Odisha Elections 2024

ବଜାରରେ ହୋଣ୍ଡାର ନ୍ୟୁ ହର୍ନେଟ

ନୂଆଦିଲ୍ଲୀ,୨୯।୮ : ହୋଣ୍ଡା ମୋଟରସାଇକେଲ୍‌ ଆଣ୍ଡ୍‌ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)ର ବହୁ ପ୍ରତୀକ୍ଷିତ ତଥା ଅତ୍ୟାଧୁନିକ ଜ୍ଞାନକୌଶଳରେ ନିର୍ମିତ ନ୍ୟୁ ହର୍ନେଟ୍‌-୨.୦କୁ ବଜାର ପ୍ରବେଶ ସହ ସର୍ବଭାରତୀୟ ଉନ୍ମୋଚନ କରାଯାଇଛି। ଏ ସମ୍ପର୍କରେ ଏଚ୍‌ଏମ୍‌ଏସ୍‌ଆଇର ପରିଚାଳନା ନିର୍ଦ୍ଦେଶକ, ସଭାପତି ଏବଂ ସିଇଓ ସୁସ୍ତୁମି ଓଟାନି କହିଛନ୍ତି,ସରକାରଙ୍କ ନିୟମ ଅନୁସାରେ ନୂତନ ମଡେଲଗୁଡ଼ିକୁ ପ୍ରସ୍ତୁତ କରିବା ଲାଗି ଏଚ୍‌ଏମ୍‌ଏସ୍‌ଆଇ ଦ୍ରୁତ ଗତିରେ କାର୍ଯ୍ୟ କରୁଥିବାବେଳେ ଓବିଡି୨ ନିୟମ ପାଳନ କରୁଥିବା ୨୦୨୩ ହର୍ନେଟ୍‌ ୨.୦କୁ ଉନ୍ମୋଚନ ସହିତ ବଜାର ପ୍ରବେଶ କରାଇ ବେଶ୍‌ ଉତ୍ସାହିତ ଅଛୁ। ସେହିଭଳି ଏଚ୍‌ଏମ୍‌ଏସ୍‌ଆଇର ନିର୍ଦ୍ଦେଶକ (ସେଲ୍‌ସ ଆଣ୍ଡ୍‌ ମାର୍କେଟିଂ) ଯୋଗେଶ ମାଥୁର କହିଛନ୍ତି, ନୂଆ ହର୍ନେଟ୍‌ ୨.୦କୁ ବଜାର ପ୍ରବେଶ କରାଇ ନୂଆ ପିଢ଼ିର ଗ୍ରାହକମାନଙ୍କ ସ୍ବପ୍ନ ପୂରଣ କରିଛୁ। ବିଶେଷ କରି ଉନ୍ନତ ସୁବିଧା ସୁଯୋଗ ସହିତ ନୂଆ ହର୍ନେଟ୍‌ ୨.୦ର ଆକର୍ଷଣୀୟ ଗ୍ରାଫିକ୍‌ ଓ ବିଶାଳ ଟାଙ୍କିର ଡିଜାଇନ୍‌ ଉକ୍ତ ମୋଟରସାଇକେଲ୍‌କୁ ଏକ ଭିନ୍ନ ଆକାର ପ୍ରଦାନ କରିଛି। ଏଥିରେ ଏଲ୍‌ଇଡି ହେଡ୍‌ଲ୍ୟାମ୍ପ୍‌, ଏଲ୍‌ଇଡି ୱିଙ୍କର, ଏକ୍ସ-ଆକାରର ଏଲ୍‌ଇଡି ଟେଲ୍‌ ଲ୍ୟାମ୍ପ୍‌, ପ୍ରିମିୟମ୍‌ ଛୋଟ ମଫଲର, ଆଲୟ ହ୍ବିଲ୍‌ ଓ ସ୍ପ୍ଲିଟ୍‌ ସିଟ୍‌ ଆଦି ଗାଡ଼ିକୁ ଆକର୍ଷଣୀୟ ତଥା ଆନ୍ତର୍ଜାତିକ ଷ୍ଟାଇଲ୍‌ ପ୍ରଦାନ କରୁଛି। ଅପରପକ୍ଷରେ ନ୍ୟୁ ୨୦୨୩ ହର୍ନେଟ୍‌ ୨.୦ରେ ଶକ୍ତିଶାଳୀ ୧୮୪.୪୦ ସିସି, ୪ ଷ୍ଟ୍ରୋକ୍‌, ସିଙ୍ଗଲ ସିଲିଣ୍ଡର ବିଏସ୍‌-୬ ଓବିଡି୨ ନିୟମ ପାଳନ କରୁଥିବା ପିଜିଏମ୍‌-ଏଫ୍‌ଆଇ ଇଞ୍ଜିନ ରହିଛି, ବିଶେଷ କରି ଚାଳକଙ୍କ ସୁରକ୍ଷା ଓ ସହଜ ଗିୟର ସିଫ୍ଟ ପାଇଁ ନୂଆ ଆସିଷ୍ଟ୍‌ ଓ ସ୍ଲିପର କ୍ଲଚ୍‌ ରହିଥିବା ବେଳେ ଅପ୍‌-ସାଇଡ୍‌ ଡାଉନ୍‌ ସାମ୍ନା ଫର୍କ, ସମ୍ପୂର୍ଣ୍ଣ ଡିଜିଟାଲ୍‌ ଇନଷ୍ଟ୍ରୁମେଣ୍ଟ୍‌ ପ୍ୟାନେଲ୍‌, ପେଟାଲ ଡିସ୍କ ବ୍ରେକ୍‌ ଓ ସିଙ୍ଗଲ-ଚ୍ୟାନେଲ୍‌ ଏବିଏସ୍‌ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଇପିଏଫ୍‌ଓରେ ଯୋଡ଼ି ହେଲେ ୧୪.୪୧ ଲକ୍ଷ ସଦସ୍ୟ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): କର୍ମଚାରୀ ଭବିଷ୍ୟନିଧି ସଂଗଠନ(ଇପିଏଫ୍‌ଓ)ଗତ ମାର୍ଚ୍ଚ ମାସରେ ୧୪.୪୧ ଲକ୍ଷ ନେଟ୍‌ ସଦସ୍ୟଙ୍କୁ ଯୋଡ଼ିଛି। ଇପିଏଫ୍‌ଓ ପକ୍ଷରୁ ସୋମବାର ମିଳିଥିବା ତଥ୍ୟ ଅନୁସାରେ ଶ୍ରମ ଓ...

ଆଇଏଆଇର ଉପାଧ୍ୟକ୍ଷ ହେଲେ ଜନ୍‌ ସ୍ଲାଭେନ

ଭୁବନେଶ୍ୱର,୨୧।୫: ଦେଶର ପ୍ରମୁଖ ଘରୋଇ ସଂସ୍ଥା ତଥା ବେଦାନ୍ତ ଆଲୁମିନିୟମ ସିଇଓ ଜନ୍‌ ସ୍ଲାଭେନଙ୍କୁ ନିକଟରେ ଅନ୍ତର୍ଜାତୀୟ ଆଲୁମିନିୟମ ପ୍ରତିଷ୍ଠାନ (ଆଇଏଆଇ)ର ଉପାଧ୍ୟକ୍ଷ ଭାବେ ନିଯୁକ୍ତ କରାଯାଇଛି।...

ଆଜି ଖୋଲିବ ଏବିଏଲ୍‌ର ରାଟଟ୍‌ସ ଇସ୍ୟୁ

ନୂଆଦିଲ୍ଲୀ,୨୧।୫: ଦେଶର ଅଗ୍ରଣୀ ତଥା ଏକ ପିୟୋର ଭେଜ (ପୂର୍ଣ୍ଣ ଶାକାହାରୀ) ପ୍ରାଣୀ ସ୍ବାସ୍ଥ୍ୟ ପ୍ରଯତ୍ନକାରୀ ସମାଧାନ କମ୍ପାନୀ ଅଜୁନି ବାୟୋଟେକ ଲିମିଟେଡ ବା ଏବିଏଲ...

ବିଓଏମ୍‌ର ନୂଆ ମାଇଲଖୁଣ୍ଟ

ଭୁବନେଶ୍ୱର,୨୧।୫: ବ୍ୟାଙ୍କ୍‌ ଅଫ ମହାରାଷ୍ଟ୍ର (ବିଓଏମ୍‌)ର ବାର୍ଷିକ ଫଳାଫଳ ଅନୁଯାୟୀ ବ୍ୟାଙ୍କ ମୋଟ୍‌ ବ୍ୟବସାୟ ଅଭିବୃଦ୍ଧି ତଥା ଋଣଦାତାଙ୍କ ମଧ୍ୟରେ ଉଲ୍ଲେଖନୀୟ ସଫଳତା ସହ ନୂଆ ମାଇଲଖୁଣ୍ଟ...

ଶୁଭେନ୍ଦୁ ନାଲ୍‌କୋର ମାନବସମ୍ବଳ ମହାପ୍ରବନ୍ଧକ

ଅନୁଗୋଳ,୨୧ା୫ (ଅମିତ କୁମାର ସାମଲ): ଅନୁଗୋଳସ୍ଥିତ ରାଷ୍ଟ୍ରାୟତ୍ତ ଉଦ୍ୟୋଗ ନାଲ୍‌କୋର ନୂଆ ମାନବ ସମ୍ବଳ ମହାପ୍ରବନ୍ଧକ ଭାବେ ଦାୟିତ୍ୱ ତୁଲାଇବେ ଶୁଭେନ୍ଦୁ କୁମାର ନାୟକ। ଏ...

୬.୫% ଜିଡିପି ଅଭିବୃଦ୍ଧି ହାରରେ ଦେଶ ଧନୀ ହେବନାହିଁ

ଭୁବନେଶ୍ୱର,୨୧।୫(ଅନୁରାଧା ମହାରଣା): ଜି -୨୦ ଦେଶ ମଧ୍ୟରେ ଭାରତର ଅର୍ଥନୀତି ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି। ତଥାପି ଏହା ଏକ ଗରିବ ଦେଶରେ ଗଣାଯାଉଛି। ଭାରତରେ...

ଓଡ଼ିଶାରେ ସିବିଆଇର ପ୍ରଥମ ମହିଳା ଶାଖା

ଭୁବନେଶ୍ୱର,୨୧।୫ (ଅଭୟ ଦାଶ): ଓଡ଼ିଶାରେ ସେଣ୍ଟ୍ରାଲ୍‌ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ବା ସିବିଆଇର ପ୍ରଥମ ମହିଳା ଶାଖା ଭୁବନେଶ୍ୱରସ୍ଥିତ ନୟାପଲ୍ଲୀଠାରେ ଉଦ୍‌ଘାଟିତ ହୋଇଯାଇଛି। ଏହି ଅବସରରେ...

ପ୍ରଥମଥର ୩ ଲକ୍ଷ କୋଟି ପାର କଲା ବ୍ୟାଙ୍କ ଗୁଡ଼ିକର ଲାଭ

ମୁମ୍ବାଇ,୨୦।୫: ପ୍ରଥମ ଥର ପାଇଁ ବ୍ୟାଙ୍କିଙ୍ଗ କ୍ଷେତ୍ରର ମୋଟ ଲାଭ ଆର୍ଥିକ ବର୍ଷ ୨୦୨୪ ରେ ୩ ​​ଲକ୍ଷ କୋଟି ଟଙ୍କା ଅତିକ୍ରମ କରିଛି। ତାଲିକାଭୁକ୍ତ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri