରାପୁଟ,୨୩ା୩(ଅମିତାଭ ବେହେରା): କୋରାପୁଟ ସଦର ଥାନା ପୋଲିସ ସୋମବାର ଅପରାହ୍ନରେ ଏକ  ଜିପ୍‌ ସହ ୨୨ ବସ୍ତା (୧୧ କ୍ୱିଣ୍ଟାଲ) ସରକାରୀ ଚାଉଳ ଜବତ କରିଥିବା ବେଳେ…

ମାଟ୍ରିକ ଛାତ୍ରୀଙ୍କ ସନ୍ଦେହଜନକ ମତ୍ୟୁ; ଶୋକାକୁଳ ପରିବେଶରେ…

ଦିଗପହଣ୍ଡି,୨୩।୩(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବଡ଼ଡୁମ୍ବୁଳା ଗ୍ରାମର ମାଟ୍ରିକ ପରୀକ୍ଷା ଦେଇଥିବା ଜଣେ ଛାତ୍ରୀଙ୍କ ସନ୍ଦେହଜନକ ମୃତ୍ୟୁ ଘଟିଛି। ମୃତକ ଜଣକ ହେଲେ…

୧୫ଦିନରେ ଚାଷୀଙ୍କ ଧାରଣା, ବିକ୍ରି ହେଲାନି ଧାନ: ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଚାଷୀ

ବରଗଡ଼,୨୩।୩(ପ୍ରେମାନନ୍ଦ ଖମାରୀ): ରବି ଧାନବିକ୍ରି ପାଇଁ ଚାଷୀ ପଞ୍ଜୀକରଣ ଚାଲିଛି । କିନ୍ତୁ ଏପର୍ଯ୍ୟନ୍ତ ବରଗଡ଼ ଜିଲାର ଅନେକ ଚାଷୀ ଗତ ଖରିଫରେ ଅମଳ ଧାନ ବିକ୍ରି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri