ଅଚଳାବସ୍ଥାରେ ହୋମିଓପାଥିକ ଡାକ୍ତରଖାନା

ଖଇରା,୧୪ ।୧୧: ବାଲେଶ୍ୱର ଜିଲା ଖଇରା ବ୍ଲକ ଅଧୀନ ଗଡପୋଖରୀଠାରେ ଥିବା ସରକାରୀ ହୋମିଓପାଥିକ ଡାକ୍ତରଖାନାରେ ଗତ ୯ମାସ ଧରି ଅଚଳାବସ୍ଥା ଲାଗି ରହିଛି। ଡାକ୍ତର ଅନୁପସ୍ଥିତ ରହୁଥିବା ବେଳେ ପିଅନ କାଁ ଭାଁ କାର୍ଯ୍ୟାଳୟ ଖୋଲି ନିଜର ଉପସ୍ଥାନ ପକାଇ ଘରକୁ ପଳାଉଛନ୍ତି। ଦିନେ ଖଇରା ତଥା ଏହା ସଂଲଗ୍ନ ଔପଦା ସିମୁଳିଆ, ଆଗରପଡା ଆଦି ଅଞ୍ଚଳର ରୋଗୀଙ୍କ ଆସ୍ଥାଭାଜନ ଲାଭ କରିଥିବା ଏହି ଡାକ୍ତରଖାନା ଭୂତକୋଠି ପାଲଟିଲାଣି । ଦେଢବର୍ଷ ତଳେ ରୋଗ ଦେଖାଇବାକୁ ରୋଗୀ ଘଣ୍ଟା ଘଣ୍ଟା ଧରି ଧାଡିରେ ଅପେକ୍ଷା କରୁଥିବା ବେଳେ ଏବେ ଡାକ୍ତରଖାନା ପରିସରରେ ଶ୍ମଶାନର ନୀରବତା । ତୁରନ୍ତ ଡାକ୍ତରଙ୍କୁ ପୁନଶ୍ଚ ତାଙ୍କ ପଦବୀରେ ଅବସ୍ଥାପିତ କରା ନ ଗଲେ ସମୂହ ଗଡପୋଖରୀ ପଞ୍ଚାୟତବାସୀଙ୍କୁ ନେଇ ଅନଶନରେ ବସିବାକୁ ସମିତିସଭ୍ୟା ସଞ୍ଜୁଶ୍ରୀ ବାରିକ ଚେତାବନୀ ଦେଇଛନ୍ତି ।
୧୯୭୫ରେ ପ୍ରତିଷ୍ଠା ଲାଭ କରିଥିବା ଏହି ଡାକ୍ତରଖାନା ୩ଜିଲା ବାଲେଶ୍ୱର, ଭଦ୍ରକ, ମୟୂରଭଞ୍ଜ ଓ କେନ୍ଦୁଝରର ମଧ୍ୟସ୍ଥଳରେ ହୋଇଥିବାରୁ ରୋଗୀମାନେ ମୁଖ୍ୟତଃ ଚିକିତ୍ସା ପାଇଁ ଏହି ଡାକ୍ତରଖାନା ଉପରେ ନିର୍ଭର କରିଥାନ୍ତି। ଦୀର୍ଘ ୧୦ବର୍ଷରୁ ଊର୍ଦ୍ଧ୍ୱ ସମୟ ଧରି ଏଠାରେ ଡାକ୍ତର ଭାବେ କାର୍ଯ୍ୟରତ ବ୍ରଜେନ୍ଦ୍ର ନାୟକ ୨୦୧୯ ଫେବୃୟାରୀରେ ଅବସର ନେବା ପୂର୍ବରୁ ଦୈନିକ ୧ଶହରୁ ଊର୍ଦ୍ଧ୍ୱ ଲୋକ ଦୂରଦୂରାନ୍ତରୁ ରୋଗ ଦେଖାଇବାକୁ ଆସୁଥିଲେ। ହେଲେ ତା’ପରଠାରୁ ସ୍ବାସ୍ଥ୍ୟକେନ୍ଦ୍ରର ଅବସ୍ଥା ସାଂଘାତିକ ହୋଇପଡିଛି । ନାୟକଙ୍କ ଅବସର ପରେ ବାହାନଗା ଅଞ୍ଚଳରୁ ଡାକ୍ତର ଶୁଭ୍ରାଂଶୁ ଶେଖର ସେଠୀଙ୍କୁ ଏଠାରେ ୨ଦିନ ପାଇଁ ଡେପୁଟେଶନରେ ନିଯୁକ୍ତ କରାଯାଇଥିଲା । ରୋଗୀସଂଖ୍ୟା ଆଶାତୀତ ଭାବେ କମିଥିଲେ ହେଁ ଆଖପାଖ ଗ୍ରାମବାସୀ ରୋଗ ଦେଖାଇବାକୁ ସକ୍ଷମ ହୋଇପାରୁଥିଲେ। ହେଲେ କରୋନା ମହାମାରୀ କାୟାବିସ୍ତାର କରିବା ବେଳକୁ ଏହା ଅଞ୍ଚଳବାସୀଙ୍କ ଉପରେ ବୋଝ ଉପରେ ନଳିତାବିଡା ସାଜିଥିଲା। ମାର୍ଚ୍ଚରୁ ନିଯୁକ୍ତ ଡାକ୍ତରଙ୍କର ଆସିବା ବନ୍ଦ ହୋଇ ଯାଇଥିବାରୁ ରୋଗୀମାନଙ୍କର ରୋଗ ଦେଖାଇବା ଆଶା ଧୂଳିସାତ ହୋଇଯାଇଛି । କରୋନା ସମୟରେ ଡାକ୍ତରଙ୍କ ଆବଶ୍ୟକତା ସମୟରେ ଡାକ୍ତରଙ୍କୁ କୋଭିଡ ଦାୟିତ୍ୱରେ ଅନ୍ୟତ୍ର ନିଆଯିବା ଅତ୍ୟନ୍ତ ଦୁର୍ଭାଗ୍ୟର ବିଷୟ ବୋଲି ଗଡପୋଖରୀ ଗ୍ରାମର ବଂଶୀଧର ପଣ୍ଡା, ତପନ ଦଳେଇ, ମଦନ ପଣ୍ଡା, ବିପଦ ଦାସ ପ୍ରମୁଖ ପ୍ରକାଶ କରିଛନ୍ତି । ଡାକ୍ତରଙ୍କ ଅନୁପସ୍ଥିତ ସାଙ୍ଗକୁ ନଳକୂପ ମଧ୍ୟ ଅଚଳ ହୋଇପଡିଥିବା ନେଇ ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଏ ସମ୍ପର୍କରେ ଡାକ୍ତର ସେଠୀଙ୍କୁ ପଚରାଯିବାରୁ ମାର୍ଚ୍ଚରୁ ତାଙ୍କୁ ଗୋପାଳପୁରରେ କୋଭିଡ ଦାୟିତ୍ୱରେ ରଖାଯାଇଥିବାରୁ ସେ ଆଉ ଗଡପୋଖରୀ ଯାଇ ନ ଥିବା କହିଛନ୍ତି।

 

ଉତ୍କଳବନ୍ଧୁ ପଣ୍ଡା


Enter your email to get our daily news in your inbox.

All Right Reserved By Dharitri.Com

ଥୁଆମୂଳ ରାମପୁର ପୋଲିସର କାର୍ଯ୍ୟାନୁଷ୍ଠାନ, ୩ଟି ବାଲି ବୋଝେଇ ହାଇୱା ଜବତ

ଥୁଆମୂଳ ରାମପୁର, ୧୫ା୨ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ପୋଲିସ ପକ୍ଷରୁ ବେଆଇନ ବାଲି ଚୋରା ଚାଲାଣ ବିରୋଧରେ ଏକ ବଡ଼ ଧରଣର…

ଜାତୀୟ ସମ୍ମିଳନୀରେ ଯୋଗ ଦେବେ ଆଇନଜୀବୀ ହରପ୍ରସାଦ

ଦିଗପହଣ୍ଡି,୧୫ା୨(ଅଶେଷ ନାଥ ମିଶ୍ର): ଭାରତୀୟ ସାଂସ୍କୃତିକ ସହଯୋଗ ଓ ମୈତ୍ରୀ ସମିତି (ଇସକଫ)ର ଜାତୀୟ ସମ୍ମିଳନୀରେ ଯୋଗଦେବାକୁ ଆଇନଜୀବୀ ହରପ୍ରସାଦ ରଥ ତାମିଲନାଡୁ ଗସ୍ତ କରିବେ ବୋଲି…

ଜାଗରରେ ବିଭତ୍ସ ହତ୍ୟା, ବଡ଼ ଭାଇକୁ କଟୁରୀରେ ହାଣିଲେ ସାନ ଭାଇ

ପାଲଲହଡା,୧୫ା୨(ଦିବ୍ୟଜ୍ୟୋତି ଦାଶ): ବଡ଼ ଭାଇକୁ ହତ୍ୟା କଲେ ସାନ ଭାଇ । କଟୁରୀରେ ବେକ କାଟି ହତ୍ୟା କଲେ ସାନ ଭାଇ। ମୃତକ ଜଣକ ହେଲେ ଲିପୁ…

IND VS PAK: ଭାରତ-ପାକ୍‌ ମ୍ୟାଚ୍‌ ପୂର୍ବରୁ ପ୍ରେମଦାସା ଷ୍ଟାଡିୟମରେ ସାପ ଆତଙ୍କ; ପାକିସ୍ତାନ ଡଗ୍‌ଆଉଟ୍‌ରେ…

କଲମ୍ବୋ,୧୫।୨: କଲମ୍ବୋର ଆର. ପ୍ରେମଦାସା ଷ୍ଟାଡିୟମରେ ଭାରତ ଏବଂ ପାକିସ୍ତାନ ମଧ୍ୟରେ ହେବାକୁ ଥିବା ମହାନ ମୁକାବିଲା ପୂର୍ବରୁ ଏକ ଅଭାବନୀୟ ଚିତ୍ର ସାମ୍ନାକୁ ଆସିଛି। କ୍ରିକେଟର…

ପ୍ରତିଦିନ ଖାଆନ୍ତୁ ଦୁଇ ପାଖୁଡା ରସୁଣ, ରକ୍ତଚାପ ନିୟନ୍ତ୍ରଣ ସହିତ ଭଲ ରହିବ…

ରସୁଣରେ ଆଲିସିନ୍, ମାଙ୍ଗାନିଜ୍, ଭିଟାମିନ୍ ବି୬, ଭିଟାମିନ୍ ସି, ସେଲେନିୟମ୍, ଫାଇବର, କ୍ୟାଲସିୟମ୍, ପୋଟାସିୟମ୍, ଆଇରନ୍ ଏବଂ କପର ସମେତ ଅନେକ ପୁଷ୍ଟିକର ତତ୍ତ୍ୱ ଯଥେଷ୍ଟ ପରିମାଣରେ…

ନବୀନ ଦେଲେ ଗୁରୁ ଦାୟିତ୍ବ: ସବିତା ପ୍ରଧାନ କଳାହାଣ୍ଡି ବିଜେଡି ମହିଳା ସଭାନେତ୍ରୀ

ଭବାନୀପାଟଣା,୧୫।୨(ଉତ୍ତମ କୁମାର ଦାଶ)-ରାଜ୍ୟ ସଭାପତି ତଥା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ରବିବାର ରାଜ୍ୟର ବିଭିନ୍ନ ଜିଲାର ମହିଳା ସଭାନେତ୍ରୀଙ୍କ ନାମ ଘୋଷଣା କରିଛନ୍ତି। ଏହି କ୍ରମରେ…

PM Kisan:  ଆସିଲା ବଡ଼ ଅପଡେଟ୍‌: ଏହି ଦିନ ଚାଷୀଙ୍କ ଖାତାକୁ ଆସିବ ୨୦୦୦ ଟଙ୍କା… 

ନୂଆଦିଲ୍ଲୀ,୧୫।୨: ଦେଶର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ଆର୍ଥିକ ସହାୟତା ଯୋଗାଇବା ପାଇଁ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା ପିଏମ-କିଷାନ ଯୋଜନାର ପରବର୍ତ୍ତୀ କିସ୍ତି ଖୁବ୍‌ଶୀଘ୍ର…

ପୁରୀ ସମୁଦ୍ର କୂଳରେ ଅଘଟଣ, ସ୍ନାନ ବେଳେ ୫ ପର୍ଯ୍ୟଟକ ବୁଡ଼ି…..

ପୁରୀ,୧୫ା୨(ଅଜିତ୍ କୁମାର ମହାନ୍ତି):  ପୁଣି ପୁରୀ ସମୁଦ୍ରରେ ସ୍ନାନ ବେଳେ ଅଘଟଣ । ସମୁଦ୍ର କୂଳର ସେକ୍ଟର ୨ ଓ ସେକ୍ଟର୧୦ରେ ବୁଡୁବୁଡୁ ପର୍ଯ୍ୟଟକମାନେ ବଞ୍ଚିଯାଇଛନ୍ତି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri