ହୋମ୍‌ କ୍ୱାରାଣ୍ଟାଇନ୍‌ର ଅର୍ଥ ପାରିବାରିକ ପୁନର୍ମିଳନ ନୁହେଁ: ବାଗ୍‌ଚୀ

ଭୁବନେଶ୍ୱର,୨୪।୬(ବ୍ୟୁରୋ): ସରକାର ବାହାର ରାଜ୍ୟରୁ ଫେରିଥିବା ବ୍ୟକ୍ତିମାନଙ୍କ ପାଇଁ ଗ୍ରାମାଞ୍ଚଳରେ ସଂଗରୋଧର ବ୍ୟବସ୍ଥା କରିଥିଲେ। ହେଲେ ସହରାଞ୍ଚଳରେ ସେଭଳି ବ୍ୟବସ୍ଥା କରିବା ସମ୍ଭବ ନୁହେଁ। ଏହାଛଡ଼ା ଅନେକ ବ୍ୟକ୍ତିଙ୍କର ନିଜ ଘରେ ଅଲଗା ଘରେ ରହିବାର ସ୍ଥାନ ରହିଛି। ସାମର୍ଥ ମଧ୍ୟ ରହିଛି। ଏଥିପାଇଁ ସରକାର ସହରାଞ୍ଚଳରେ ହୋମ୍‌ କ୍ୱାରାଣ୍ଟାଇନ୍‌ର ଅନୁମତି ପ୍ରଦାନ କରିଥିଲେ। ଏବେ ଅନ୍ୟ ସହରରୁ ଅନେକ ଲୋକ ଆମ ସହରକୁ ଫେରୁଛନ୍ତି। ହେଲେ ହୋମ୍‌ କ୍ୱାରାଣ୍ଟାଇନ୍‌ର ଅର୍ଥ ପାରିବାରିକ ପୁନର୍ମିଳନ ନୁହେଁ। ଆପଣଙ୍କୁ ଅଧିକ ମାତ୍ରାରେ ସାବଧାନ ରହିବାକୁ ପଡ଼ିବ। ଏହି ସମୟରେ ନିର୍ଦ୍ଧିଷ୍ଟ ଦିଗ ପ୍ରତି ଧ୍ୟାନ ଦିଅନ୍ତୁ

୧- ସାଙ୍ଗ, ସାଥୀ, କୁଟୁମ୍ବଙ୍କ ସାଙ୍ଗରେ ଦେଖା ହୁଅନ୍ତୁ ନାହିଁ
୨- ଭିନ୍ନ ପ୍ରକୋଷ୍ଠ ସହ ଅଲଗା ବାଥରୁମ୍‌, ମୁକ୍ତ ପବନରେ ରୁହନ୍ତୁ
ର୍‌୩-ବୟସ୍କ, ଗର୍ଭବତୀ, ଶିଶୁ, ଅସୁସ୍ଥ ବ୍ୟକ୍ତିଙ୍କଠାରୁ ଦୂରରେ ରହିବେ
୪- କୋଠରୀ ବାହାର ଘର ଭିତରେ ବୁଲାବୁଲି କରିବେ ନାହିଁ
୫-ଘର ଭିତର ସାମାଜିକ ଧାର୍ମିକ ଅନୁଷ୍ଠାନରେ ଭାଗ ନେବେ ନାହିଁ। ସାବୁନ୍‌, ସାନିଟାଇଜ୍‌ରେ ହାତ ବାରମ୍ବାର ସଫା କରିବେ
୬-ଥାଳି, ଗିନାଠାରୁ ଆରମ୍ଭ କରି ବ୍ୟବହାର କରୁଥିବା ତଉଲିଆ ଅଲଗା ରହିବ
୭- ସବୁବେଳେ ମାସ୍କ ପିନ୍ଧି ରହିବେ। ମାସ୍କ ବଦଳାଉଥିବେ ଏବଂ କାଚି ସଫାକରି ବ୍ୟବହାର କରିବେ
୮- ପରିବାରର ମାତ୍ର ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତି ଦେଖାଶୁଣା କରିବେ
୯- ବ୍ୟବହାର କରିଥିବା ଲୁଗାପଟା, ବିଛଣା ଗ୍ଲୋଭ୍ସ ପିନ୍ଧି ଛୁଇଁବେ। ଗ୍ଲୋଭ୍ସ ବ୍ୟବହାର ପରେ ହାତକୁ ସାବୁନରେ ଧୁଅନ୍ତୁ