ବଜାରରେ ହୋଣ୍ଡାର ନ୍ୟୁ ହର୍ନେଟ

ନୂଆଦିଲ୍ଲୀ,୨୯।୮ : ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନ୍ୟୁ ହର୍ନେଟ୍‌-୨.୦କୁ ବଜାର ପ୍ରବେଶ ସହ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ପରିଚାଳନା ନିର୍ଦ୍ଦେଶକ, ସଭାପତି ଏବଂ ସିଇଓ ସୁସ୍ତୁମି ଓଟାନି କହିଛନ୍ତି,ସରକାରଙ୍କ ନିୟମ ଅନୁସାରେ ନୂତନ ମଡେଲଗୁଡ଼ିକୁ ପ୍ରସ୍ତୁତ କରିବା ଲାଗି ଏଚ୍‌ଏମ୍‌ଏସ୍‌ଆଇ ଦ୍ରୁତ ଗତିରେ କାର୍ଯ୍ୟ କରୁଥିବାବେଳେ ଓବିଡି୨ ନିୟମ ପାଳନ କରୁଥିବା ୨୦୨୩ ହର୍ନେଟ୍‌ ୨.୦କୁ ଉନ୍ମୋଚନ ସହିତ ବଜାର ପ୍ରବେଶ କରାଇ ବେଶ୍‌ ଉତ୍ସାହିତ ଅଛୁ। ସେହିଭଳି ଏଚ୍‌ଏମ୍‌ଏସ୍‌ଆଇର ନିର୍ଦ୍ଦେଶକ (ସେଲ୍‌ସ ଆଣ୍ଡ୍‌ ମାର୍କେଟିଂ) ଯୋଗେଶ ମାଥୁର କହିଛନ୍ତି, ନୂଆ ହର୍ନେଟ୍‌ ୨.୦କୁ ବଜାର ପ୍ରବେଶ କରାଇ ନୂଆ ପିଢ଼ିର ଗ୍ରାହକମାନଙ୍କ ସ୍ବପ୍ନ ପୂରଣ କରିଛୁ। ବିଶେଷ କରି ଉନ୍ନତ ସୁବିଧା ସୁଯୋଗ ସହିତ ନୂଆ ହର୍ନେଟ୍‌ ୨.୦ର ଆକର୍ଷଣୀୟ ଗ୍ରାଫିକ୍‌ ଓ ବିଶାଳ ଟାଙ୍କିର ଡିଜାଇନ୍‌ ଉକ୍ତ ମୋଟରସାଇକେଲ୍‌କୁ ଏକ ଭିନ୍ନ ଆକାର ପ୍ରଦାନ କରିଛି। ଏଥିରେ ଏଲ୍‌ଇଡି ହେଡ୍‌ଲ୍ୟାମ୍ପ୍‌, ଏଲ୍‌ଇଡି ୱିଙ୍କର, ଏକ୍ସ-ଆକାରର ଏଲ୍‌ଇଡି ଟେଲ୍‌ ଲ୍ୟାମ୍ପ୍‌, ପ୍ରିମିୟମ୍‌ ଛୋଟ ମଫଲର, ଆଲୟ ହ୍ବିଲ୍‌ ଓ ସ୍ପ୍ଲିଟ୍‌ ସିଟ୍‌ ଆଦି ଗାଡ଼ିକୁ ଆକର୍ଷଣୀୟ ତଥା ଆନ୍ତର୍ଜାତିକ ଷ୍ଟାଇଲ୍‌ ପ୍ରଦାନ କରୁଛି। ଅପରପକ୍ଷରେ ନ୍ୟୁ ୨୦୨୩ ହର୍ନେଟ୍‌ ୨.୦ରେ ଶକ୍ତିଶାଳୀ ୧୮୪.୪୦ ସିସି, ୪ ଷ୍ଟ୍ରୋକ୍‌, ସିଙ୍ଗଲ ସିଲିଣ୍ଡର ବିଏସ୍‌-୬ ଓବିଡି୨ ନିୟମ ପାଳନ କରୁଥିବା ପିଜିଏମ୍‌-ଏଫ୍‌ଆଇ ଇଞ୍ଜିନ ରହିଛି, ବିଶେଷ କରି ଚାଳକଙ୍କ ସୁରକ୍ଷା ଓ ସହଜ ଗିୟର ସିଫ୍ଟ ପାଇଁ ନୂଆ ଆସିଷ୍ଟ୍‌ ଓ ସ୍ଲିପର କ୍ଲଚ୍‌ ରହିଥିବା ବେଳେ ଅପ୍‌-ସାଇଡ୍‌ ଡାଉନ୍‌ ସାମ୍ନା ଫର୍କ, ସମ୍ପୂର୍ଣ୍ଣ ଡିଜିଟାଲ୍‌ ଇନଷ୍ଟ୍ରୁମେଣ୍ଟ୍‌ ପ୍ୟାନେଲ୍‌, ପେଟାଲ ଡିସ୍କ ବ୍ରେକ୍‌ ଓ ସିଙ୍ଗଲ-ଚ୍ୟାନେଲ୍‌ ଏବିଏସ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ନବ ଦାସ ହତ୍ୟା ମାମଲା: PSO ମିତ୍ରଭାନୁ ଦେଓଙ୍କ ସାକ୍ଷ୍ୟ ଗ୍ରହଣ, କ’ଣ କହିଲେ କୋର୍ଟରେ…

ଝାରସୁଗୁଡ଼ା, ୨୧ା୨(ଆଶିଷ ରଞ୍ଜନ ଦାଶ): ପୂର୍ବତନ ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ତାଙ୍କର ତତ୍କାଳୀନ ପିଏସ୍‌ଓ ମିତ୍ରଭାନୁ ଦେଓ ଶନିବାର ଝାରସୁଗୁଡ଼ା ଅତିରିକ୍ତ ଜିଲାଜଜ୍‌ କୋର୍ଟରେ…

ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର

ଦେବଗଡ଼,୨୧ା୨(ଶଶାଙ୍କ ଶେଖର ଝାଙ୍କର)- ଦେବଗଡ଼ ଥାନା ଅଞ୍ଚଳର ଦିବ୍ୟାଙ୍ଗ ଯୁବତୀଙ୍କୁ ବଳାତ୍କାର କରିବା ଅଭିଯୋଗରେ ପୋଲିସ ଜଣେ ବିବାହିତ ଯୁବକଙ୍କୁ ଗିରଫ କରି ଶନିବାର କୋର୍ଟ ଚାଲାଣ…

ପଶ୍ଚିମବଙ୍ଗ ପାଇଁ BJPର ମାଷ୍ଟରଷ୍ଟ୍ରୋକ୍‌! ସାରା ରାଜ୍ୟରେ ବାହାରିବ…ମୋଦି କରିବେ… 

କୋଲକାତା,୨୧।୨: ଆଗାମୀ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ଭାଜପା) ଏକ ବଡ଼ ରଣନୀତି ପ୍ରସ୍ତୁତ କରିଛି। ମମତା ବାନାର୍ଜୀଙ୍କ ସରକାରକୁ କ୍ଷମତାରୁ ହଟାଇବା…

ନୂଆପଡ଼ାରୁ ଧରାପଡ଼ିଲେ ୬ ସାଇବର ଅପରାଧୀ

ନୂଆପଡ଼ା,୨୧ା୨ (ମକାରୁ ବେମାଲ): ନୂଆପଡ଼ା ଜିଲା ପୋଲିସ ୬ଜଣ ସାଇବର ଠକଙ୍କୁ ଗିରଫ କରି ସେମାନଙ୍କଠାରୁ ୬ଟି ମୋବାଇଲ, ୩ ଆକାଉଣ୍ଟ୍ସ ଡିଟେଲ୍‌ ପାଇଛି। ସେଥିରେ ୨…

ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଯୁବତୀଙ୍କ ଆତ୍ମାହୁତି ଉଦ୍ୟମ, ନିଜ ଡ୍ରେସରେ ନିଆଁ ଲଗାଇଦେବା ପରେ…

ଭଦ୍ରକ, ୨୧।୨(ସନାତନ ରାଉତ)- ଭଦ୍ରକ ଜିଲାପାଳଙ୍କ କାର୍ଯ୍ୟଳୟ ପରିସରରେ ଜଣେ ଯୁବତୀ ଆତ୍ମାହୁତି ଉଦ୍ୟମ କରିଛନ୍ତି । ଯୁବତୀ ଜଣଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି। ତେବେ ଯୁବତୀଜଣଙ୍କ…

୧୦ ବର୍ଷ ଅପେକ୍ଷାର ଅନ୍ତ, ଅଷ୍ଟ୍ରେଲିଆ ମାଟିରେ ଟି-୨୦ ସିରିଜ ଜିତି ଇତିହାସ ରଚିଲା ଭାରତ

ଆଡିଲେଡ,୨୧।୨: ଅଷ୍ଟ୍ରେଲିଆ ଗସ୍ତରେ ଥିବା ଭାରତୀୟ ମହିଳା କ୍ରିକେଟ ଦଳ ଜବରଦସ୍ତ ପ୍ରଦର୍ଶନ କରି ଟି-୨୦ ସିରିଜକୁ ୨-୧ରେ ନିଜ ନାମରେ କରିଛି। ଶନିବାର ୨୧ ଫେବୃଆରୀରେ…

ଅଭିଷେକଙ୍କ ଫର୍ମକୁ ନେଇ ମୁହଁ ଖୋଲିଲେ ଅଧିନାୟକ ସୂର୍ଯ୍ୟକୁମାର

ଅହମଦାବାଦ,୨୧ା୨: ଭାରତୀୟ ଓପନର ଅଭିଷେକ ଶର୍ମା ୩ ମ୍ୟାଚ୍‌ରେ ୩ ଥର ଖାତା ଖୋଲିବାରେ ବିଫଳ ହେବା ସତ୍ତ୍ୱେ ତାଙ୍କ ଫର୍ମ ଦଳ ପାଇଁ ଚିନ୍ତାର କାରଣ…

ଧାଓ୍ବନଙ୍କ ନୂଆ ଇନିଂସ: ପ୍ରେମିକାଙ୍କ ସହ ଧୁମ୍‌ଧାମରେ ବିବାହ ଶେଷ; ବରଯାତ୍ରୀରେ ସାମିଲ ହେଲେ ଏହି କ୍ରିକେଟର; ଦେଖନ୍ତୁ Photos 

ନୂଆଦିଲ୍ଲୀ,୨୧।୨: ଭାରତୀୟ କ୍ରିକେଟ ଦଳର ପୂର୍ବତନ ବିସ୍ଫୋରକ ଓପନର୍‌ ଶିଖର ଧାଓ୍ବନ ନିଜ ଜୀବନର ଏକ ନୂଆ ଇନିଂସ ଆରମ୍ଭ କରିଛନ୍ତି। ଶନିବାର ୨୧ ଫେବୃଆରୀରେ ସେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri