ହୋଣ୍ଡାର ନ୍ୟୁ ଏସ୍‌ପି ୧୬୦ ଉନ୍ମୋଚିତ

ଭୁବନେଶ୍ୱର,୯।୮: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନ୍ୟୁ ଏସ୍‌ପି୧୬୦କୁ ମଙ୍ଗଳବାର ସର୍ବଭାରତୀୟ ସ୍ତରରେ ଉନ୍ମୋଚନ କରାଯାଇଛି। ବିଶେଷକରି କମ୍ପାନୀର ଏସ୍‌ପି ବ୍ରାଣ୍ଡ୍‌କୁ ଆଉ ଏକ ସୋପାନରେ ପହଞ୍ଚତ୍ାଇବା ପାଇଁ ଉକ୍ତ ମଡେଲର ପ୍ରସ୍ତୁତ କରାଯାଇଛି। ଏପରିକି ଉକ୍ତ ମଡେଲକୁ ସ୍ପୋର୍ଟି, ଆକର୍ଷଣୀୟ ଓ ଷ୍ଟାଇଲିଶ୍‌ କରାଯାଇଛି।
ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ପରିଚାଳନା ନିର୍ଦ୍ଦେଶକ ତଥା ସଭାପତି ଏବଂ ସିଇଓ ସୁସ୍ତୁମୁ ଓଟାନି କହିଛନ୍ତି, ବର୍ତ୍ତମାନ ଆମେ ବିଶ୍ୱାସର ସହ ଭବିଷ୍ୟତକୁ ଅଗ୍ରସର ହେଉଛି। ଏପରିକି ଏସ୍‌ପି ବ୍ରାଣ୍ଡ୍‌କୁ ଆଉ ଏକ ସୋପାନ ଉପରକୁ ନେବା ସହ ନ୍ୟୁ ଏସ୍‌ପି ୧୬୦କୁ ଉନ୍ମୋଚନକରି ଆମେ ବେଶ୍‌ ଉତ୍ସାହିତ ଅଛୁ। ବିଶେଷକରି ଏସ୍‌ପି ବ୍ରାଣ୍ଡ୍‌ର ଶୁଭାରମ୍ଭ ପରଠାରୁ ଏସ୍‌ପି ବ୍ରାଣ୍ଡ୍‌ ୧୨୫ ସିସି ମୋଟରସାଇକେଲ ବର୍ଗରେ ବିପ୍ଳବ ଆଣିବା ସହ ପ୍ରଯୁକ୍ତି, ଷ୍ଟାଇଲ ଓ ପ୍ରଦର୍ଶନରେ ଅତୁଳନୀୟ ମାନଦଣ୍ଡ ନିର୍ଦ୍ଧାରଣ କରିଛି। ସେହିଭଳି ଏଚ୍‌ଏମ୍‌ଏସ୍‌ଆଇର ସେଲ୍‌ସ ଓ ମାର୍କେଟିଂ ନିର୍ଦ୍ଦେଶକ ଯୋଗେଶ ମାଥୁର କହିଛନ୍ତି, ସ୍ପୋର୍ଟିନେସ୍‌ ଓ ୟୁଟିଲିଟିର ଉପଯୁକ୍ତ ମିଶ୍ରଣ ଚାହୁଁଥିବା ଯୁବ ମୋଟରସାଇକେଲ୍‌ ଉତ୍ସାହୀଙ୍କ ଅଭିଳାଷରୁ ନୂଆ ଏସ୍‌ପି ୧୬୦ ଅନୁପ୍ରାଣିତ କରିବ।
ସେହିପରି ସିଙ୍ଗଲ ଡିସ୍କ ଓ ଡୁଆଲ୍‌ ଡିସ୍କ ବିକଳ୍ପରେ ଉପଲବ୍ଧ ଏସ୍‌ପି ୧୬୦ର ଏକ୍ସ ଶୋ’ରୁମ୍‌ (ନୂଆଦିଲ୍ଲୀ) ମୂଲ୍ୟ ଯଥାକ୍ରମେ ୧,୧୭,୫୦୦ ଟଙ୍କା ଏବଂ ୧,୨୧,୯୦୦ ଟଙ୍କା ରହିଛି। ଉକ୍ତ ମଡେଲ ମ୍ୟାଟ୍‌ ମାର୍ଭେଲ୍‌ ବ୍ଲୁ ମେଟାଲିକ୍‌, ମ୍ୟାଟ୍‌ ଆକ୍ସିସ୍‌ ଗ୍ରେ ମେଟାଲିକ୍‌ା, ମ୍ୟାଟ୍‌ ଡାର୍କ ବ୍ଲୁ ମେଟାଲିକ୍‌, ପର୍ଲ ସ୍ପାର୍ଟାନ୍‌ ରେଡ୍‌, ପର୍ଲ ଇଗ୍ନିଅସ୍‌ ବ୍ଲାକ୍‌ ଏବଂ ପର୍ଲ ଡିପ୍‌ ଗ୍ରାଉଣ୍ଡ୍‌ ଗ୍ରେ ରଙ୍ଗରେ ଉପଲବ୍ଧ।


Enter your email to get our daily news in your inbox.

All Right Reserved By Dharitri.Com

କ୍ଲାସେନଙ୍କ ବିସ୍ଫୋରକ ବ୍ୟାଟିଂ: ହାଇଦ୍ରାବାଦ୍‌ର ପ୍ରଥମ ବିଜୟ

କୋଲକାତା,୨ା୪: ହେନରିଚ୍‌ କ୍ଲାସେନଙ୍କ ଅର୍ଦ୍ଧଶତକ ଓ ନୀତୀଶ କୁମାର ରେଡ୍ଡୀଙ୍କ ଅଲରାଉଣ୍ଡ ପ୍ରଦର୍ଶନ ବଳରେ ସନରାଇଜର୍ସ ହାଇଦ୍ରାବାଦ୍‌(ଏସ୍‌ଆର୍‌ଏଚ୍‌) ୬୫ ରନରେ କୋଲକାତା ନାଇଟ୍‌ ରାଇଡର୍ସ (କେକେଆର)କୁ ପରାସ୍ତ…

ନା ହର୍ମୁଜ ଖୋଲୁଛି ନା ଇରାନ ନଇଁବାକୁ ରାଜି….ଦିନକୁ ଦିନ ଭାଙ୍ଗୁଛି ଟ୍ରମ୍ପଙ୍କ ସୁପରପାଓ୍ବାର ଦମ୍ଭ?

ୱାଶିଂଟନ୍/ତେହେରାନ୍,୨।୪: ବିଶ୍ୱର ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଜଳପଥ ‘ହର୍ମୁଜ ପ୍ରଣାଳୀ’କୁ ନେଇ ସୃଷ୍ଟି ହୋଇଥିବା ଯୁଦ୍ଧ ପରିସ୍ଥିତି ଏବେ ଅତି ଭୟଙ୍କର ରୂପ ଧାରଣ କରିଛି। ଗୋଟିଏ ପଟେ…

ଆସାମ ବିଧାନସଭା ନିର୍ବାଚନ: କଂଗ୍ରେସ ଇସ୍ତାହାରରେ ୧୧ ସଂକଳ୍ପ

ବୋକାଜାନ୍‌,୨ା୪: ଆସାମ ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୁରୁବାର ଦଳର ଇସ୍ତାହାର ଜାରି କରିଛନ୍ତି। ସେଥିରେ ୧୧ଟି ସଂକଳ୍ପନାମା ରହିଛି। ଶାସନ, ପରିଚୟ,…

ମୃତ୍ୟୁ ପରେ ବି ଅମର ରମେଶ: ଅଙ୍ଗଦାନ ପରେ ପ୍ରଶାସନ ପକ୍ଷରୁ ଦିଆଗଲା’ଗାର୍ଡ ଅଫ ଅନର’

ମୋହନା, ୨।୪( ମନ୍ମଥ ମିଶ୍ର ): ମଣିଷ ଚାଲିଗଲେ ମଧ୍ୟ ତାଙ୍କର ଅଙ୍ଗ ଅନ୍ୟ ଜଣଙ୍କ ଶରୀରରେ ଜୀବିତ ରହିପାରେ, ଏହାର ଏକ ଜ୍ୱଳନ୍ତ ଉଦାହରଣ ସାଜିଛନ୍ତି…

ବରଗଡ଼ରୁ ମଧ୍ୟପ୍ରଦେଶ ହେଉଥିଲା ଗଞ୍ଜେଇ ଚାଲାଣ: ଧରାପଡ଼ିଲେ ୨ ଅଭିଯୁକ୍ତ

ଅତାବିରା,୨ା୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ତଥା ଗୋଡ଼ଭଗା ଫାଣ୍ଡି ଅଧୀନ ସତୀଯୋର ପାଖରୁ ବୁଧବାର ପୋଲିସ ଗଞ୍ଜେଇ ଜବତ କରି ୨ ଜଣଙ୍କୁ ଅଟକ…

ବିଚ୍‌ ରାସ୍ତାରେ ବୁଲିଲା ଭୁଜାଲି: ଦୋକାନୀ ଲହୁଲୁହାଣ, ପ୍ରତି ଆକ୍ରମଣରେ ଅଭିଯୁକ୍ତ ଗୁରୁତର

ଅତାବିରା,୨।୪(ଯୁଧିଷ୍ଠିର ମହାପାତ୍ର): ବରଗଡ଼ ଜିଲା ଅତାବିରା ଥାନା ଅନ୍ତର୍ଗତ ଗୋଡ଼ଭଗା ଫାଣ୍ଡି ଅଞ୍ଚଳରେ ଦିନ ଦ୍ବିପ୍ରହରରେ ବିଚ୍‌ ରାସ୍ତାରେ ଭୁଜାଲି ମାଡ଼ ଘଟଣା ସାମ୍ନାକୁ ଆସିଛି। ଭୁଜାଲି…

ପୋଷ୍ଟ ଅଫିସକୁ ପଶି ଆସିଲା ବିରାଟକାୟ ଅହିରାଜ: ଆତଙ୍କିତ ହୋଇ ଟେକା ପଥର ମାରିଲେ ଲୋକେ, ପରେ…

ଆନନ୍ଦପୁର, ୨।୪(ସୁଶାନ୍ତ କୁମାର ସାହୁ): କେନ୍ଦୁଝର ଜିଲା ଆନନ୍ଦପୁର ଉପଖଣ୍ଡ ହଦଗଡ଼ ଅଞ୍ଚଳରେ ଏକ ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଛି। ଗୁରୁବାର ଦିନ ହଦଗଡ଼ ରେଞ୍ଜ ଅଧୀନରେ…

ଆରମ୍ଭ ହେଲା ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା

ବାଲିଗୁଡା,୨।୪:(ସଞ୍ଜୟ କୁମାର ପାଣିଗ୍ରାହୀ): କନ୍ଧମାଳ ଜିଲାର ପ୍ରସିଦ୍ଧ ବାଲିଗୁଡ଼ା ଦଣ୍ଡଯାତ୍ରା ଆରମ୍ଭ ହୋଇଯାଇଛି। ଏନେଇ ଗାଁଠୁ ସହର ଉତ୍ସବମୁଖର ହୋଇପଡିଛି। ଶତାଧିକ ମାନସିକଧାରୀ ଦଣ୍ଡୁଆ ମା’ଙ୍କ ଦଣ୍ଡଯାତ୍ରାରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri