କରୋନାରୁ ରକ୍ଷା ପାଇଁ ଘରୋଇ ଉପଚାର ବଢ଼ାଉଛି ବିପଦ!

ସବୁ ଜିନିଷର ଅତ୍ୟଧିକ ମାତ୍ରା କ୍ଷତିକାରକ। ତାହା ଆମ ସ୍ବାସ୍ଥ୍ୟ ଜନିତ ହୋଇଥାଉ ନା କାହିଁକି। କରୋନା ସଂକ୍ରମଣ ସମୟରେ ଏମିତି କିଛି ଦେଖିବାକୁ ମିଳିଛି। କରୋନାରୁ ରକ୍ଷା ପାଇବା ପାଇଁ ସ୍ବାସ୍ଥ୍ୟ ବିଶେଷଜ୍ଞମାନେ ଆମକୁ ଘରୋଇ ଉପଚାର ଆପଣାଇବାକୁ କହୁଛନ୍ତି। ଏହା ପରେ ଲୋକମାନେ ଅଧିକ ମାତ୍ରାରେ ଡୋଜ୍‌ ନେବା ଆରମ୍ଭ କରିଦେଇଛନ୍ତି। ଯାହାଦ୍ୱାରା ଅନ୍ୟ ସମସ୍ୟା ସୃଷ୍ଟି ହେଉଛି। କରୋନା ସଂକ୍ରମଣରୁ ରକ୍ଷା ପାଇବା ପାଇଁ ଅଥବା ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଅଧିକାଂଶ ଲୋକ ଦେଶୀ ଉପଚାରକୁ ଆପଣାଉଛନ୍ତି। ମାତ୍ର ଆବଶ୍ୟକତା ଠାରୁ ଅଧିକ ଏହା ଆମ ଶରୀର ପାଇଁ କ୍ଷତିକାରକ ସାବ୍ୟସ୍ତ ହେଉଥିବା ଦେଖିବାକୁ ମିଳୁଛି।
କରୋନା ସମୟରେ ଗୋଲମରିଚ, ହଳଦୀ, ଜୁଆଣି, ତୁଳସୀ ପତ୍ର, ଲେମ୍ବୁ, ଗୁଡ ଆଦି ପକାଇ କାଢ଼ା ପ୍ରସ୍ତୁତ କରି ପିଇବା ଦ୍ୱାରା ଆମ ଶରୀରକୁ ଉପସମ ମିଳିଥାଏ। ମାତ୍ର ଆବଶ୍ୟକତା ଅନୁଯାୟୀ ଏହାକୁ ସେବକ କରିବା ଆମ ଶରୀର ପାଇଁ ଲାଭଦାୟକ। ଏହା ଦ୍ୱାରା ଶରୀର ସୁସ୍ଥ ରହିଥାଏ। ମାତ୍ର କରୋନା ସଂକ୍ରମଣଠାରୁ ରକ୍ଷା ପାଇବା ପାଇଁ ଏବଂ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି ପାଇଁ ଲୋକେ ଏହାକୁ ଅଧିକ ମାତ୍ରାରେ ସେବନ କରୁଛନ୍ତି। ଯେଉଁଥିପାଇଁ ଅନ୍ୟ ଶାରୀରିକ ଏବଂ ମାନସିକ ସମସ୍ୟା ଦେଖାଦେଉଛି। ଏ ନେଇ ଡାକ୍ତର ଚରଣଜିତ୍‌ ସିଂ କୁହନ୍ତି, ଭୋକ ଠାରୁ ଅଧିକ ଭୋଜନ କଲେ ତାହା ଆମ ଶରୀର ପାଇଁ କ୍ଷତିକାରକ ହୋଇଥାଏ। ସେହିଭଳି ଯଦି ଘରୋଇ ଉପଚାର ସମୟରେ ଅଧିକ ଏହାକୁ ବ୍ୟବହାର କରିବା ତେବେ ତାହା ମଧ୍ୟ ଆମ ଶରୀରକୁ କ୍ଷତି ପହଞ୍ଚାଇଥାଏ।
-ଅଧିକ ମାତ୍ରାରେ ଘରୋଇ ଉପଚାର କରିବା ତଥା ଭିଟାମିନ୍‌ ଟାବ୍‌ଲେଟ ଖାଇବା ଦ୍ୱାରା ତଣ୍ଟି ଶୁଷ୍କ ହୋଇଯିବା, କାଶ ହେବା, ଏସିଡିଟି, ଛାତି ପୋଡିବା, ଚିଡ୍‌ଚିଡା ଆଦି ସମସ୍ୟା ଦେଖାଦେଇଥାଏ ବୋଲି ଡ. ଚରଣଜିତ୍‌ କହିଛନ୍ତି।
-ଡ. ଚରଣଜିତ୍‌ ସିଂଙ୍କ କହିବା ଅନୁସାରେ, ଲେମ୍ବୁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବା ସହ ଅନେକ ପ୍ରକାର ସଂକ୍ରମଣରୁ ଏହା ରକ୍ଷା କରିଥାଏ। କିନ୍ତୁ କରୋନା ସଂକ୍ରମଣରୁ ଦୂରେଇ ରହିବା ଏବଂ ଭିଟାମିନ ସି ପାଇବା ପାଇଁ ଲୋକେ ଅଧିକ ମାତ୍ରାରେ ଲେମ୍ବୁ ଖାଉଛନ୍ତି। ଏହି କାରଣରୁ ସେମାନଙ୍କର ମୁଣ୍ଡବିନ୍ଧା, ଥକ୍କାପଣ, ଗଳା ସମସ୍ୟା, ଜ୍ୱର ଗ୍ୟାଷ୍ଟ୍ରିକ୍‌ ଆଦି ସମସ୍ୟା ଦେଖାଦେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଗାଁରେ ପଶିଲା ବନ୍ୟାଜଳ, ତହସିଲଦାର-ବିଡିଓ ପହଞ୍ଚି ଲୋକଙ୍କୁ…

ତିହିଡ଼ି,୨୯ା୭(ସଞ୍ଜିତ ବଳ): ଭଦ୍ରକ ଜିଲା ତିହିଡ଼ି ବ୍ଲକ ଅଧୀନ ୭ ପଞ୍ଚାୟତରେ ବନ୍ୟା ପରିସ୍ଥିତି ଉଦ୍‌ବେଗଜଣକ ହୋଇଛି। ସାଳନ୍ଦୀ ନଦୀରେ ଆସିଥିବା ବନ୍ୟାପାଣି ବିଭିନ୍ନ ଗାଁରେ ପ୍ରବେଶ…

ଅଗଷ୍ଟରେ ୧୦ଦିନ ସ୍କୁଲ-କଲେଜ ବନ୍ଦ, ଦେଖନ୍ତୁ ପୂରା ଛୁଟିଲିଷ୍ଟ…

ନୂଆଦିଲ୍ଲୀ, ୨୯।୭: ଯଦି ଆପଣ ସ୍କୁଲ କିମ୍ବା କଲେଜରେ ପଢ଼ୁଥିବା ଜଣେ ଛାତ୍ର (କିମ୍ବା ଆପଣଙ୍କ ଘରେ ପିଲା ଅଛନ୍ତି), ତେବେ ଅଗଷ୍ଟ ମାସ ଆପଣଙ୍କ ପାଇଁ…

୨୦୩୬ ସୁଦ୍ଧା ଟଙ୍କାର କୌଣସି ମୂଲ୍ୟ ରହିବ ନାହିଁ? ଏଲୋନ ମସ୍କଙ୍କ ଭବିଷ୍ୟବାଣୀର ଅର୍ଥ କ’ଣ? ଜାଣନ୍ତୁ…

ଓ୍ବାଶିଂଟନ,୨୯।୭: ବିଶ୍ୱର ପ୍ରମୁଖ ଶିଳ୍ପପତିଙ୍କ ମଧ୍ୟରୁ ଜଣେ ଏଲୋନ ମସ୍କ ପୁଣି ଥରେ ତାଙ୍କ ଭବିଷ୍ୟବାଣୀକୁ ନେଇ ଚର୍ଚ୍ଚାରେ ଅଛନ୍ତି। ସେ ପରାମର୍ଶ ଦେଇଛନ୍ତି ଯେ ଆଗାମୀ…

ଡାକ୍ତର ଦମ୍ପତ୍ତିଙ୍କୁ କାଙ୍ଗାଳ କରିଦେଲେ ୨ ଭଉଣୀ: ୪.୫ କୋଟି ଟଙ୍କା ନେଇ…

ଚଣ୍ଡିଗଡ଼,୨୯।୭: ପଞ୍ଜାବର ପଠାଣକୋଟ ଜିଲାରେ ବିଶ୍ୱାସଘାତକତା ଏବଂ ଠକେଇର ଏକ ଚାଞ୍ଚଲ୍ୟକର ଘଟଣା ସାମ୍ନାକୁ ଆସିଛି। ସ୍ଥାନୀୟ ଡାକ୍ତର ଡକ୍ଟର ଜସପାଲ ସିଂହ ଭିଣ୍ଡର ଏବଂ ତାଙ୍କ…

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନା କାମ ଆରମ୍ଭ କରି ଠିକାଦାର ଫେରାର, ଯାତାୟାତ ପାଇଁ ଲୋକେ…

କେସିଙ୍ଗା,୨୯ା୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକ ବାଲସି ପଞ୍ଚାୟତର ମଶାଣିବନ୍ଧ ଗ୍ରାମର ଏମ୍‌ଇ ସ୍କୁଲ ନିକଟରେ ଆର୍‌ଡି ବିଭାଗ ପକ୍ଷରୁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ରାସ୍ତାକାମ…

ହଠାତ୍‌ ସଂସଦରେ ପହଞ୍ଚିଲେ NSA ଅଜିତ ଡୋଭାଲ, ଜାଣନ୍ତୁ କାହିଁକି

ନୂଆଦିଲ୍ଲୀ, ୨୯।୭: ସଂସଦର ମୌସୁମୀ ଅଧିବେଶନ ସମୟରେ ବୁଧବାର NSA ଅଜିତ ଡୋଭାଲ ସଂସଦରେ ପହଞ୍ଚିବା ପରେ ରାଜନୈତିକ କରିଡରରେ ହଇଚଇ ସୃଷ୍ଟି ହୋଇଯାଇଛି। ସେହି ସମୟରେ…

ଚିକେନ୍‌ ଖାଉଛନ୍ତି କି? ଜାଣିନିଅନ୍ତୁ…ଏହି ବିପଜ୍ଜନକ ବ୍ୟାକ୍ଟେରିଆକୁ ନେଇ ସାବଧାନ କଲେ ବୈଜ୍ଞାନିକ

ନୂଆଦିଲ୍ଲୀ, ୨୯।୭: ଚିକେନ୍‌ ହେଉଛି ପ୍ରୋଟିନର ଏକ ଉତ୍ତମ ଉତ୍ସ ଏବଂ ବିଶ୍ୱର ଏକ ବଡ଼ ଜନସଂଖ୍ୟା ଏହାକୁ ପ୍ରଚୁର ପରିମାଣରେ ଖାଇଥାନ୍ତି। କିନ୍ତୁ ନିକଟରେ ବୈଜ୍ଞାନିକ…

ରୁପ୍ରା ରୋଡ଼ ରେଳ ଷ୍ଟେଶନରେ ଟ୍ରେନ ରହଣି ପାଇଁ ତେଜୁଛି ଦାବି: ପ୍ରତିଶ୍ରୁତି ଦେଲେ ରେଳ ମହାପ୍ରବନ୍ଧକ

କେସିଙ୍ଗା/ନର୍ଲା, ୨୯।୭(ତୁମେଶ୍ୱର ସାହୁ/ସନ୍ତୋଷ ପାତ୍ର): କୋଭିଡ ସମୟରେ ପୂର୍ବତଟ ରେଳବାଇର ସମ୍ବଲପୁର ଡିଭିଜନ ଅଧୀନ ରୁପ୍ରାରୋଡ଼ ରେଳ ଷ୍ଟେଶନରେ ଦ୍ରୁତଗାମୀ ଟ୍ରେନ ଗୁଡିକ ରହୁଥିଲା। ଏବେ କିନ୍ତୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri