ହୋମ୍‌ କ୍ୱାରାଣ୍ଟାଇନ୍‌ ଅର୍ଥ ପାରିବାରିକ ପୁନର୍ମିଳନ ନୁହେଁ

ଭୁବନେଶ୍ୱର, ୨୫ା୬(ବ୍ୟୁରୋ): ରାଜ୍ୟର କରୋନା ସ୍ଥିତି ସମ୍ପର୍କରେ ବୁଧବାର ସୂଚନା ଦେଇଛନ୍ତି ରାଜ୍ୟ ସରକାରଙ୍କ ମୁଖ୍ୟ ମୁଖପାତ୍ର ସୁବ୍ରତୋ ବାଗ୍‌ଚୀ। ବୟସ୍କ ବ୍ୟକ୍ତିଙ୍କୁ କିପରି ସୁରକ୍ଷା ଦିଆଯିବ ସେ ବିଷୟରେ କହିବା ସହିତ ହୋମ୍‌ କ୍ୱାରାଣ୍ଟାଇନ ବା ଗୃହ ସଙ୍ଗରୋଧ ନିୟମ ଭାଙ୍ଗୁଥିବା ଲୋକଙ୍କୁ ମଧ୍ୟ ଚେତାବନୀ ଦେଇଛନ୍ତି। ଗ୍ରାମାଞ୍ଚଳ ସଙ୍ଗରୋଧ କେନ୍ଦ୍ରରେ ପ୍ରବାସୀମାନେ ନିୟମ ମାନିଛନ୍ତି। କିନ୍ତୁ ସହରାଞ୍ଚଳରେ ଗୃହ ସଙ୍ଗରୋଧ ସମସ୍ୟା ରହିଛି। ସେ କହିଲେ, ଓଡ଼ିଶାକୁ ଏବେ ୫ଲକ୍ଷ ୭୫ହଜାର ପ୍ରବାସୀ ଫେରିଛନ୍ତି। ଏମାନଙ୍କ ମଧ୍ୟରୁ ଅଧିକାଂଶ ଗ୍ରାମାଞ୍ଚଳର, ଯେଉଁମାନେ ୬,୭୯୮ଟି ପଞ୍ଚାୟତର ସଙ୍ଗରୋଧ କେନ୍ଦ୍ରରେ ରହିଥିଲେ। ଅନେକ ଘରକୁ ଫେରିଥିବାବେଳେ ଆଉ କିଛି ରହିଛନ୍ତି। କାଁ ଭାଁ ଛାଡ଼ି ଦେଲେ ଏମାନେ ନିୟମ ମାନିଛନ୍ତି। କିନ୍ତୁ ସହରାଞ୍ଚଳରେ ଏଭଳି ସଙ୍ଗରୋଧ କେନ୍ଦ୍ର ଗଠନ କରିବା ସମ୍ଭବ ନୁହେଁ। ଏହାଛଡ଼ା ଅନେକ ଲୋକଙ୍କର ଅଲଗା ରହିବା ପାଇଁ ଜାଗା ଅଛି ଓ ସାମର୍ଥ୍ୟ ମଧ୍ୟ ରହିଛି। ସେଥିପାଇଁ ସରକାର ହୋମ୍‌ କ୍ୱାରାଣ୍ଟାଇନ ପାଇଁ ଅନୁମତି ଦେଇଛନ୍ତି। କିନ୍ତୁ ଏହାକୁ ଅନେକ ପାଳନ କରୁନାହାନ୍ତି। ହୋମ୍‌ କ୍ୱାରାଣ୍ଟାଇନ୍‌ର ଅର୍ଥ ପାରିବାରିକ ପୁନର୍ମିଳନ ନୁହେଁ। ହୋମ୍‌ କ୍ୱାରାଣ୍ଟାଇନ ନିୟମକୁ କଡ଼ାକଡ଼ି ପାଳନ କରନ୍ତୁ। ନିୟମ ଭାଙ୍ଗି ପରିବାର ସଦସ୍ୟଙ୍କୁ ବିପଦରେ ପକାନ୍ତୁନି ବୋଲି ସେ କହିଛନ୍ତି। ଗୃହ ସଙ୍ଗରୋଧରେ ରହିଲେ ଅଲଗା ଘରେ ନିଜ କୋଠରିରେ ରହିବେ। ପରିବାରର ମାତ୍ର ଜଣେ ସଦସ୍ୟ ସଙ୍ଗରୋଧରେ ଥିବା ବ୍ୟକ୍ତିଙ୍କ କଥା ବୁଝିବେ। ଗୃହ ସଙ୍ଗରୋଧକୁ ପାରିବାରିକ ପୁନର୍ମିଳନ କଲେ ଭୟଙ୍କର ସ୍ଥିତି ଉପୁଜିବ। ବୟସ୍କ, ଶିଶୁ ଓ ଗର୍ଭବତୀଙ୍କ ଠାରୁ ଦୂରତ୍ୱ ଅବଲମ୍ବନ କରିବା ସହିତ ସାଙ୍ଗସାଥୀ, ବନ୍ଧୁ, କୁଟୁମ୍ବଙ୍କ ସାଙ୍ଗରେ ଦେଖା ନ ହେବା ପାଇଁ ବାଗ୍‌ଚୀ ପରାମର୍ଶ ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା ଗୋଟିଏ ରାତିରେ ଇରାନ୍‌କୁ କରିଦେବ ଧ୍ୱଂସ: ଚେତାବନୀ ଦେଲେ ଟ୍ରମ୍ପ, ଖୁବଶୀଘ୍ର…

ୱାଶିଂଟନ,୬/୪:ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ୍ ଯୁଦ୍ଧକୁ ନେଇ ସୋମବାର ପୁଣି କଡ଼ା ମନ୍ତବ୍ୟ ଦେଇଛନ୍ତି। ସେ କହିଛନ୍ତି,ଆମେରିକା ମାତ୍ର ଗୋଟିଏ ରାତିରେ ସମ୍ପୂର୍ଣ୍ଣ ଇରାନ୍‌କୁ ଧ୍ୱଂସ…

ବିରୋଧୀଙ୍କୁ ଝଟ୍‌କା: CEC ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଅଭିଯୋଗ ପ୍ରସ୍ତାବ ଖାରଜ

ନୂଆଦିଲ୍ଲୀ,୬।୪: ମୁଖ୍ୟ ନିର୍ବାଚନ କମିଶନର ଜ୍ଞାନେଶ କୁମାରଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ଖାରଜ କରାଯାଇଛି। ରାଜ୍ୟ ସଭା ଅଧ୍ୟକ୍ଷ ଏହି ପ୍ରସ୍ତାବକୁ ଖାରଜ କରିଛନ୍ତି। ବିରୋଧୀ ଦଳ…

ଥୁଆମୂଳ ରାମପୁରରେ ସଡ଼କ ଦୁର୍ଘଟଣା: ଗଲା ୩ ଜୀବନ, କ୍ଷତିପୂରଣ ପାଇଁ ରାସ୍ତାରୋକୋ

ଥୁଆମୂଳ ରାମପୁର, ୬ା୪ (ଦୁର୍ଗା କୀର୍ତ୍ତି): କଳାହାଣ୍ଡି ଜିଲା ଥୁଆମୂଳ ରାମପୁର ଥାନା ଅଞ୍ଚଳରେ ସୋମବାର ଦୁଇଟି ପୃଥକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟି ୩ ଜଣଙ୍କ…

ସୁନା ଭର୍ତ୍ତି ବ୍ୟାଗ୍‌ ନେଇ ଯାଉଥିଲେ ପବିତ୍ର: ବାଟରେ ଛକିଥିଲେ ୪ ଦୁର୍ବୃତ୍ତ: ଆଉ ତା’ପରେ ଘଟିଲା..

ଦିଗପହଣ୍ଡି,୬।୪(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ଡେଙ୍ଗାଓସ୍ତା ଗ୍ରାମର ଖଜୁରୀପଦା ସାହି ନିକଟରେ ସୋମବାର ରାତି ପ୍ରାୟ ୮ଟାରେ ଗୁଳି ଫୁଟିଛି। ଡେଙ୍ଗାଓସ୍ତା-ଭୀଷ୍ମଗିରି ଗ୍ରାମ…

କାମଦେବଙ୍କୁ ମିଳିଲା ବଡ଼ ଦାୟିତ୍ୱ: ଆଦିବାସୀଙ୍କ ବିକାଶ ପାଇଁ ଦେଲେ ପ୍ରତିଶ୍ରୁତି

ମୋହନା,୬।୪(ମନ୍ମଥ ମିଶ୍ର): ଗଜପତି ଜିଲାର ସର୍ବାଙ୍ଗୀନ ଉନ୍ନତି ପାଇଁ ସ୍ବତନ୍ତ୍ର ଉନ୍ନୟନ ପରିଷଦ ଅଧ୍ୟକ୍ଷ ଭାବେ କାମଦେବ ବଡ଼ନାୟକଙ୍କୁ ରାଜ୍ୟ ସରକାର ମନୋନୀତ କରିଛନ୍ତି। ସେ ମୋହନା…

ସଲମାନଙ୍କ ଫଟା ଜୋତାର ଦାମ୍‌ ଜାଣିଲେ ଉଡିଯିବ ହୋଶ୍‌

ସଲମାନ ଖାନ ବଲିଉଡ ସୁପରଷ୍ଟାର ଭାବରେ ଜଣାଶୁଣା। ସେ ଯାହା କରନ୍ତି, ସମସ୍ତଙ୍କ ନଜର ତାଙ୍କ ଉପରେ ଥାଏ। ସେ ଫ୍ୟାଶନ ହେଉଛି କି ଫିଲ୍ମ ସବୁଠି…

ହାର୍‌ ମାନିଗଲେ ଟ୍ରମ୍ପ! ଶେଷରେ ଇରାନକୁ କହିଲେ ଶକ୍ତିଶାଳୀ, ଯୁଦ୍ଧ ଶେଷ କରିବା ଉପରେ ଦେଲେ ବଡ଼ ଅପଡେଟ୍‌

ଓ୍ବାଶିଂଟନ୍‌,୬।୪: ମଧ୍ୟପ୍ରାଚ୍ୟରେ ଚାଲିଥିବା ଯୁଦ୍ଧ ମଧ୍ୟରେ, ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନର ଶକ୍ତିକୁ ସ୍ବୀକାର କରିଛନ୍ତି। ଚାଲିଥିବା ଶାନ୍ତି ଆଲୋଚନା ଏବଂ ୪୮ ଘଣ୍ଟାର ଅଲ୍ଟିମେଟମ୍‌…

ବରଗଡ଼ରେ କରାମାଡ଼,ଫସଲ ଧୂଳିସାତ୍‌: ଉଜୁଡିଲା ଚାଷୀଙ୍କ ଅମଳ ଆଶା

ବରଗଡ଼,୬।୪(ପ୍ରେମାନନ୍ଦ ଖମାରୀ):ଅଧିକ ଧାନ ଉତ୍ପାଦନ ଯୋଗୁ ରାଜ୍ୟର ଭାତହାଣ୍ଡି କୁହାଯାଉଥିବା ବରଗଡ଼ ଜିଲାର ଚାଷୀଙ୍କ ଦୁଃଖ ସରୁନାହିଁ। ଧାନବିକ୍ରି ଅବ୍ୟବସ୍ଥା ସାଧାରଣରେ ପରିଣତ ହୋଇଥିବାବେଳେ ପ୍ରକୃତିର ତାଣ୍ଡବ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri