ଘରୋଇ ଉପାୟ: ହଳଦୀ ଦାଗ କିପରି ଛଡାଇବେ

ମସଲାଦାର ଖାଦ୍ୟ, ତରକାରୀ ଆଦି ଖାଇବାର ମଜା ନେବା ସମୟରେ ବେଳେ ବେଳେ ଆମ ଶାର୍ଟ ବା ଡ୍ରେସ୍‌ ଆଦିରେ ହଳଦୀ ଦାଗ ଲାଗିଯାଏ । ସେଥିପାଇଁ ଜାଣନ୍ତୁ ଘରୋଇ ଉପାୟରେ କିପରି ଛଡାଇ ହେବ ଏହି ଦାଗ….

ବେକିଙ୍ଗ୍‌ ସୋଢା : ବେକିଙ୍ଗ ସୋଢା ହେଉଛି ସବୁପ୍ରକାର ଦାଗ ଛଡେଇବାର ସାର୍ବଜନୀନ ଉପାୟ। ଅଳ୍ପ ପାଣିରେ ବେକିଙ୍ଗ୍‌ ସୋଢା ଓ ଭିନେଗାର ମିଶାଇ ଏକ ମୋଟା ପେଷ୍ଟ୍‌ ପ୍ରସ୍ତୁତ କରି ତାକୁ ହଳଦୀ ଦାଗ ଲାଗିଥିବା ସ୍ଥାନରେ ଲଗାଇ କିଛି ସମୟ ଛାଡି ଦିଅନ୍ତୁ । ଏହା ପରେ ବ୍ରସ୍‌ ସାହାଯ୍ୟରେ ଘଷି ସଫା କରନ୍ତୁ ।

ଭିନେଗାର ଓ ଲେମ୍ବୁରସ : ଏହି ଦୁଇଟି ଜିନିଷ ପ୍ରାୟ ସମସ୍ତଙ୍କ ରୋଷେଇ ଘରେ ଥାଏ । ଅଳ୍ପ ପାଣିରେ ଭିନେଗାର ଓ ଲେମ୍ବୁ ରସ ମିଶାଇ ଏକ ମିଶ୍ରଣ ପ୍ରସ୍ତୁତ କରି ସେଥିରେ ହଳଦୀ ଦାଗ ହୋଇଥିବା କପଡାକୁ ଅଧ ଘଣ୍ଟା ପାଇଁ ବୁଡେଇ ରଖନ୍ତୁ । ଏହା ପରେ ନର୍‌ମାଲ୍‌ ଡିଟରଜେଣ୍ଟରେ ସଫା କରନ୍ତୁ । ଦେଖିବେ ଦାଗ ଲିଭିଯାଇଥିବ । କେବଳ ଉଲ୍‌ ବା ନରମ କପଡା ଜାତୀୟ ଜିନିଷ ଏଥିରେ ସଫା କରନ୍ତୁ ନାହିଁ । କାରଣ ଏହା ଦ୍ୱାରା ସେଗୁଡିକ ନଷ୍ଟ ହୋଇ ଯାଇପାରେ।

ଲିକ୍ୟୁଡ୍‌ ଡିସ୍‌ ଓ୍ବାସ୍‌ : ବେଳେ ବେଳେ ଲିକ୍ୟୁଡ୍‌ ଡିସ୍‌ ଓ୍ବାସ୍‌ ମଧ୍ୟ ଡିଟରଜେଣ୍ଟ ପରି କାମ ଦେଇଥାଏ । ଅଳ୍ପ ଭିମ୍‌ ଲିକ୍ୟୁଡ୍‌କୁ ପାଣିରେ ମିଶାଇ ହଳଦୀ ଦାଗ ଲାଗିଥିବା ସ୍ଥାନରେ ଲଗାଇ କିଛି ସମୟରେ ଛାଡି ଦେଇ ସଫା କଲେ ଦାଗ ଦୂର ହୋଇ ଯାଏ ।

ଟୁଥ୍‌ ପେଷ୍ଟ୍‌ : ପ୍ରଥମେ ହଳଦୀ ଲାଗିଥିବା ସ୍ଥାନକୁ ପାଣିରେ ଧୋଇବା ପରେ ବ୍ରସ୍‌ ସାହାଯ୍ୟରେ ଦାଗ ଥିବା ସ୍ଥାନରେ ଟୁ୍‌ଥ୍‌ ପେଷ୍ଟ ଲଗାଇ ଘଷି କରି ସଫା କରନ୍ତୁ ା ଦେଖିବେ ଦାଗ ଫିକା ପଡିଯିବ ।


Enter your email to get our daily news in your inbox.

All Right Reserved By Dharitri.Com

ଡାକ୍ତରଙ୍କ ବଡ଼ ଖୁଲାସା, ସକାଳୁ କାହିଁକି ହୁଏ ହାର୍ଟଆଟାକ୍….

ନୂଆଦିଲ୍ଲୀ,୨୨।୧୨: ସକାଳ ସମୟ ହୃଦୟ ପାଇଁ ଏକ ବିଶେଷ ବିପଦପୂର୍ଣ୍ଣ ସମୟ ଭାବରେ ବିବେଚନା କରାଯାଏ। ସକାଳେ ହୃଦଘାତର ସଂଖ୍ୟା ଅଧିକ ଥାଏ । ବିଶେଷକରି...

୨୦୨୬ରେ ଘଟିବାକୁ ଯାଉଛି ଏମିତି, ବାବା ଭେଙ୍ଗାଙ୍କ ଭବିଷ୍ୟବାଣୀ ଜାଣିଲେ…

ନୂଆଦିଲ୍ଲୀ,୨୨।୧୨: ୨୦୨୫ ବର୍ଷ ଧୀରେ ଧୀରେ ଶେଷ ହେବାକୁ ଯାଉଛି, ଏବଂ ଲୋକମାନେ ନୂତନ ବର୍ଷ ୨୦୨୬କୁ ସ୍ବାଗତ କରିବାକୁ ଉତ୍ସାହିତ। ଦେଶ ଏବଂ ବିଶ୍ୱ...

ଶରୀରର ସୁରକ୍ଷା କବଚ : ଆଣ୍ଟିଅକ୍ସିଡାଣ୍ଟ

ଆଜିକାଲି ସ୍ବାସ୍ଥ୍ୟ ଓ ପୋଷଣ କ୍ଷେତ୍ରରେ ଆଣ୍ଟିଅକ୍ସିଡାଣ୍ଟ (Antioxidant) ବିଷୟରେ ବେଶ୍‌ ଚର୍ଚ୍ଚା ହେଉଛି। ତେବେ ପ୍ରଶ୍ନ ଉଠେ: ଆଣ୍ଟିଅକ୍ସିଡାଣ୍ଟ କ’ଣ, ଏହା ଆମ ଶରୀର...

ଜାଣି ରଖନ୍ତୁ କିପରି କିଡ୍‌ନୀକୁ ରଖିବେ ସୁସ୍ଥ

ଆମ ଶରୀରର ଅନ୍ୟତମ ମୁଖ୍ୟ ଓ ଦରକାରୀ ଅଙ୍ଗ ହେଉଛି କିଡ୍‌ନୀ। ଶରୀରରେ ପ୍ରବାହିତ ହେଉଥିବା ରକ୍ତକୁ ଏହା ବିଶୋଧନ କରି ଅଦରକାରୀ ତତ୍ତ୍ୱକୁ ନିଷ୍କାସନ...

ଲଡ୍ଡୁ ଗୋପାଳଙ୍କ ମୂର୍ତ୍ତି କେତେ ବଡ଼ ହେବା ଉଚିତ? ଜାଣନ୍ତୁ ଘରେ ରଖିବାର ୧୦ ନିୟମ…

ଲଡ୍ଡୁ ଗୋପାଳ ହେଉଛନ୍ତି ଭଗବାନ ଶ୍ରୀକୃଷ୍ଣଙ୍କ ବାଳ ସ୍ବରୂପ। ଘରେ ଲଡ୍ଡୁ ଗୋପାଳଙ୍କୁ ରଖିବା କେବଳ ପୂଜା ନୁହେଁ, ବରଂ ଏକ ବାଳକଙ୍କୁ ପରିବାରର ସଦସ୍ୟ...

୫୦୦ବର୍ଷ ପରେ ୨୦୨୬ରେ ୩ଥର ନକ୍ଷତ୍ର ପରିବର୍ତ୍ତନ କରିବେ ଶନି, ଜମି-କୋଠାବାଡି କିଣିବେ ଏହି ରାଶି

ପ୍ରତିବର୍ଷ, ସମସ୍ତ ଗ୍ରହ ନିର୍ଦ୍ଦିଷ୍ଟ ସମୟରେ ରାଶି ଏବଂ ନକ୍ଷତ୍ର ଦେଇ ଗତି କରନ୍ତି, ସିଧାସଳଖ କିମ୍ୱା ପଛକୁ ଯାଆନ୍ତି। ଜ୍ୟୋତିଷ ଶାସ୍ତ୍ର ଅନୁସାରେ, ଗ୍ରହ...

୨୯ ଡିସେମ୍ୱରରେ ଏହି ୩ରାଶିର ଭଲ ଟାଇମ୍‌, ବର୍ଷଶେଷବେଳକୁ ହୁ ହୁ ହୋଇ ବଢିଯିବ ଧନ

ହିନ୍ଦୁ ଧର୍ମରେ, ଗ୍ରହ ଆଧାରରେ ରାଶି ଗଣନା କରାଯାଏ। ଯେତେବେଳେ କୌଣସି ଗ୍ରହ ତାର ରାଶି ପରିବର୍ତ୍ତନ କରେ, ଏହା ଶୁଭ ଏବଂ ଅଶୁଭ ଉଭୟ...

ରବିବାର ଭୂଲରେ ବି କାଟନ୍ତୁନି ଚୁଟି କି କରନ୍ତୁନି ଟ୍ରିପ୍‌ ପ୍ଲାନିଂ, ନଚେତ ଜୀବନ ହୋଇଯିବ ନର୍କ!

ହିନ୍ଦୁ ଧର୍ମରେ ପ୍ରତ୍ୟେକ ଦିନ କୌଣସି ନା କୌଣସି ଦେବତାଙ୍କୁ ସମର୍ପିତ। ରବିବାର ଭଗବାନ ସୂର୍ଯ୍ୟଙ୍କୁ ସମର୍ପିତ। ଆଜି ରବିବାର। ଏହି ଦିନ ସୂର୍ଯ୍ୟଙ୍କୁ ପ୍ରାର୍ଥନା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri