ବିଓବିର ତ୍ରୈମାସିକ ଫଳାଫଳ

ଭୁବନେଶ୍ୱର,୯।୮: ବ୍ୟାଙ୍କ ଅଫ୍‌ ବରୋଦା (ବିଓବି)ର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର ତ୍ରୈମାସିକ ଫଳାଫଳ ସମ୍ପର୍କରେ ବିସ୍ତୃତ ସୂଚନା ପ୍ରଦାନ କରାଯାଇଛି। ଏପରିକି ୨୦୨୩-୨୪ ପ୍ରଥମ ତ୍ରୈ ମାସିକ (ଏପ୍ରିଲରୁ ଜୁନ୍‌) ଶେଷ ସୁଦ୍ଧା ବ୍ୟାଙ୍କର ନେଟ୍‌ ଲାଭ ୪୦୭୦ କୋଟି ଟଙ୍କା ହୋଇଛି। ଏହା ୨୦୨୨-୨୩ ଆର୍ଥିକ ବର୍ଷ ତୁଳନାରେ ୮୭.୭% ବୃଦ୍ଧି ହୋଇ ୨୦୨୩-୨୪ ଆର୍ଥିକ ବର୍ଷର ସମାନ ଅବଧିରେ ୪୦୭୦ କୋଟି ଟଙ୍କାରେ ପହଞ୍ଚତ୍ଛି। ଅପରପକ୍ଷରେ ବିଓବି ୧%ରୁ ଅଧିକ ଆର୍‌ଓଏ ଏବଂ ପ୍ରାୟ ୨୦% ଆର୍‌ଓଇକୁ କ୍ରମାଗତ ଭାବରେ ୪ଟି ତ୍ରୈମାସିକରେ ପ୍ରଦାନ କରିଛି। ଲାଭରେ ଏହି ଉଲ୍ଲେଖନୀୟ ବିକାଶ କ୍ୟୁ୧ଏଫ୍‌ୱାଇ୨୪ରେ ପୂର୍ବ ବର୍ଷ ତୁଳନାେରେ ସୁସ୍ଥ ଅପରେଟିଂ ଆୟରେ ୪୨.୯% ବୃଦ୍ଧି କାରଣରୁ ହୋଇପାରିଛି। ଅପରେଟିଂ ଆୟର ବୃଦ୍ଧି ଦୃଢ଼ ନେଟ୍‌ ଇଣ୍ଟ୍ରେଷ୍ଟ ଇନ୍‌କମ୍‌ (ଏନ୍‌ଆଇଆଇ) ରେ ବୃଦ୍ଧି କାରଣରୁ ହୋଇପାରିଛି, ଯାହାକି ପୂର୍ବ ବର୍ଷ ତୁଳନାରେ କ୍ୟୁ୧ଏଫ୍‌ୱାଇ ୨୪ରେ ୨୪.୪%ର ବୃଦ୍ଧି ଓ ଏହା ସହ ଅଣ ସୁଧ ଆୟରେ ଉଲ୍ଲେଖନୀୟ ବୃଦ୍ଧି ହୋଇଛି; ଯାହାକି ପୂର୍ବ ବର୍ଷ ତୁଳନାରେ ୨.୮ ଗୁଣା ବୃଦ୍ଧି ହୋଇଛି। ସ୍ଥାନୀୟ ଏନ୍‌ଆଇଆଇ ବିକାଶ ପୂର୍ବ ବର୍ଷ ତୁଳନାରେ ୧୮.୦% ବୃଦ୍ଧି କାରଣରୁ ହୋଇପାରିଛି। ଏହା ସହ ନେଟ୍‌ ଇଣ୍ଟ୍ରେଷ୍ଟ ମାର୍ଜିନ୍‌ (ଏନ୍‌ଆଇଏମ୍‌)ରେ ବୃଦ୍ଧି ହୋଇଛି ଯାହାକି ପୂର୍ବ ବର୍ଷ ତୁଳନାରେ ୨୫ ବିପିଏସ୍‌ ବା ୩.୨୭% ବୃଦ୍ଧି ହୋଇଛି। ଆୟରେ ଦୃଢ଼ ବୃଦ୍ଧି ସହଣ୍‌ ଓପେକ୍ସରେ ନିୟମିତ ବୃଦ୍ଧି ହେତୁ ପୂର୍ବ ବର୍ଷ ତୁଳନାରେ କ୍ୟୁ୧ଏଫ୍‌ୱାଇ୨୪ ରେ ଉଲ୍ଲେଖନୀୟ ଭାବରେ ଅପରେଟିଂ ଲାଭରେ ୭୩% ବୃଦ୍ଧି ହୋଇଛି। ବ୍ୟାଙ୍କ କଷ୍ଟ ଟୁ ଇନ୍‌କମ୍‌ ଅନୁପାତ (ନିବେଶର ପୁନଃ ମୂଲ୍ୟାୟନକୁ ବାଦ୍‌ ଦେଇ) କୁ ପୂର୍ବ ବର୍ଷ ତୁଳନାରେ ୧୬୬ ବିପିଏସ୍‌ ହ୍ରାସ କରି କ୍ୟୁ୧ଏଫ୍‌ୱାଇ ୨୪ରେ ୪୭.୪୩% ହ୍ରାସ କରିଛି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?